Posted inଖେଳ

ଏମ୍‌ଜିଏମ୍‌ ଓସିଏଲ୍‌ ଟି୨୦ ଲିଗ୍‌: ୬ ଦଳ ଅଂଶଗ୍ରହଣ କରିବେ, ଜାନୁୟାରୀ ୧୩ରେ ଫାଇନାଲ

ଭୁବନେଶ୍ୱର,୨୭।୧୨(ସ୍ପୋର୍ଟ୍ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି ଏକ ଟି୨୦ ଲିଗ୍‌। ଏହାର ନାମ ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏଲ୍‌) ଟି୨୦ । ଭାରତର ଅନ୍ୟତମ ସ୍ପୋଟର୍‌ସ ମ୍ୟାନେଜମେଣ୍ଟ କମ୍ପାନୀ ଟିସିଏମ୍‌ ଓ ଓସିଏ ମିଳିତ ଭାବେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବେ। ଟିସିଏମ୍‌ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସହିତ ଜଡିତ ରହିଆସିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌), ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଓ ଖେଲୋ ଇଣ୍ଡିଆ ଭଲି ଇଭେଣ୍ଟ ଆୟୋଜନରେ ଟିସିଏମ୍‌ ସାମିଲ ରହିଆସିଛି।
ଏମ୍‌ଜିଏମ୍‌ ଏହି ଟୁର୍ନାମେଣ୍ଟର ଟାଇଟଲ ପ୍ରାୟୋଜକ ରହିଛି। ରାଜ୍ୟସରକାରଙ୍କ ଅନୁମତି କ୍ରମେ ଏହି ଇଭେଣ୍ଟ ଆୟୋଜନ ହେବ। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ବାୟୋ ବବଲ ଅର୍ଥାତ୍‌ ଜୈବ ସୁରକ୍ଷିତ ପରିବେଶ ଗଠନ କରାଯାଇଛି। ସବୁ ଖେଳାଳି, ଅଫିସିଆଲମାନେ ଆର୍‌ଟି- ପିସିଆର୍‌ ଟେଷ୍ଟର ସମ୍ମୁଖୀନ ହେବେ। ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିବ କେବଳ ସେମାନେ ହିଁ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ହାସଲ କରିବେ।
କିଛିଦିନ ତଳେ ଓସିଏ ଏକ ସିନିୟର ପୁରୁଷ ଆନ୍ତଃ ଜିଲା ଟି୨୦ ଲିଗ୍‌ ଆୟୋଜନ କରିଥିଲା। ଏଥିରେ ଓସିଏର ଅନୁବନ୍ଧିତ ୩୭ଟି ୟୁନିଟ୍‌ ଅଂଶଗ୍ରହଣ କରିଥିଲେ। ଏହି ଇଭେଣ୍ଟରୁ ଓସିଏର ସିନିୟର ଚୟନ କମିଟି ୯୩ଜଣ ଶ୍ରେଷ୍ଠ ଖେଳାଳିଙ୍କୁ ଚୟନ କରିଥିଲା। ଏହି ଖେଳାଳିମାନେ ଏମ୍‌ଜିଏମ୍‌ ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌ରେ ଅଂଶଗ୍ରହଣ କରିବେ। ଖେଳାଳିମାନଙ୍କୁ ୬ଟି ଦଳରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଦଳ ପାଇଁ ୨ ଜଣ ସପୋର୍ଟ ଷ୍ଟାଫ୍‌, ଜଣେ କୋଚ୍‌ ଓ ଜଣେ ମ୍ୟାନେଜର ଦାୟିତ୍ୱରେ ରହିବେ।
ଡବଲ୍‌ ଲେଗ୍‌ ପର୍ଯ୍ୟାୟରେ ସବୁ ଦଳ ମ୍ୟାଚ ଖେଳିବେ। ବିନା ଦର୍ଶକରେ ବାରବାଟୀ ଷ୍ଟାଡିୟମରେ ଟୁର୍ନାମେଣ୍ଟର ସେମିଫାଇନାଲ ଓ ଫାଇନାଲ ସମେତ ୩୩ଟି ମ୍ୟାଚ ଖେଳାଯିବ। ଲିଗ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦିନ ୨ଟି ଲେଖାଏ ମ୍ୟାଚ ଖେଳାଯିବ। ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲରେ ପ୍ରବେଶ କରିବେ। ଶୀର୍ଷ ସ୍ଥାନରେ ଥିବା ଦଳ ତୃତୀୟ ସ୍ଥାନରେ ଥିବା ଦଳ ସହ ପ୍ରଥମ ସେମିଫାଇନାଲରେ ମୁକାବିଲା କରିବ। ସେହିପରି ଦ୍ୱିତୀୟ ସେମିଫାଇନାଲରେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳ ପରସ୍ପରକୁ ଭେଟିବେ। ଦୁଇ ସେମିଫାଇନାଲର ବିଜେତା ଫାଇନାଲ ମୁକାବିଲରେ ଅବତୀର୍ଣ୍ଣ ହେବେ। ଫାଇନାଲ ମ୍ୟାଚ ଜାନୁୟାରୀ ୧୩ରେ ଖେଳାଯିବ। ଏହି ସମ୍ମାନଜନକ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ୧୧ ଜଣ ଅମ୍ପାୟର ଓ ୮ଜଣ ସ୍କୋରରଙ୍କୁ ନିଯୁକ୍ତି ଦିଆଯାଇଛି। ‘ଫ୍ୟାନ୍‌କୋଡ୍‌’ ଆପ୍‌ରେ ସବୁ ମ୍ୟାଚ୍‌ର ଲାଇଭ୍‌ ଷ୍ଟିମିଙ୍ଗ୍‌ ହେବ। ଏହି ଇଭେଣ୍ଟ ରାଜ୍ୟରେ କ୍ରିକେଟ ସଂସ୍କୃତିକୁ ଆହୁରି ଦୃଢ଼ କରିବ ବୋଲି ଆଶା କରାଯାଉଛି। ଶନିବାର ଏ ନେଇ ଆୟୋଜିତ ଖବରଦାତା ସମ୍ମିଳନୀରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଓ ସମ୍ପାଦକ ସଞ୍ଜୟ ବେହେରା ଟୁର୍ନାମେଣ୍ଟର ରୂପରେଖ ପ୍ରଦାନ କରିଥିଲେ।
ଦଳ:
ଓଡ଼ିଶା ଲାୟନ୍ସ, ଓଡ଼ିଶା ଟାଇଗର୍ସ, ଓଡ଼ିଶା ଚିତାସ, ଓଡ଼ିଶା ଜାଗୁଆର୍ସ, ଓଡ଼ିଶା ପାନ୍ଥର୍ସ, ଓଡ଼ିଶା ପୁମାସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri