ମେଥି ପନିର

ଆବଶ୍ୟକ ସାମଗ୍ରୀ:
ମେଥି ଶାଗ- ୨କପ୍‌ (କଟା), ପନିର- ୧କପ୍‌ (କଟା), କ୍ଷୀର- ଅଧା କପ୍‌ରୁ କମ୍‌, ଟମାଟୋ- ୨ଟି (କଟା), ଅଦା ବଟା- ୧ ଚାମଚ, ରସୁଣ- ୫ କୋଲା, କାଜୁ- ୧୫ଟି (କଟା), ଲଙ୍କା ଗୁଣ୍ଡ- ଅଧା ଚାମଚ, ଧନିଆ ଗୁଣ୍ଡ- ୧ ଚାମଚ, ହଳଦୀ- ଅଧା ଚାମଚ, ଧନିଆ ପତ୍ର- ଅଳ୍ପ, ଆବଶ୍ୟକ ଅନୁସାରେ ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ମେଥି ଶାଗକୁ ଭଲଭାବେ ଧୋଇ କାଟି ରଖନ୍ତୁ। ଏହାପରେ କଡେଇରେ ଅଳ୍ପ ତେଲ ଗରମ କରି ସେଥିରେ ଜିରା ଫୁଟାନ୍ତୁ। ଏହାପରେ ସେଥିରେ ପିଆଜ ପକାଇ ଭାଜନ୍ତୁ, ପିଆଜ ଟିକେ ଭାଜି ହୋଇ ଆସିଲେ ସେଥିରେ ରସୁଣକୁ କାଟି ପକାନ୍ତୁ। ଅଦା ବଟାକୁ ସେଥିରେ ପକାନ୍ତୁ। ମସଲା ଭାଜି ହୋଇ ଆସିଲେ ସେଥିରେ କଟା ଟମାଟୋ ଓ କାଜୁକୁ ଦୁଇ ଫାଳ କରି ପକାନ୍ତୁ। ମସଲା ଭଲଭାବେ ମିଶି ଗଲା ପରେ ଚୁଲିରୁ ଓହ୍ଲାଇ ଥଣ୍ଡା କରି ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ଥଣ୍ଡା କରି ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏବେ ପୁଣି ଥରେ କଡେଇ ବସାଇ ତେଲ ଗରମ କରି ସେଥିରେ ପନିର ଖଣ୍ଡକୁ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜି ଦିଅନ୍ତୁ। ଏବେ କଡେଇରେ ଅଳ୍ପ ତେଲ ଗରମ କରି ସେଥିରେ ମେଥି ପତ୍ରକୁ ପକାଇ ହାଲୁକା ଆଞ୍ଚରେ ଭାଜନ୍ତୁ। ମେଥି ପତ୍ରରେ ହଳଦୀ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ ପକାଇ ସେଥିରେ ପ୍ରସ୍ତୁତ ହୋଇ ଥିବା ମସଲାକୁ ପକାନ୍ତୁ। ଏହାପରେ ସେଥିରେ ଅଳ୍ପ ପାଣି ଦେଇ ୫ ମିନିଟ୍‌ ଫୁଟିବା ପାଇଁ ଛାଡି ଦିଅନ୍ତୁ। ଶେଷରେ ପନିର ଓ କ୍ଷୀର ପକାଇ କିଛି ସମୟ ପରେ ଓହ୍ଲାଇ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ ପଛରେ ପିକଅପ୍‌ର ଧକ୍କା; ଚାଲିଗଲା ଦୁଇ ଜୀବନ

ଛତ୍ରପୁର, ୨୪/୬ (ଦିଲ୍ଲୀପ ସାମଲ): ଜାତୀୟ ରାଜପଥ ପୁଣି  ରକ୍ତରଞ୍ଜିତ ହୋଇଛି। ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି। ଏହି ଦୁର୍ଘଟଣା ଗଞ୍ଜାମ…

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ: ଦୁଇ ଶିକ୍ଷକ ସମେତ ଜଣେ ଗିରଫ

ଭବାନୀପାଟଣା,୨୬।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଦୁଇ ଜଣ ଶିକ୍ଷକ ସମେତ ଜଣେ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଶୁକ୍ରବାର ବଲାଙ୍ଗୀର ଜିଲା…

ବିଧାୟକଙ୍କ ବିରୋଧରେ ଅଭିଯୋଗକୁ ଭାଜପାର ଖଣ୍ଡନ: ଭାବମୂର୍ତ୍ତିକୁ ମଳିନ କରିବାକୁ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ…

ପୁରୁଷୋତ୍ତମପୁର,୨୬ା୬ (ସବିତା ମିଶ୍ର):କବିସର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକଙ୍କ ବିକାଶମୂଳକ ଓ ଜନହିତକର କାର୍ଯ୍ୟକୁ ସହି ନ ପାରି ତାଙ୍କ ଭାବମୂର୍ତ୍ତିକୁ ମଳିନ କରିବାକୁ କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି…

ଜାରି କରାଯାଇଥିଲା ଜାମିନବିହୀନ ଗିରଫ ପରୱାନା: ଏବେ ହେଲେ…

ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ଗ୍ରାମର ହୀନ ଦଳେଇଙ୍କୁ ଶୁକ୍ରବାର ପାଟପୁର ପୋଲିସ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୋର୍ଟକୁ…

ଫିଲ୍ମ ପରେ ଏବେ କ୍ରିକେଟ ମଇଦାନରେ ଜନ ଆବ୍ରାହମଙ୍କ ଏଣ୍ଟ୍ରି, ହେଲେ ଏହି ଟିମ୍‌ର ମାଲିକ

ନୂଆଦିଲ୍ଲୀ, ୨୬।୬: ବଲିଉଡର ଆକ୍ସନ ଷ୍ଟାର୍ ଜନ ଅବ୍ରାହମ୍ ଏବେ କ୍ରିକେଟ୍ ପିଚ୍‌ରେ ନଜର ଆସିବେ। ସେ ପ୍ରଥମ ୟୁରୋପିଆନ୍ ଟି-୨୦ ପ୍ରିମିୟର ଲିଗ୍ (ETPL)ର ଫ୍ରାଞ୍ଚାଇଜ୍…

ଧରିତ୍ରୀ ପୋର୍ଟାଲର ପ୍ରଭାବ: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏମ୍‌ଏସ୍‌ଏମ୍‌ଇ ପାର୍କର ଉଦ୍‌ଘାଟନ

କେସିଙ୍ଗା,୨୬।୬(ତୁମେଶ୍ୱର ସାହୁ): କେସିଙ୍ଗା ନିର୍ବାଚନ ମଣ୍ଡଳୀକୁ ପୁନର୍ବାର ଫେରାଇ ଆଣିବାକୁ ଜନସାଧାରଣଙ୍କ ଦାବି ଶୀର୍ଷକ ଏକ ଖବର ଗୁରୁବାର ଧରିତ୍ରୀ ପୋର୍ଟାଲରେ ପ୍ରକାଶ ପାଇଥିଲା। ଉକ୍ତ ଖବରର…

୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କଲା ଇକ୍ୱେଡର

ଇଷ୍ଟ ରୋଦରଫୋଡ,୨୬ା୬: ଗୋଞ୍ଜାଲୋ ପ୍ଲାଟାଙ୍କ ଗୋଲ ବଳରେ ଶୁକ୍ରବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚ୍‌ରେ ଇକ୍ୱେଡର ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ଫିଫା ର଼୍ୟାଙ୍କିଙ୍ଗ୍‌ରେ ୨୩ତମ…

ଟ୍ୟୁନିସିଆକୁ ପରାସ୍ତ କରି ନକ୍‌ଆଉଟ୍‌ରେ ନେଦରଲାଣ୍ଡ୍ସ

କାନ୍ସାସ ସିଟି,୨୬ା୬: ବ୍ରିଆନ ବ୍ରୋବେଙ୍କ ଗୋଲ ବଳରେ ନେଦରଲାଣ୍ଡ୍ସ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ୩-୧ ଗୋଲରେ ଟ୍ୟୁନିସିଆକୁ ପରାସ୍ତ କରିଛି। ଏହି ବିଜୟ ସହ ନେଦରଲାଣ୍ଡ୍ସ ଗ୍ରୁପ୍‌-ଏଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri