Posted inଫୁରସତ

ବିବାହ ପରେ ପୁରୁଷମାନେ କେବେ ବି କରନ୍ତୁନି ଏହି ଭୁଲ୍‌, ନଚେତ୍‌ ସବୁ ହୋଇଯିବ ଓଲଟପାଲଟ

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନେତା, କୂଟନୀତିଜ୍ଞ ଏବଂ ଦାର୍ଶନିକ ଥିଲେ। ଯଦି ଆମେ ଚାଣକ୍ୟଙ୍କ ଦ୍ୱାରା କୁହାଯାଇଥିବା କଥାଗୁଡ଼ିକୁ ବୁଝିବା ଏବଂ ସେଗୁଡ଼ିକୁ ଆମ ଜୀବନରେ ପ୍ରୟୋଗ କରିବା, ତେବେ ଆମେ କେବଳ ଯେ, ସଫଳ ବ୍ୟକ୍ତି ହୋଇପାରିବା ନାହ ବରଂ ଜଣେ ଏମିତି ବ୍ୟକ୍ତି ହୋଇପାରିବା ଯାହାଙ୍କୁ ଲୋକମାନେ ଉଦାହରଣ ଭାବରେ ନେବେ। ଚାଣକ୍ୟଙ୍କର ରାଜନୀତି ସହିତ ସମାଜର ପ୍ରତ୍ୟେକ ଦିଗର ବୁଝାମଣା ଥିଲା, ତାଙ୍କ କଥା ବର୍ତ୍ତମାନ ସମୟରେ ମଧ୍ୟ ଲୋକଙ୍କ ପାଇଁ ଉପଯୋଗୀ। ଆଜିର ସମୟରେ ପ୍ରତ୍ୟେକ କ୍ଷେତ୍ରରେ ଉପଯୋଗୀ ଚାଣକ୍ୟ ନୀତି ଆମକୁ ବୁଝାଇଥାଏ ଯେ, ଜୀବନରେ ବୁଝିବା ଏବଂ ଜ୍ଞାନ କେତେ ଗୁରୁତ୍ୱପୂର୍ଣ୍ଣ। ଜଣେ ସଫଳ ବ୍ୟକ୍ତି ଜୀବନରେ କେଉଁ କଥା ମନେ ରଖିବା ଉଚିତ ତାହା ମଧ୍ୟ କୁହାଯାଇଛି।

ପ୍ରାୟତଃ ଦେଖାଯାଏ ଯେ, ଅନେକ ସମୟରେ ଯେତେବେଳେ ଲୋକଙ୍କୁ ଫୋନ ଆସିଥାଏ କିମ୍ବା କେହି ଡାକିବାକୁ ଆସନ୍ତି, ସେମାନେ ତୁରନ୍ତ ଉଠି ଚାଲିଯାଆନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ଜଣେ ବ୍ୟକ୍ତି ଏପରି କରିବା ଉଚିତ୍‌ ନୁହେଁ, କାରଣ କେତେକ ସମୟରେ ଏହା କୌଣସି ବିପଦର ସଙ୍କେତ ମଧ୍ୟ ହୋଇପାରେ। ତରବରରେ କରାଯାଇଥିବା ଯେକୌଣସି କାମ କ୍ଷତି ପହଞ୍ଚାଇପାରେ। ତେଣୁ ଯେତେବେଳେ କେହି ହଠାତ୍‌ ତୁମକୁ କୌଣସି ସ୍ଥାନକୁ ଡାକିଥାଏ କିମ୍ବା ତୁମକୁ ଉଠାଇବାକୁ ଆସନ୍ତି, ତୁମେ ସର୍ବଦା ଚିନ୍ତାଶୀଳ ହେବା ଉଚିତ ଏବଂ ତାଙ୍କ ଉଦ୍ଦେଶ୍ୟକୁ ବୁଝିବା ବି ଉଚିତ୍‌।

ବିବାହ ପରେ ଅନ୍ୟ ମହିଳାଙ୍କ ପ୍ରତି ଆକର୍ଷିତ ହୁଅନ୍ତୁ ନାହିଁ:
ଚାଣକ୍ୟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ବିବାହ ପରେ ପୁରୁଷମାନେ ଅନ୍ୟ ମହିଳାଙ୍କ ପ୍ରତି ଆକର୍ଷିତ ହେବା ଉଚିତ୍‌ ନୁହେଁ। ଏହା ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି କରେ। ଏହା କଲେ କେବଳ ଯେ, ତୁମ ଘର ନଷ୍ଟ ତାହା ନୁହେଁ ବରଂ ତୁମ ସାମ୍ନାରେ ଥିବା ଝିଅର ଭାବନା ସହିତ ମଧ୍ୟ ଖେଳୁଛ। ଜୀବନରେ ଏପରି କରୁଥିବା ଲୋକଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଥାଏ।

ଲୋକଙ୍କ ସହିତ ବନ୍ଧୁତା କିପରି କରିବେ:
ଚାଣକ୍ୟଙ୍କ ଅନୁସାରେ, ଆପଣଙ୍କ ସ୍ଥିତିଠାରୁ ବହୁତ ଉଚ୍ଚ କିମ୍ବା ବହୁତ ନିମ୍ନ ଲୋକଙ୍କ ସହିତ ବନ୍ଧୁତା କରନ୍ତୁ ନାହିଁ। ଆପଣଙ୍କଠାରୁ ବହୁତ ଉଚ୍ଚ କିମ୍ବା ବହୁତ କମ ଖ୍ୟାତି ଥିବା ବ୍ୟକ୍ତିଙ୍କ ସହିତ ବନ୍ଧୁତା କରିବା ଜୀବନରେ ଦୁଃଖ ଆଣିପାରେ। କେତେବେଳେ ଏପରି ବନ୍ଧୁତା ପାଇଁ ଜଣଙ୍କୁ ଅପମାନର ସମ୍ମୁଖୀନ ହେବାକୁ ପଡ଼ିପାରେ। ସେଥିପାଇଁ ବନ୍ଧୁତା ସର୍ବଦା ସମାନ ଲୋକଙ୍କ ସହିତ କରାଯିବା ଉଚିତ। କାରଣ ଏପରି ବନ୍ଧୁ ସହିତ ତୁମେ ତୁମର ହୃଦୟର ଭାବନା ଖୋଲାଖୋଲି ଭାବରେ ବାଣ୍ଟିପାରିବ ଏବଂ ସେହି ବନ୍ଧୁ ତୁମର ଭାବନାକୁ ମଧ୍ୟ ଭଲ ଭାବରେ ବୁଝିପାରିବ।

ସନ୍ତୁଷ୍ଟ ହେବାକୁ ପଡ଼ିବ:
ଚାଣକ୍ୟ କହିଛନ୍ତି, ସବୁବେଳେ ଟଙ୍କା ବିଷୟରେ ଚିନ୍ତା କରିବା କିମ୍ବା ସବୁକିଛିରେ ଅସନ୍ତୁଷ୍ଟ ରହିବା ଭୁଲ। ଆମ ପାଖରେ ଯାହା ଅଛି ସେଥିରେ ସନ୍ତୁଷ୍ଟ ରହିବା ଶିଖିବା ଉଚିତ। ତେବେ ହିଁ ଜୀବନରେ ସୁଖ ଏବଂ ଶାନ୍ତି ଆସିଥାଏ। ପ୍ରତ୍ୟେକ କାମରେ ଅସନ୍ତୁଷ୍ଟ ଲୋକମାନେ ବର୍ତ୍ତମାନର ମୁହୂର୍ତ୍ତକୁ ଉପଭୋଗ କରିପାରନ୍ତି ନାହିଁ।

ବୁଦ୍ଧିମାନ ଭାବରେ ନିଷ୍ପତ୍ତି ନେବା:
କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏହାର ଭଲ ଏବଂ ଖରାପ ଦିଗଗୁଡ଼ିକୁ ନିଶ୍ଚିତ ଭାବରେ ବିଚାର କରନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କୁ ଭବିଷ୍ୟତରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀରେ ଖବର ପ୍ରକାଶ ପରେ ବଡ଼ ପଦକ୍ଷେପ: ସିମନବାଡ଼ିରେ ଡ୍ରେନ ସଫେଇ, ଜେସିବିରେ ହଟିଲା ଅଳିଆ

ଦାରିଙ୍ଗବାଡ଼ି, ୫।୧୦ (ଅରୁଣ ସାହୁ): ଖବର ପ୍ରକାଶ ପରେ ତତ୍ପର ହୋଇଛି ପଞ୍ଚାୟତ ପ୍ରଶାସନ। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଦୀର୍ଘଦିନ ଧରି…

ଏହି ୩ ଜଣଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ: ମିଳିବ ଏତିକି ଟଙ୍କାର ପୁରସ୍କାର

ଷ୍ଟକହୋମ,୫।୧୦: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। କାର୍ଲ ଡାଇସେରୋଥ, ପିଟର ହେଗେମାନ ଓ ଜର୍ଜ ନାଗେଲଙ୍କୁ ଫିଜିଓଲୋଜି ବା ମେଡିସିନ୍‌ରେ…

ଟିମ୍‌ଇଣ୍ଡିଆ ଉପରେ ICC ନେଲା କଡ଼ା କାର୍ଯ୍ୟାନୁଷ୍ଠାନ: ଜିତିବା ସତ୍ତ୍ୱେ ବି…

ନୂଆଦିଲ୍ଲୀ,୫।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ହୋଇଛି ୩ ମ୍ୟାଚ୍‌ର ଦିନିକିଆ ସିରିଜ। ଭାରତ ସିରିଜକୁ ୨-୧ରେ ଜିତିଥିଲେ ମଧ୍ୟ ତୃତୀୟ ମ୍ୟାଚକୁ ନେଇ ଅନ୍ତର୍ଜାତୀୟ…

ଭଞ୍ଜନଗର ସର୍କଲ ବିଦ୍ୟୁତ କର୍ମଚାରୀଙ୍କ ଧାରଣା: ଟାଟା ପାୱାରରେ ଛଟେଇ ଓ କର୍ମଚାରୀ ହ୍ରାସକୁ ବିରୋଧ

ଭଞ୍ଜନଗର, ୫।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟରତ ଠିକା ବିଦ୍ୟୁତ କର୍ମଚାରୀଙ୍କ ଛଟେଇ ଆଶଙ୍କା ଏବଂ କଣ୍ଟ୍ରୋଲ୍…

ନୋଟ୍ ନୁହେଁ, ଭୋଟ୍! ଛାତ୍ର ନିର୍ବାଚନରେ ଖର୍ଚ୍ଚ ସୀମା ୫ ହଜାର

ଭୁବନେଶ୍ୱର,୫।୧୦: କଲେଜ ଓ ବିଶ୍ୱବିଦ୍ୟାଳୟରେ ନିର୍ବାଚନକୁ ନେଇ ଆସିଲା କଡ଼ା ନିୟମ। ନିର୍ବାଚନ ଲଢ଼ୁଥିବା ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ନିର୍ବାଚନୀ…

ପୃଥ୍ବୀ ଶ’ଙ୍କ ଚମକିଲା ଭାଗ୍ୟ: ମିଳିଲା ବଡ଼ ଦାୟିତ୍ୱ

ମୁମ୍ବାଇ,୫।୧୦: ବ୍ୟକ୍ତିଗତ ଜୀବନରେ ଉତ୍‌ଥାନପତନ ମଧ୍ୟରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ କ୍ରିକେଟ କ୍ୟାରିୟରରେ ଆସିଛି ଏକ ବଡ଼ ମୋଡ଼। ଆଗାମୀ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ…

‘ସ୍ବଚ୍ଛତାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ଅଧ୍ୟକ୍ଷଙ୍କ ଆହ୍ବାନ’

ଭଞ୍ଜନଗର,୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସୋମବାର ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ…

ସୌମ୍ୟ ହତ୍ୟା ମାମଲାରେ ବଡ଼ ଟୁଇଷ୍ଟ: ସମ୍ପୃକ୍ତ ଝିଅମାନଙ୍କର ହେବ…

ଭୁବନେଶ୍ୱର,୫।୧୦: ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାରେ ତଦନ୍ତକୁ ଆହୁରି ଆଗକୁ ବଢ଼ାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ ଆକ୍ରମଣର ଶିକାର ହୋଇଥିବା ଝିଅମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?