Posted inଖେଳ

ଭାରତୀୟ ମହିଳା ଫୁଟ୍‌ବଲ କୋଚ୍‌ ପଦ ଛାଡ଼ିଲେ ମେମୋଲ

ନୂଆଦିଲ୍ଲୀ, ୨୧।୭(ପି.ଟି.)- ମେମୋଲ ରକି ଭାରତୀୟ ମହିଳା ଫୁଟ୍‌ବଲ ଦଳର କୋଚ୍‌ ପଦ ଛାଡ଼ିଛନ୍ତି। ଗତ ୪ ବର୍ଷ ଧରି ଜାତୀୟ ଦଳ ଦାୟିତ୍ୱରେ ଥିବା ମେମୋଲ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରି ଯାଇଛନ୍ତି। ପୂର୍ବରୁ ସହକାରୀ କୋଚ୍‌ ଥିବା ରକି ୨୦୧୭ରୁ ଦଳର ମୁଖ୍ୟ କୋଚ୍‌ ପଦରେ ରହିଥିଲେ। ତାଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳ ଅନ୍ତର୍ଜାତୀୟ ସ୍ତରରେ ଅନେକ ସଫଳତା ପାଇଥିଲା। ତାଙ୍କ ଉପରେ ବିଶ୍ୱାସ ରଖିଥିବାରୁ ସେ ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)କୁ ଧନ୍ୟବାଦ ଜଣାଇଛନ୍ତି। ”ଗତ କିଛିବର୍ଷ ଧରି ଦଳର ଅଗ୍ରଗତିରେ ମୁଁ ବହୁତ ଖୁସି। ଆମକୁ ମିଳିଥିବା ସୁବିଧା ସୁଯୋଗ ବହୁତ ବଢ଼ିଆ ଥିଲା। ଏଆଇଏଫ୍‌ଏଫ୍‌, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏବଂ ଓଡ଼ିଶା ସରକାରଙ୍କ ସମର୍ଥନ ଆମ ସଫଳତାର ଅନ୍ୟତମ କାରଣ“ ବୋଲି ରକି କହିଛନ୍ତି। ମେମୋଲ ବ୍ୟକ୍ତିଗତ କାରଣ ଦର୍ଶାଇ ମୁଖ୍ୟ କୋଚ୍‌ ପଦ ବଜାୟ ରଖିବାନେଇ ଅସାମର୍ଥ୍ୟ ପ୍ରକାଶ କରିଥିବା ଏଆଇଏଫ୍‌ଏଫ୍‌ ସମ୍ପାଦକ କୁଶାଲ ଦାସ ସ୍ପଷ୍ଟ କରିଛନ୍ତି। ଆମେ ତାଙ୍କ ନିଷ୍ପତ୍ତିକୁ ଗ୍ରହଣ କରୁଛୁ ଏବଂ ଭାରତୀୟ ଫୁଟ୍‌ବଲ ପ୍ରତି ତାଙ୍କ ଅବଦାନ ପାଇଁ ଧନ୍ୟବାଦ ଜଣାଉଛୁ ବୋଲି କୁଶାଲ କହିଛନ୍ତି।
ଭାରତର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ରକିଙ୍କ କାର୍ଯ୍ୟକାଳ ଅବସରରେ ଦଳଗତ ଭିତ୍ତିରେ ଭାରତର ପ୍ରଦର୍ଶନ ଭଲ ରହିଥିଲା। ୨୦୧୮ ନଭେମ୍ବରରେ ଭାରତୀୟ ମହିଳା ଫୁଟବଲ ଦଳ ପ୍ରଥମଥର ପାଇଁ ଅଲିମ୍ପିକ୍‌ କ୍ୱାଲିଫାୟର୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଥିଲା। ୨୦୧୯ରେ ଭାରତ ସାଫ୍‌ ମହିଳା ଫୁଟବଲ ଚାମ୍ପିୟନଶିପ୍‌ ଟାଇଟଲ ଜିତିଥିଲା। ନେପାଳ ସାଉଥ୍‌ ଏସିଆନ ଗେମ୍ସରେ ଦଳ ସ୍ବର୍ଣ୍ଣ ପଦକ ପାଇଥିଲା। ଭାରତ ପ୍ରଥମଥର ପାଇଁ ଆସନ୍ତାବର୍ଷ ଏଏଫ୍‌ସି ମହିଳା ଏସିଆନ କପ୍‌ ଆୟୋଜନ କରୁଥିବାରୁ ଜାତୀୟ ଦଳକୁ ରକି ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ ଭାରତୀୟ କ୍ରିକେଟ ଓ ଏହି ଗେମ୍‌ର ଜଣେ ଲିଜେଣ୍ଡ: ସାମସନ

ଦୁବାଇ, ୩୦।୯(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ କେରଳ ଉଇକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଛି। ତାଙ୍କ ପ୍ରଦର୍ଶନ ବଳରେ...

ପରାଜୟକୁ ସଫଳତା ଭାବରେ ଗ୍ରହଣ କରି ଆଗକୁ ବଢିବାକୁ ପଡିବ: ପାଣ୍ଡ୍ୟା

ଅକଲାଣ୍ଡ,୧୬।୧୧: ଟି-୨୦ ବିଶ୍ୱକପରେ ଭାରତର ପ୍ରଦର୍ଶନକୁ ନେଇ ନିରାଶ ଭାରତୀୟ ଅଧିନାୟକ ତଥା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଏହି ସିରିଜ ଆରମ୍ଭ ପୂର୍ବରୁ ହାର୍ଦ୍ଦିକ କହିଛନ୍ତି,...

ରେସ୍‌ଲରଙ୍କ ପ୍ରତି ପୋଲିସର କାର୍ଯ୍ୟାନୁଷ୍ଠାନ ହୃଦୟ ବିଦାରକ: ଅଭିନବ ବିନ୍ଦ୍ରା

ନୂଆଦିଲ୍ଲୀ,୨୯ା୫: ସଂସଦ ଭବନ ଉଦ୍‌ଘାଟନ ସମୟରେ ରେସ୍‌ଲରଙ୍କ ପ୍ରତି ଦିଲ୍ଲୀ ପୋଲିସର କାର୍ଯ୍ୟନୁଷ୍ଠାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଶୁଟର ଅଭିନବ...

କେବେଠାରୁ ଟ୍ରେନିଂ ସ୍ପଷ୍ଟ କରାଯାଉ

ନୂଆଦିଲ୍ଲୀ, ୨୨ା୫ (ପି.ଟି.)-କରୋନା ଭାଇରସ୍‌ ପାଇଁ ଲକ୍‌ଡାଉନ୍‌ ସତ୍ତ୍ୱେ ଆଥଲେଟ୍‌୍‌ମାନଙ୍କ ଟ୍ରେନିଂ ଲାଗି ସରକାର ବିନା ଦର୍ଶକରେ ଷ୍ଟାଡିୟମ ଓ ସ୍ପୋଟର୍‌ସ କମ୍ପ୍ଲେକ୍ସ ଖେଳିବାକୁ ଅନୁମତି...

ଏବେଠୁ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ କ୍ରେଜି ହେଲେଣି ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର; ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୧୯।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମୁକାବିଲା ଉପରେ ସମସ୍ତ କ୍ରିକେଟ ପ୍ରେମୀଙ୍କ ନଜର। ଉଭୟ ଟିମ୍‌ ଅକ୍ଟୋବର ୨୩ରେ ମୁହାଁମୁହିଁ...

ଏମ୍‌ଆଇ ବନାମ ଆର୍‌ସିବି: ଆଇପିଏଲ୍‌ର ଏହି ରୋମାଞ୍ଚକର ପ୍ରଥମ ମୁକାବିଲାକୁ କେବେ, କେଉଁଠି ଦେଖିବେ; ଜାଣନ୍ତୁ…

ନୂଆଦିଲ୍ଲୀ,୮।୪: ଆଉ ଗୋଟିଏ ଦିନର ଅପେକ୍ଷା। ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧। ଶୁକ୍ରବାର ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ)...

ମାଇଲଷ୍ଟୋନ ସ୍ପର୍ଶ କଲେ ଓ୍ବିଲିୟମସନ

ଖ୍ରୀଷ୍ଟଚର୍ଚ୍ଚ,୫ା୧- ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନଙ୍କ କ୍ୟାରିୟରରେ ମଙ୍ଗଳବାର ଯୋଡ଼ି ହୋଇଛି ଆଉ ଏକ ସଫଳତା। ଏଠାରେ ପାକିସ୍ତାନ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ...

ଟିମ୍‌ ଇଣ୍ଡିଆର ବିଜୟ ଅଭିଯାନ

ମହିଳା ଟି୨୦ ବିଶ୍ୱକପ୍‌: ସିଡ୍‌ନୀ,୨୧।୨- ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଇଭେଣ୍ଟରେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ବିଜୟ ସହ...

Advertisement
Archives

Model This Week