Mettle Meet 2026: ଆଜି ଗ୍ରାଣ୍ଡ୍‌ ଫିନାଲେ, ମୁହାଁମୁହିଁ ହେବେ ୮ ଲେଖାଏ ଟିମ୍‌

ଭୁବନେଶ୍ୱର,୯।୮(ବନ୍ଦନା ସେଠୀ/ସୁଚିସ୍ମିତା ସାହୁ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ଦଶମ ସଂସ୍କରଣ ‘ମେଟଲ୍‌ ମିଟ୍‌-୨୦୨୬’ ଆରମ୍ଭ ହୋଇଛି। ସ୍ୱସ୍ତି ପ୍ରିମିୟମ ହୋଟେଲ୍‌ଠାରେ ଆୟୋଜିତ କୁଇଜର ଏହି ମହାକୁମ୍ଭରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟରୁ ମୋଟ ୮୦ଟି ଟିମ୍‌ ଅଂଶଗ୍ରହଣ କରିଥିଲେ। ପ୍ରିଲିମ୍ସ ରାଉଣ୍ଡର ଜୁନିୟର ବର୍ଗରେ ୩୯ ଓ ସିନିୟର ବର୍ଗରେ ୪୧ଟି ଟିମ୍‌ ଭାଗ ନେଇଥିଲେ। ସେଥିମଧ୍ୟରୁ ଗ୍ରାଣ୍ଡ ଫିନାଲେ ପାଇଁ ଉଭୟ ବର୍ଗରୁ ୮ଟି ଲେଖାଏ ଟିମ୍‌ ମନୋନୀତ ହୋଇଛନ୍ତି। ରବିବାର ସେମାନଙ୍କ ମଧ୍ୟରେ କଡ଼ା ଟକ୍କର ହେବା ସହିତ ବିଜେତା ଚୟନ କରାଯିବା କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ଉଦ୍‌ବୋଧନ ଦେଇ ‘ଓଡ଼ିଶା ପୋଷ୍ଟ’ ଏବଂ ‘ଧରିତ୍ରୀ’ର ସମ୍ପାଦକ ତଥାଗତ ସତପଥୀ କହିଛନ୍ତି, କୁଇଜ୍‌ ଏକ ଏପରି କଳା, ଯାହା ମାଧ୍ୟମରେ ଆମେ ନିଜକୁ ନିଜେ ଆବିଷ୍କାର କରିପାରୁ। ଏଠାରେ ପୁରସ୍କାର ନୁହେଁ, ବରଂ ଜ୍ଞାନ ଆହରଣ ଓ ନିଜକୁ ଆବିଷ୍କାର କରିବା ହିଁ କାର୍ଯ୍ୟକ୍ରମର ପ୍ରକୃତ ସଫଳତା। ନିକଟରେ ଭାରତର ଯୁବପିଢ଼ି ଅହିଂସାର ଶକ୍ତି ପ୍ରଦର୍ଶନ କରିଛି। ଏବେ ଜେନ୍‌-ଜିଙ୍କ ପାଳି। କୁଇଜିଂ ମାଧ୍ୟମରେ ନିଜର ବୁଦ୍ଧିମତ୍ତା, ଜିଜ୍ଞାସା ଓ ଦକ୍ଷତାକୁ ପ୍ରଦର୍ଶନ କରିବା ସହ ଏହି ଗୁଣଗୁଡ଼ିକୁ ଜୀବନରେ ସଫଳତା ହାସଲ ପାଇଁ ଉପଯୋଗ କରିବା ଆବଶ୍ୟକ ବୋଲି ତଥାଗତ କହିଛନ୍ତି। ସେହିପରି ‘ଓଡ଼ିଶା ପୋଷ୍ଟ’ ଏବଂ ‘ଧରିତ୍ରୀ’ର ମୁଖ୍ୟ କାର୍ଯ୍ୟନିର୍ୱାହୀ ଆଦ୍ୟାଶା ସତପଥୀ କହିଲେ, ଚଳିତବର୍ଷ ଓଡ଼ିଶା ପୋଷ୍ଟ ମେଟେଲ ମିଟ୍‌ ଏକ ଦଶନ୍ଧି ପୂରଣ କରିଛି। ୨୦୧୬ରେ ଆରମ୍ଭ ହୋଇଥିବା ଏହି କୁଇଜ୍‌ ପ୍ରତିଯୋଗିତା ଗତ ଏକ ଦଶନ୍ଧି ମଧ୍ୟରେ କୁଇଜିଂ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। କୁଇଜ୍‌ ପ୍ରତି ଥିବା ଉତ୍ସାହ ଓ ଆଗ୍ରହ ଆଜି ବି ଜୀବନ୍ତ ରହିଛି। ମେଟେଲ୍‌ ମିଟ୍‌ର ଏହି ଯାତ୍ରା ଦିନକୁ ଦିନ ଆହୁରି ଦୃଢ଼ ହେଉଥିବାରୁ ଆମେ ସମସ୍ତେ ଗର୍ୱିତ। ଆଜିର ପ୍ରଯୁକ୍ତିନିର୍ଭର(ଏଆଇ) ଯୁଗରେ ମଧ୍ୟ ମୁଦ୍ରିତ ଗଣମାଧ୍ୟମ ତିଷ୍ଠି ରହିଛି। ସର୍ୱୋତ୍ତମ ଦଳ ବିଜୟୀ ହେଉ, କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମସ୍ତେ କୁଇଜକୁ ଉପଭୋଗ କରନ୍ତୁ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଏବଂ ନୂଆ ନୂଆ କଥା ଶିଖିବା ହିଁ ମେଟେଲ୍‌ ମିଟ୍‌ର ବାସ୍ତବ ଉଦ୍ଦେଶ୍ୟ ବୋଲି ଆଦ୍ୟାଶା ମତ ରଖିଥିଲେ।
ମେଟଲ୍‌ ମିଟ୍‌ ଜୁନିୟର ବର୍ଗରେ ପୁରୀ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ବାଲେଶ୍ୱର, ଢେଙ୍କାନାଳ, ରାଉରକେଲା ଓ ଅନୁଗୋଳ ଆଦି ଜିଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୩୯ଟି ଟିମ୍‌ରେ ଛାତ୍ରୀଛାତ୍ର ଭାଗ ନେଇଥିଲେ। ସେହିପରି ସିନିୟର ଗ୍ରୁପ୍‌ରେ ଭୁବନେଶ୍ୱର, ପୁରୀ, ବାଲେଶ୍ୱର, ଢେଙ୍କାନାଳ, କଟକ, ବ୍ରହ୍ମପୁର, ରାୟଗଡ଼ା, ରାଉରକେଲା, ସମ୍ୱଲପୁର ସମେତ କୋଲକାତା, ଖଡ଼ଗପୁର, ରାୟପୁର, ଗୁଆହାଟି ଆଦି ରାଜ୍ୟ ବାହାରର ଶିକ୍ଷାନୁଷ୍ଠାନରୁ ୪୧ଟି ଟିମ୍‌ରେ ଛାତ୍ରୀଛାତ୍ର ଭାଗ ନେଇଥିଲେ। ପ୍ରଥମ ଦିନରେ ଏମାନଙ୍କୁ ନେଇ ପ୍ରିଲିମ୍ସ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମେ ଜୁନିୟର ଏବଂ ପରେ ସିନିୟର ବର୍ଗର ପିଲାଙ୍କୁ ନେଇ ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗୀମାନଙ୍କୁ ମୋଟ୍‌ ୩୫ଟି ଲେଖାଏ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥିଲା ଏବଂ ସର୍ୱାଧିକ ୯୦ ପଏଣ୍ଟ ପାଇବାର ସୁଯୋଗ ରହିଥିଲା। ଏଥିରେ ସାଧାରଣ ଜ୍ଞାନ ସହିତ ରାଜନୀତି, ଚଳଚ୍ଚିତ୍ର, କ୍ରୀଡ଼ା, ଇତିହାସ, ବିଶ୍ୱ ଘଟଣାବଳୀ, ସ୍ୱାସ୍ଥ୍ୟ, ସଂସ୍କୃତି ଭଳି ବିଭିନ୍ନ ବିଷୟରୁ ପ୍ରଶ୍ନ ପଚରାଯାଇଥିଲା। କୁଇଜ୍‌ର ଏହି ମହାକୁମ୍ଭକୁ ଲୋକପ୍ରିୟ କୁଇଜ୍‌ ମାଷ୍ଟର ଅଜୟ ପୁନିଆ ହୋଷ୍ଟ କରି କହିଥିଲେ ଯେ, ଏହି ପ୍ରତିଯୋଗିତା କୁଇଜିଂ ସଂସ୍କୃତିକୁ ପୁନର୍ଜୀବିତ ଓ ଦୃଢ଼ କରିବାରେ ସଫଳ ହୋଇଛି। ଜୁନିୟର ବର୍ଗର ପ୍ରତିଯୋଗିତା ପରେ ଫ୍ରି ଷ୍ଟାଇଲ୍‌ ରାପର୍‌ ଓସାଇଡ୍‌ଙ୍କ ଦମଦାର୍‌ ପ୍ରଦର୍ଶନ ଦର୍ଶକଙ୍କୁ ଉତ୍ସାହିତ କରିଥିଲା। ସେହିପରି କାର୍ଯ୍ୟକ୍ରମକୁ ମାନସୀ ମିଶ୍ର ସଂଯୋଜନା କରିଥିଲେ।
ଅପରପକ୍ଷେ ରବିବାର ହେବାକୁ ଥିବା ଗ୍ରାଣ୍ଡ ଫିନାଲେରେ ୧୬ଟି ଟିମ୍‌ ମେଟେଲ୍‌ ମିଟ୍‌ ଚାମ୍ପିୟନ୍‌ ଟ୍ରଫି ପାଇଁ ମୁହଁାମୁହିଁ ହେବେ। ସିନିୟର ବର୍ଗର ଡିଫେଣ୍ଡିଂ ଚାମ୍ପିୟନ୍‌ ଏମ୍ସ ଭୁବନେଶ୍ୱର ଏବଂ ଜୁନିୟର ବର୍ଗରେ ଡିଫେଣ୍ଡିଂ ଚାମ୍ପିୟନ୍‌ ଡିଏଭି ୟୁନିଟ-୮ ନିଜ ନିଜ ଟାଇଟଲ୍‌ ବଜାୟ ରଖିବାକୁ ଚେଷ୍ଟା ଜାରି ରଖିବେ।

ଜୁନିୟର ଫାଇନାଲିଷ୍ଟସ୍‌

ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ, ଭୁବନେଶ୍ୱର
ଡିଏଭି ପବ୍ଲିକ ସ୍କୁଲ, ପୋଖରୀପୁଟ
ମଦର ପବ୍ଲିକ ସ୍କୁଲ, ୟୁନିଟ-୧, ଭୁବନେଶ୍ୱର
ଡିଏଭି ପବ୍ଲିକ ସ୍କୁଲ, ୟୁନିଟ- ୮
କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ, ଭୁବନେଶ୍ୱର
ଡିଏଭି ପବ୍ଲିକ ସ୍କୁଲ, କଳିଙ୍ଗନଗର
ଲୟୋଲା ସ୍କୁଲ, ଭୁବନେଶ୍ୱର
ଡିଏଭି ପବ୍ଲିକ ସ୍କୁଲ, ସିଡିଏ,କଟକ

ସିନିୟର ଫାଇନାଲିଷ୍ଟସ୍‌

ଏମ୍‌ସ, ଭୁବନେଶ୍ୱର
ଆଇଆଇଟି, ଖଡ଼ଗପୁର
ଆଇଆଇଟି, ଗୁଆହାଟୀ
ନ୍ୟାଶନାଲ ଲ’ ୟୁନିଭରସିଟି, କଟକ
ହାଇଟେକ୍‌ ମେଡିକାଲ କଲେଜ, ଭୁବନେଶ୍ୱର
ଆଇଜର, ବ୍ରହ୍ମପୁର
ଓଡ଼ିଶା ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର), ଭୁବନେଶ୍ୱର
ଜାଭିୟର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ…

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

କିଛି ଘଣ୍ଟାରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ; ଏହି ସ୍ଥାନରେ ହେବ ଲ୍ୟାଣ୍ଡଫଲ୍! ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ବର,୨୩ା୯: ସ୍ଥଳଭାଗ ଆଡକୁ ମାଡ଼ିଆସୁଛି ଗଭୀର ଅବପାତ । ଗତ ୬ ଘଣ୍ଟା ଧରି ୭କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି । ଏପଟେ ବର୍ଷାର ପରିମାଣ…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ଲଘୁଚାପ ବର୍ଷାରେ ସୃଷ୍ଟି ହେଲା ବନ୍ୟା ଆଶଙ୍କା: ଭଞ୍ଜନଗରରେ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର, ସ୍ଥିତି ଉପରେ ନଜର ରଖିଛନ୍ତି ବିଧାୟକ

ଭଞ୍ଜନଗର, ୨୩।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?