ପଛୁଆବର୍ଗ କମିଶନଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର,୨୨।୧(ବ୍ୟୁରୋ): ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ଛାତ୍ରୀଛାତ୍ରଙ୍କ ନାମ ଲେଖା ପାଇଁ ୨୭ ଭାଗ ସ୍ଥାନ ସଂରକ୍ଷଣ ଲାଗୁ କରିବା ଦିଗରେ ରାଜ୍ୟ ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେବାକୁ ରାଜ୍ୟ ପଛୁଆବର୍ଗ କମିଶନଙ୍କ ନିକଟରେ ଦାବି କରିଛି ସମାଜବାଦୀ ପାର୍ଟି। ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଦୁଇଜଣିଆ ପ୍ରତିନିଧି ମଣ୍ଡଳୀ ଶୁକ୍ରବାର ରାଜ୍ୟ ପଛୁଆବର୍ଗ କମିଶନ ଅଧ୍ୟକ୍ଷ ବିଚାରପତି ରଘୁନାଥ ବିଶ୍ବାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ନିଟ୍‌- ପି.ଜି. ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟର ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ ଓ ବିଚାରପତି ଏ.ଏସ୍‌. ବୋପାନାଙ୍କ ଖଣ୍ଡପୀଠ ଦେଇଥିବା ରାୟରେ ଉଲ୍ଲେଖ କରାଯାଇଛି ଯେ, ଶିକ୍ଷା କ୍ଷେତ୍ରରେ ପଛୁଆବର୍ଗଙ୍କୁ ୨୭ଭାଗ ସ୍ଥାନ ସଂରକ୍ଷଣ ନୀତିଗତ ତଥା ଆଇନଗତ ଦୃଷ୍ଟିରୁ ବୈଧ ଓ ସାମ୍ବିଧାନିକ। ସଂରକ୍ଷଣ ଦ୍ବାରା ମେଧାର କୌଣସି କ୍ଷତି ହେବନାହିଁ। ଅନ୍ୟାନ୍ୟ ସାମାଜିକ ପ୍ରସଙ୍ଗକୁ ନେଇ ବ୍ୟକ୍ତିର ମେଧା ଓ ସଂରକ୍ଷଣର ପ୍ରାସଙ୍ଗିକତା ଉପରେ ବିଚାର ଆଲୋଚନା ହେବା ଉଚିତ ବୋଲି ଏହି ଖଣ୍ଡପୀଠ ମତବ୍ୟକ୍ତ କରିଛନ୍ତି। ସେହିପରି ଓଡ଼ିଶାରେ ପଛୁଆବର୍ଗ ଜନସଂଖ୍ୟାର ଗଣନା ହୋଇପାରୁନାହିଁ। ଇତିମଧ୍ୟରେ ରାଜ୍ୟର ମୋଟ ଜନସଂଖ୍ୟାର ୫୨ ପ୍ରତିଶତ ପଛୁଆ ବର୍ଗ ହୋଇଥିଲେ ମଧ୍ୟ ବହୁବର୍ଷ ତଳର ତଥ୍ୟ ଆଧାରରେ ସେମାନେ ସାମ୍ବିଧାନିକ ଅଧିକାରରୁ ବଞ୍ଚତ୍ତ ହେବାରେ ଲାଗିଛନ୍ତି। ପୁରୁଣା ସଂଖ୍ୟାର ଆଳ ଦେଖାଇ ସଂରକ୍ଷଣ ସୁବିଧା ଦିଆଯାଉନି। ଏହାର ପ୍ରକୃଷ୍ଟ ଉଦାହରଣ ହେଉଛି ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ। ତେଣୁ ପଛୁଆବର୍ଗ ଜନସଂଖ୍ୟାର ତୁରନ୍ତ ଜନଗଣନା କରିବା ଦରକାର ବୋଲି ସ୍ମାରକପତ୍ରରେ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦାବି: ପଦଯାତ୍ରାରେ ଭୁବନେଶ୍ୱର ବାହାରିଲେ ସେବାୟତ

ବାରିପଦା ଅଫିସ,୧୯।୬: ମୟୂରଭଞ୍ଜ ଜିଲା ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କୁହାଯାଏ। ହେଲେ ସରକାରୀ ସ୍ତରରେ ଏହା ମାନ୍ୟତା ପାଇ ନାହିଁ। ସରକାରୀ ସ୍ତରରେ ଏହି...

