Posted inଖେଳ

ଏମ୍‌ଜିଏମ୍‌ ଓସିଏଲ୍‌ ଟି୨୦ ଲିଗ୍‌: ୬ ଦଳ ଅଂଶଗ୍ରହଣ କରିବେ, ଜାନୁୟାରୀ ୧୩ରେ ଫାଇନାଲ

ଭୁବନେଶ୍ୱର,୨୭।୧୨(ସ୍ପୋର୍ଟ୍ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି ଏକ ଟି୨୦ ଲିଗ୍‌। ଏହାର ନାମ ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏଲ୍‌) ଟି୨୦ । ଭାରତର ଅନ୍ୟତମ ସ୍ପୋଟର୍‌ସ ମ୍ୟାନେଜମେଣ୍ଟ କମ୍ପାନୀ ଟିସିଏମ୍‌ ଓ ଓସିଏ ମିଳିତ ଭାବେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବେ। ଟିସିଏମ୍‌ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସହିତ ଜଡିତ ରହିଆସିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌), ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଓ ଖେଲୋ ଇଣ୍ଡିଆ ଭଲି ଇଭେଣ୍ଟ ଆୟୋଜନରେ ଟିସିଏମ୍‌ ସାମିଲ ରହିଆସିଛି।
ଏମ୍‌ଜିଏମ୍‌ ଏହି ଟୁର୍ନାମେଣ୍ଟର ଟାଇଟଲ ପ୍ରାୟୋଜକ ରହିଛି। ରାଜ୍ୟସରକାରଙ୍କ ଅନୁମତି କ୍ରମେ ଏହି ଇଭେଣ୍ଟ ଆୟୋଜନ ହେବ। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ବାୟୋ ବବଲ ଅର୍ଥାତ୍‌ ଜୈବ ସୁରକ୍ଷିତ ପରିବେଶ ଗଠନ କରାଯାଇଛି। ସବୁ ଖେଳାଳି, ଅଫିସିଆଲମାନେ ଆର୍‌ଟି- ପିସିଆର୍‌ ଟେଷ୍ଟର ସମ୍ମୁଖୀନ ହେବେ। ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିବ କେବଳ ସେମାନେ ହିଁ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ହାସଲ କରିବେ।
କିଛିଦିନ ତଳେ ଓସିଏ ଏକ ସିନିୟର ପୁରୁଷ ଆନ୍ତଃ ଜିଲା ଟି୨୦ ଲିଗ୍‌ ଆୟୋଜନ କରିଥିଲା। ଏଥିରେ ଓସିଏର ଅନୁବନ୍ଧିତ ୩୭ଟି ୟୁନିଟ୍‌ ଅଂଶଗ୍ରହଣ କରିଥିଲେ। ଏହି ଇଭେଣ୍ଟରୁ ଓସିଏର ସିନିୟର ଚୟନ କମିଟି ୯୩ଜଣ ଶ୍ରେଷ୍ଠ ଖେଳାଳିଙ୍କୁ ଚୟନ କରିଥିଲା। ଏହି ଖେଳାଳିମାନେ ଏମ୍‌ଜିଏମ୍‌ ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌ରେ ଅଂଶଗ୍ରହଣ କରିବେ। ଖେଳାଳିମାନଙ୍କୁ ୬ଟି ଦଳରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଦଳ ପାଇଁ ୨ ଜଣ ସପୋର୍ଟ ଷ୍ଟାଫ୍‌, ଜଣେ କୋଚ୍‌ ଓ ଜଣେ ମ୍ୟାନେଜର ଦାୟିତ୍ୱରେ ରହିବେ।
ଡବଲ୍‌ ଲେଗ୍‌ ପର୍ଯ୍ୟାୟରେ ସବୁ ଦଳ ମ୍ୟାଚ ଖେଳିବେ। ବିନା ଦର୍ଶକରେ ବାରବାଟୀ ଷ୍ଟାଡିୟମରେ ଟୁର୍ନାମେଣ୍ଟର ସେମିଫାଇନାଲ ଓ ଫାଇନାଲ ସମେତ ୩୩ଟି ମ୍ୟାଚ ଖେଳାଯିବ। ଲିଗ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦିନ ୨ଟି ଲେଖାଏ ମ୍ୟାଚ ଖେଳାଯିବ। ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲରେ ପ୍ରବେଶ କରିବେ। ଶୀର୍ଷ ସ୍ଥାନରେ ଥିବା ଦଳ ତୃତୀୟ ସ୍ଥାନରେ ଥିବା ଦଳ ସହ ପ୍ରଥମ ସେମିଫାଇନାଲରେ ମୁକାବିଲା କରିବ। ସେହିପରି ଦ୍ୱିତୀୟ ସେମିଫାଇନାଲରେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳ ପରସ୍ପରକୁ ଭେଟିବେ। ଦୁଇ ସେମିଫାଇନାଲର ବିଜେତା ଫାଇନାଲ ମୁକାବିଲରେ ଅବତୀର୍ଣ୍ଣ ହେବେ। ଫାଇନାଲ ମ୍ୟାଚ ଜାନୁୟାରୀ ୧୩ରେ ଖେଳାଯିବ। ଏହି ସମ୍ମାନଜନକ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ୧୧ ଜଣ ଅମ୍ପାୟର ଓ ୮ଜଣ ସ୍କୋରରଙ୍କୁ ନିଯୁକ୍ତି ଦିଆଯାଇଛି। ‘ଫ୍ୟାନ୍‌କୋଡ୍‌’ ଆପ୍‌ରେ ସବୁ ମ୍ୟାଚ୍‌ର ଲାଇଭ୍‌ ଷ୍ଟିମିଙ୍ଗ୍‌ ହେବ। ଏହି ଇଭେଣ୍ଟ ରାଜ୍ୟରେ କ୍ରିକେଟ ସଂସ୍କୃତିକୁ ଆହୁରି ଦୃଢ଼ କରିବ ବୋଲି ଆଶା କରାଯାଉଛି। ଶନିବାର ଏ ନେଇ ଆୟୋଜିତ ଖବରଦାତା ସମ୍ମିଳନୀରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଓ ସମ୍ପାଦକ ସଞ୍ଜୟ ବେହେରା ଟୁର୍ନାମେଣ୍ଟର ରୂପରେଖ ପ୍ରଦାନ କରିଥିଲେ।
ଦଳ:
ଓଡ଼ିଶା ଲାୟନ୍ସ, ଓଡ଼ିଶା ଟାଇଗର୍ସ, ଓଡ଼ିଶା ଚିତାସ, ଓଡ଼ିଶା ଜାଗୁଆର୍ସ, ଓଡ଼ିଶା ପାନ୍ଥର୍ସ, ଓଡ଼ିଶା ପୁମାସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ରେ କଏନ ବଦଳେ ପଡିଲା ବ୍ୟାଟ, ଦେଖନ୍ତୁ ଭିଡିଓ

କାନବେରା,୭।୧୨: ଡିସେମ୍ବର ୭ ଗୁରୁବାରଠାରୁ ବିଗ ବ୍ୟାସ ଲିଗର ନୂଆ ସିଜନ ଆରମ୍ଭ ହୋଇଥିଲା। ଅଷ୍ଟ୍ରେଲିଆର ଟି -୨୦ ଫ୍ରାଞ୍ଚାଇଜ ଲିଗ ମେଲବୋର୍ଣ୍ଣ ଷ୍ଟାର୍ସ ଏବଂ...

‘ତୁମେ ଅହଂକାରୀ, କ୍ଲାସଲେସ ବ୍ୟକ୍ତି’, ଗମ୍ଭୀରଙ୍କ ପୋଷ୍ଟକୁ ନେଇ ରାଗିଲେ ଶ୍ରୀସନ୍ଥ

ନୂଆଦିଲ୍ଲୀ,୭।୧୨: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଓ ଶ୍ରୀସନ୍ଥଙ୍କ ବିବାଦ କମିବାର ନାଁ ନେଉନି। ବୁଧବାର ଲିଜେଣ୍ଡସ୍‌ ଲିଗ କ୍ରିକେଟ ମ୍ୟାଚ ସମୟରେ...

ଜୁନିୟର ପୁରୁଷ ହକି ବିଶ୍ୱକପ: ୪-୧ଗୋଲରେ ସ୍ପେନ୍‌ଠାରୁ ହାରିଲା ଭାରତ

କୁଆଲାଲାମ୍ପୁର,୭ା୧୨: ଏଫ୍‌ଆଇଏଚ୍‌ ପୁରୁଷ ଜୁନିୟର ହକି ବିଶ୍ୱକପରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧-୪ ଗୋଲରେ ସ୍ପେନ୍‌ଠାରୁ ପରାଜିତ ହୋଇଛି। ପ୍ରଥମ ମ୍ୟାଚ୍‌ରେ କୋରିଆକୁ ପରାସ୍ତ...

ଆଇସିସି ଟି୨୦ ବିଶ୍ୱକପ୍‌ ଲାଗି ଲୋଗୋ ଜାରି କଲା ଆଇସିସି

ନୂଆଦିଲ୍ଲୀ,୭।୧୨: ଆଇସିସି ପକ୍ଷରୁ ଆସନ୍ତା ବର୍ଷ ହେବାକୁ ଥିବା ପୁରୁଷ ଏବଂ ମହିଳା ଟି୨୦ ବିଶ୍ୱକପ୍‌ର ଲୋଗୋ ଜାରି କରାଯାଇଛି। ଏହି ଲୋଗୋରେ ବ୍ୟାଟ୍‌, ବଲ୍‌ର...

ସଚିନଙ୍କ ରେକର୍ଡ ଭାଙ୍ଗିପାରିବେନି କୋହଲି: କାରଣ ବୁଝାଇ କହିଲେ ବ୍ରାଏନ ଲାରା

ନୂଆଦିଲ୍ଲୀ,୭।୧୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଥରେ କହିଥିଲେ ବିରାଟ କୋହଲି କିମ୍ବା ରୋହିତ ଶର୍ମା ତାଙ୍କ ୧୦୦ ଶତକର ରେକର୍ଡ ଭାଙ୍ଗି ପାରିବେ। ସେତେବେଳେ ରୋହିତ...

ଦକ୍ଷିଣ ଆଫ୍ରିକାରେ ପହଞ୍ଚିବା ପରେ ମୁଣ୍ଡରେ ଟ୍ରଲି ବ୍ୟାଗ୍‌ ରଖି ଦୌଡିଲେ ଭାରତୀୟ ଖେଳାଳି: ଜାଣନ୍ତୁ କାହିଁକି

କେପ୍‌ଟାଉନ୍‌,୭।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ ଡିସେମ୍ବର ୧୦ରୁ ଆରମ୍ଭ ହେବ। ଏଥିପାଇଁ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଛି। ବିମାନବନ୍ଦରରେ...

ଚୌକା-ଛକା ବର୍ଷା କଲେ ଗମ୍ଭୀର

ନୂଆଦିଲ୍ଲୀ,୭।୧୨: କିମ୍ବଦନ୍ତୀ ଲିଗ କ୍ରିକେଟ ଟୁର୍ନାମେଣ୍ଟର ଏଲିମିଟର ମ୍ୟାଚରେ ଇଣ୍ଡିଆ କ୍ୟାପିଟାଲ ୧୨ ରନ୍‌ରେ ଗୁଜରାଟ ଜିଆଣ୍ଟସ ଦଳକୁ ପରାସ୍ତ କରିଛି॥ ପ୍ରଥମେ ବ୍ୟାଟିଂ କରିବାକୁ...

ବିରାଟ ଟି-୨୦ରୁ ନିଅନ୍ତୁ ସନ୍ୟାସ, ଚାହୁଁଛି ବିସିସିଆଇ, ଏହି କ୍ରିକେଟର ନେବେ ତାଙ୍କର ସ୍ଥାନ !…

କୋଲକାତା,୭।୧୨ : ଆଇସିସି ଟି -୨୦ ବିଶ୍ୱକପ ୨୦୨୪ ପୂର୍ବରୁ ବିରାଟ କୋହଲି ବିଶ୍ୱକପ ଦଳରୁ ଓହରିଯିବାର ଆଶଙ୍କା ରହିଛି। ବିସିସିଆଇର ଏଭଳି ନିଷ୍ପତ୍ତି ପ୍ରଶଂସକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri