ବିଧାୟକଙ୍କ ଦରମା ବୃଦ୍ଧି ବିମର୍ଶ

ଯିଏ ସତ କଥା କହେ ତା’ଠାରୁ ଅଧିକ ଘୃଣା ଏଇ ଦୁନିଆରେ ଆଉ କାହାକୁ କରାଯାଏ ନାହିଁ’- ଦାର୍ଶନିକ ପ୍ଲାଟୋ ଏଇକଥା କହିଥିଲେ। ସମ୍ପ୍ରତି ବିଧାନସଭାର ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଦରଦାମ୍‌ ବୃଦ୍ଧିକୁ ଆଖି ଆଗରେ ରଖି ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉତ୍‌ଥାପନ କରିଥିଲେ। ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଓ ଭାଜପା ବିଧାୟକ ସନାତନ ବିଜୁଳି ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ଏବେ ଏକଥା ଆଲୋଚନା ସମାଲୋଚନାର ବିଷୟବସ୍ତୁ ପାଲଟିଛି। ରାଜ୍ୟର ପ୍ରାୟ ପ୍ରତ୍ୟେକ ବୁଦ୍ଧିଜୀବୀ ଯେତେବେଳେ ଏପରି ଏକ ଦରମା ବୃଦ୍ଧି ପ୍ରସଙ୍ଗ ଆସେ, ତାକୁ ସମାଲୋଚନା କରି କହନ୍ତି, ଜନ ପ୍ରତିନିଧିମାନେ ସେବା ମନୋଭାବ ପୋଷଣ କରିବା କଥା। ଲୋକ ପ୍ରତିନିଧିମାନେ କ୍ଷମତାରେ ଥିବାରୁ ନିଜ ଦରମା ବୃଦ୍ଧି ବେଳେ ଦଳମତ ନିର୍ବିଶେଷରେ ଏକାଠି ହୋଇଯାଆନ୍ତି ଓ ଜନତାଙ୍କ ମତାମତ ବିରୋଧରେ ଯାଇ ମନଇଚ୍ଛା ନିଜ ଦରମା, ଭତ୍ତା ବଢ଼ାଇ ଚାଲିଥାନ୍ତି!
ମୁଁ ବିଧାୟକ ନୁହେଁ ବା କେବେ ନ ଥିଲି। କିନ୍ତୁ ମୋର ବ୍ୟକ୍ତିଗତ ମତ ବିଧାୟକମାନଙ୍କୁ ବର୍ତ୍ତମାନ ମିଳୁଥିବା ଦରମା ପରିମାଣ ନ୍ୟାୟସଙ୍ଗତ ନୁହେଁ। ଏ ପୃଷ୍ଠଭୂମିରେ ଇତିହାସର ଏକ ପ୍ରସଙ୍ଗ ପ୍ରଣିଧାନଯୋଗ୍ୟ। ୭ ମାର୍ଚ୍ଚ ୧୯୨୩, ସ୍ବାୟତ୍ତ ଶାସନ ଦିବସର ପରଦିନ। ତତ୍କାଳୀନ ବିହାର-ଓଡ଼ିଶା ବିଧାନସଭାରେ ଏକ କଟ୍‌-ମୋସନ୍‌ ନୋଟିସ୍‌ ଉପରେ ଆଲୋଚନା ପ୍ରଗତି ପଥରେ। ସଂଯୁକ୍ତ ପ୍ରଦେଶ, ମାନ୍ଦ୍ରାଜ, ବମ୍ବେ ପ୍ରଭୃତି ପ୍ରଦେଶରେ ମନ୍ତ୍ରୀମାନେ ସ୍ବଇଚ୍ଛାରେ ନିଜର ବେତନ ଏକ ହଜାର ଟଙ୍କା ଲେଖାଏଁ କମାଇ ଦେଇ ସାରିଥାନ୍ତି। ଆଜି ବିହାର-ଓଡ଼ିଶା ବିଧାନସଭାରେ ଏଇ ପ୍ରଦେଶର ମନ୍ତ୍ରୀମାନଙ୍କ ଦରମା ହଜାରେ ଟଙ୍କା କମ୍‌ କରିବା ପାଇଁ ବିଧାୟକ ବାବୁ ଗଣେଶ ଦତ୍ତ ସିଂହ କଟ୍‌-ମୋସନ୍‌ ନୋଟିସ୍‌ ଦେଇ, ଶାସନର ଶୁଚିତା ଓ ଲୋକ ପ୍ରତିନିଧିଙ୍କ ନିଃସ୍ବାର୍ଥପର ମନୋବୃତ୍ତି ବିଷୟରେ ଦେଇଥିବା ଯୁକ୍ତି ଅକାଟ୍ୟ ମନେହେଉଥାଏ। ହେଲେ ବାରିଷ୍ଟର ମଧୁସୂଦନ ଦାସ ହଠାତ୍‌ ଠିଆହୋଇ ପ୍ରସ୍ତାବର ବିରୋଧ କଲେ। ତାଙ୍କ ଯୁକ୍ତିର ପ୍ରମୁଖ ବିନ୍ଦୁଥିଲା, ଲୋକପ୍ରତିନିଧିମାନଙ୍କୁ ସମ୍ମାନଜନକ ବେତନ ମିଳିବା ଦରକାର। ତ୍ୟାଗ, ସମର୍ପଣର ବାହାନା ଦେଖାଇ ଲୋକ ପ୍ରତିନିଧିମାନଙ୍କୁ ସେମାନଙ୍କ ପ୍ରାପ୍ୟମାନ ଦେୟରୁ ବଞ୍ଚିତ କରିବା ଠିକ୍‌ ନୁହେଁ। ସେ ସ୍ପଷ୍ଟଭାବେ ସେଦିନ କହିଥିଲେ, ‘ଯିଏ ତ୍ୟାଗ କରେ ତା’ର ପରିତୃପ୍ତି ମଧ୍ୟରେ ଥାଏ ତ୍ୟାଗର ମହତ୍ତ୍ୱ, କିନ୍ତୁ ଅନ୍ୟର ପରିତୃପ୍ତି ପାଇଁ ବଳିପଡ଼ିବା ସମ୍ପୂର୍ଣ୍ଣ ନିରର୍ଥକ।’(ପୃ ୨୨୩, କୁଳବୃଦ୍ଧ, ସୁରେନ୍ଦ୍ର ମହାନ୍ତି) ବାବୁ ଗଣେଶ ଦତ୍ତ ସିଂହଙ୍କୁ ସେ ସେଦିନ ଯଜମାନ ଆଖ୍ୟାଦେଇ, ନିଜକୁ ବଳିବୋଦା ସହ ତୁଳନା କରିଥିଲେ! ସେଦିନ ବାବୁ ଗଣେଶ ଦତ୍ତ ସିଂହଙ୍କ ପ୍ରସ୍ତାବ ବିଧାନ ସଭାରେ ପାସ୍‌ ହେଲା, ପ୍ରସ୍ତାବଟି ପ୍ରତି ବହୁମତ ଥିବା କାରଣରୁ, କିନ୍ତୁ ସେ ସମୟରେ ସମାଲୋଚନାର ଶିକାର ହୋଇଥିବା ଉତ୍କଳଗୌରବ ମଧୁସୂଦନ ଯେ ସତ କଥା କହୁଥିଲେ ତାହା ପରବର୍ତ୍ତୀ କାଳଖଣ୍ଡ ବାରମ୍ବାର ପ୍ରମାଣିତ କରିଆସିଛି।
ମୋ ମତରେ ମଧୁବାବୁଙ୍କ ସେସମୟର ଯୁକ୍ତି ଆଜି ବି ପ୍ରାସଙ୍ଗିକ। ଏ ପ୍ରସଙ୍ଗରେ ତତ୍କାଳୀନ ବ୍ରିଟିଶ ପାର୍ଲାମେଣ୍ଟର ଏକ ଜଏଣ୍ଟ କମିଟି ରିପୋର୍ଟ ପ୍ରଣିଧାନଯୋଗ୍ୟ। ଏଇ କମିଟିରେ ସାକ୍ଷ୍ୟଦେଇ ସାର୍‌ ହାଭିଲାଣ୍ଡ ଲା’ ମେସିୟର ଯେଉଁ ମତ ରଖିଥିଲେ, ତାହା ଯୁକ୍ତି ଦୃଷ୍ଟିରୁ ଯେପରି ଅକାଟ୍ୟ, ଲୋକ ପ୍ରତିନିଧିମୂଳକ ଶାସନର ଶୁଚିତା ଦୃଷ୍ଟିରୁ ସେପରି ଅଲ୍ଲଂଘନୀୟ। ସାର୍‌ ମେସିଅର୍‌ ସେଦିନ କହିଥିଲେ, (ଓଡ଼ିଆ ଭାଷାନ୍ତର), ସ୍ବଳ୍ପ ବେତନଭୋଗୀ ପେସାଦାର କ୍ଷୁଦ୍ରମନା ରାଜନୀତିକମାନଙ୍କ ହାତରେ ପଡ଼ିବାଠାରୁ ବଳି ଦୁର୍ଭାଗ୍ୟ କୌଣସି ଦେଶ ଭାଗ୍ୟରେ ନ ଜୁଟୁ! ଏମାନେ ନା ନିଜ ପଦବୀର ମଯ୍ୟାଦା ରଖିପାରିବେ, ନା ନିର୍ଲିପ୍ତ ଭାବେ ଅବସର ନେଇପାରିବେ।’ ସମ୍ପ୍ରତି ଜଣେ ଉପ ଜିଲାପାଳଙ୍କ ମୂଳଦରମା(ବେସିକ୍‌ ପେ) ପ୍ରାୟ ୬୭,୭୦୦ ଓ ପ୍ରତିବର୍ଷ ଏହା ବଢ଼ିଥାଏ ଓ ବର୍ତ୍ତମାନ ମହଙ୍ଗାଭତ୍ତା ମିଶାଇଲେ ପ୍ରାଥମିକ ଦରମା ଲକ୍ଷେ ଟଙ୍କାରୁ ଅଧିକ ହେବ। ଉପ ଜିଲାପାଳଙ୍କ ମଧ୍ୟ ଭବ୍ୟ ବଙ୍ଗଳା, ବଙ୍ଗଳା ସହ ସଂଲଗ୍ନ ରେସ୍‌ ଅଫିସ୍‌ ମାଧ୍ୟମରେ ବିଜୁଳି, ପାଣି, ଟେଲିଫୋନ୍‌ ସୁବିଧା ମାଗଣାରେ ମିଳିଥାଏ। ଅପରପକ୍ଷରେ ଜଣେ ବିଧାୟକଙ୍କ ମୂଳ ଦରମା ଆଜି ତାରିଖରେ ୩୫,୦୦୦ ଟଙ୍କା ଓ ବ୍ୟବସ୍ଥିତ ମହଙ୍ଗା ଭତ୍ତାର ପ୍ରାବଧାନ ନାହିଁ, ସର୍ବମୋଟ ଦରମା ଲକ୍ଷେ ଟଙ୍କା। ବିଧାୟକଙ୍କ ଦରମା ମନ୍ତ୍ରୀଙ୍କ ଦରମା ସମାନ!
ମନ୍ତ୍ରୀଙ୍କ ବିଭାଗର ସଚିବ ଭାବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ସଚିବ ରହିଲେ ମନ୍ତ୍ରୀଙ୍କ ଦରମାଠାରୁ ସଚିବଙ୍କ ଦରମା ଛଅଗୁଣରୁ ଅଧିକ ଓ ସେ ଏହା ଉପରେ ମହଙ୍ଗା ଭତ୍ତା ପାଉଥିବାବେଳେ ମନ୍ତ୍ରୀଙ୍କ କଥା ଭିନ୍ନ! ବହୁ ମେଧାବୀ ଛାତ୍ରୀଛାତ୍ର ଲୋକମାନଙ୍କ ସେବା କରିବା ପାଇଁ, ଉଚ୍ଚବେତନର କର୍ପୋରେଟ ଚାକିରି ନ କରି ଓଏଏସ୍‌ ଓ ଆଇଏଏସ୍‌ ହୋଇଥାନ୍ତି। ତାଙ୍କ କର୍ପୋରେଟ ବନ୍ଧୁମାନେ ଚାକିରିରେ ଯୋଗ ଦେଉ ଦେଉ ମାସିକ ୫ଲକ୍ଷରୁ ଅଧିକ ଦରମା ପାଉଥିବାବେଳେ ପ୍ରଶାସନିକ ସେବା ଅଧିକାରୀଙ୍କ ଦରମା ନିର୍ଣ୍ଣୟବେଳେ କର୍ପୋରେଟ ବ୍ୟକ୍ତିମାନଙ୍କ ଦରମାକୁ ଦେଖି ଉଚ୍ଚହାରର ରଖାଯିବା ଉଚିତ ଓ ମନ୍ତ୍ରୀମାନଙ୍କ ମୂଳ ଦରମା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଫିସରଙ୍କ ମୂଳ ଦରମାଠାରୁ ଟଙ୍କାଟିଏ ହେଉ ପଛେ ଅଧିକ ହେବା ଉଚିତ।
ସେବା, ତ୍ୟାଗ ଓ ସମର୍ପଣର କଥା କହୁଥିବା ଲୋକଙ୍କ ପାଇଁ ସେ ସମୟର ଓ ଏବେକାର ଦୁଇଟି ଉଦାହରଣ ପ୍ରଣିଧାନଯୋଗ୍ୟ। ତାମିଲନାଡ଼ୁର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିଥା ମାସିକ ଦରମା ଭାବେ ଟଙ୍କାଟିଏ ମାତ୍ର ନେବେ ବୋଲି ଘୋଷଣା କଲାବେଳେ କଶ୍ମୀରରୁ କନ୍ୟାକୁମାରୀ ତାଙ୍କର ଜୟଜୟକାର କଲା। ପୋଏଜ ଗାର୍ଡେନ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଏଇ ନିଷ୍ପତ୍ତିରେ ପହଞ୍ଚିଲେ ଯେ ୧୯୯୫ରେ ପୋଷ୍ୟପୁତ୍ର ସୁଧାକରନଙ୍କ ବିବାହରେ ଜୟଲଳିଥା ସାଢ଼େ ଚାରିକୋଟିରୁ ଅଧିକ ଅର୍ଥ ଖର୍ଚ୍ଚ କରିଥିବା ପ୍ରମାଣିତ ହୋଇଛି। ୧୯୯୧ରେ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଜୟଲଳିଥା ସରକାରୀ ତଥ୍ୟ ମୁତାବକ ଦୁଇ କୋଟି ଟଙ୍କାର ମାଲିକ ଥିବାବେଳେ ୧୪ ଫେବୃଆରୀ ୨୦୧୭ ବେଳକୁ ସାଢ଼େ ଚଉଷଠି କୋଟି ଟଙ୍କାର ଧନସମ୍ପତ୍ତି ରଖିଥିଲେ! ଟଙ୍କାଟିଏ ଦରମା ନେଇ ଏତେ ସମ୍ପତ୍ତି କିପରି ଠୁଳକଲେ ମୁଖ୍ୟମନ୍ତ୍ରୀ ଜୟଲଳିତା ତାହା ସ୍ପଷ୍ଟ ଜଣାପଡ଼ୁ ନାହିଁକି? ସେପଟେ ପାଞ୍ଚହଜାର ଟଙ୍କା ଦରମା ପାଉଥିବା ତତ୍କାଳୀନ ମନ୍ତ୍ରୀମାନଙ୍କ ଦରମା ହଜାରେ ଟଙ୍କା ଲେଖାଏଁ କଟାଯାଉ ବୋଲି ସେଦିନ କଟ୍‌ ମୋସନ ଆଣି ସଫଳ ହୋଇଥିବା ବିଧାୟକ ବାବୁ ଗଣେଷ ଦତ୍ତ ସିଂହ ମଧୁବାବୁଙ୍କୁ ପରୋକ୍ଷରେ ମନ୍ତ୍ରୀପଦରୁ ଇସ୍ତଫା ଦେବା ପାଇଁ ପ୍ରେରିତ କରେ ଓ ୧୯୨୩ ସାଲ୍‌ରେ ମଧୁବାବୁ ମନ୍ତ୍ରୀପଦରୁ ଇସ୍ତଫା ଦେଲେ ବୈଚାରିକ ପ୍ରତିବଦ୍ଧତାକୁ ବଜାୟ ରଖିବା ପାଇଁ। ଏହାପରେ ବାବୁ ଗଣେଶ ଦ ସିଂହ ମନ୍ତ୍ରୀ ହେଲେ ଓ ନୀତି ନୈତିକତାର କଥା କହୁଥିବା ମନ୍ତ୍ରୀ ଦତ୍ତ ସିଂହ ଦୁର୍ନୀତି ଅଭିଯୋଗରେ ପଡ଼ିଲେ ଓ ବିଧାନସଭାରେ ଅବିଶ୍ୱାସ ମତ ଆସିଲା ପରବର୍ତ୍ତୀ କାଳଖଣ୍ଡରେ।
ଲୋକ ପ୍ରତିନିଧି ବିଧାୟକ ଓ ମନ୍ତ୍ରୀମାନଙ୍କ ମୂଳ ଦରମା ଓ ଭତ୍ତା ନ୍ୟାୟୋଚିତ ଏବଂ ଯଥାର୍ଥ ହେଉ ଏଥିପାଇଁ ଜନସାଧାରଣ ସମର୍ଥନ ଜଣାଇବା ଆଜି ସମୟର ଆବଶ୍ୟକତା ନୁହେଁ କି?
ପ୍ରାଧ୍ୟାପକ ଓ ଗବେଷକ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ଧର୍ମଶାଳା)ହିମାଚଳ ପ୍ରଦେଶ
ମୋ: ୭୯୭୮୪୨୧୮୩୫


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?