ନକଲି ଦେଶୀ ମଦ ସହ ଅଟୋ ଜବତ ବାପ,ପୁଅଙ୍କ ସମେତ ୩ ଗିରଫ

ପୁରୁଷୋତ୍ତମପୁର,୨ା୮(ଡି.ଏନ୍‌.ଏ.)-ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଗୁରୁବାର ଅପରାହ୍ନରେ ଧୋବାଡି ପାଟପୁର-ବାଳକୃଷ୍ଣପୁର ରାସ୍ତାରୁ ମଦ ବୋଝେଇ ଏକ ଅଟୋ (ନଂ.ଓଡି ୦୭ ଏସ ୨୮୧୨)କୁ ଜବତ କରିଛି। ଏଥିରୁ...

ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସଙ୍ଗ: ଓକିଲ ସଂଘର ବିରୋଧ, ଆନ୍ଦୋଳନ ଚେତାବନୀ

ପୁରୀ ଅଫିସ, ୨୨ା୮: ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ନିଷ୍ପତ୍ତିକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ସାଧାରଣ ଜନତା ଅସୁବିଧାର...

ବିଜେଡି, ଭାଜପାର ଭୋଟ ହାର ବଢ଼ିଲା, କଂଗ୍ରେସ ଖସିଲା

ଭୁବନେଶ୍ୱର,୫। ୧୦(ବ୍ୟୁରୋ):ପିପିଲି ଉପନିର୍ବାଚନ ଫଳାଫଳ ଆସିବାର ଦିନକ ପରେ ଆରମ୍ଭ ହୋଇଯାଇଛି ପୋଷ୍ଟମର୍ଟମ। ଉପନିର୍ବାଚନରେ ବିଜେଡି ଓ ଭାଜପାର ଭୋଟ ପ୍ରତିଶତ ଗତ ନିର୍ବାଚନ ତୁଳନାରେ...

କଳିଙ୍ଗନଗରରେ ବେଆଇନ ଚିପ୍ସ ୟାର୍ଡ

ଯାଜପୁର ଅଫିସ,୧୧।୧୧: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଶାସନ ନିକଟସ୍ଥ ଦିଗାମ୍ବରପୁର ଛକଠାରେ ପ୍ରାୟ ୧୦ ଏକର ଜମିରେ ବିପୁଳ ପରିମାଣର ବେଆଇନ ଚିପ୍ସ ପାହାଡ଼...

ଓଏଏସ୍‌ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୩ା୬(ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍‌ ଅଫିସରସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ...

ଆଜି ବାହୁଡ଼ା ଯାତ୍ରା : ପହଣ୍ଡି ପରେ ରଥାରୂଢ଼ ହେଲେ ପ୍ରଭୁ ସୁଦର୍ଶନ

ପୁରୀ ଅଫିସ,୧୨।୭: ଆଜି ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା। ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବେ ତିନିଠାକୁର। ଏନେଇ ପ୍ରଥମେ ମହାପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପୂର୍ବାହ୍ନ ୯.୧୫ରେ...

‘ମୁକ୍ତା’ ଯୋଜନାରେ ବଦଳିବ ସହରର ଚିତ୍ର

ଭୁବନେଶ୍ୱର, ୬।୧୨ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ‘ମୁକ୍ତା’ ଯୋଜନାରେ ବଦଳିବ ସହରର ଚିତ୍ର। ମୁକ୍ତାକାଶ ଜିମ୍‌ ସହିତ ପିଲାଙ୍କ ପାଇଁ ପାର୍କ, କମ୍ୟୁନିଟି ସେଣ୍ଟର...

Advertisement
Archives

Model This Week