ଅନ୍ତର୍ଜାତୀୟ ରାଜନୀତିରେ ବିକ୍ଷୋଭ

ବିଶୃଙ୍ଖଳା, ବିକ୍ଷୋଭ, ବ୍ୟସ୍ତତା ଓ ବିପଯର୍‌ୟୟ ଆଜି ସର୍ବବ୍ୟାପୀ। ପୃଥିବୀବ୍ୟାପୀ ଏହି ବିପର୍ଯ୍ୟୟର ଅନ୍ତର୍ନିହିତ କାରଣ ଓ ଉଦ୍ଦେଶ୍ୟ ବୁଝିବା କଷ୍ଟକର। ଯେଉଁମାନଙ୍କ ଦୃଷ୍ଟିଭଙ୍ଗୀ ସଂକୀର୍ଣ୍ଣ, ସୀମାବଦ୍ଧ ଓ ଅଗଭୀର ସେମାନେ ଏହି ଅଭିବ୍ୟକ୍ତିକୁ ବୁଝି ପାରୁନାହାନ୍ତି। ଆଜି ସାମାଜିକ, ଜାତୀୟ ବା ଅନ୍ତର୍ଜାତୀୟ କ୍ଷେତ୍ରରେ କୌଣସି ପ୍ରକାର ଶୃଙ୍ଖଳା, ନିୟମ, ସତ୍ୟାସତ୍ୟର ବିଚାର ବା ଯଥାର୍ଥବୋଧ ଥିବା ମନେହୁଏନା। ଏହି ବିଶୃଙ୍ଖଳାର ମୁଖ୍ୟ କାରଣ ଏହି ଯେ ଆମ୍ଭେମାନେ ଗୋଟିଏ ଯୁଗ ସନ୍ଧିକ୍ଷଣରେ ପହଞ୍ଚତ୍ଛୁ। ଗୋଟାଏ ଯୁଗର ଅବସାନ ଘଟିବ ଅନ୍ୟ ଗୋଟିଏ ଯୁଗର ଆରମ୍ଭ ହେବ। ବୁଦ୍ଧିବାଦୀ, ବିଶ୍ଳେଷଣବାଦୀ, ବିଭକ୍ତିବାଦୀ ମନର ଚରମ ବିକାଶ ଘଟିଛି। ତଥାପି ମନୁଷ୍ୟର ବିଭିନ୍ନ ସମସ୍ୟାର ସମାଧାନ ହୋଇ ପାରୁନାହିଁ। ମଣିଷ ମନର ବିକାଶ ଓ ପରିଣତି ଯେପରି ମଧ୍ୟବର୍ତ୍ତୀ ସ୍ତରରେ ରହିଛି ଠିକ୍‌ ସେହିପରି ବିଶ୍ୱର ନେତୃବୃନ୍ଦ ବା ଶାସକଙ୍କର ଚିନ୍ତା ଓ ଚେତନା ମଧ୍ୟବର୍ତ୍ତୀ ଅବସ୍ଥାରେ ରହିଛି। ସେମାନେ ସର୍ବଜ୍ଞାନମୟ ନୁହନ୍ତି। ମନର ଊର୍ଦ୍ଧ୍ୱରେ ଥିବା ସର୍ବଶକ୍ତିଯୁକ୍ତ ଚେତନା ପାଖରେ ପହଞ୍ଚତ୍ ପାରିନାହାନ୍ତି। ଯଦି ଯଥାର୍ଥରେ ଆମେ କୌଣସି ସ୍ଥାୟୀ ସମାଧାନ ଚାହିଁବା ତେବେ ମାନବ ଗୋଷ୍ଠୀ ସହିତ ବିଶ୍ୱ ନେତୃବୃନ୍ଦଙ୍କ ପ୍ରକୃତିର ରୂପାନ୍ତର ହେବା ଆବଶ୍ୟକ। ପୃଥିବୀ ପୃଷ୍ଠରେ ଏକ ନୂତନ ଜଗତ ସୃଷ୍ଟି ହେବାକୁ ଯାଉଛି। ଏଥିପାଇଁ ବିଶ୍ୱର ନେତୃବୃନ୍ଦ ଯଦି ସାମୂହିକ ସ୍ତରରେ ସଜାଗ ନ ହୁଅନ୍ତି ତେବେ ସେମାନଙ୍କ ଅସ୍ତିତ୍ୱ ରହିବ ନାହିଁ। ନେତୃବୃନ୍ଦଙ୍କ ମଧ୍ୟରେ ଏପରି ଗୋଟାଏ ଦୁର୍ବିଷହ ଅଭାବବୋଧ ଦେଖାଦେଇଛି ଯେ, ଯାହାର ନିରାକରଣ କଠିନ ମନେ ହେଉଛି। ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଥିବା ସମ୍ପର୍କକୁ ଦେଖିଲେ ଅନୁମିତ ହୁଏ ଯେ, ଗୋଟାଏ ଅଜ୍ଞାତ ଅବୋଧ୍ୟ ଅଭାବ, ଯାହା ଯୋଗୁ ସବୁଠି ଅସ୍ଥିରତା ଓ ବିଧ୍ୱଂସର ତାଣ୍ଡବ ମାନସିକତା ବୃଦ୍ଧି ପାଇ ଚାଲିଛି। ରାଷ୍ଟ୍ର ନେତୃବୃନ୍ଦ ନିଜ ମର୍ଜ୍ଜିରେ ରାଷ୍ଟ୍ରଗୁଡ଼ିକୁ ପରିଚାଳିତ କରୁଛନ୍ତି। ଏହି ପୁରାତନ ଶାସନର ବିଲୋପ ଘଟାଇ ନୂତନ ଜଗତକୁ ପ୍ରବେଶ କରିବା ପାଇଁ ସମସ୍ୟାଗୁଡ଼ିକର ସମାଧାନ କରିବା ଆବଶ୍ୟକ।
ଭାରତ ଅନ୍ତର୍ଜାତୀୟ ସମ୍ମିଳନୀଗୁଡ଼ିକରେ ଲଗାତର ବିଶ୍ୱ ନେତୃବୃନ୍ଦଙ୍କୁ ବସୁଧୈବ କୁଟୁମ୍ବକମ୍‌ ସମ୍ପର୍କରେ ଭାରତ ଆଲୋକପାତ କରିଚାଲିଛି। ତଥାପି ବିକଶିତ ରାଷ୍ଟ୍ରର ନେତୃବୃନ୍ଦଙ୍କ ମଧ୍ୟରେ ସେହି ଚେତନା ପ୍ରତିଫଳିତ ହେଉନାହିଁ। ଭାରତର ଦୃଷ୍ଟିକୋଣ ଉପରେ ଗୁରୁତ୍ୱ ନ ଦେବାର କାରଣ, ଭାରତ ଭିତରେ ଅନ୍ତର୍ଦ୍ୱନ୍ଦ୍ୱ ଲୋପ ପାଇନାହିଁ। ଭାରତ ବିକାଶ, ବିଶ୍ୱଶାନ୍ତି, ସହଭାଗିତା ଉପରେ ସ୍ବର ଉଠାଉଥିଲେ ହେଁ ନିଜ ଦେଶ ମଧ୍ୟରେ ତା’ର ପ୍ରକୃତ ସ୍ବରୂପର ଅଭାବ ରହିଛି। ନିକଟରେ ନୂଆଦିଲ୍ଲୀରେ ୧୨ତମ ବ୍ରିକ୍ସ ସଂସଦୀୟ ଫୋରମରେ ଭାରତର ଲୋକ ସଭା ବାଚଷ୍ପତି ଓମ୍‌ ବିର୍ଲା ଭାରତୀୟ ଦୃଷ୍ଟିକୋଣକୁ ସାବ୍ୟସ୍ତ କରିବାକୁ ଯାଇ ସାମଗ୍ରିକ ବିକାଶ, ବିଶ୍ୱ ଶାନ୍ତି, ସହଭାଗିତା ନିମନ୍ତେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ପ୍ରତିନିଧି ମିଳିତ ଭାବେ କାର୍ଯ୍ୟ କରିବା ଉଚିତ ବୋଲି ଆହ୍ବାନ କରିଥିଲେ। ବର୍ତ୍ତମାନ ସମୟରେ ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ବେଳେ ରାଜନୈତିକ କନ୍ଦଳ, ଯୁଦ୍ଧ, ଅର୍ଥନୈତିକ ଅସ୍ଥିରତା, ବାଣିଜ୍ୟରେ ବାଧା, ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଆଦି ଅନେକ ସମସ୍ୟାର ସମାଧାନ ନିମନ୍ତେ ରାଷ୍ଟ୍ର ନେତୃବୃନ୍ଦ ଏପରି ମହାନ ଆଦର୍ଶଗୁଡିକୁ କାର୍ଯ୍ୟରେ ଦେଖାଇବାକୁ ଅସମର୍ଥ ହେଉଛନ୍ତି। ଦିନକୁ ଦିନ ଅନ୍ତର୍ଜାତୀୟ କନ୍ଦଳ ବୃଦ୍ଧି ପାଇ ଚାଲିଛି।
