ଖସୁଛି ପାରଦ, ବଢୁଛି ଶୀତବସ୍ତ୍ରର ଚାହିଦା

ଭୁବନେଶ୍ୱର,୨୨। ୧୨: ସାରା ଓଡ଼ିଶାକୁ ଥରାଉଛି ହାଡ଼ଭଙ୍ଗା ଶୀତ। ବଢୁଛି ଜାଡ଼ ଖସୁଛି ପାରଦ। ଦିନରେ ଘରୁ ବାହାରିବା ହେଲାଣି ମୁସ୍‌କିଲ। ଗତ କିଛିଦିନ ହେଲା ଶୀତର ପ୍ରକୋପ ବଢିବାରେ ଲାଗିଛି। ପାରଦ ତଳମୁହାଁ ହୋଇ ରାଜ୍ୟର ୧୯ ଜିଲାରେ ୧୦ ଡିଗ୍ରୀ ସେଲ୍‌ସିୟସକୁ ହ୍ରାସ ପାଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସମାନ ଅବସ୍ଥା। ଥଣ୍ଡା ଅଧିକ ହେଉଥିବାରୁ ଶୀତ ବସ୍ତ୍ର ଦୋକାନ ବଜାରରେ ଏବେ ଭିଡ଼ ଜମିଲାଣି । ରାଜଧାନୀ ଭୁବନେଶ୍ୱର ରସୁଲଗଡ଼ସ୍ଥିତ ମା’ କୋଚିଲେଇ ହାଟ, ଶହୀଦନଗର, ୟୁନିଟ୍‌-୧ ଏବଂ ଅନ୍ୟାନ୍ୟ ଶୀତ ବସ୍ତ୍ରର ବଜାରରେ ବିଶେଷଭାବେ ଭିଡ଼ ଦେଖିବାକୁ ମିଳୁଛି। ଲୋକଙ୍କ ମଧ୍ୟରେ ଶୀତ ବସ୍ତ୍ରର ଚାହିଦାକୁ ନେଇ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା।
ବଢିଛି ଶୀତବସ୍ତ୍ରର ଚାହିଦା
ଛୋଟ ପିଲା ଓ ବଡ଼ଙ୍କ ପାଇଁ ବିଭିନ୍ନ ପ୍ରକାର ଶୀତବସ୍ତ୍ର ପସରା ମେଲାଇ ଶହୀଦନଗରରେ ବସିଛନ୍ତି ବିରଞ୍ଚି ରାଉତ। ପୂର୍ବ ବର୍ଷ ଅପେକ୍ଷା ଏ ବର୍ଷ କିପରି ବେପାର ରହିଛି ପଚାରିବାରୁ କହିଲେ, ୨ବର୍ଷ ହେଲାଣି ଶୀତ ନ ଥିଲା। ଏବର୍ଷ ଥଣ୍ଡା ଟିକେ ଅଧିକ ପଡିଥିବାରୁ ଶୀତ ବସ୍ତ୍ରର ଚାହିଦା ଅଧିକ ରହିଛି। ତେବେ ବିଶେଷ କିଛି ନୂଆ ଭେରାଇଟିର ବସ୍ତ୍ର ମାର୍କେଟକୁ ଆସିନାହିଁ। ପୂର୍ବ ବର୍ଷ ଭଳି କୁନି ପିଲାଙ୍କ ପାଇଁ ବିଭିନ୍ନ କାର୍ଟୁନ୍‌ର ମଙ୍କି କ୍ୟାପ, ହେଡ୍‌ ସ୍କାର୍ଫ, ଇୟର୍‌ ସ୍କାର୍ଫ, ମୋଜା, ଗ୍ଲୋବ, ମାସ୍କ ସହ ଇୟର୍‌ ସ୍କାର୍ଫ, ଶୀତ ଦିନିଆ ଜୋତା ଆଦି ରହିଛି। ସକାଳ ୯ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ଖୋଲିକି ବସୁଛି। ଦିନ ବେଳା ଅଳ୍ପ ସଂଖ୍ୟକ ଲୋକ ଆସୁଥିବାବେଳେ ସା ସମୟରେ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଉଛି।
ଦିନରେ ଶୀତବସ୍ତ୍ରର ଆବଶ୍ୟକ ପଡୁଛି
୨ ପିଲାଙ୍କୁ ସାଙ୍ଗରେ ଧରି ପିଲାଙ୍କ ମନ ପସନ୍ଦର ଶୀତ ବସ୍ତ୍ର କିଣିବାକୁ ଆସିଛନ୍ତି ସ୍ଥାନୀୟ ବାସିନ୍ଦା ନୂତନ ମହାପାତ୍ର। କେଉଁ ଶୀତ ବସ୍ତ୍ର କିଣିବାକୁ ଆସିଛନ୍ତି ବୋଲି ପଚାରିବାରେ ସେ କହିଲେ, ପିଲାଙ୍କ ବୟସ ବଢିବା ସାଙ୍ଗକୁ ସେମାନଙ୍କ ଉଚ୍ଚତା ମଧ୍ୟ ବଢୁଛି। ୨ ବର୍ଷ ପୂର୍ବରୁ ଯାହା ଶୀତ ବସ୍ତ୍ର କିଣିଥିଲି ସେସବୁ ଛୋଟ ହୋଇଗଲାଣି। ଏବର୍ଷ ହଠାତ୍‌ ଶୀତ ଏତେ ବଢି ଯାଇଛି ଯେ ପିଲାମାନେ ମଧ୍ୟ ଦିନରେ ସ୍ବେଟର ପିନ୍ଧି ବାହାରକୁ ବାହାରୁଛନ୍ତି। ସେମାନଙ୍କ ପାଇଁ ହେଡ୍‌ ସ୍କାର୍ଫ, ଗ୍ଲୋବ୍ସ କିଣିବାକୁ ଆସିଛି। କିଛି ଦିନ ତଳେ ନିଜ ପାଇଁ ଗୋଟେ ସ୍ବେଟର ମଧ୍ୟ ନେଇଥିଲି। ତା’ର ଉଲ୍‌ ବହୁତ ଭଲ ପଡିଥିଲା।
ପୂର୍ବାପେକ୍ଷା ବିକ୍ରି ବଢ଼ିଛି
ଗଦା ଗଦା କମ୍ବଳ ଓ ସାଲ ସହ ୧ ନଂ ମାର୍କେଟ୍‌ରେ ପସରା ମେଲାଇ ବସିଛନ୍ତି ଅନୀଲ ସାହୁ। କମ୍ବଳ ଓ ସାଲ୍‌ର ବିକ୍ରି କିପରି ରହିଛି ପଚାରିବାରେ କରୋନା ପାଇଁ ୨ ବର୍ଷ ହେଲା ଶୀତ ବସ୍ତ୍ର ବେପାରରେ ମାନ୍ଦାବସ୍ଥା ଥିଲା। ବେପାର ନ ହେଉଥିଲେ ମଧ୍ୟ ଦୋକାନ ଖୋଲିବାକୁ ପଡୁଥିଲା। ଏବର୍ଷ କିଛି ଦିନ ହେବ ଶୀତ ବଢିବାରୁ ଗ୍ରାହକଙ୍କ ସଂଖ୍ୟା ଟିକେ ବଢିଛି। ଆଗରୁ ଦିନକୁ ୨/୪ଟା ବିକ୍ରି ହେଉଥିଲା। ହେଲେ ଏବେ ଦିନକୁ ୧୦/୧୨ଟି କମ୍ବଳ ବିକ୍ରି ହେଉଥିବାବେଳେ ୭/୮ଟି ସାଲ୍‌ ମଧ୍ୟ ଭଲ ବିକ୍ରି ହେଉଛି। ପୂର୍ବ ଦୁଇ ବର୍ଷ ଅପେକ୍ଷା ଚଳିତ ଥଣ୍ଡାରେ ବେପାରରେ କିଛିଟା ଉନ୍ନତି ଘଟିଛି ବୋଲି ଅନୀଲ କହିଛନ୍ତି।
-ରିପୋର୍ଟ: ରୋଜାଲିନ୍‌ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri