Posted inଖେଳ

ମେରିକମ୍‌, ମନପ୍ରୀତ୍‌ ସିଂ ଭାରତର ପତାକା ବାହକ ହେବେ

ନୂଆଦିଲ୍ଲୀ, ୬ା୭ (ପି.ଟି.)-ଟୋକିଓ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବରେ ବକ୍ସର ଏମ୍‌. ସି. ମେରିକମ୍‌ ଓ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ୍‌ ସିଂ ଭାରତର ପତାକା ବାହକ ହେବେ। ଅଗଷ୍ଟ ୮ ଉଦ୍‌ଯାପନୀ ଉତ୍ସବରେ ଭାରତର ଅନ୍ୟତମ ବଡ଼ ଆଶା ରେସ୍‌ଲର ବଜରଙ୍ଗ ପୁନିଆ ଭାରତର ପତାକା ବାହକ ହେବେ। ଭାରତୀୟ ଅଲିମ୍ପିକ କମିଟି (ଆଇଓଏ) ଗେମ୍ସର ଆୟୋଜକ କମିଟି ସହ ଯୋଗାଯୋଗ ପରେ ଏହି ନିଷ୍ପତ୍ତି ନେଇଛି। ପୂର୍ବରୁ ଲିଙ୍ଗଭେଦ ସମାନତାକୁ କାର୍ଯ୍ୟକାରୀ କରିବାକୁ ଯାଇ ଆସନ୍ତା ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତ ପ୍ରଥମ ଥର ଜଣେ ପୁରୁଷ ଓ ଜଣେ ମହିଳା ଦୁଇଜଣଙ୍କୁ ପତାକା ବାହକ କରିବା ଲାଗି ସ୍ଥିର କରିସାରିଥିଲା। ଆଇଓଏ ମୁଖ୍ୟ ନରିନ୍ଦର ବାତ୍ରା ନିକଟରେ ଏ ବିଷୟରେ ସୂଚନା ଦେଇଥିଲେ। ୨୦୧୬ ରିଓ ଡି’ ଜେନିରୋ ଗେମ୍ସର ଉଦ୍‌ଘାଟନୀ ଉତ୍ସବରେ ଦେଶର ଏକମାତ୍ର ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ଭାରତୀୟ ଦଳର ପତାକା ବାହକ ଦାୟିତ୍ୱ ତୁଲାଇଥିଲେ। ଟୋକିଓ ଗେମ୍ସ ଜୁଲାଇ ୨୩ରୁ ଆରମ୍ଭ ହେବ। ଏଥିରେ ବଭିନ୍ନ କ୍ରୀଡ଼ାରେ ୧୦୦ରୁ ଊର୍ଦ୍ଧ୍ୱ ଭାରତୀୟ ଆଥ୍‌ଲେଟ ଭାଗନେବେ। ପ୍ରକୃତରେ ଏହି ଉତ୍ସବ ଗତବର୍ଷ ଆୟୋଜନ ହେବାର ଥିଲା। ମାତ୍ର କୋଭିଡ୍‌ ମହାମାରୀ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଗତବର୍ଷ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଆଇଓସି)ର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ବସିଥିଲା। ଗେମ୍ସରେ ଭାଗ ନେଉଥିବା ୨୦୬ ଦେଶ ସେମାନଙ୍କ ଦଳରେ ଅତିକମ୍‌ରେ ଜଣେ ପୁରୁଷ ଓ ଜଣେ ମହିଳା ଆଥ୍‌ଲେଟ ପତାକା ବାହକ ରଖିବା ଉଚିତ ବୋଲି ଏଥିରେ ମତପ୍ରକାଶ ପାଇଥିଲା ବୋଲି ଆଇଓସି ମୁଖ୍ୟ ଥୋମାସ୍‌ ବ୍ୟାକ୍‌ କହିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ଲାଗି ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଷ୍ଟ୍‌ ଇଣ୍ଡିଆ ଓପନ୍‌ ସ୍ନୁକର: ସେମିଫାଇନାଲରେ ସୁବ୍ରତ

ଭୁବନେଶ୍ୱର,୧୫।୧୨(ସ୍ପୋଟର୍‌ସ ବ୍ୟୁରୋ)- ପାଟଣାରେ ଚାଲିଥିବା ଇଷ୍ଟ ଇଣ୍ଡିଆ ସ୍ନୁକର ଚାମ୍ପିୟନଶିପ୍‌ରେ ଓଡ଼ିଶାର ସୁବ୍ରତ ଦାସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ସୁବ୍ରତ ପ୍ରି- କ୍ୱାର୍ଟର ଓ...

