ସାରା ରାଜ୍ୟରେ ବୁଲି ବୁଲି ପ୍ରଚାର କରୁଥିଲେ ଶ୍ରୀମା ଅରବିନ୍ଦଙ୍କ ବାଣୀ, ସମସ୍ତଙ୍କୁ ଛାଡ଼ି ଚାଲିଗଲେ ରଘୁ ଭାଇ

ଭଞ୍ଜନଗର,୩୦ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଶ୍ରୀ ଅରବିନ୍ଦ ଶକ୍ତିପୀଠର ବର୍ତ୍ତମାନର ଟ୍ରଷ୍ଟି, ଶ୍ରୀ ଅରବିନ୍ଦ ପାଠଚକ୍ର ଭଞ୍ଜନଗର ଅଞ୍ଚଳ ସଂଗଠକ ରଘୁନାଥ ପଣ୍ଡା (୮୯) ସୋମବାର ମଧ୍ୟାହ୍ନରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଗମନ କରିଛନ୍ତି। ଏଥିସହ ପଣ୍ଡା ଶ୍ରୀଅରବିନ୍ଦ ସଂଗଠନର ରାଜ୍ୟର ବିଭିନ୍ନ କର୍ମକର୍ତ୍ତା ଦାୟିତ୍ୱରେ ମଧ୍ୟ ଅନେକ ସମୟ ଥିଲେ। ତାଙ୍କ ପ୍ରଚେଷ୍ଟାରେ ଗଞ୍ଜାମ ସମେତ ରାଜ୍ୟର ଅନେକ ସ୍ଥାନରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ପାଠଚକ୍ର ସମେତ ଅନେକ ଧ୍ୟାନ ମନ୍ଦିର ସ୍ଥାପନ ହୋଇପାରିଥିଲା। ଭଞ୍ଜନଗର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଶ୍ରୀଅରବିନ୍ଦ ଶକ୍ତିପୀଠ ପ୍ରତିଷ୍ଠାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ଉକ୍ତ ଦୁଇ ଅନୁଷ୍ଠାନର ସଭାପତି ବହୁବର୍ଷ ଧରିଥିଲେ। ଶ୍ରୀମାଙ୍କ ବାଣୀ ସେ ରାଜ୍ୟ ସାରା ବୁଲି ବୁଲି ପ୍ରଚାର କରୁଥିଲେ।
ରାଜ୍ୟର ଜଣେ ଜଣାଶୁଣା ମାତୃପ୍ରେମୀ ଭାବେ ରଘୁନାଥ ଭାଇ ପରିଚିତ ଥିଲେ। ତାଙ୍କର ବିୟୋଗରେ ମାତୃ ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସନ୍ଧ୍ୟାରେ ଭଞ୍ଜନଗରରେ ତାଙ୍କ ମରଶରୀର ପହଞ୍ଚିବା ପରେ ସ୍ଥାନୀୟ ଶ୍ରୀ ଅରବିନ୍ଦ ଶକ୍ତିପୀଠରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ କିଛି ସମୟ ରଖାଯିବ ବୋଲି ତାଙ୍କ ବଡ଼ ପୁଅ ତଥା ଘୁମୁସର ଆବାସିକ ମହାବିଦ୍ୟାଳୟର ସମ୍ପାଦକ ତ୍ରୈଲୋକ୍ୟ ପଣ୍ଡା ଏଠାରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ସ୍ବର୍ଗତ ପଣ୍ଡା ଡହ ଜଳସେଚନ ବିଭାଗର ଏସ୍‌ଡିଓ ଥିଲେ। ତାଙ୍କରି ସମୟରେ ଡହ ଜଳଭଣ୍ଡାର ପ୍ରକଳ୍ପ କାର୍ଯ୍ୟ ହୋଇଥିଲା। ସେ ଭଞ୍ଜନଗର ସହରତଳି ଲଣ୍ଡେଇସାହି ଗାୟତ୍ରୀ ନଗରରେ ବାସିନ୍ଦା ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା

ବାରଙ୍ଗ,୭।୭(ଲିଙ୍ଗରାଜ ରାଉତ): ଦ୍ୱିତୀୟ ଥର ପାଇଁ ମା’ ହୋଇଛି ହଳଦିଆ ଆନାକୋଣ୍ଡା। ସୋମବାର ଏହା ଜଣାପଡ଼ିବା ପରେ କର୍ମଚାରୀ ମହଲରେ ଖୁସିର ମହୋଲ ଖେଳିଯାଇଛି। ନନ୍ଦନକାନନ...

