କରୋନା ପରେ ମାନସିକ ସମସ୍ୟା ବଢିଛି

ଭଦ୍ରକ/ତିହିଡ଼ି/ବାସୁଦେବପୁର/ ବନ୍ତ/ଚାନ୍ଦବାଲି/ଧାମନଗର,୧୧।୧୦ (ସନାତନ ରାଉତ/ସଞ୍ଜିତ ବଳ/ ନାରାୟଣ ପ୍ରସାଦ ବାରିକ/ହରିନାରାୟଣ ମହାନ୍ତି/ କିଶାନ ପାତ୍ର/ଦେବେନ୍ଦ୍ର ଆନ୍ଦିଆ/ ସନ୍ତୋଷ ମହାପାତ୍ର): ଭଦ୍ରକ ଜିଲାର ୭ ବ୍ଲକ ଅଧୀନ ୨୧୮ ପଞ୍ଚାୟତରେ ୩୩୩୭ ପ୍ରକଳ୍ପ ପାଇଁ ୧୦୯ କୋଟି ଟଙ୍କା ଖର୍ଚ୍ଚ ହେବ। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ମଙ୍ଗଳବାର ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଭଦ୍ରକର ଗାନ୍ଧୀପଡ଼ିଆରେ ଏଲ୍‌ଇଡି ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଭଦ୍ରକ ବ୍ଲକ ବାଗୁରାଇ ଇଣ୍ଡୋର ଷ୍ଟାଡିୟମଠାରେ ୧୦ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଏକ ସୁଇମିଂପୁଲ, ଚାନ୍ଦବାଲି ବ୍ଲକ ଧାମରାଇ ମନ୍ଦିର ଓ ତିହିଡ଼ି ବ୍ଲକର ପାଟଣ ମଙ୍ଗଳା ମନ୍ଦିର ଉନ୍ନତୀକରଣ ପାଇଁ ୧ କୋଟି ଲେଖାଏ ମଞ୍ଜୁର କରାଯାଇଛି। ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ, ବିଡିଓ ସୀତାକାନ୍ତ ରାଉତ, ଜିଲା ପରିଷଦ ସଭ୍ୟ ମଳୟ ଜେନାଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ଥିଲେ। ସେହିପରି ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ବ୍ଲକ ଅଫିସ୍‌ରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରାଯିବା ସହ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସମସ୍ତ ବିଡିଓ ଏବଂ ଅନ୍ୟମାନେ ଏଥିରେ ଯୋଡ଼ି ହୋଇଥିଲେ।
ତିହିଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାସୁଦେବପୁର ନିର୍ବାଚନମଣ୍ଡଳୀ ଅଧୀନ ତିହିଡ଼ି ଡାକବଙ୍ଗଳାରେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ୫ କୋଟି ଟଙ୍କା ଏବଂ ଧାମନଗର ନିର୍ବାଚନମଣ୍ଡଳୀ ଅଧୀନ ତାଳପଦା ପଞ୍ଚାୟତସ୍ଥିତ କାନ୍ତକବି ପୀଠର ଉନ୍ନତୀକରଣ ପାଇଁ ୫୦ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି। ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଉପାଧ୍ୟକ୍ଷା ସୁଭଦ୍ରା ଶତପଥୀ, ଏମ୍‌ପିଙ୍କ ପ୍ରତିନିଧି ମାନସ ପାଠୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଦେବକୀ ଦାସ, ଜିଲା ପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି, ତହସିଲଦାର ପ୍ରତୀକ ସାହୁ, ବିଡିଓ ଜ୍ୟୋତିର୍ମୟ କର, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଟେକଚାନ୍ଦ କାଲୋ, କନିଷ୍ଠ ଯନ୍ତ୍ରୀ ଭୀଷ୍ମଦେବ ଶତପଥୀ ପ୍ରମୁଖ ସହଯୋଗ କରିଥିଲେ।
ସେହିପରି ବାସୁଦେବପୁର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଅଭିଭାଷଣ ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ, ଏମ୍‌ପି ପ୍ରତିନିଧି ସୁରେଶ ଚନ୍ଦ୍ର ମହାନ୍ତି, ବିଧାୟକ ପ୍ରତିନିଧି ଅସିତ ଦାଶ, ବିଡିଓ ସତ୍ୟଜିତ ରାଉତ, ତହସିଲଦାର ସୌଭାଗ୍ୟ ପଣ୍ଡା, ପୂର୍ବତନ ସରପଞ୍ଚ ଭାଗୀରଥି ବଳ, ଦୀନବନ୍ଧୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ବନ୍ତ ବ୍ଲକ ଅଫିସ୍‌ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଏହି ବ୍ଲକର ୨୫ ପଞ୍ଚାୟତ ପାଇଁ ୧୨ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମଞ୍ଜୁର ହୋଇଥିବା ୩୮୩ ପ୍ରକଳ୍ପ ଘୋଷଣା କରିଥିଲେ। ବିଧାୟକ ପ୍ରତିନିଧି ଇଂ. ପ୍ରୟାସକାନ୍ତି ସାମଲ, ଜିଲା ପର୍ଯ୍ୟବେକ୍ଷକ ତଥା ଡେପୁଟି କଲେକ୍ଟର କାର୍ତ୍ତିିକନାଥ ମଣ୍ଡଳ, ବିଡିଓ ପ୍ରଦୀପ କୁମାର ସେଠୀ, ତହସିଲଦାର ଅଙ୍କିତା ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ବସନ୍ତିଆ ସରପଞ୍ଚ ଅଶୋକ ସାହୁ ଓ ରାମଚନ୍ଦ୍ରପୁର ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସେହିପରି ଚାନ୍ଦବାଲିର ମା’ କାଳୀ ପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଡ. ବ୍ୟୋମକେଶ ରାୟ, ଉପଜିଲାପାଳ ମନୋଜ ପାତ୍ର, ବିଡିଓ ଅସିତ ମହାନ୍ତି, ତହସିଲଦାର ସୁଶାନ୍ତ ସୂତାରଙ୍କ ସହ ବ୍ଲକର ସମସ୍ତ ସରକାରୀ କର୍ମଚାରୀ, ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ମହିଳା ମହାସଂଘର କର୍ମକର୍ତ୍ତା, ଏମ୍‌ବିକେ, ସିଆର୍‌ପି ପ୍ରମୁଖ ଯୋଗ ଦେଇଥିଲେ।
ଧାମନଗର ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧୀନ ୩୧ ପଞ୍ଚାୟତରେ ୫୦୦ ପ୍ରକଳ୍ପ ପାଇଁ ୧୫ କୋଟି ୫୦ ଲକ୍ଷ ଅନୁଦାନ ଅନୁମୋଦନ କରାଯାଇଛି। କେବଳ ଧର୍ମାନୁଷ୍ଠାନର ଉନ୍ନତି ପାଇଁ ଉକ୍ତ ଅର୍ଥ ମଞ୍ଜୁର କରାଯାଇଥିବା ବିଡିଓ ବନ ବିହାରୀ ଦିଣ୍ଡା ସୂଚନା ଦେଇଥିଲେ। ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ବିଡିଓ ବନ ବିହାରୀ ଦିଣ୍ଡା, ଏବିଡିଓ ଶର୍ମିଷ୍ଠା ମଲିକ, ତହସିଲଦାର ଦୀପକ ଦାସ, ଅତିରିକ୍ତ ତହସିଲଦାର ସାଇ ସିଲୋନା ପ୍ରମୁଖ ପରିଚାଳନା କରିଥିଲେ। ଆଭାସି କାର୍ଯ୍ୟକ୍ରମ ପୂର୍ବରୁ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ଜିଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ନିବେଦିତା ଜେନା ପ୍ରମୁଖ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ସାଇବର ଠକେଇରୁ କେମିତି ରହିବେ ସୁରକ୍ଷିତ: ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ପାଳିତ

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଅବସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri