Posted inଖେଳ

ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ : ଓଡ଼ିଶା ରେଡ୍‌ ଚାମ୍ପିୟନ

ଭୁବନେଶ୍ୱର, ୨।୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କିଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ରେଡ୍‌ ଚାମ୍ପିୟନ ହୋଇଛି। ସୋମବାର ଅନୁଷ୍ଠିତ ଫାଇନାଲରେ ରେଡ୍‌ ୪ ଉଇକେଟରେ ଓଡ଼ିଶା ଭାଓଲେଟ୍‌କୁ ପରାସ୍ତ କରିଛି। ଭାଓଲେଟ ପକ୍ଷରୁ ଧାର୍ଯ୍ୟ ୧୨୫ ରନ୍‌ର ବିଜୟ ଲକ୍ଷ୍ୟକୁ ରେଡ୍‌ ୧୯.୫ ଓଭରରେ ୪ ଉଇକେଟ ହରାଇ ହାସଲ କରି ନେଇଥିଲା। ରେଡ୍‌ ଅଧିନାୟିକା ମାଧୁରୀ ମେହେଟା ଓମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଛନ୍ତି।
ଟପ୍‌ ଅର୍ଡର ଚମତ୍କାର ଫର୍ମରେ ଥିବାରୁ ରେଡ୍‌ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଭାଓଲେଟ୍‌ ୨ ଓଭର ମଧ୍ୟରେ ମାତ୍ର ୫ ରନରେ ୨ଟି ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ରଶ୍ମିତା ଚିନ୍ନାରା ଓ ଅଭିଜ୍ଞ ସୁଶ୍ରୀ ଦିବ୍ୟଦର୍ଶିନୀ ସତର୍କତାର ସହ ବ୍ୟାଟିଂ କରି ଇନିଂସ ସମ୍ଭାଳି ନେଇଥିଲେ। ତୃତୀୟ ଉଇକେଟରେ ୬୮ ରନ ଯୋଗ ହେବାପରେ ସୁଶ୍ରୀ ବ୍ୟକ୍ତିଗତ ୨୯(୩୨ ବଲ, ୩ ଚୌକା) ରନ କରି ଷ୍ଟମ୍ପିଂ ହୋଇ ଯାଇଥିଲେ। ଶେଷ ଭାଗରେ ସ୍ବିଟ ବେଉରା ୧୮ ବଲ୍‌ରୁ ୨୩ (୩ ଚୌକା) ରନ କରିଥିଲେ। ଓପନର ରଶ୍ମିତା ୫୮ ବଲ୍‌ରୁ ୫୦(୬ ଚୌକା) ରନ୍‌ରେ ଅପରାଜିତ ରହିବାରୁ ଦଳ ୨୦ ଓଭରରେ ୫ ଉଇକେଟ ହରାଇ ୧୨୪ ରନ୍‌ର ସମ୍ମାନଜନକ ସ୍କୋର କରିଥିଲା। ବିପକ୍ଷ ଦଳର ତନ୍ମୟୀ ବେହେରା, ଏସ.ବି. ଲରେନ୍ସ ଓ ରାଜଶ୍ରୀ ସ୍ବାଇଁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଫାଇନାଲର ଚାପ ସତ୍ତ୍ୱେ ଅଧିନାୟିକା ମାଧୁରୀ ପୁଣି ଖେଳିଥିଲେ ମ୍ୟାଚ ବିଜୟୀ ଇନିଂସ। ସେ ୪୦ ବଲ୍‌ରୁ ୭ ଚୌକା ସହାୟତାରେ ସର୍ବାଧିକ ୫୪ ରନ କରି ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ତୁଲାଇଥିଲେ। ତନ୍ମୟୀ ୨୧ ରନ କରିଥିବାବେଳେ ସୁନୀତା ମୁର୍ମୁ ୪ ବଲ୍‌ରୁ ୯ ଏବଂ ରାଜଶ୍ରୀ ୧୧ ବଲ୍‌ରୁ ୧୬ ରନ କରି ଦଳକୁ ରୋମାଞ୍ଚକ ବିଜୟ ଦେଇଥିଲେ। ଆଉ ମାତ୍ର ଗୋଟିଏ ବଲ୍‌ ବାକିଥିବାବେଳେ ରେଡ୍‌ ୪ ଉଇକେଟ ହରାଇ ୧୨୬ ରନ ସଂଗ୍ରହ କରି ନେଇଥିଲା। ଭାଓଲେଟ୍‌ର ଦିବ୍ୟଦର୍ଶିନୀ ଓ କୁନି ବଦରା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ପର୍ପଲକୁ ତୃତୀୟ ସ୍ଥାନ
ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ପ୍ଲେ-ଅଫ୍‌ରେ ପର୍ପଲ ୨୬ ରନରେ ଗ୍ରୀନ୍‌କୁ ହରାଇ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପର୍ପଲ ଅଧିନାୟିକା ମଧୁସ୍ମିତା ବେହେରାଙ୍କ ୪୪ (୫୧ ବଲ, ୭ ଚୌକା) ଓ ଶୁଭ୍ରା ସ୍ବାଇଁଙ୍କ ୨୧ ରନ ସହାୟତାରେ ୨୦ ଓଭରରେ ୪ ଉଇକେଟ ହରାଇ ୧୧୩ ରନ କରିଥିଲା। ଗ୍ରୀନ୍‌ର ରାନୀ ପ୍ରସାଦ, ରୋଶନାରା ପରବିନ ଓ ସୁଶ୍ରୀ ସିଂ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୧୧୪ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଗ୍ରୀନ୍‌ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇବା ଯୋଗୁ ୨୦ ଓଭରରେ ୭ ଉଇକେଟ ହରାଇ ୮୭ ରନ କରି ପାରିଥିଲା। ଅଲିପ୍ସା ବିଶ୍ୱାଳ ସର୍ବାଧିକ ୨୫ ରନ କରିଥିଲେ। ବିପକ୍ଷ ବୋଲରମାନେ ଅତିରିକ୍ତ ଭାବେ ଦ୍ୱିତୀୟ ସର୍ବାଧିକ ୧୯ ରନ ବ୍ୟୟ କରିଥିଲେ। ମଧୁସ୍ମିତା ୪ ଓଭରରେ ୧୫ ରନ ଦେଇ ୩ଟି ଉଇକେଟ ନେଇଥିବାବେଳେ ଶୁଭ୍ରା ସ୍ବାଇଁ, ଡି. ଜାନକୀ ରେଡ୍ଡୀ, ପୂଜା ଦାସ ଓ ଜି.ଏମ. ଅଳକାନନ୍ଦା ଗୋଟିଏ ଲେଖାଏ ଉଇକେଟ ପାଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ମଧୁସ୍ମିତା ଓମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ।
ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ମୁଖ୍ୟ ଅତିଥି ଏବଂ ସମ୍ପାଦକ ସଞ୍ଜୟ ବେହେରା, ଯୁଗ୍ମ ସମ୍ପାଦକ ମେହେତାବ ଖାଁ ଏବଂ ସଦସ୍ୟ ଦୁଲାଲ ଚନ୍ଦ୍ର ପ୍ରଧାନ, କିଶୋର କୁମାର ବିଶ୍ୱାଳ ଓ ଗଗନେନ୍ଦୁ ଦାଶ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଟୁର୍ନାମେଣ୍ଟର ୯ଟି ଇନିଂସରେ ୬୫.୬୦ ଆଭରେଜରେ ୩୨୮ ରନ କରିଥିବା ମାଧୁରୀ ମେହେଟା ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ। କଳ୍ପନା ନାୟକଙ୍କୁ ଇମର୍ଜିଂ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେଉଁଠୁ ଆସିଲା ରହସ୍ୟମୟ ‘କଳା ହୀରା’? ଗବେଷଣାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ୍ୟ

କାସୁଗା (ଜାପାନ),୨୯।୯: ବ୍ରାଜିଲ ଓ ମଧ୍ୟ ଆଫ୍ରିକାରେ ମିଳୁଥିବା ଏକ କଳା ରଙ୍ଗର ପଥରକୁ ଦେଖିଲେ ପ୍ରଥମ ନଜରରେ ଏହା ଏକ ସାଧାରଣ କାଚ ପରି ଚକଚକ…

‘ଭାଜପା ରାମଙ୍କୁ ଚୋରି କରିଛି’, ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୨୯।୯: ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଚର୍ଚ୍ଚା ତେଜ ହୋଇଛି । ଦିଲ୍ଲୀରେ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

ସୃଷ୍ଟି ହେବ ବଡ଼ ଯୋଗ! ୪ଟି ରାଶିଙ୍କ ଉପରେ ବର୍ଷିିବ ଧନ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨ ଅକ୍ଟୋବର ୨୦୨୬, ଶୁକ୍ରବାର ଦିନ ବୁଧ ଓ ମଙ୍ଗଳ ଗ୍ରହ ୯୦ ଡିଗ୍ରୀ କୋଣରେ ରହିବେ। ଏହା ଫଳରେ ‘କେନ୍ଦ୍ର…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

ବଙ୍ଗ ରାଜନୀତିରେ ହଇଚଇ; ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା, ୧୦୦ରୁ ଅଧିକ….

କୋଲକାତା,୨୯।୯: ପଶ୍ଚିମବଙ୍ଗରେ ଆଗାମୀ ଉପନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (TMC)ରେ ଦଳୀୟ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଲଦା ଜିଲାର ମହିଷ ବାଥାନୀ ଅଞ୍ଚଳର…

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?