Posted inଜାତୀୟ

‘୫ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ବଡ଼ ଦୁର୍ଘଟଣା ଘଟିବ’

ଲକ୍ଷ୍ନୌ,୪।୫: ଉତ୍ତରପ୍ରଦେଶ ପୋଲିସର ହ୍ବାଟସଆପ୍‌ ନମ୍ବରରେ ଏକ ଧମକପୂର୍ଣ୍ଣ ମେସେଜ୍‌ ଆସିଛି। ଏହି ମେସେଜ୍‌ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ଆସିଛି। ଯେଉଁଥିରେ ଲେଖାଯାଇଛି ପାଞ୍ଚ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବଡ ଦୁର୍ଘଟଣା ଘଟିବ। ପୋଲିସର ଡାୟଲ୍‌ ୧୧୨ କଣ୍ଟ୍ରୋଲ ରୁମ୍‌ ହ୍ବାଟ୍‌ସଆପ୍‌ ନମ୍ବରରେ ଏହି ମେସେଜ୍‌ ଆସିଥିବା ଜଣାପଡିଛି। କଣ୍ଟ୍ରୋଲ ରୁମରେ ଥିବା କର୍ମଚାରୀମାନେ ମେସେଜ୍‌ ଦେଖିବା ପରେ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଥିଲେ ଏବଂ ସୁଶାନ୍ତ ଗଲ୍ଫ ସିଟି ପୋଲିସ ଷ୍ଟେଶନରେ ଏନେଇ ଅଭିଯୋଗ କରାଯାଇଥିଲା। ମୋବାଇଲ ନମ୍ବର ଆଧାରରେ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି।
ସୁଶାନ୍ତ ଗଲ୍ଫ ସିଟି ଇନ୍ସପେକ୍ଟର ବିଜୟେନ୍ଦ୍ର ସିଂଙ୍କ ଅନୁଯାୟୀ, ଡାଏଲ ୧୧୨ରେ ଅଞ୍ଜୁଲ କୁମାର ଅପରେସନ କମାଣ୍ଡର ମୁଖ୍ୟାଳୟ ପଦରେ ନିଯୁକ୍ତ କରାଯାଇଛି। ଅଞ୍ଜୁଲ କୁମାରଙ୍କ ଅନୁଯାୟୀ, ଏପ୍ରିଲ ୨୯ ସା ୭.୫୮ ମିନିଟରେ ମିଡିଆ ଡେସ୍କର ହ୍ବାଟସଆପ ନମ୍ବରରେ ଏକ ମେସେଜ୍‌ ଆସିଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କୁ ଅଶ୍ଳୀଳ ଶବ୍ଦ ବ୍ୟବହାର କରାଯାଇଥିଲା। ଏଥି ସହିତ ତାଙ୍କୁ କ୍ଷତି ପହଞ୍ଚାିବାର ମଧ୍ୟ ଦମକ ଦିଆଯାଇଥିଲା। ଏହାସହ ପାଞ୍ଚ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବଡ ଦୁର୍ଘଟଣା ଘଟିବ ବୋଲି ମଧ୍ୟ ସେଥିରେ ଲେଖାଯାଇଥିଲା।
ଏହି ମେସେଜ୍‌ ପଢିବା ପରେ ଡ୍ୟୁଟିରେ ଥିବା କଲ୍‌ ଟେକର ଅଙ୍କିତ ଦୁବେଙ୍କ ହୋଶ୍‌ ଉଡିଯାଇଥିଲା। ସେ ଧମକପୂର୍ଣ୍ଣ ମେସେଜ୍‌ ସମ୍ପର୍କରେ ଅପରେସନ କମାଣ୍ଡର ଅଞ୍ଜୁଲ କୁମାରଙ୍କୁ ସୂଚନା ଦେଇଥିଲେ। ପରବର୍ତ୍ତୀ ସମୟରେ ସୁଶାନ୍ତ ଗଲ୍ଫ ସିଟି ପୋଲିସ ଷ୍ଟେଶନରେ ମୋବାଇଲ ଧାରକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ମେସେଜ୍‌କୁ ଗମ୍ଭୀରତାର ସହ ଗ୍ରହଣ କରି ପୋଲିସ ସିସିଟିଭି ସେଲ ସହାୟତାରେ ତଦନ୍ତ କରୁଛି। ଏପର୍ଯ୍ୟନ୍ତ ସନ୍ଦେହଜନକ ନମ୍ବରର ପ୍ରକୃତ ସ୍ଥାନ ଚିହ୍ନଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri