ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ଭାରତ

ଚଳିତ ୨୦୨୬ ମସିହାରେ ଗଣନା କରାଯାଇଥିବା ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ୧୨୨ଟି ଦେଶ ମଧ୍ୟରେ ଭାରତ ୧୦୩ତମ ସ୍ଥାନ ଅଧିକାର କରିଛି। ଏ କ୍ଷେତ୍ରରେ ଅର୍ଥନୈତିକ ଦୃଷ୍ଟିକୋଣରୁ ପଛୁଆ ହୋଇଥିବା ଅନେକ ଦେଶଠାରୁ ଏହା ପଛରେ ରହିଛି। ଏକ ପ୍ରଗତିଶୀଳ ଦେଶ ରୂପେ ଗଣନା କରାଯାଉଥିବା ଭାରତ ପକ୍ଷେ ଏହା ନିଶ୍ଚିତ ଭାବେ ଅତ୍ୟନ୍ତ ଲଜ୍ଜାଜନକ।
ବୈଶ୍ୱିକ କ୍ଷୁଧା ସୂଚକାଙ୍କ, ବିଶ୍ୱ, ଆଞ୍ଚଳିକ ଏବଂ ଜାତୀୟ ସ୍ତରରେ କ୍ଷୁଧାକୁ ଆକଳନ କରିବାର ଏକ ବ୍ୟବସ୍ଥା। ପ୍ରତିବର୍ଷ ଏହାର ରିପୋର୍ଟ ଅକ୍ଟୋବରରେ ପ୍ରକାଶିତ ହୁଏ। ଏହି ସୂଚକାଙ୍କ ପ୍ରଥମେ ଆରମ୍ଭ ହୋଇଥିଲା ‘ଇଣ୍ଟର୍‌ ନ୍ୟାଶନାଲ୍‌ ଫୁଡ୍‌ ପଲିସି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ ଦ୍ୱାରା। ଜର୍ମାନୀର ‘ଓ୍ବେଲ୍‌ଥୁଙ୍ଗର ହିଲ୍‌ଫେ’ ସଂସ୍ଥାର ସହାୟତାରେ ଏହାର ପ୍ରଥମ ରିପୋର୍ଟ ୨୦୦୬ରେ ପ୍ରକାଶ ପାଇଥିଲା। ତତ୍ପରେ ୨୦୦୭ରେ ଆୟର୍ଲାଣ୍ଡର ‘କନ୍‌ସର୍ନ ଓ୍ବାଲର୍‌ଡ ଓ୍ବାଇଡ୍‌’ ନାମକ ଏକ ବେସରକାରୀ ସଂସ୍ଥା ଏଥିରେ ଯୋଗଦେଲା ଏବଂ ୨୦୦୮ରେ ଏହାର ଦାୟିତ୍ୱ ‘ଓ୍ବେଲ୍‌ଥୁଙ୍ଗ ହିଲ୍‌ଫେ’କୁ ହସ୍ତାନ୍ତର କରାଗଲା। ୨୦୨୪ରେ ‘ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଇଣ୍ଟରନ୍ୟାଶନାଲ ଲ’ ଅଫ୍‌ ପିସ୍‌ ଆଣ୍ଡ୍‌ ଆର୍ମଡ୍‌ କନ୍‌ଫି୍ଲକ୍ଟ’ ଏହାର ଏକ ଅଂଶୀଦାର ରୂପେ ଯୋଗଦେଇଛି।
ଚାରୋଟି ବିଷୟରେ ସୂଚନାମାନ ବିଚାରକୁ ନେଇ ବୈଶ୍ୱିକ କ୍ଷୁଧା ସୂଚକାଙ୍କ ଆକଳନ କରାଯାଏ। ସେଗୁଡ଼ିକ ହେଲା (୧) ଅପପୁଷ୍ଟି- ଏଥିରେ ଜନସଂଖ୍ୟାର କେତେ ଭାଗ ଯଥେଷ୍ଟ କ୍ୟାଲୋରି ପ୍ରାପ୍ତ ହୁଅନ୍ତି ନାହିଁ ତାହା ବିଚାରକୁ ନିଆଯାଏ। (୨) ଶିଶୁଙ୍କ କମ୍‌ ଉଚ୍ଚତା- ଏଥିରେ ୫ ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କ ମଧ୍ୟରୁ କେତେ ଅଂଶଙ୍କର ତାଙ୍କର ବୟସ ତୁଳନାରେ ଉଚ୍ଚତା କମ୍‌ ତାହା ଗଣନା କରାଯାଏ। ଏଥିରୁ ଦୀର୍ଘ ସ୍ଥାୟୀ ପୁଷ୍ଟିହୀନତାର ସୂଚନା ମିଳେ। (୩) ଶିଶୁଙ୍କ କମ୍‌ ଓଜନ- ଏହା ୫ ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କ ମଧ୍ୟରୁ କେତେ ଭାଗଙ୍କର ଓଜନ ତାଙ୍କ ଉଚ୍ଚତା ତୁଳନାରେ କମ୍‌ ତାହା ଆକଳନ ହୁଏ। ଏହା ମଧ୍ୟ ଅତିମାତ୍ରାରେ ପୁଷ୍ଟିହୀନତା ସୂଚିତ କରେ। (୪) ଶୈଶବ ମୃତ୍ୟୁ- ପଞ୍ଚମ ଜନ୍ମ ଦିବସ ପୂର୍ବରୁ ମୃତ୍ୟୁବରଣ କରୁଥିବା ଶିଶୁଙ୍କ ଅନୁପାତ ଏଥିରେ ଗଣନା ହୁଏ। ଏହା ଅତ୍ୟନ୍ତ ପୁଷ୍ଟିହୀନତା ସଙ୍ଗେ ସଙ୍ଗେ ଅସ୍ବାସ୍ଥ୍ୟକର ପରିବେଶ ସମ୍ପର୍କରେ ସୂଚନା ଦିଏ।
ଏଥିପାଇଁ ‘ଫୁଡ୍‌ ଆଣ୍ଡ୍‌ ଏଗ୍ରିକଲ୍‌ଚର ଅର୍ଗାନାଇଜେଶନ ଅଫ୍‌ ୟୁନାଇଟେଡ୍‌ ନେସନ୍ସ’ ୟୁନିସେଫ୍‌ ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ ଇତ୍ୟାଦି ଦ୍ୱାରା ସଂଗୃହୀତ ତଥ୍ୟଗୁଡ଼ିକୁ ବିଚାରକୁ ନିଆଯାଏ। ଚଳିତବର୍ଷ ପ୍ରକାଶିତ ଆକଳନ ଅନୁସାରେ ଭାରତରେ ଏସବୁ ନିମ୍ନୋକ୍ତ ମତେ ଥିଲା- ଏହାର ୯.୮% ଲୋକ ଅପପୁଷ୍ଟିର ଶିକାର ହେଲାବେଳେ ୫ ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କ ମଧ୍ୟରେ ୧୯.୦%ଙ୍କର ଉଚ୍ଚତା କମ୍‌, ୨୯.୩%ଙ୍କର ଉଚ୍ଚତା ତୁଳନାରେ ଓ ବୟସ ଅନୁଯାୟୀ ଓଜନ କମ୍‌ ଏବଂ ୨.୭%ଙ୍କର ଶୈଶବ ମୃତ୍ୟୁ ଘଟିଥିଲା।
ଏହି ଚାରୋଟି ସୂଚକାକୁ ନେଇ ଗଣନା କରାଯାଉଥିବା ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ବ୍ୟବହୃତ ହୁଏ ଏକ ୦ (ଶୂନ)ରୁ ୧୦୦ ପଏଣ୍ଟ ମାପକ। ଏହା ଶୂନ୍ୟ(୦) ହେଲେ ସର୍ବଶ୍ରେଷ୍ଠ ଏବଂ ୧୦୦ ହେଲେ ସର୍ବନିତ୍କୃଷ୍ଟ। ଅନ୍ୟପକ୍ଷରେ ଏହା ୯.୯୩ ତା’ ସହିତ ସମାନ ହେଲେ ତାହାକୁ ଉତ୍ତମ, ୧୦.୦ରୁ ୧୯.୯ ହେଲେ ସାଧାରଣ, ୨୦.୦ରୁ ୩୪.୯ ହେଲେ ଗମ୍ଭୀର, ୩୫ରୁ ୪୯.୯ ହେଲେ ଉଦ୍‌ବେଗଜନକ ଏବଂ ୫୦ ବା ତତୋଽଧିକ ହେଲେ ଅତି ଉଦ୍‌ବେଗଜନକ ବୋଲି ଧରାଯାଏ। ଏହି ମାପକରେ ଭାରତର ସ୍କୋର ହେଉଛି ୨୪.୧। ଅତଏବ ଏହା ଗମ୍ଭୀର ଶ୍ରେଣୀର ଅନ୍ତର୍ଭୁକ୍ତ। ଦକ୍ଷିଣ ଏସିଆରେ ହାରାହାରି ଏ ସ୍କୋର ୨୩.୫ ହେଲା ବେଳକୁ ବିଶ୍ୱରେ ହାରାହାରି ୧୮.୧।
ପୃଥିବୀରେ ବୈଶ୍ୱିକ କ୍ଷୁଧା ସୂଚକାଙ୍କ ଉଚ୍ଚତମ ସ୍ଥାନରେ ଅର୍ଥାତ୍‌ ୫ ତଳକୁ ଥିବା ୨୫ ଦେଶ ମଧ୍ୟରେ ରହିଛି ଆର୍ମେନିଆ, ବେଲାରସ, ବୋସନିଆ, ବୁଲଗେରିଆ, ଚିଲି, ଚାଇନା ଏବଂ କୋଷ୍ଟାରିକା। ଅନ୍ୟପକ୍ଷରେ ଏଥିରେ ନିମ୍ନତମ ସ୍ଥାନରେ ଅର୍ଥାତ୍‌ ଅତି ଉଦ୍‌ବେଗଜନକ ସ୍ତରରେ (ସ୍କୋର ୫୦ ବା ତତୋଽଧିକ) ଅଛନ୍ତି ବୁରୁଣ୍ଡି, ଦକ୍ଷିଣ ସୁଦାନ, ଚାଡ, ମାଡାଗାସ୍କର, ସୋମାଲିଆ, ସୁଦାନ, କଙ୍ଗୋ ଏବଂ ୟେମେନ୍‌।
ଏବେ ଅର୍ଥନୈତିକ ଦୃଷ୍ଟିକୋଣରୁ ପ୍ରଗତି କ୍ଷେତ୍ରରେ ବିଶ୍ୱରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି। ଆଗାମୀ କିଛି ବର୍ଷ ମଧ୍ୟରେ ଏହା ବିକାଶିତ ଦେଶ ଭାବେ ପରିଗଣିତ ହେବ ବୋଲି ମନେକରାଯାଏ। ତେବେ ବଡ଼ ପରିତାପର ବିଷୟ ଯେ, ଏହା ବୈଶ୍ୱିକ କ୍ଷୁଧା ସୂଚକାଙ୍କରେ ଶ୍ରୀଲଙ୍କା (ସ୍କୋର ୧୦.୬), ନେପାଳ (୧୮.୫) ଏବଂ ବାଂଲାଦେଶ (୧୯.୨) ଠାରୁ ପଛରେ ରହିଛି। ତେବେ ଗୋଟିଏ ଆଶ୍ୱାସନାର କଥା ହେଲା ଯେ, ଏହା ପୂର୍ବ କେତେକ ବର୍ଷ ତୁଳନାରେ ଆଗକୁ ବଢ଼ିଛି। (ସ୍କୋର ୨୦୦୦ ମସିହାରେ ୩୮.୧ ଏବଂ ୨୦୧୮ରେ ୨୫.୮)। ଅବଶ୍ୟ ବିଶ୍ୱର ଅନେକ ଦେଶ କ୍ଷେତ୍ରରେ ଏପରି ଘଟିଛି। ସେମାନେ ମଧ୍ୟ ଏହି ସୂଚକାଙ୍କରେ ଆଗକୁ ବଢ଼ିଛନ୍ତି।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
– ଉଷା ନିବାସ, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

LPG ସିଲିଣ୍ଡର ପିଛା ଦାମ ବଢ଼ିବ ୩୭୦ ଟଙ୍କା; ଡିସେମ୍ବରରେ ହେବ ମୂଲ୍ୟ ବୃଦ୍ଧିି! କ୍ଷତିରେ ଚାଲୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ,୧।୧୧: ଡିସେମ୍ବର ୨୦୨୬ରେ, ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଉପରେ ‘ଅଣ୍ଡର-ରିକଭରି’ (ଅର୍ଥାତ ଉତ୍ପାଦନ/କ୍ରୟ ମୂଲ୍ୟ ଏବଂ ବିକ୍ରୟ ମୂଲ୍ୟ ମଧ୍ୟରେ ଥିବା ପାର୍ଥକ୍ୟ) ପ୍ରାୟ ୧୩%…

CJP ଦୀପାବଳି ପାର୍ଟିରେ ଯୋଗ ଦେଲେ ବିରୋଧୀ ଦଳର ନେତା; ଅଭିଜିତ ଦୀପକେ, ସୌରଭ ଦାସଙ୍କୁ କ’ଣ କହିଲେ ସୁପ୍ରିୟା ସୁଲେ? ଜାଣନ୍ତୁ…

ନୂଆଦିଲ୍ଲୀ,୧।୧୧: ‘କକରୋଚ ଜନତା ପାର୍ଟି’ (CJP) ଏବଂ କେତେଜଣ ବିରୋଧୀ ଦଳର ନେତାଙ୍କ ମଧ୍ୟରେ ନିକଟତର ହେବାର ସଙ୍କେତ ମିଳୁଛି। ଶନିବାର, ତୃଣମୂଳ କଂଗ୍ରେସ, ସିପିଆଇ(ଏମ) (CPI(M))…

ଏଇ ଭାରତରେ

ଜଙ୍ଗଲରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ହାତୀମାନେ ଜନବସତି ଆଡ଼କୁ ମୁହଁାଉଛନ୍ତି। ଫସଲ ଓ ଧନଜୀବନ ରକ୍ଷା କରିବା ପାଇଁ ମଣିଷ ସେମାନଙ୍କର ମୁକାବିଲା କରୁଛି।…

ରହସ୍ୟଘେରରେ ନିଖୋଜ ଶିଶୁ

ସଭ୍ୟତାର କ୍ରମବିକାଶ ସହ ତାଳ ଦେଇ ଅନେକ ଅରୁଚିକର ଘଟଣା ପ୍ରତ୍ୟହ ସଂଘଟିତ ହୋଇ ଆମ ସଂସ୍କୃତି, ଐତିହ୍ୟ ଓ ଉଚ୍ଚ ପରମ୍ପରା ପ୍ରତି ଆହ୍ବାନ ସୃଷ୍ଟି…

କଥା ଓ କାମରେ ପ୍ରଭେଦ

ହିନ୍ଦୁତ୍ୱବାଦୀ ଚିନ୍ତାଧାରାରେ ଥିବା ଭାରତ ସମ୍ପୂର୍ଣ୍ଣ ଭାବେ ଏକ ସମ୍ପ୍ରଦାୟଭିତ୍ତିକ ରାଷ୍ଟ୍ର ନୁହେଁ ବୋଲି ମୁଁ ପୂର୍ବରୁ ଲେଖିଛି। ମୋ ଯୁକ୍ତି ହେଉଛି, ୨୦୦୮ ପୂର୍ବରୁ ନେପାଳ…

୧୦,୦୦୦ ସୁରକ୍ଷା କର୍ମୀ, ୨୫୦ କ୍ୟାମେରା, ରାସ୍ତାରେ ବ୍ୟାରିକେଡ,ଦିଲ୍ଲୀରେ ‘ଇଣ୍ଡିଆ’ (INDIA) ମେଣ୍ଟର ରାଲି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୧।୧୧: ବିରୋଧୀ ମେଣ୍ଟ ‘INDIA’ (ଇଣ୍ଡିଆ) ବ୍ଲକ ପକ୍ଷରୁ ରବିବାର ଦିଲ୍ଲୀର ରାମଲୀଳା ମୈଦାନରେ ଏକ ବିଶାଳ ରାଲି ଆୟୋଜିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ କଂଗ୍ରେସ…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ବନ୍ୟା ଜଳରୁ ୧୦ କୃଷ୍ଣସାର ଉଦ୍ଧାର, ୨ ମୃତ

ଗଞ୍ଜାମ,୧।୧୧,(ଅନାଥ ତରାଇ ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ବନ୍ୟା ଯୋଗୁ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ କେତେକ କୃଷ୍ଣସାର ମୃଗ ଭାସିଯାଉଥିବା ଦେଖିବାକୁ…

ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ପରଲୋକ

ନୂଆଦିଲ୍ଲୀ, ୧।୧୧: ‘କାଣ୍ଟେ’, ‘ସୁଟ୍‌ଆଉଟ ଆଟ୍‌ ଲୋଖଣ୍ଡୱାଲା’ ଏବଂ ‘କାବିଲ’ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ପାଇଁ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଗୁପ୍ତାଙ୍କର ୫୯ ବର୍ଷ ବୟସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?