ଭୁବନେଶ୍ୱର ଷ୍ଟେଶନରେ ଟ୍ରେନ୍‌ରେ ଲାଗିଲା ନିଆଁ: ଆତଙ୍କରେ ଧାଇଁଲେ ଲୋକେ

ଭୁବନେଶର,୭ା୭: ଭୁବନେଶ୍ୱର ରେଳଷ୍ଟେଶନରେ ହୀରାକୁଦ ଏକ୍ସପ୍ରେସ୍‌ର ଏକ ବଗିରେ ସୋମବାର ସନ୍ଧ୍ୟାରେ କୌଣସି କାରଣରୁ ନିଅଁା ଲାଗିଯାଇଥିଲା। ନିଆଁରେ ଜଣେ ଯାତ୍ରୀଙ୍କ କିଛି ଆସବାବପତ୍ର ପୋଡ଼ିଯାଇଥିବା...

ସରିଲା ଶ୍ରୀବିଗ୍ରହଙ୍କ ଅଧରପଣା ନୀତି: ନୀଳାଦ୍ରିିବିଜେକୁ ଭକ୍ତଙ୍କ ଅପେକ୍ଷା

ପୁରୀ,୭ା୭(ଅଜିତ୍‌ ମହାନ୍ତି)- ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ ଅବସ୍ଥାନ...

ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ଲାଞ୍ଚ ନେଉଥିଲେ କୁଜଙ୍ଗ CHCର ଡାକ୍ତର ପ୍ରସାଦ ସେଠୀ, ମାଡି ବସିଲା ଭିଜିଲାନ୍ସ

କୁଜଙ୍ଗ,୭।୭: କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ର ଡାକ୍ତର ଶିବ ପ୍ରସାଦ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଲାଞ୍ଚ ନେଉଥିବା ଧରାଯାଇଛି। ସେ ଜଣେ ଅଭିଯୋଗକାରୀଙ୍କଠାରୁ...

‘ବ୍ୟାଡ୍ ବୟ ପିଜା’ ଆରମ୍ଭ କଲେ ବାଦଶାହ, ପ୍ୟାକେଜିଂରେ ‘ହାୟେ ଗର୍ମୀ

ମୁମ୍ବାଇ: ଜଣାଶୁଣା ରାପର ବାଦଶାହ, ଯିଏ ଜଣେ ଆବେଗୀ ଖାଦ୍ୟପ୍ରେମୀ ମଧ୍ୟ, ନିଜର ଖାଦ୍ୟ ପ୍ରତି ଥିବା ଅନୁରାଗକୁ ଆଉ ଏକ ପାଦ ଆଗକୁ ନେଇଛନ୍ତି।...

ଘୁମୁସର କରାଟେ ଏକାଡେମୀର ବଡ଼ ସଫଳତା

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ୧୧ତମ ରାଜ୍ୟସ୍ତରୀୟ ସୋଟୋକନ କରାଟେ ପ୍ରତିଯୋଗିତା ଭୁବନେଶ୍ବରରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଘୁମୁସର କରାଟେ ଏକାଡେମୀକୁ ବଡ ସଫଳତା ମିଳିଛି। ଏକାଡେମୀର...

ଆନ୍ଦୋଳନକୁ ଓହ୍ଲାଇବ ଡ୍ରାଇଭର ସଂଘ

ଭଞ୍ଜନଗର,୭ା୭(ବାବୁଲା ପ୍ରଧାନ): ୬ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ମଙ୍ଗଳବାରଠାରୁ ଆନ୍ଦୋଳନକୁ ଓହ୍ଲାଇବ। ଭଞ୍ଜନଗର ଶାଖା କର୍ମକର୍ତ୍ତାମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହେବେ।...

ଖୋଲିଲା ମଝିଘରିଆଣିଙ୍କ ୯ ହୁଣ୍ଡି: ମିଳିଲା ୧ କୋଟି ୪ ଲକ୍ଷ, ୧୨ ବିଦେଶୀ ନୋଟ୍‌ ସହ ୩୮ ଗ୍ରାମ ସୁନା

ରାୟଗଡ଼ା, ୭।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ହୁଣ୍ଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri