Posted inଖେଳ

ଓ୍ବାଙ୍ଖଡେରେ ଏମଆଇ ସିଏସକେ ମୁହାଁମୁହିଁ…

ମୁମ୍ବାଇ,୮।୪ : ଆଇପିଏଲ ସିରିଜ ୧୬ର ୧୨ ତମ ମ୍ୟାଚ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟା ଖେଳାଯିବ। ଆଇପିଏଲ ୨୦୨୩ର ଏହି ମ୍ୟାଚ ରେ ପାଞ୍ଚ ଥର ଚମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଚାରିଥର ଚମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ।

ପରିସଂଖ୍ୟାନ ବିଷୟରେ କହିବାକୁ ଗଲେ ଉଭୟ ଦଳ ଏପର୍ଯ୍ୟନ୍ତ ୩୪ ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ୨୦ ଟି ମ୍ୟାଚ ମୁମ୍ବାଇ ଏବଂ ୧୪ ଟି ମ୍ୟାଚ ଚେନ୍ନାଇ ଜିତିଛି। ଏଥି ସହିତ ମୁମ୍ବାଇର ଓ୍ବାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଉଭୟ ଦଳ ୧୦ ଥର ମୁହାଁମୁହିଁ ହୋଇଛନ୍ତି। ସେଥିରୁ ସାତୋଟି ମ୍ୟାଚ ମୁମ୍ବାଇ ଏବଂ ତିନୋଟି ମ୍ୟାଚ ଚେନ୍ନାଇ ଜିତିଛି। ଦୁଇ ଦଳ ମଧ୍ୟରେ ଶେଷ ପାଞ୍ଚଟି ମ୍ୟାଚ ବିଷୟରେ କହିବାକୁ ଗଲେ ମୁମ୍ବାଇ ତିନୋଟି ଏବଂ ସିଏସକେ ଦୁଇଟି ଜିତିଛି।

ଚେନ୍ନାଇ ସୁପର କିଙ୍ଗ୍ସର ପ୍ଲେଇଙ୍ଗ ୧୧ରେ ଡିଭନ କନୱେ, ରିତୁରାଜ ଗାଇକୱାଡ, ମୋଇନ ଅଲି, ବେନ ଷ୍ଟୋକ୍ସ, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା, ଏମଏସ ଧୋନି (ଅଧିନାୟକ/ଓ୍ବିକେଟ କିପର), ଶିବମ ଦୁବେ, ମିଚେଲ ସାଣ୍ଟନର୍‌ / ସିସାଣ୍ଡ ମାଗାଲା, ଦୀପକ ଚହର, ରାଜଭାରଡ ହଙ୍ଗରଗେକର ଅଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେଇଙ୍ଗ ୧୧ରେ ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ (ଓ୍ବିକେଟ କିପର), ସୂର୍ଯ୍ୟକୁମାର ଯାଦବ, କ୍ୟାମେରନ ଗ୍ରୀନ / ଟ୍ରିଆଷ୍ଟ ଷ୍ଟବ୍ସ, ତିଲକ ବର୍ମା, ଟିମ ଡେଭିଡ, ନେହଲ ୱାଡେରା, ହ୍ରିତିକ ଶୋକିନ, ପୀୟୁଷ ଚାୱଲା, ଜୋଫ୍ରା ଆର୍ଚର, ଅର୍ଶଦ ଖାନ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

ସୋନମ ୱାଙ୍ଗଚୁକଙ୍କୁ ଭାବୁକ ନିବେଦନ କଲେ ଅଭିଜିତ୍‌ ଦୀପକେ, କହିଲେ-ଆପଣଙ୍କ ଜୀବନ…

ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri