କ୍ଷେତପୋଖରୀ ଦୁର୍ନୀତିକୁ ନେଇ ସରପଞ୍ଚ-ସମିତିସଭ୍ୟ ମୁହାଁମୁହିଁ: ହଟ୍ଟଗୋଳ ଯୋଗୁ ଉଠି ଚାଲିଗଲେ…

ଦିଗପହଣ୍ଡି,୩୦|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଗୁରୁବାର ଦିଗପହଣ୍ଡି ବ୍ଲକସ୍ତରୀୟ ଏମଜିଏନଆରଇଜିଏ ଯୋଜନାର ସାମାଜିକ ସମୀକ୍ଷା ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ଜନଶୁଣାଣି ସମୟରେ ବଡ଼ଡୁମ୍ବୁଳା ପଞ୍ଚାୟତର କ୍ଷେତପୋଖରୀ ନିର୍ମାଣରେ ହୋଇଥିବା ବ୍ୟାପକ ଅନିୟମିତତାକୁ ନେଇ ସରପଞ୍ଚ ଓ ସମିତିସଭ୍ୟ ମୁହାଁମୁହିଁ ହେବା ସହ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପରିସ୍ଥିତି ଅସମ୍ଭାଳ ହେବାରୁ ଉପଜିଲାପାଳ ସଭାସ୍ଥଳରୁ ଉଠି ଚାଲିଯାଇଥିବା ଦେଖିବାକୁ ମିଳିଛି।

ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଡ଼ିଓ ଅନାମିକା ପାଣ୍ଡେ, ଜିଲା ସାମାଜିକ ସମୀକ୍ଷକ ରବୀନ୍ଦ୍ର ମଲାଣ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇ. ଅଶୋକ କୁମାର ଶତପଥୀ ଏବଂ ଫରେଷ୍ଟର ସନ୍ତୋଷ ବିଷୋୟୀ ପ୍ରମୁଖ ମଞ୍ଚାସୀନ ଥିଲେ। ବ୍ଲକ ପ୍ରଗତି ସହାୟକ ସନ୍ତୋଷ ସାହୁ ସ୍ୱାଗତ ଅଭିଭାଷଣ ଦେବା ସହ ବ୍ଲକର ୨୫ଟି ପଞ୍ଚାୟତରେ ଗତ ୨୦୨୫ ଅକ୍ଟୋବର ୧ ଠାରୁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ହୋଇଥିବା ବିଭିନ୍ନ ପ୍ରକଳ୍ପର ବିବରଣୀ ପାଠ କରିଥିଲେ।

ସମୀକ୍ଷା ସମୟରେ ବ୍ଲକ ସାମାଜିକ ସମୀକ୍ଷକ ଶଙ୍କର ମିଶ୍ର ଅଡିଟ୍ ରିପୋର୍ଟ ଉପସ୍ଥାପନ କରି କହିଥିଲେ ଯେ, ବଡ଼ଡୁମ୍ବୁଳା ଗ୍ରାମର ସନ୍ତୋଷିନୀ ଜାନୀଙ୍କ ନାମରେ ଥିବା କ୍ଷେତପୋଖରୀ ଖନନ ପାଇଁ ୨ ଲକ୍ଷ ୧୪ ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା। ମାତ୍ର ବାସ୍ତବରେ କୌଣସି ପୋଖରୀ ଖନନ ନକରି କେବଳ ୩୩୧ ଶ୍ରମ ଦିବସ ସୃଷ୍ଟି ଦର୍ଶାଇ ୪୯ ହଜାର ୪୯ ଟଙ୍କା ଆତ୍ମସାତ୍ କରାଯାଇଛି। ଆଶ୍ଚର୍ଯ୍ୟର କଥା ହେଲା, କୌଣସି କାମ ନ ହୋଇଥିଲେ ମଧ୍ୟ ଚଳିତବର୍ଷ ପୁଣି ଥରେ ଉକ୍ତ ପ୍ରକଳ୍ପ ପାଇଁ ଅନୁଦାନ ମଞ୍ଜୁର କରାଯାଇଛି।

ଏହି ରିପୋର୍ଟ ଉପରେ ବଡ଼ଡୁମ୍ବୁଳା ସମିତିସଭ୍ୟ ରମେଶ ଚନ୍ଦ୍ର ପାଢ଼ୀ ପୋଖରୀ ନିର୍ମାଣରେ କୌଣସି ଅନିୟମିତତା ହୋଇନଥିବା ଦାବି କରିଥିଲେ। ମାତ୍ର ସରପଞ୍ଚ ଗୀତାଞ୍ଜଳି ଜାନୀ ଏହାର ତୀବ୍ର ପ୍ରତିବାଦ କରି କହିଥିଲେ ଯେ, ତାଙ୍କର ଅଜ୍ଞାତରେ ଏହି ଦୁର୍ନୀତି ହୋଇଛି ଏବଂ ସେ ଏହାର ତଦନ୍ତ ଦାବି କରୁଛନ୍ତି।

ଅନ୍ୟପକ୍ଷରେ ଜିଲା ପରିଷଦ ସଦସ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ସରପଞ୍ଚଙ୍କ ଅଭିଯୋଗକୁ ମିଥ୍ୟା ଓ ନିରାଧାର କହିବା ସହ ସାମାଜିକ ସମୀକ୍ଷକ କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ପ୍ରରୋଚନାରେ ଭୁଲ୍ ରିପୋର୍ଟ ଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ। ଜିଲା ପରିଷଦ ସଦସ୍ୟ କାହିଁକି ଏଥିରେ ମୁଣ୍ଡ ଖେଳାଉଛନ୍ତି ବୋଲି ପ୍ରଶ୍ନ କରି ସରପଞ୍ଚ ପାଟିତୁଣ୍ଡ କରିବାରୁ ସଭାରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ଉପଜିଲାପାଳ ନିଜ ଆସନରୁ ଉଠି ପଳାଇଥିଲେ।

ଏହାଛଡ଼ା ଜନଶୁଣାଣି ସମ୍ପର୍କରେ ପୂର୍ବରୁ ପଞ୍ଚାୟତଗୁଡ଼ିକରେ କୌଣସି ପ୍ରଚାର ପ୍ରସାର କରାଯାଇନଥିବା ଅଭିଯୋଗ କରି ବ୍ରହ୍ମପୁର ଏମପିଙ୍କ ବ୍ଲକ ପ୍ରତିନିଧି କେ. ହରିବନ୍ଧୁ ରେଡ୍ଡୀ ଏବଂ ସରପଞ୍ଚ ଫଣୀନ୍ଦ୍ର ଚନ୍ଦ୍ର ଗୋସ୍ୱାମୀଙ୍କ ସମେତ ମାତ୍ର ୩ ଜଣ ସରପଞ୍ଚ ଏହି ବୈଠକରେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସିଂହବାହିନୀଙ୍କ ଆଗମନୀ ପାଇଁ ସିମଟିଲା ସିମନବାଡ଼ି, ଜୋରଦାର ପ୍ରସ୍ତୁତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୧ ନଂ ୱାର୍ଡ଼ ପୁଞ୍ଜିକଂୟା ଛକ ସ୍ଥିତ ମା ‘ ସିଂହବାହିନୀ ଦୂର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ…

ସମ୍ବଲପୁରରେ ପାଳିତ ହେଲା ନୂଆଁଖାଇ; ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୧୫।୯(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

ଭାରସାମ୍ୟ ହରାଇ ବାଇକ ସହ ଗଛରେ ପିଟିହେଲେ ଯୁବକ, ତାପରେ…..

ଉଦଳା,୧୫।୯(ସନ୍ତୋଷ ବାଛିନୀ): ଭୟଙ୍କର ଦୁର୍ଘଟଣା। ଦୃତଗତିରେ ବାଇକ ଚଲାଇ ଆସୁଥିବା ବେଳେ ଏକ ଗଛରେ ପିଟି ହୋଇ ତଳେ ପଡିଯାଇଥିଲେ ଯୁବକ । ଦୁର୍ଘଟଣା ଏତେ ଭୟଙ୍କର…

ଦଧିବାମନ ମନ୍ଦିରରେ ଲାଗି ହେଲା ନବାନ୍ନ, ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି…

ଭବାନୀପାଟଣା,୧୫।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ସହରର ସର୍ବ ପୁରାତନ ଦଧିବାମନ ଜୀଉଙ୍କ ମନ୍ଦିରରେ ନବାନ୍ନ ଲାଗି ହୋଇଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନ…

ପାଣିରେ ପାଦ ଦେଉ ଦେଉ ମହିଳାଙ୍କୁ ଟାଣିନେଲା ବଉଳା କୁମ୍ଭୀର, ଏକ କିଲୋମିଟର ଦୂରରେ ଘଟିଲା…..

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡା ଜିଲାର ନଦୀରେ ମାଳ ମାଳ କୁମ୍ଭୀରମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥି ପାଇଁ ବନ ବିଭାଗ ଅଧିକାରୀଙ୍କ…

ବିଏସଏଫ ଯବାନ ତୁଷାର ବାଗଙ୍କୁ ଥୁଆମୂଳ ରାମପୁରରେ ଭବ୍ୟ ସମ୍ବର୍ଦ୍ଧନା

ଥୁଆମୂଳ ରାମପୁର,୧୫।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଜଣେ ଶ୍ରମିକ ଦିନ ମଜୁରିଆଙ୍କ ପୁଅ ତୁଷାର ବାଗ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ରେ…

ସୁନାମି ଆସିବା ୪୫ ମିନିଟ୍‌ ପୂର୍ବରୁ ମିଳିବ ସତର୍କ ସୂଚନା, ମହାକାଳପଡ଼ାର ୧୮ ଗାଁରେ ଆଲର୍ଟ ଟାୱାର

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ୧୮ ଗାଁରେ ସ୍ଥାପନ ହୋଇଛି ସୁନାମି ଆଲର୍ଟ ଟାୱାର । ବ୍ଲକର ତନ୍ତିଆପାଳ, ଶାସନ,…

ଗୁଣ୍ଡିରିବାଡିରେ ହାତୀ ଆତଙ୍କ; ଗୋଦାମ ଭାଙ୍ଗି ଚାଉଳ ଖାଇଲା; ଭୟରେ ଗ୍ରାମବାସୀ

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଗୁଣ୍ଡିରିବାଡି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଟିଏ ହାତୀ ପଶି ଆତଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?