Posted inଜାତୀୟ

‘କିଛି ଦିନ ଏକାଠି ରହିବା ଲିଭ୍‌-ଇନ୍‌ ରିଲେସନଶିପ୍‌ ନୁହେଁ’

ଚଣ୍ଡିଗଡ଼, ୧୬ା୧୨: ଯଦି ଦୁଇ ପ୍ରାପ୍ତବୟସ୍କ ଯୁବତୀ ଯୁବକ କିଛି ଦିନ ପାଇଁ ସହମତିରେ ଏକାଠି ରୁହନ୍ତି, ତେବେ ତାହାକୁ ଲିଭ୍‌-ଇନ୍‌ ରିଲେସନଶିପ୍‌ କୁହାଯାଇପାରିବ ନାହିଁ। କେତେ ଦିନ ପର୍ଯ୍ୟନ୍ତ ସେମାନେ ଏକାଠି ରହୁଛନ୍ତି, ଜଣେ ଅନ୍ୟ ଜଣଙ୍କ ପ୍ରତି ଥିବା କର୍ତ୍ତବ୍ୟ ପାଳନ କରୁଛନ୍ତି କି ନାହିଁ, ପରସ୍ପରର ଦାୟିତ୍ୱ ନେଉଛନ୍ତି କି ନା ସେସବୁକୁ ଆଧାର କରି କୌଣସି ସମ୍ପର୍କ ବିବାହର ଅନୁରୂପ ହୋଇପାରିବ ବୋଲି କହିଛନ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ। ଜଷ୍ଟିସ୍‌ ମନୋଜ ବଜାଜ ହରିୟାଣା ଯମୁନାନଗର ଜିଲାର ଏକ ଯୋଡ଼ିଙ୍କ ଆବେଦନ ଉପରେ ଶୁଣାଣି କରି ଏହି ରାୟ ଦେଇଛନ୍ତି।

ଅନୁଯାୟୀ, ଜଣେ ୧୮ ବର୍ଷୀୟା ଯୁବତୀ ଏବଂ ୨୦ ବର୍ଷୀୟ ଯୁବକ କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ଉଭୟେ ପରସ୍ପରକୁ ପ୍ରେମ କରୁଥିବା ଏବଂ ବିବାହ ବୟସ ହେବା ପରେ ବାହା ହୋଇଥାନ୍ତେ ବୋଲି ସ୍ଥିର କରିଥିଲେ। କିନ୍ତୁ ଯୁବତୀଙ୍କ ମା’ବାପା ଅନ୍ୟତ୍ର ତାଙ୍କ ବାହାଘର କରିବାକୁ ଯୋଜନା କରିଥିଲେ। ଯୁବତୀ ଜଣଙ୍କ ଘରୁ ପଳାଇଯାଇ ଯୁବକଙ୍କ ସହ ଗତ ନଭେମ୍ବର ୨୪ରୁ କିଛି ଦିନ ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ରହିଥିବା ପିଟିଶନରେ ଦର୍ଶାଇଥିଲେ। ଏଥିସହ ଯୁବତୀଙ୍କ ଘରଲୋକେ ସେମାନଙ୍କୁ ଧମକ ଦେଉଥିବାରୁ କୋର୍ଟ ପକ୍ଷରୁ ସୁରକ୍ଷା ମାଗିଥିଲେ। ତେବେ ଧମକ ଅଭିଯୋଗର ସତ୍ୟତା ବିଶ୍ୱାସଯୋଗ୍ୟ ହେଉ ନ ଥିବା କହି ହାଇକୋର୍ଟ ପିଟିଶନରଙ୍କ ଆବେଦନ ଖାରଜ କରିଦେଇଛନ୍ତି। ଏଥିସହ ଆବେଦନକାରୀଙ୍କ ଉପରେ ୨୫ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ସରକାରଙ୍କ ରେଲଓ୍ବେକୁ ପତ୍ର: ୨୬ ମେ’ ପର୍ଯ୍ୟନ୍ତ ରାଜ୍ୟକୁ ନ ପଠାଯାଉ କୌଣସି ଟ୍ରେନ୍‌

କୋଲକାତା,୨୩।୫: ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଶନିବାର ରେଲଓ୍ବେ ବୋର୍ଡର ଅଧ୍ୟକ୍ଷଙ୍କୁ ଏକ ପତ୍ର ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଏବେ ଜିଲା ପ୍ରଶାସନ ବାତ୍ୟା...

ରାଜଧାନୀରେ ପ୍ରବଳ ଥଣ୍ଡା: ୨୮ ବର୍ଷରେ ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ,୨୭।୧୨: ରାଜଧାନୀ ଦିଲ୍ଲୀରେ ଥଣ୍ଡାର ପ୍ରକୋପ ଜାରି ରହିଛି। ଗତ ୨୮ ବର୍ଷ ମଧ୍ୟରେ ଡିସେମ୍ବରରେ ହୋଇଥିବା ଶୀତ ରେକର୍ଡ ଭାଙ୍ଗିଛି। ୧୯୯୨ ପରେ ଡିସେମ୍ବରରେ...

ଗର୍ଭବତୀ ଡିଏସ୍‌ପିଙ୍କ ଭିଡ଼ିଓ ଭାଇରାଲ…

ଦନ୍ତେଓ୍ବାଡ଼ା,୨୦।୪: ଛତିଶଗଡ଼ରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ମହାମାରୀ ଅଣାୟତ୍ତ ହେଉଥିବାରୁ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ସମ୍ପ୍ରତି ଦନ୍ତେଓ୍ବାଡ଼ାରେ କାର୍ଯ୍ୟ କରୁଥିବା...

ଏନ୍‌ଏସ୍‌ଡି ଅଧ୍ୟକ୍ଷ ନିଯୁକ୍ତ ହେଲେ ପରେଶ ରାୱଲ

ନୂଆଦିଲ୍ଲୀ,୧୦ ।୯:ବଲିଉଡ୍ ଅଭିନେତା ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଏମ୍‌ପି ପରେଶ ରାୱଲଙ୍କୁ ନ୍ୟାଶନାଲ ସ୍କୁଲ ଅଫ୍ ଡ୍ରାମା(ଏନ୍‌ଏସ୍‌ଡି)ର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି...

ବିଦ୍ୟୁତ କମ୍ପାନୀଗୁଡ଼ିକର ବକେୟା ହ୍ରାସ ପାଇ ଜାନୁୟାରୀରେ ୬୨,୬୮୧.୬୮ କୋଟିରେ ପହଞ୍ଚିଲା….

ନୂଆଦିଲ୍ଲୀ,୮।୧ : ଜାନୁଆରୀରେ ବିଦ୍ୟୁତ ଉତ୍ପାଦନ କରୁଥିବା କମ୍ପାନୀଗୁଡିକର ମୋଟ ବକେୟା ଦେୟ ପ୍ରାୟ ଅଧାକୁ ଖସି ଆସିଛି। ଜାନୁଆରୀ ପୂର୍ବରୁ ଏହା ୧,୨୧,୦୩୦ କୋଟି...

୧୩୫ କୋଟି ଲୋକ ଆମ ଉପରେ ହସୁଛନ୍ତି: ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ,୨୦।୧୨ : ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ମଙ୍ଗଳବାର ରାଜ୍ୟ ସଭାରେ ନିଜ ଆସନରୁ ଉଠିବାକୁ ପଡିଛି। ସେ ଏମ୍‌ପିମାନଙ୍କୁ ମନେ ପକାଇବାକୁ କହିଥିଲେ ଯେ ଆମେ...

ହନିଟ୍ରାପ୍‌ ଜାଲରେ ମଧ୍ୟପ୍ରଦେଶର ପୂର୍ବତନ ଏମ୍‌ପି

ଭୋପାଳ,୩୦।୯: ଦେଶର ସବୁଠୁ ବଡ଼ ହାଇପ୍ରୋଫାଇଲ ହନିଟ୍ରାପ୍‌ ମାମଲାର ଏସ୍‌ଆଇଟି ତଦନ୍ତ ଚାଲୁଛି। ଇତି ମଧ୍ୟରେ ମଧ୍ୟପ୍ରଦେଶର ଜଣେ ପୂର୍ବତନ ଏମ୍‌ପିଙ୍କ ଅଶ୍ଲୀଳ ସିଡୀକୁ ନେଇ...

ସୀମାରେ ୫୧୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ: ୧୮ ବର୍ଷ ମଧ୍ୟରେ ସର୍ବାଧିକ

ଶ୍ରୀନଗର,୩୦।୧୨: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଜାରି ରହିଛି। ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଉଦ୍ଦେଶ୍ୟରେ ପାକିସ୍ତାନ ପକ୍ଷରୁ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ...

Advertisement
Archives

Model This Week