ଆକ୍ରାନ୍ତ ପିଲାଙ୍କଠାରେ ଏମ୍‌ଆଇ ସିଣ୍ଡ୍ରୋମ୍‌

ଭୁବନେଶ୍ୱର,୧୦।୯ (ବ୍ୟୁରୋ):ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁ ଓ କିଶୋରଙ୍କୁ ରେଡ୍‌ ଜୋନ୍‌ରେ ରଖାଯାଇଛି। ପିଲାମାନେ ଅଧିକ ସଂକ୍ରମିତ ହେବେ ବୋଲି ଆକଳନ କରାଯାଉଛି। ତେବେ ଏବେଠୁ ଏମାନଙ୍କଠାରେ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏମ୍‌ଆଇ (ମଲ୍ଟିସିଷ୍ଟମ୍‌ ଇନ୍‌ଫ୍ଲାମେଟୋରି) ସିଣ୍ଡ୍ରୋମ୍‌ ଚିନ୍ତା ବଢ଼ାଇଛି। କରୋନାରୁ ସୁସ୍ଥ ହେବାର ୨ରୁ ୬ ସପ୍ତାହ ମଧ୍ୟରେ ଅଧିକାଂଶ ଶିଶୁଙ୍କଠାରେ ଏହି ଲକ୍ଷଣ ଦେଖାଯାଉଛି। ବିଶେଷକରି ୬ରୁ ୧୦ ବର୍ଷର ପିଲାଙ୍କ କ୍ଷେତ୍ରରେ ଏହାର ସମ୍ଭାବନା ଅଧିକ ରହୁଛି। ଶିଶୁଙ୍କ ପାଟି, ଆଖି ଓ ପାଦ ଲାଲ୍‌ ପଡିବା, ପତଳା ଝାଡ଼ା, ଜ୍ୱର ସହ ପେଟ ଯନ୍ତ୍ରଣା ଓ ବାନ୍ତି ହେବା, ଧଇଁସଇଁ ହେବା, ମୁଣ୍ଡ ବିନ୍ଧା ଆଦି ଲକ୍ଷଣ ଦେଖାଦେଲେ ତାହାକୁ ହାଲୁକାରେ ନ ନେଇ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି। ବିଳମ୍ବ କଲେ ଶିଶୁର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇଯାଇପାରେ ବୋଲି ସେ ସତର୍କ କରାଇଛନ୍ତି। ସେ କହିଛନ୍ତି, ଚିକିତ୍ସା ପାଇଁ ରାଜ୍ୟରେ ଅକ୍ସିଜେନ, ଆଇଭି ଫ୍ଲୁଇଡ୍‌ ଓ ହାଇଡୋଜ୍‌ ଷ୍ଟିର୍‌ଏଡ୍‌ ମହଜୁଦ ଅଛି। ଏ ନେଇ ଶିଶୁ ବିଭାଗ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଦିଆଯାଇଛି। ଏବେ ସମସ୍ତ ମେଡିକାଲ କଲେଜରେ ଆକ୍ରାନ୍ତ ଶିଶୁଙ୍କ ପାଇଁ ଆବଶ୍ୟକ ଚିକିତ୍ସା ଉପଲବ୍ଧ ଅଛି। ଖୁବ୍‌ଶୀଘ୍ର ସମସ୍ତ ହସ୍ପିଟାଲରେ ଏହି ଚିକିତ୍ସା ସୁବିଧା ମିଳିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ମିଶ୍ର ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ଭୁବନେଶ୍ୱରରେ କିଛି ପିଲାଙ୍କଠାରେ ଏହି ସିଣ୍ଡ୍ରୋମ୍‌ ଦେଖାଯାଇଛି। ତେବେ ଏ କ୍ଷେତ୍ରରେ ରାଜ୍ୟରେ ସେପରି ଉତ୍କଟ ସ୍ଥିତି ଉପୁଜି ନ ଥିବାବେଳେ ସ୍ବାସ୍ଥ୍ୟ ବିଭାଗ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଲକ୍ଷଣ ଦେଖିବା ପରେ ଶୀଘ୍ର ନିଦାନ କରିବା ଦ୍ୱାରା ଶିଶୁ ଆରୋଗ୍ୟ ଲାଭ କରିପାରିବ ବୋଲି ସେ କହିଛନ୍ତି।
ପ୍ରଥମ ଲହରରୁ ଆରମ୍ଭ ହୋଇଥିବା ଏହି ସିଣ୍ଡ୍ରୋମ୍‌ ଏବେ ଧୀରେ ଧୀରେ ତାର କାୟା ବିସ୍ତାର କରୁଛି। ରାଜ୍ୟରେ ଏବେ ଶିଶୁଙ୍କ ସଂକ୍ରମଣ ହାର ପ୍ରାୟ ୨୦ ପ୍ରତିଶତ ରହିଛି। ସେଥିରୁ ୧୫ ପ୍ରତିଶତଙ୍କ ସାମାନ୍ୟ ଲକ୍ଷଣ ଓ ୫ ପ୍ରତିଶତଙ୍କ ଅଧିକ ଲକ୍ଷଣ ଦେଖାଯାଉଛି। ୫ ପ୍ରତିଶତ ଅଧିକ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ୩ ପ୍ରତିଶତ ଅକ୍ସିଜେନ୍‌ ସାହାଯ୍ୟରେ ଠିକ୍‌ ହେଉଛନ୍ତି। ୨ ପ୍ରତିଶତଙ୍କୁ ଆଇସିୟୁ ଦରକାର ପଡୁଛି। ଏମାନଙ୍କ ମଧ୍ୟରୁ ବହୁ କମ୍‌ ପିଲାଙ୍କ କ୍ଷେତ୍ରରେ ଏମ୍‌ଆଇ ସିଣ୍ଡ୍ରୋମ୍‌ ଦେଖିବାକୁ ମିଳୁଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବେବ୍‌ସାଇଟ୍‌ରେ ଶ୍ରୀମନ୍ଦିରର ଭୁଲ୍‌ ଚିତ୍ର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ, ସଚିବଙ୍କ ବିରୋଧରେ ଏତଲା

ପୁରୀ ଅଫିସ,୯ା୧୨: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ୱେବ୍‌ସାଇଟ୍‌ରେ ଶ୍ରୀମନ୍ଦିର ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରଦାନ କରାଯାଇଛି। ଶ୍ରୀମନ୍ଦିରକୁ ଏଥିରେ ଭୁଲ୍‌ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଛି।...

ଓଡ଼ିଆ ଭାଷାକୁ ସମୃଦ୍ଧ କରିବାରେ ସାହିତ୍ୟ ଏକାଡେମୀ ଦିଗ୍‌ଦର୍ଶକ

ଭୁବନେଶ୍ୱର,୨।୪(ବ୍ୟୁରୋ): ଓଡ଼ିଆ ଭାଷାକୁ କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ବର୍ତ୍ତମାନ ତା’ର ପ୍ରୟାସକୁ ତୀବ୍ରତର କରିଛି। ଏହାକୁ ସମୃଦ୍ଧ କରିବାରେ ରାଜ୍ୟ...

କେବିଏନ୍‌ ଗ୍ୟାଙ୍ଗ୍‌ ମୁଖ୍ୟ ବୁବୁ ଜେନା ଗିରଫ

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ରାଜଧାନୀରେ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିବା ସହ ଏହାର ଭିଡିଓ ଭାରଇରାଲ କରି ଚର୍ଚ୍ଚାକୁ ଆସିଥିବା କେବିଏନ୍‌ (କୋଇ ଭି ନହିଁ) ଗ୍ୟାଙ୍ଗର...

କୋଣାର୍କ ହେବ ଶୂନ ନିର୍ଗମନ ସହର

ଭୁବନେଶ୍ୱର,୨।୮(ବ୍ୟୁରୋ): କୋଣାର୍କ ହେବ ଦେଶର ପ୍ରଥମ ‘ଶୂନ ନିର୍ଗମନ ସହର’। ଅର୍ଥାତ୍‌ ସହରର ଶକ୍ତି ଚାହିଦା କେବଳ ଅକ୍ଷୟ ଶକ୍ତି ଉତ୍ସ ଦ୍ୱାରା ପୂରଣ ହେବ।...

ଛାତ୍ରୀଙ୍କୁ ଅସଦାଚରଣ ମାମଲା: ବଦଳିଲେ ସହକାରୀ ପରିଚାଳିକା, ମାଟ୍ରନ

କେନ୍ଦୁଝର,୨୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ୍‌ ବଣାପଳାସପାଳ ବାଳିକା ଉଚ୍ଚ ବିଦ୍ୟାଳୟରେ ଦୁଇ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ ଘଟଣାରେ ସହକାରୀ ପରିଚାଳିକାଙ୍କୁ ବଦଳି...

ମଦ ପିଇ ୧୧ ମହଲା ଝରକାରୁ ଖସିପଡ଼ି ଯୁବକ ମୃତ

ଭୁବନେଶ୍ୱର: ୨୪।୬(ବ୍ୟୁରୋ): ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ସୋମବାର ସକାଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣଙ୍କ ମଦ ପିଇ ୧୧ ମହଲାରୁ ଖସିପଡ଼ିବାରୁ ତାଙ୍କର...

ପରମ୍ପରା ଉପରେ କରୋନା ଅଙ୍କୁଶ

ସର୍ବଧର୍ମ ସମନ୍ବୟର ପ୍ରତୀକ ବରାହ-ବିରଜା କ୍ଷେତ୍ରର ସଂସ୍କୃତି, ପରମ୍ପରା ଓ ଐତିହାସିକ ପୀଠଗୁଡ଼ିକର ଅନେକ ପ୍ରସିଦ୍ଧ କାର୍ଯ୍ୟକ୍ରମ ଉପରେ କରୋନା ଅଙ୍କୁଶ ଲାଗିଛି। ଫଳରେ ଚଳିତ...

ବଜାର ବୁଲି ସଚେତନ କଲେ ପୋଲିସ କମିଶନର

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଭୁବନେଶ୍ୱରରେ କିଛିଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ଏବେ ବି ଜଟିଳ ସ୍ଥିତି ଜାରି ରହିଛି। ଅମାନିଆଙ୍କ ପାଇଁ ସଂକ୍ରମଣ ବଢ଼ୁଥିବାବେଳେ...

Advertisement
Archives

Model This Week