Posted inଜାତୀୟ

ପୁରୁଷ ଦର୍ଜି ନେଲେ ମହିଳା ପୋଲିସଙ୍କ ପୋଷାକ ମାପ, ମହିଳା ଆୟୋଗର ଆପତ୍ତି…

ହାଇଦ୍ରାବାଦ୍‌, ୮।୨ : ଆନ୍ଧ୍ରପ୍ରଦେଶରେ ପୁରୁଷ ଦର୍ଜି ମହିଳା ପୋଲିସଙ୍କ ପୋଷାକ ମାପ ନେବା ମାମଲା ସାମ୍ନାକୁ ଆସିଛି। ଇତିମଧ୍ୟରେ ଏହା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି କାରଣରୁ ଶାସକ ଦଳ ବିରୋଧି ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ମହିଳା ଆୟୋଗରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ହୋଇଛି।

ମାପ ନେଇଥିବା ହେଡ କନଷ୍ଟେବଳଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଏ ବାବଦରେ ଏସପିଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ରାଜ୍ୟ ମହିଳା ଆୟୋଗ। ଏକ ସରକାରୀ ପ୍ରକାଶନରେ କୁହାଯାଇଛି ଯେ ଏସପି ଆୟୋଗର ଚେୟାରମ୍ୟାନ୍‌ଙ୍କୁ ଏପରି ଘଟଣା ଯେପରି ପୁନରାବୃତ୍ତି ନ ହେବ ସେ ନେଇ ଆଶ୍ୱାସନା ଦେଇଛନ୍ତି।

ଦାୟୀ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସେ କହିଛନ୍ତି। ଏହି ଘଟଣାରେ ରାଜ୍ୟର ମହିଳା ନେତାମାନେ କ୍ରୋଧ ପ୍ରକାଶ କରିଛନ୍ତି। ତେଲୁଗୁ ଦେଶମ ମହିଳା ମୋର୍ଚ୍ଚାର ସଭାପତି ଓ୍ବଙ୍ଗଲପୁଡି ଅନୀତା ଏହି ଘଟଣାକୁ ନିନ୍ଦା କରିବା ସହ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି। ଅନୀତା ରାଜ୍ୟ ଗୃହମନ୍ତ୍ରୀ ଏମ୍‌.ସୁଚରିତାଙ୍କୁ କହିଛନ୍ତି ଯେ ଜଣେ ମହିଳା ଭାବରେ ତୁମେ ଦେଖିବା ଉଚିତ ଯେ ତୁମର ମହିଳାମାନଙ୍କର ସମ୍ମାନ ସୁରକ୍ଷିତ ଅଛି କି ନାହିଁ ?

ବିନା ଅନୁମତିରେ ଅଧିକାରିକ ଅଞ୍ଚଳରେ ପ୍ରବେଶ କରିବା ଏବଂ ଫଟୋ ଉଠାଇଥିବା ଅଜଣା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ଏସପିଏସ ନେଲୋର ପୋଲିସ ଟୁଇଟ କରି ସୂଚନା ପ୍ରଦାନ କରିଛନ୍ତି। ଜିଲାର ଏସପି ଘଟଣାସ୍ଥଳରେ ପହଞ୍ଚି ଘଟଣାର ସମୀକ୍ଷା କରିଛନ୍ତି। ଅତିରିକ୍ତ ଏସପି (ପ୍ରଶାସନ) ଜଣେ ମହିଳା ସବ-ଇନ୍ସପେକ୍ଟରଙ୍କ ତତ୍ତ୍ୱାବଧାନରେ ମହିଳା ଦର୍ଜିଙ୍କୁ ମାପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାୟାବତୀଙ୍କୁ ପୁଣି ଝଟ୍‌କା

ଲକ୍ଷ୍ନୌ,୨୫।୧୧: ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ଦଳ ବିଏସପିକୁ ବଡ଼ ଝଟ୍‌କା ଲାଗିଛି। ବନ୍ଦନା ସିଂଙ୍କ ପରେ ଆଉ ଜଣେ ବିଏସପି ବିଧାୟକ ଦଳ...

ପତ୍ନୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଜଳନ୍ତା ଜୁଇକୁ ଡେଇଁଲେ ସ୍ବାମୀ

ବମ୍ବେ,୨୩।୬: ତିନି ମାସର ଗର୍ଭବତୀ ପତ୍ନୀ କୂଅକୁ ଡେଇଁ ଆତ୍ମହତ୍ୟା କରିବା ପରେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିବା ସ୍ବାମୀ ସ୍ତ୍ରୀଙ୍କ ଜୁଇରେ ପଶିଯିବାକୁ ଉଦ୍ୟମ କରିଥିଲେ।...

ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୦ ହଜାର ମୁହାଁ

ନୂଆଦିଲ୍ଲୀ,୧୬।୮: କରୋନା ସଂକ୍ରମଣ ବେଳକୁ ବେଳ ଡରାଇ ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ରହିଛି ୬୩,୪୮୯। ଏହାସହ ୨୪...

ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ

ବାନ୍ଦିପୋରା,୧୧।୩: ଉତ୍ତର କାଶ୍ମୀର ବାନ୍ଦିପୋରା ଜିଲାର ଗୁରେଜ ସେକ୍ଟରରେ ଶୁକ୍ରବାର ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ପାଇଲଟଙ୍କ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୨୦।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ...

ପ୍ରତିରକ୍ଷା ବାହିନୀଙ୍କୁ ଜରୁରୀକାଳୀନ ଅଧିଗ୍ରହଣ କ୍ଷମତା ପ୍ରଦାନ, ଆସନ୍ତା ସପ୍ତାହରେ ହୋଇପାରେ ବୈଠକ…

ନୂଆଦିଲ୍ଲୀ, ୨୦।୮ : ଭାରତୀୟ ପ୍ରତିରକ୍ଷା ବାହିନୀ ଫାଷ୍ଟ-ଟ୍ରାକ ମାର୍ଗ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ପ୍ରଣାଳୀ କ୍ରୟ କରିବା ପାଇଁ ଜରୁରୀକାଳୀନ କ୍ଷମତା ପାଇବେ। ସୂଚନାନୁସାରେ,...

ଓଡ଼ିଶାର ୪ ପୋଲିସ ଅଫିସରଙ୍କୁ ସ୍ବରାଷ୍ଟ୍ରମନ୍ତ୍ରୀ ମେଡାଲ

ନୂଆଦିଲ୍ଲୀ, ୧୨।୮: ଅପରାଧ ତଦନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦେଶର ୧୫୨ ଜଣ ପୋଲିସ ଅଫିସରଙ୍କୁ ୨୦୨୧ ବର୍ଷ ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରୀ ମେଡାଲ...

କେନ୍ଦ୍ର ନିଷ୍ପତ୍ତିର କୋଡ଼ିଏ ଦିନ ପରେ:କୁହୁଳୁଛି କଶ୍ମୀର, ନିଆଁକୁ ଡର

ଠିକ୍‌ କୋଡ଼ିଏ ଦିନ ତଳେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦...

Advertisement
Archives

Model This Week