Posted inଖେଳ

ସ୍ପେନ୍‌ ମାଟିରେ ମେସି ଦେଖାଇଲେ ଚମକ

ମାଡ୍ରିଡ୍‌, ୭।୬: ସ୍ପେନ୍‌ ମାଟିରେ ପୁଣି ଥରେ ଦେଖିବାକୁ ମିଳିଛି ଲିଓନେଲ ମେସିଙ୍କ ଚମକ। ଆର୍ଜେଣ୍ଟିନା ଷ୍ଟ୍ରାଇକର ରବିବାର ଇଷ୍ଟୋନିଆ ବିପକ୍ଷ ଏକ ବନ୍ଧୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୫ ଗୋଲ ସ୍କୋର କରିଛନ୍ତି। ଆର୍ଜେଣ୍ଟିନାକୁ ୫-୦ର ବୃହତ୍‌ ବିଜୟ ଦେବା ସହ ସର୍ବାଧିକ ଅନ୍ତର୍ଜାତୀୟ ଗୋଲ ସ୍କୋରରଙ୍କ ତାଲିକାରେ ହଙ୍ଗେରୀର ଫେରେଙ୍କ ପୁସ୍କାସଙ୍କୁ ସେ ପଛରେ ପକାଇଛନ୍ତି। ପାମ୍ପାଲୋନା ସହରର ଏଲ୍‌ ସାଡାର ଷ୍ଟାଡିୟମରେ ମ୍ୟାଚ୍‌ର ୮ମ ମିନିଟ୍‌ରେ ଏକ ପେନାଲ୍ଟି କିକ୍‌ ଜରିଆରେ ଆର୍ଜେଣ୍ଟିନା ପାଇଁ ଖାତା ଖୋଲିଥିଲେ। ୩୪ ବର୍ଷୀୟ ମେସି ପ୍ରଥମାର୍ଦ୍ଧର ଅନ୍ତିମ ମିନିଟ୍‌ରେ ଦ୍ୱିତୀୟ ଗୋଲ ଦେଇଥିଲେ। ଦ୍ୱିତୀୟାର୍ଦ୍ଧରେ ୪୭, ୭୧ ଓ ୭୬ତମ ମିନିଟ୍‌ରେ ଗୋଟିଏ ଲେଖାଏ ଗୋଲ ସ୍କୋର କରି ମେସି ୫ ଗୋଲ ପୂରଣ କରିଥିଲେ। ଏଥିସହିତ ପ୍ୟାରିସ୍‌ ସେଣ୍ଟ ଜର୍ମେନ ଫରଓ୍ବାର୍ଡ ପ୍ରଥମ ଖେଳାଳି ଭାବେ ଚାମ୍ପିୟନ୍‌ ଲିଗ୍‌ ଏବଂ ସିନିୟର ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୫ ଗୋଲ କରିଛନ୍ତି। ସେ ଅନ୍ତିମ ଥର ୧୦ ବର୍ଷ ତଳେ ବାର୍ସିଲୋନା ପାଇଁ ବାୟର ଲେଭରକୁସେନ ବିପକ୍ଷ ଚାମ୍ପିୟନ୍ସ ଲିଗ୍‌ ପ୍ରିକ୍ୱାର୍ଟର ଫାଇନାଲରେ ଏହି ସଫଳତା ପାଇଥିଲେ। ଏହି ମ୍ୟାଚ୍‌କୁ ବାର୍ସିଲୋନା ୭-୧ରେ ଜିତିଥିଲା। ମେସି ଏବେ ବି ସର୍ବାଧିକ ଅନ୍ତର୍ଜାତୀୟ ଗୋଲ ସ୍କୋରରଙ୍କ ତାଲିକାର ୩ୟ ସ୍ଥାନରେ ଥିବା ମାଲେସିଆ ଫରଓ୍ବାର୍ଡ ମୋଖତାର ଦାହାରିଙ୍କଠାରୁ ୩ ଗୋଲ ପଛରେ ଅଛନ୍ତି। ଏହି ତାଲିକାରେ ଇରାନର ଅଲି ଦାଇ (୧୦୯)ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଶୀର୍ଷରେ ଅଛନ୍ତି ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ(୧୧୭ ଗୋଲ)।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri