ଏହି ୫ ଗୁଣ ସ୍ତ୍ରୀଙ୍କ ପାଖରେ ଥିଲେ ଭାଗ୍ୟଶାଳୀ ହୋଇଥାନ୍ତି ପୁରୁଷ; ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ ଅନେକ ସମସ୍ୟା ଦୂର ହୋଇପାରେ। ଚାଣକ୍ୟ ନିଜର ଏକ ନୀତିରେ ସ୍ତ୍ରୀମାନଙ୍କର ୫ଟି ଗୁଣ ବିଷୟରେ ଉଲ୍ଲେଖ କରିଛନ୍ତି। ସେମାନଙ୍କ ପାଇଁ ସ୍ବାମୀମାନେ ଭାଗ୍ୟବାନ ପାଲଟନ୍ତି ବୋଲି ସେ କହିଛନ୍ତି। ଜାଣନ୍ତୁ:

ଧାର୍ମିକ ବିଚାର ଥିବା ସ୍ତ୍ରୀ: ଚାଣକ୍ୟ ନିଜର ନୀତିରେ କହିଛନ୍ତି ଯେଉଁ ସ୍ତ୍ରୀ ଧାର୍ମିକ ହୋଇଥାନ୍ତି ସେମାନେ ସ୍ବାମୀଙ୍କ ପାଇଁ ଭାଗ୍ୟଶାଳୀ। ଭଗବାନଙ୍କ ଉପରେ ଆସ୍ଥା ରଖୁଥିବା ସ୍ତ୍ରୀଙ୍କ ଘରେ ଭଗବାନ ବାସ କରିଥାନ୍ତି। ଯେଉଁ ଘରେ ଭଗବାନଙ୍କ ବାସ ହୋଇଥାଏ ସେଠାରେ ସୁଖ ସମୃଦ୍ଧି ରହିଥାଏ।

ସନ୍ତୋଷ ରଖୁଥିବା ସ୍ତ୍ରୀ: ଚାଣକ୍ୟ କୁହନ୍ତି ଯେଉଁ ସ୍ତ୍ରୀ ସନ୍ତୋଷ ରଖିଥାନ୍ତି ଏବଂ ଯେଉଁମାନଙ୍କର ଅଧିକ ଇଚ୍ଛା ନ ଥାଏ, ତାଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ଏପରି ସ୍ତ୍ରୀଙ୍କ ସ୍ବାମୀ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।

ଧୌର୍ଯ୍ୟ ଥିବା ସ୍ତ୍ରୀ: ବ୍ୟକ୍ତିର ଜୀବନରେ ଧୌର୍ଯ୍ୟ ବହୁତ ଜରୁରୀ। ଯେଉଁ ସ୍ତ୍ରୀ ସବୁ ପରିସ୍ଥିତିରେ ଧୌର୍ଯ୍ୟ ହାରି ନ ଥାଏ, ସେ ବିପଦରୁ ମୁକ୍ତି ପାଇବାର ବାଟ ଖୋଜି ନେଇଥାଏ। ଏପରି ସ୍ତ୍ରୀ ଥିବା ସ୍ବାମୀ ଭାଗ୍ୟଶାଳୀ ହୋଇଥାନ୍ତି।

ରାଗୁ ନ ଥିବା ସ୍ତ୍ରୀ: ରାଗିଯିବା ସ୍ବାଭାବିକ କଥା। ହେଲେ ଅଧିକ ରାଗ ବିଲ୍‌କୁଲ ଭଲ ନୁହେଁ। ରାଗ ମଣିଷର ବଡ଼ ଶତ୍ରୁ। ଚାଣକ୍ୟ କୁହନ୍ତି ଯେଉଁ ସ୍ତ୍ରୀ କମ୍‌ ରାଗେ, ତାର ସ୍ବାମୀ ଭାଗ୍ୟଶାଳୀ। କାରଣ ଏଭଳି ଲୋକଙ୍କ ଘରେ ଝଗଡ଼ା ବହୁତ କମ୍‌ ହୋଇଥାଏ। ଫଳରେ ଘରେ ସବୁବେଳେ ଶାନ୍ତି ରହିଥାଏ।

ମଧୁର କଥା କହୁଥିବା ସ୍ତ୍ରୀ: କଥାରେ ଅଛି ମନୁଷ୍ୟର ବାଣୀ ହିଁ ତାର ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ। ଚାଣକ୍ୟ କୁହନ୍ତି ଯେଉଁ ସ୍ତ୍ରୀ କଥା ଯେତେ ମିଠା, ତାର ସ୍ବାମୀ ସେତେ ଭାଗ୍ୟଶାଳୀ।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବ ଅନଟନ ଲାଗି ରହୁଛି କି? ଘରେ ରଖନ୍ତୁ ଏହି ୪ ଜିନିଷ..