ସମ୍ପ୍ରତି ମାନବିକତାର ସେବା, ସାମଗ୍ରିକ ବିକାଶ, ଜନସାଧାରଣଙ୍କୁ ସଶକ୍ତ କରାଇବା ପାଇଁ କୃତ୍ରିମ ବୁଦ୍ଧିମତ୍ତା ଓ ଡିଜିଟାଲ ଟେକ୍ନୋଲୋଜିର କାର୍ଯ୍ୟକାରିତା ଉପରେ ଆମେରିକାର ଏକଚାଟିଆ ମନୋବୃତ୍ତି ଭାରତ ସମେତ ଅନ୍ତର୍ଜାତୀୟ ସ୍ତରରେ ବିକ୍ଷୋଭ ସୃଷ୍ଟି କରିଛି। ଚାଇନା ମଧ୍ୟ ଏ କ୍ଷେତ୍ରରେ ସୀମିତ ମନୋବୃତ୍ତି ପୋଷଣ କରିଚାଲିଛି। ଏବେ ଶେଷ ହୋଇଥିବା ୧୨ତମ ବ୍ରିକ୍ସ ସଂସଦୀୟ ଫୋରମରେ ମିଳିତ ଘୋଷଣାନାମାରେ ଜାତିସଂଘର ନୀତି, ସାର୍ବଭୌମ ସମାନତା, ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ଏବଂ ଅନ୍ତର୍ଜାତୀୟ ବିବାଦଗୁଡ଼ିକର ଶାନ୍ତପୂର୍ଣ୍ଣ ସମାଧାନ ପ୍ରତି ସଦସ୍ୟ ରାଷ୍ଟ୍ର ଗୁଡ଼ିକର ପ୍ରତିବଦ୍ଧତାକୁ ପୁନଃ ଦୃଢ଼ କରିବା, ପାରସ୍ପରିକ ସମ୍ମାନ ରକ୍ଷା କରିବା ଉପରେ ସହମତି ପ୍ରକାଶ ପାଇଥିଲା। ଏହା ପ୍ରଶଂସନୀୟ ଉଦ୍ୟମ। କିନ୍ତୁ ଏଥିପ୍ରତି ସଦସ୍ୟ ରାଷ୍ଟ୍ରର ନେତୃବୃନ୍ଦଙ୍କ ଆନ୍ତରିକ ପ୍ରୟାସ କେତେ ତାହା କୁହାଯାଇ ନ ପାରେ। ଏଥିପାଇଁ ଦୃଢ଼ ପ୍ରତିଶ୍ରୁତିର ଆବଶ୍ୟକତାକୁ ସେମାନେ ଅନୁଭବ ନ କଲେ ସଂସଦ ସଦସ୍ୟଗୁଡ଼ିକ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ଆଣିପାରିବେ ନାହିଁ। ସେଥିପାଇଁ ଚାଇନା ନେତୃତ୍ୱରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ସୁଦୃଢ଼ ହେବା ଆବଶ୍ୟକ ।
କିନ୍ତୁ ଚାଇନା ଏହି ପ୍ରସଙ୍ଗରେ ସହଯୋଗ କରିବ ତ? ଚାଇନା ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ରହିଥିବାରୁ ଅନ୍ୟ ରାଷ୍ଟ୍ରକୁ ବାଟ ଛାଡିବ ନାହିଁ କିମ୍ବା ସହଯୋଗ ଦେବ ନାହିଁ ବୋଲି ବିଶ୍ୱାସ କରାଯାଏ। ମିଳିତ ଜାତିସଂଘର ସଂସ୍କାର ପାଇଁ ନୂଆଦିଲ୍ଲୀ ଘୋଷଣାନାମା ଏକ ଯୁଗାନ୍ତକାରୀ ବୋଲି କୁହାଯାଇପାରେ। କାରଣ ଏହି ସଂସ୍କାରର ଲକ୍ଷ୍ୟ ହେଉଛି ବିଶ୍ୱ ଶାସନ ବ୍ୟବସ୍ଥାରେ ବିକାଶଶୀଳ ଦେଶଗୁଡ଼ିକର ପ୍ରତିନିଧିକୁ ଅଧିକ ବ୍ୟାପକ କରିବା। ବାସ୍ତବରେ ଏହାକୁ କାର୍ଯ୍ୟକାରୀ କରାଯାଇ ପାରିଲେ ଅନ୍ତର୍ଜାତୀୟ ସ୍ତରରେ ପରିବର୍ତ୍ତନ ସମ୍ଭବ ହୋଇପାରିବ। ଆମେରିକାର ଯୁଦ୍ଧଖୋର ନୀତି ହ୍ରାସ ପାଇବ। ଏହା ବ୍ୟତୀତ ଜାତୀୟ ସୁରକ୍ଷା ଦିଗରେ ଆଜିପଯର୍‌ୟନ୍ତ ଯେତେଗୁଡିଏ ଅନ୍ତର୍ଜାତୀୟ ସମ୍ମିଳନୀରେ ସହମତ ପ୍ରକାଶ ପାଇଛି ତାହା ବାସ୍ତବରେ ପ୍ରତିଫଳିତ ହୋଇନାହିଁ। ତାହା କାର୍ଯ୍ୟକାରିତା ନ ହେବା ଫଳରେ ଦୀର୍ଘ ୩ ଦଶନ୍ଧି ଧରି ବିଶ୍ୱରୁ ଆତଙ୍କବାଦ ଲୋପ ପାଇପାରି ନାହିଁ। ସାଉଦି ଆରବ ଏବେ ବିଦ୍ରୋହୀଙ୍କ ଦ୍ୱାରା ଆକ୍ରାନ୍ତ ହୋଇଥିବା ସମସ୍ତ ଦେଶକୁ ଚକିତ କରିଦେଇଛି। ଇରାନ ସମର୍ଥିତ ୟେମେନରେ ହାଉତି ବିଦ୍ରୋହୀଙ୍କ ଦ୍ୱାରା ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇ ଶାନ୍ତି ପ୍ରତିଷ୍ଠା ପାଇଁ ବାଟ ଖୋଜୁଛି। ଏହି ଆକ୍ରମଣ ଦ୍ୱାରା ତୈଳ ବିଶୋଧନାଗାରଗୁଡ଼ିକର ବ୍ୟାପକ କ୍ଷତି ଘଟୁଥିବାରୁ ତୈଳ ରପ୍ତାନି ବାଧାପ୍ରାପ୍ତ ହୋଇଛି। ତେଣୁ ହାଉତି ବିଦ୍ରୋହୀଙ୍କ ଆକ୍ରମଣ ବନ୍ଦ କରିବା ପାଇଁ ୧୦୦ କୋଟି ଡଲାର ଅର୍ଥ ଦେବାକୁ ପ୍ରସ୍ତାବ ଦେଇଛି। ତୁର୍କୀ, ଇରାନ ଓ ସାଉଦି ଆରବକୁ ନେଇ ଯେଉଁ ଗୋଷ୍ଠୀ ଗଠନ କରାଯାଇଥିଲା ତାହା ପାକିସ୍ତାନ ଯୋଗୁ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହ୍ରାସ ପାଇଁ ସାଉଦି ଆରବ ଯେଉଁ ନେତୃତ୍ୱ ନେଇଥିଲା ତାହା ଏବେ ଫସରଫାଟି ଯାଇଛି। ଯାହା ଜଣାପଡେ ବ୍ରିକ୍ସ ସମ୍ମିଳନୀ ଓ ଜି-୨୦ ସମ୍ମିଳନୀର ଘୋଷଣାନାମାକୁ ପ୍ରତ୍ୟେକ ରାଷ୍ଟ୍ର ଦୃଢ଼ ମନୋବଳ ନେଇ ସହମତ ହେବା ଆବଶ୍ୟକ କରୁଛି।

ହରେକୃଷ୍ଣ ପଣ୍ଡା
ସୟେଦପୁର, ଯାଜପୁର,
ମୋ: ୯୪୩୭୩୧୫୬୨୩

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ଭସ୍ମାସୁର ନ ହେଉ

୧୯୫୦ ଦଶକରେ ପ୍ରଖ୍ୟାତ ଇଂରେଜ ଗଣିତଜ୍ଞ ଆଲାନ ଟର୍ନିଙ୍ଗ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପାକ୍ଷିକ ବିଜ୍ଞାନ ପତ୍ରିକା ମାଇଣ୍ଡରେ ‘କମ୍ପ୍ୟୁଟର ଯନ୍ତ୍ର ଓ ବୁଦ୍ଧିମତ୍ତା’ ଶୀର୍ଷକ ଏକ ଆଲେଖ୍ୟରେ…

ବିଶ୍ୱାସ କମୁଛି

ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟକାଳ ବୃଦ୍ଧି ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ସମ୍ପ୍ରତି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ କାର୍ଯ୍ୟକାଳକୁ ମୋଦି ସରକାର ୩୧…

ବିପର୍ଯ୍ୟୟ ପୀଡ଼ିତଙ୍କ ସେବା

ବିପର୍ଯ୍ୟୟ କେବେ ଆସିବ, କେଉଁଠି ଆସିବ ଏବଂ କେତେ ଜୀବନକୁ ପ୍ରଭାବିତ କରିବ, ତାହା କେହି ଜାଣିନାହାନ୍ତି। ବନ୍ୟାର ପ୍ରଖର ସ୍ରୋତ, ବାତ୍ୟାର ତାଣ୍ଡବ, ଭୂସ୍ଖଳନ, ଅଗ୍ନିକାଣ୍ଡ…

ଆୟୁଷ୍ମାନ୍‌ ଭବ

ସେଦିନ ଜାପାନର ଏକ ଶାନ୍ତ, ସୁନ୍ଦର ଗଁା ‘ଓଗିମି’ର ସୂର୍ଯ୍ୟୋଦୟ ଅନ୍ୟ ଦିନଗୁଡ଼ିକ ଅପେକ୍ଷା ଟିକିଏ ଅଧିକ ମନୋରମ ଥିଲା। ଗଁା ରାସ୍ତାକଡ଼ରେ ଫୁଟିଥିବା ଫୁଲଗୁଡ଼ିକ ପବନରେ…

ଲୁଲାଙ୍କ ବିଜୟ, ଟ୍ରମ୍ପ୍‌ଙ୍କୁ ଝଟକା

ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନରେ ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭାଙ୍କ ବିଜୟ ଘଟିଛି। ଏହିି ବିଜୟ ଯୋଗୁ ପଶ୍ଚିମ ଗୋଲାର୍ଦ୍ଧର ଦେଶଗୁଡ଼ିକ ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ…

ଏଇ ଭାରତରେ

୨୦୧୫ରେ ମୁମ୍ବାଇର ଦାଦାରାଓ ବିଲ୍‌ହୋରେଙ୍କ ଦୁଇପୁଅ ରାସ୍ତା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେଥିରେ ବଡ଼ପୁଅର ମୃତ୍ୟୁ ହୋଇଥିଲା ଏବଂ ସାନ ବଞ୍ଚତ୍ୟାଇଥିଲେ। ବର୍ଷା ଯୋଗୁ ଖାଲଖମାରେ ପାଣି…

ବିଜ୍ଞାନର ଅନିୟନ୍ତ୍ରିତ ପ୍ରୟୋଗ

ମଣିଷର ବିକାଶ ଯାତ୍ରା ଦ୍ରୁତଗତିରେ ବଢ଼ିଚାଲିଛି। ବିକାଶ ଯାତ୍ରାରେ ନିଜକୁ ସାମିଲ କରି ମଣିଷର ଅହଂକାର ନିଶ୍ଚିତରୂପେ ଧୀରେ ଧୀରେ ଉଗ୍ର ହେବା ସ୍ବାଭାବିକ। ବିଜ୍ଞାନକୁ ଅସ୍ତ୍ର…

ଇଣ୍ଡୋ-ପ୍ୟାସିଫିକ୍‌ ଓ ଭାରତ

ଭାରତ ମହାସାଗରରୁ ପଶ୍ଚିମ ପ୍ରଶାନ୍ତମହାସାଗର (ପ୍ୟାସିଫିକ୍‌) ପର୍ଯ୍ୟନ୍ତ ବିସ୍ତୃତ ଇଣ୍ଡୋ-ପ୍ୟାସିଫିକ୍‌ ଅଞ୍ଚଳ ସମୁଦ୍ରପଥ, ଯୋଗାଣ ଶୃଙ୍ଖଳ, ସାମୁଦ୍ରିକ ଅର୍ଥନୀତି ଓ ନିୟମଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥାର ପ୍ରମୁଖ ପ୍ରସଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?