Posted inଜାତୀୟ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବଡ ନିଷ୍ପତ୍ତି: ଆସାମ ରାଇଫଲ୍ସରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ

ନୂଆଦିଲ୍ଲୀ,୧୮ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନାକୁ ନେଇ ବିହାରରେ ସବୁଠାରୁ ଅଧିକ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ସାରା ଦେଶରେ ଏହି ଯୋଜନାକୁ ବିରୋଧ କରାଯାଉଛି । ଶନିବାର କିଛି ସ୍ଥାନରେ ବିରୋଧ ପ୍ରଦର୍ଶନ ଉଗ୍ର ରୂପ ନେଇଥିବା ବେଳେ ଇତିମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଗ୍ନିପଥ ଯୋଜନାକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ପ୍ରାପ୍ତ ସବିଶେଷ ସୂଚନା ଅନୁଯାୟୀ, ସିଏପିଏଫ୍ ଓ ଆସାମ ରାଇଫଲ୍ସରେ ଅଗ୍ନିପଥ ଯୋଜନାରେ ୪ ବର୍ଷ ପୂରଣ କରିଥିବା ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ । ଆହୁରି ମଧ୍ୟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସିଏପିଏଫ୍ ଏବଂ ଆସାମ ରାଇଫଲ୍ସରେ ନିଯୁକ୍ତି ପାଇଁ ଦିଆଯାଇଥିବା ବୟସ ସୀମାରେ ୩ ବର୍ଷ କୋହଳ କରାଯିବ । ଏହାସହ ଅଗ୍ନିପଥ ଯୋଜନାର ପ୍ରଥମ ବର୍ଷ ପାଇଁ ଏହା ୫ ବର୍ଷ କୋହଳ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

‘ମୋଦିଙ୍କ ସହ ଆଖି ମିଶାଇବାର ସାହସ ମମତାଙ୍କର ନାହିଁ’

ନୂଆଦିଲ୍ଲୀ, ୩୦।୫: ନରେନ୍ଦ୍ର ମୋଦି ଗୁରୁବାର ପୁଣି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ମୋଦିଙ୍କ ଶପଥଗ୍ରହଣ ସମାରୋହରେ ଦେଶ ବିଦେଶର ଅନେକ ନେତା, ଶିଳ୍ପପତି...

ଫେରିଲା ହିନ୍ଦୁତ୍ୱ ବିବାଦ

ନୂଆଦିଲ୍ଲୀ/ଓ୍ବାର୍ଦ୍ଧା/ସମ୍ଭଲ,୧୩।୧୧: ଅଯୋଧ୍ୟା ଉପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦଙ୍କ ପୁସ୍ତକକୁ ନେଇ ଅଡ଼ୁଆରେ ପଡ଼ିଥିବା କଂଗ୍ରେସ ଏବେ ସଫେଇ ଦେବାରେ ଲାଗିଛି। ୬୮ ବର୍ଷୀୟ ଖୁର୍ସିଦ...

ସୀମାନ୍ତ ସ୍ଥିତି ସମୀକ୍ଷା କଲେ ରାଜନାଥ

ନୂଆଦିଲ୍ଲୀ,୧୫ା୬(ପି.ଟି.): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ସେନାବାହିନୀର ଶୀର୍ଷ ପଦାଧିକାରୀମାନଙ୍କ ବୈଠକରେ ପାକିସ୍ତାନ ଓ ଚାଇନା ସୀମାନ୍ତର ସ୍ଥିତି ସମୀକ୍ଷା କରିଛନ୍ତି। ବୈଠକରେ ସ୍ଥଳସେନା...

କେଜ୍‌ରିଓ୍ବାଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୬।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଆଜି ୫୩ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଦେଶର ଅନେକ ସେଲିବ୍ରିଟି କେଜ୍‌ରିୱାଲଙ୍କୁ ତାଙ୍କ ଜନ୍ମଦିନ...

ପଞ୍ଜାବରେ ମୋଦିଙ୍କ ପ୍ରଥମ ରାଲି, କହିଲେ ଏହି ମାଟି ସହ ମୋର ରହିଛି ପୁରୁଣା ସମ୍ପର୍କ

ଚଣ୍ଡିଗଡ,୧୪ ।୨: ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପ୍ରଥମ କରି ସେଠାରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି । ଜଳନ୍ଧରରେ...

ଶପଥ ନେଲେ ସୁପ୍ରିମକୋର୍ଟର ୨ ବିଚାରପତି

ନୂଆଦିଲ୍ଲୀ,୯।୫: ସୁପ୍ରିମକୋର୍ଟର ନବନିଯୁକ୍ତି ୨ ବିଚାରପତି ଜଷ୍ଟିସ ସୁଧାଂଶୁ ଧୁଲିଆ ଏବଂ ଜାମସେଦ ବି ପର୍ଡିଓ୍ବାଲା ସୋମବାର ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କୁ ମିଶାଇ ସର୍ବୋଚ୍ଚ...

୫ ଉପ ମୁଖ୍ୟମନ୍ତ୍ରୀଙ୍କୁ ନେଇ ରେକର୍ଡ କରିବେ ଜଗନ ମୋହନ

ଅମରାବତୀ,୭।୬: ଆନ୍ଧ୍ର୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏବେ ୫ ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ ରେକର୍ଡ କରିବାକୁ ଯାଉଛନ୍ତି ଜଗନ ମୋହନ ରେଡ୍ଡି।...

ଏମ୍‌ସିଡି ଉପନିର୍ବାଚନ ଫଳାଫଳ: ଝାଡୁ ପାହାରରେ ହାତ-ପଦ୍ମ ଘାଇଲା

ନୂଆଦିଲ୍ଲୀ,୩।୩: ଦିଲ୍ଲୀ ନଗର ନିଗମ ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ମୋଟ ୫ଟି ଆସନ ମଧ୍ୟରୁ ଆମ୍‌ ଆଦ୍‌ମୀ ପାର୍ଟି ୪ରେ ବିଜୟୀ ହୋଇଥିବାବେଳେ କଂଗ୍ରେସକୁ...

Advertisement
Archives

Model This Week