ଆମ ଜୀବନରେ ବାସ୍ତୁର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯଦି ଘର ନଚେତ କର୍ମସ୍ଥଳ ବାସ୍ତୁ ଶାସ୍ତ୍ର ଅନୁଯାୟୀ ନହୁଏ ତେବେ ଜୀବନରେ କଳହ ଲାଗି ରହେ। ଟଙ୍କା...

ମୋଟା ହେବା ଲାଗି

ସ୍ଲିମ୍‌ ଫିଗର ସର୍ବଦା ଆକର୍ଷଣୀୟ ଲାଗିଥାଏ। ହେଲେ ଆବଶ୍ୟକରୁ ଅଧିକ ପତଳା ହେବା ବି ବ୍ୟକ୍ତିତ୍ୱରେ ଆଞ୍ଚ ଆଣିଥାଏ। ତେଣୁ ଏଭଳି ଫିଗର ଥିବା ମହିଳା...

ଉପକାରୀ ଲେମ୍ବୁ

ଲେମ୍ବୁ ହେଉ ଅବା ଏଥିରୁ ପ୍ରସ୍ତୁତ ସର୍ବତ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ଆପଣଙ୍କ ଶରୀରରେ ଚର୍ବି ବଢ଼ିଯାଇଛି କି? ଯଦି...

ଶରୀରର କେଉଁଠି କରିବେ ଟାଟୁ, ଜାଣନ୍ତୁ..

ଆଜିର ଏହି ଅଲଟ୍ରା ମଡର୍ନ ଦୁନିଆରେ ଟାଟୁର କ୍ରେଜ୍‌ ବି କିଛି କମ୍‌ ନୁହେଁ। କିଛି ଲୋକ ରେକର୍ଡ ନିଶାରେ ଶରୀରରେ ଟାଟୁ କରାଇଥାନ୍ତି ତ...

ଏହି ୪ ରାଶିର ବ୍ୟକ୍ତିଙ୍କ ପାଖରେ କେବେହେଲେ ରୁହେ ନାହିଁ ଧନର ଅଭାବ, ମିଳିଥାଏ ସବୁ ସୁଖ

ସମସ୍ତେ ଜୀବନରେ ଖୁସି ରହିବାକୁ ଚାହିଁଥାନ୍ତି। ପାଖରେ ଧନସମ୍ପତ୍ତି ଥାଉ, ବିଳାସମୟ ଜୀବନ ନିର୍ବାହ କରିବାକୁ ସମସ୍ତେ ସ୍ବପ୍ନ ମଧ୍ୟ ଦେଖିଥାନ୍ତି। ହେଲେ ଅନେକ ଥର...

ରଜ ପ୍ଲାନିଂ…

ଆଉ ମାତ୍ର ଦିନକର ଅପେକ୍ଷା ପରେ ଆରମ୍ଭ ହେବ ରଜ ମଉଜ। ଏଥର କୋଭିଡ୍‌ କଟକଣା ବି ଆଉ ନାହିଁ। ତେଣୁ ଜୋର୍‌ସୋରରେ ଚାଲିଛି ରଜ...

ବେସନ ଆଣେ ତ୍ୱଚାର ଚମକ

ତ୍ୱଚାର ସୌନ୍ଦର୍ଯ୍ୟ  ବୃଦ୍ଧି ଲାଗି ବର୍ତ୍ତମାନ ଅଧିକାଂଶ ବିଭିନ୍ନ ପ୍ରକାର କସ୍‌ମେଟିକ୍ସ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ, ଅନେକେ ବ୍ୟୁଟି...

ଜୀବନର ଅନ୍ତିମ ସମୟରେ ସାଥିରେ ଥାନ୍ତି ଏ ୪ ବନ୍ଧୁ

ଆଚାର୍ଯ୍ୟ ଚାଣକ୍ୟ ଜଣେ ଭଲ ବନ୍ଧୁଙ୍କ ବିଷୟରେ ଅନେକ କଥା କହିଛନ୍ତି। ଏଥି ସହିତ, ସେ ଜଣେ ବନ୍ଧୁଙ୍କ ପ୍ରକୃତି ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି,...

Advertisement
Archives

Model This Week