ଲୌରେସ ସ୍ପୋର୍ଟିଂ ମୁଭମେଣ୍ଟ ପୁରସ୍କାର ଦୌଡ଼ରେ ତେନ୍ଦୁଲକର

ଲଣ୍ଡନ,୧୧ା୧ (ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ ଲୌରେସ ସ୍ପୋର୍ଟିଂ ମୁଭମେଣ୍ଟ ୨୦୦୦-୨୦୨୦ ପୁରସ୍କାର ପାଇଁ ୨୦ଜଣିଆ ସଂକ୍ଷିପ୍ତ ତାଲିକାରେ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନାମ ରହିଛି। ତେନ୍ଦୁଲକର...

୨୦୨୦ ଅଲିମ୍ପିକ୍ସ: ବକ୍ସିଂ ଆଥ୍‌ଲେଟ୍‌ ଆମ୍ବାସାଡର ଗ୍ରୁପ୍‌ରେ ମେରୀକମ୍‌

ନୂଆଦିଲ୍ଲୀ, ୩୧।୧୦ (ପି.ଟି.)- ଆସନ୍ତା ବର୍ଷ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସରେ ବକ୍ସିଂରୁ ପ୍ରତିନିଧିତ୍ୱ ପାଇଁ ଆଇଓସି ପକ୍ଷରୁ ଗଠିତ ୧୦ ଜଣିଆ ଆଥ୍‌ଲେଟ୍‌ ଆମ୍ବାସାଡର...

ଦିନଥିଲା ଗୁପ୍‌ଚୁପ ବିକୁଥିଲେ, ଆଜି ଭାରତକୁ ବିଶ୍ୱକପ୍‌ ଫାଇନାଲରେ ପହଞ୍ଚାଇଲେ ଏହି ଖେଳାଳି

ପୋଚେଫଷ୍ଟ୍ରୁମ,୫।୧: ପୁଣି ବିଶ୍ୱକପରେ ପାକିସ୍ତାନକୁ ଧରାଶାୟୀ କରିଛି ଭାରତ। ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ପରେ ଦୁଇ ଓପନର ଯଶସ୍ବୀ ଜଶୱାଲଙ୍କ ଶତକ ଓ ଦିବ୍ୟାଂଶ ସାକ୍ସେନାଙ୍କ...

ମାତ୍ର ୧୯ବର୍ଷ ବୟସରେ ବିଶ୍ୱକପ୍‌ରେ ଦୁଇଥର ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ବିବେଚିତ ହୋଇଥିଲେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୨୮।୫: ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ରେକର୍ଡର ବର୍ଷା କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ସେହିପରି ଯଦି ବିଶ୍ୱକପ୍‌ ରେକର୍ଡ ଉପରେ ନଜର...

ଭାରତ ଗସ୍ତରୁ ବାଦ୍‌ ପଡ଼ିପାରନ୍ତି ଇକବାଲ

ଢାକା,୨୪।୧୦- ବାଂଲାଦେଶ ଓପନର ତାମିମ ଇକବାଲ ଆଗାମୀ ଭାରତ ଗସ୍ତର ପ୍ରାରମ୍ଭିକ ମ୍ୟାଚ୍‌ ଖେଳିପାରିବେ ନାହିଁ। ବ୍ୟକ୍ତିଗତ କାରଣ ଯୋଗୁ ସେ ସିରିଜର ପ୍ରାରମ୍ଭିକ ପର୍ଯ୍ୟାୟ...

ଭାରତୀୟ ଟେଷ୍ଟ ଦଳର ଅଭ୍ୟାସ ଆରମ୍ଭ

ଲିସେଷ୍ଟର,୨୧।୬: ଆସନ୍ତା ୧ ତାରିଖରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଟେଷ୍ଟ ଦଳ ଲିସେଷ୍ଟରଶାୟାର ଗ୍ରାଉଣ୍ଡରେ ଅଭ୍ୟାସ ଆରମ୍ଭ...

ପ୍ରଥମଥର ହାତ ଧରାଧରି ହୋଇ ଆସିଲେ ଆଥିଆ-ରାହୁଲ

ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିଆ ସେଟ୍ଟି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ସେ କ୍ରିକେଟର...

Advertisement
Archives

Model This Week