ଋତୁସ୍ରାବ ପାଇଁ ଛୁଟି

ଏବେ ଓଡ଼ିଶା ସରକାର ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ କର୍ମଜୀବୀ ମହିଳାମାନଙ୍କ ପାଇଁ ଋତୁସ୍ରାବ ପାଇଁ ଛୁଟି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ଫଳରେ କର୍ମଜୀବୀ ମହିଳାମାନେ ନିଜର ଆବଶ୍ୟକତା ଅନୁଯାୟୀ ଋତୁସ୍ରାବ ସମୟରେ ଯେକୌଣସି ଗୋଟିଏ ଦିନ ( ପ୍ରଥମ କିମ୍ବା ଦ୍ୱିତୀୟ ଦିନ ମଧ୍ୟରୁ) ଛୁଟି ନେଇପାରିବେ। ବହୁ ଆଗରୁ ବିଶ୍ୱର ଅନେକ ଦେଶରେ ଋତୁସ୍ରାବ ପାଇଁ ଛୁଟି ବ୍ୟବସ୍ଥା ପ୍ରଚଳିତ। ଜାପାନ, ସ୍ପେନ୍‌, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ତାଇୱାନ ଆଦି ଦେଶରେ ଏହି ବ୍ୟବସ୍ଥା ଅଛି। ଏପରିକି ଭାରତରେ କେରଳ ଏବଂ ବିହାରରେ ଏହି ବ୍ୟବସ୍ଥା ରହିଛି। ବିହାର ୧୯୯୨ରୁ ଏବଂ କେରଳ ୨୦୨୩ରୁ ଏହି ଛୁଟି ବ୍ୟବସ୍ଥା ଆରମ୍ଭ କରିଛି। କେରଳରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢୁଥିବା ୧୮ ବର୍ଷରୁ ଅଧିକ ବୟସର ମହିଳା ଏହି ଛୁଟି ପାଇବାକୁ ଯୋଗ୍ୟ।
ଖୁସିର କଥା ହେଉଛି, ଭାରତରେ ଅପେକ୍ଷାକୃତ ଭାବେ ନୂଆ କରି ଆରମ୍ଭ ହୋଇଥିବା ବିଭିନ୍ନ ବେସରକାରୀ ସଂଗଠନ ଓ ଅନୁଷ୍ଠାନ ଏହି ବ୍ୟବସ୍ଥାକୁ ଗ୍ରହଣ କରି ନିଜ ନିଜର ମହିଳା କର୍ମଚାରୀମାନଙ୍କୁ ସବୈତନିକ ଋତୁସ୍ରାବ ଛୁଟି ଦେଉଛନ୍ତି।
ସଂଖ୍ୟାଧିକ ସଂଗଠନ ଏହି ବ୍ୟବସ୍ଥାକୁ ପ୍ରଶଂସା କରୁଥିଲେ ମହିଳାମାନଙ୍କ ପାଇଁ କର୍ମ ନିୟୋଜନ ବ୍ୟବସ୍ଥାକୁ ସଙ୍କୁଚିତ କରିବାର ଅଭିଯୋଗ ଏହା ବିରୋଧରେ ଉଠେ। ଭାରତରେ ସରକାରୀ ଚାକିରି ସଂଖ୍ୟା କମି ଆସୁଥିବା ବେଳେ ବେସରକାରୀ କ୍ଷେତ୍ର ନିଯୁକ୍ତି ସୁଯୋଗ ସୃଷ୍ଟି କରୁ ବୋଲି ସରକାର ଚାହାନ୍ତି। ତେବେ ସାମାଜିକ ବାଛ ବିଚାର, ଲିଙ୍ଗଗତ ବୈଷମ୍ୟ ଆଦି କାରଣକୁ ଅନେକ ବେସରକାରୀ କ୍ଷେତ୍ରରେ ମହିଳାମାନଙ୍କ ପାଇଁ କମ୍‌ ନିଯୁକ୍ତି ସୁଯୋଗ ଥାଏ। ପରିବହନ, ଯୋଗାଯୋଗ, ନିର୍ମାଣ ଆଦି କ୍ଷେତ୍ରରେ ମହିଳାମାନଙ୍କ ଉପସ୍ଥିତି କମ୍‌। ଯଦି ବେସରକାରୀ କ୍ଷେତ୍ରରେ ମହିଳାଙ୍କୁ ଋତୁସ୍ରାବ ପାଇଁ ସବୈତନିକ ଛୁଟି ମିଳେ ତେବେ ମାଲିକମାନେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଅଧିକ ନିଯୁକ୍ତି ଦେବେ। ପୁଣି ଭାରତରେ ଋତୁସ୍ରାବଜନିତ ଛୁଟିକୁ ନେଇ ଏକ ନୀତି ନ ଥିବାରୁ ଏହା ବିଭ୍ରାନ୍ତିର କାରଣ ହୋଇପଡିବ। ଭାରତରେ ସରକାରୀ କର୍ମଚାରୀମାନେ ବର୍ଷର ପାଖାପାଖି ୩୦% ଦିନ ଛୁଟି ନେଉଥିବାରୁ ଏହାଠାରୁ ଅଧିକ ଛୁଟିଦେବା ବେସରକାରୀ ଅନୁଷ୍ଠାନ, ଛୋଟ ଷ୍ଟାର୍ଟଅପଭିତ୍ତିକ କମ୍ପାନୀ ପାଇଁ କଷ୍ଟକର ହୋଇଯିିବ। ଭାରତର ୧୫ ବର୍ଷରୁ ଅଧିକ ବୟସର ମୋଟ ମହିଳା ଜନସଂଖ୍ୟାର ମାତ୍ର ୩୭% କର୍ମନିଯୁକ୍ତ ଥିବାବେଳେ ଅନ୍ୟ ୬୩ ପ୍ରତିଶତଙ୍କୁ କାମ ଦେବା କଷ୍ଟକର ହୋଇପଡୁଛି। ଏଭଳି ସ୍ଥିତିରେ ଏପରି ନୂତନ ବ୍ୟବସ୍ଥା ଯୋଗୁ ମହିଳାମାନେ ନୂଆ କର୍ମନିଯୁକ୍ତି ପାଇବା କଷ୍ଟକର ହେବ।
ସେହିପରି ଇଣ୍ଡୋନେସିଆ ଏବଂ ଜାମ୍ବିଆ ପରି ଦେଶରେ ଯେଉଁଠି ପୂର୍ବରୁ ଋତୁସ୍ରାବକୁ ନେଇ ଛୁଟି ବ୍ୟବସ୍ଥା ପ୍ରଚଳିତ, ସେଠାରେ ପୁରୁଷମାନଙ୍କ ମନରେ ଏହି ଛୁଟିକୁ ନେଇ ସବୁବେଳେ ଅସନ୍ତୋଷ ଥାଏ । ସେମାନଙ୍କର ସନ୍ଦେହ ଥାଏ ଯେ ଏକା ଅଫିସରେ କାମ କରୁଥିବା ସେମାନଙ୍କର ମହିଳା ସହକର୍ମୀ ଜଣଙ୍କ ଋତୁସ୍ରାବଜନିତ ଛୁଟିର ସୁଯୋଗ ପାଉଛି ସତ ତେବେ ସେ ଏହି ଛୁଟିକୁ ବିଶ୍ରାମ ନେବାରେ ବ୍ୟବହାର କରୁନାହିଁ। ଏହା କର୍ମକ୍ଷେତ୍ରରେ ମଧ୍ୟ ପ୍ରତିଫଳିତ ହୋଇଥାଏ। ଖାସ୍‌ କରି ବେସରକାରୀ କ୍ଷେତ୍ରରେ ନିଯୁକ୍ତ ମହିଳାଜଣଙ୍କ ନିଜର ପୁରୁଷ ବହୁଳ କର୍ମକ୍ଷେତ୍ରରେ ଏହି ଛୁଟି ଏବଂ ଏହା ସହିତ ଲାଗି ରହିଥିବା ଦ୍ୱେଷଯୁକ୍ତ ମନୋଭାବ ଯୋଗୁ ନିଜକୁ ଅସୁରକ୍ଷିତ ମନେକରିବା ସ୍ବାଭାବିକ। ଏପରି କ୍ଷେତ୍ରରେ ନିଜର ନିଯୁକ୍ତିକୁ ବୈଧ ଏବଂ ଉପଯୁକ୍ତ ବୋଲି ସାବ୍ୟସ୍ତ କରିବାକୁ ସେ ଆବଶ୍ୟକତାଠାରୁ ଅଧିକ ପରିଶ୍ରମ କରିବା, ବିରତି ନ ନେଇ କର୍ମ କରିଚାଲିବା,ଏପରିକି ସହକର୍ମୀଙ୍କ ଟିକାଟିପ୍ପଣୀର ସାମନା କରିବା ଆଦିର ଆଶଙ୍କା ଦେଖାଦେବ । ଏଣୁ କର୍ମସ୍ଥଳରେ ଅବସାଦଗ୍ରସ୍ତ ରହିବା, ଅନୁପସ୍ଥିତ ରହିବା, ନିଜକୁ ମୂଲ୍ୟହୀନ ଭାବିବା ଏପରିକି ଚାକିରି ଛାଡିବା ପର୍ଯ୍ୟନ୍ତ କଥା ମଧ୍ୟ ଯାଇପାରେ। ଏସବୁ ଅକଳ୍ପନୀୟ ଲାଗୁଥିଲେ ମଧ୍ୟ ଏପରି ଘଟିବାକୁ ବେଶି ସମୟ ଲାଗି ନ ପାରେ, କାରଣ ଆମେ ଦେଖିଛେ ଯେକୌଣସି ଘରୋଇ ଅଫିସ ଉପରେ ବିପଦ ଆସିଲେ ଅନେକ ସମୟରେ ମହିଳା କର୍ମଚାରୀଙ୍କର ହିଁ ଚାକିରି ଚାଲିଯାଏ । ଅନେକ ଭାବନ୍ତି ଯେ ମହିଳାମାନଙ୍କ ପଇସା ଘର ଚଳିବା କାମରେ ହିଁ ଲାଗେ ନାହିଁ। ତେବେ ଏହାର ବିପରୀତଭାବେ ସ୍ବଚ୍ଛଳ ରାଷ୍ଟ୍ର ଏବଂ ଯେଉଁ ରାଷ୍ଟ୍ର ସମୂହରେ ଋତୁସ୍ରାବକୁ ନେଇ ସାମାଜିକ ନିଷେଧଗୁଡିକୁ ଶେଷ କରିଦିଆଯାଇଛି ସେଠାରେ ଏହି ଛୁଟି ବ୍ୟବସ୍ଥାର ସକାରାମତ୍କ ପରିଣାମ ଦେଖିବାକୁ ମିଳିଛି।
ଅନେକ ଦିନ ହେଲାଣି ଋତୁସ୍ରାବଜନିତ ଛୁଟି ପାଇଁ ଦାବି ଉଠୁଥିବାବେଳେ ମାତ୍ର ଗତ ତିରିଶ ଚାଳିଶ ବର୍ଷ ହେଲା ଏହି ଛୁଟି ବ୍ୟବସ୍ଥା ହାତଗଣତି କେତୋଟି ଦେଶରେ ପ୍ରଚଳିତ ଅଛି। ବଡ଼ ବଡ଼ ଦେଶ ହୁଏତ ଏହାକୁ ଏକ ସମସ୍ୟା ବୋଲି ସ୍ବୀକାର ହିଁ କରିନାହାନ୍ତି କିମ୍ବା ଛୋଟ ଛୋଟ ଦେଶ ସମ୍ବଳ ଅଭାବରୁ ଏହି ସମସ୍ୟାକୁ ସ୍ବୀକାର କରୁଥିଲେ ମଧ୍ୟ ଏ ନେଇ ନିଜସ୍ବ ନୀତି ପ୍ରଣୟନ କରିବାରେ ସକ୍ଷମ ହୋଇନାହାନ୍ତି।
ଋତୁସ୍ରାବ ପାଇଁ ଛୁଟି ଏକ ଅଭିନନ୍ଦନୀୟ ପଦକ୍ଷେପ । ଏହା ଯେ ସବୁ ସମସ୍ୟା ସମାଧାନ କରିଦେବ ଆଉ ମହିଳମାନଙ୍କ ପାଇଁ କର୍ମକ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିବ ତାହା ସାହସର ସହିତ କହିହେଉ ନାହିଁ। ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥା ଛଡ଼ା ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ମହିଳାମାନେ କିପରି ଏହି ସୁଯୋଗ ପାଇବେ ତାହା ସ୍ପଷ୍ଟ ନୁହେଁ। ପୁଣି ଛୁଟିରେ ଯାଉଥିବା ମହିଳାଜଣଙ୍କ ତାକୁ ମିଳୁଥିବା ଛୁଟିରେ ବିଶ୍ରାମ ନେଲା କିମ୍ବା ଅନ୍ୟ କିଛି କାମରେ ବ୍ୟସ୍ତ ରହି ନିଜ ସ୍ବାସ୍ଥ୍ୟକୁ ବିପଦରେ ପକାଇଲା ତାକୁ ନିରୀକ୍ଷଣ କରିବା ମଧ୍ୟ ସହଜ ନୁହେଁ। ବେସରକାରୀ କ୍ଷେତ୍ରରେ ନିଯୁକ୍ତି ଦେଇଥିବା ମହିଳା କର୍ମଚାରୀମାନଙ୍କୁ ଛୁଟି ଦେଇ କ୍ଷତି ସହିବାକୁ ଯାଉଥିବା ମାଲିକମାନଙ୍କର କ୍ଷତିର ଭରଣା କିପରି ହେବ ସେ ନେଇ ମଧ୍ୟ ଆମେ ଭାବିବାକୁ ବାଧ୍ୟ।
ଏକଥା ମଧ୍ୟ କୁହାଯାଇପାରେ ଯେ ଋତୁସ୍ରାବଜନିତ ଛୁଟି ସହ ବିଭିନ୍ନ କ୍ଷେତ୍ରରେ ଅନେକ ସୁବିଧା ସୁଯୋଗ ଦେଇ ଏହି ବ୍ୟବସ୍ଥାକୁ ଅଧିକ ସକ୍ରିୟ ଏବଂ ଶକ୍ତିଶାଳୀ କରାଯାଇ ପାରିବ। ଯଥା ଋତୁସ୍ରାବଜନିତ ସମସ୍ୟାରେ ପୀଡିତ ମହିଳାଙ୍କୁ ଘରୁ କାମ କରିବାର ସୁବିଧା, ଅଫିସରେ ମହିଳା କମର୍ର୍ଚାରୀଙ୍କ ପାଇଁ ବିଶ୍ରାମ ଗୃହ, ମହିଳା ନିଯୁକ୍ତିଦାତା ଅନୁଷ୍ଠାନକୁ ଋତୁସ୍ରାବ ଛୁଟି ପ୍ରଦାନଜନିତ କ୍ଷତିପୂରଣ ଆଦି ବ୍ୟବସ୍ଥା କରାଯିବା ଦରକାର। ଏହାସହ ଭାରତ ଋତୁସ୍ରାବ ଜନିତ ଏକ ନୀତି ପ୍ରଣୟନ କରିବା ଦରକାର ଯାହାକୁ ଆଧାର କରି ରାଜ୍ୟମାନେ ଆବଶ୍ୟକ ଆଇନ ପ୍ରଣୟନ କରିପାରିବେ।
ଧବଳଗିରି, ଯାଜପୁର ରୋଡ୍‌
ମୋ: ୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ନବରଙ୍ଗପୁରରେ ଲଜ୍ଜା; ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲକୁ ଟାଣିନେଇ ବଳାତ୍କାର ଅଭିଯୋଗ, ଚିତ୍କାର ଶୁଣି ଦୌଡ଼ି ଆସିଲେ ଗ୍ରାମବାସୀ

ନବରଙ୍ଗପୁର,୧।୧୦(ସଦାଶିବ ପ୍ରହରାଜ ): ମାନବିକତାକୁ ଲଜ୍ଜିତ କଲା ଅମାନବୀୟ ଘଟଣା । ୮୦ ବର୍ଷୀୟା ବୃଦ୍ଧାଙ୍କୁ ଜଙ୍ଗଲରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଙ୍ଗଲରୁ…

ସଫେଇ ଅଭିଯାନରେ ସାମିଲ ହେଲେ ଅଧିକ୍ଷକ: କର୍ମଚାରୀଙ୍କୁ ଦେଲେ ସ୍ବଚ୍ଛତା ବାର୍ତ୍ତା

କେସିଙ୍ଗା, ୧।୧୦ (ତୁମେଶ୍ୱର ସାହୁ): ଆଗାମୀ ଗାନ୍ଧୀ ଜୟନ୍ତୀ ଏବଂ ଅକ୍ଟୋବର ୧ ତାରିଖର ସ୍ବତନ୍ତ୍ର ସ୍ବଚ୍ଛତା ଶ୍ରମଦାନ ଅବସରରେ କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ…

୫୫ ବର୍ଷର ଦିନିକିଆ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମିଶିକି କଲେ ବିଶ୍ୱରେକର୍ଡ

ଗୁଆହାଟୀ,୧।୧୦:ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁଆହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ୧୯୭୧ରୁ ଆରମ୍ଭ…

ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍‌ ଭାବେ କଲେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ…

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବଡ଼ ଅଘଟଣ; ଲିଫ୍ଟରେ ଫସିଲେ ପୂର୍ବତନ ଏମପିଙ୍କ ପରିବାର, ଚେତାଶୂନ୍ୟ ହୋଇଗଲେ…

ନୂଆଦିଲ୍ଲୀ,୧।୧୦ : ରାଜଧାନୀ ଦିଲ୍ଲୀସ୍ଥିତ ଝାଡ଼ଖଣ୍ଡ ଭବନର ଲିଫ୍ଟରେ ବଡ଼ ଅଘଟଣ ଘଟିଛି । ପୂର୍ବତନ ଏମପି ଘୂରନ ରାମଙ୍କ ପରିବାର ଯାଉଥିବା ବେଳେ ଲିଫ୍ଟ ହଠାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?