୧୭ ବର୍ଷରୁ କମ୍‌ ଓଡ଼ିଶା କବାଡ଼ି ଦଳରେ ସବ୍ୟସାଚୀ

ରସୁଲପୁର,୭।୧(ରଂଜିତ ରାଉତ): ୧୭ବର୍ଷରୁ କମ୍‌ ବର୍ଗର ଓଡ଼ିଶା କବାଡି ଦଳରେ ଯାଜପୁର ଜିଲାରୁ ସବ୍ୟସାଚ୍ଚୀ ମହାନ୍ତି ଏକମାତ୍ର ଖେଳାଳି ଭାବରେ ଭାଗ ନେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ରାଜ୍ୟରୁ ଚୟନ ହୋଇଥିବା ୧୨ଜଣିଆ ଖେଳାଳିଙ୍କ ସହ ତେଲଙ୍ଗାନ ରାଜ୍ୟଗସ୍ତରେ ଅଛନ୍ତି। ଚଳିତମାସ ୭ରୁ୧୧ ତାରିଖ ପର୍ଯ୍ୟନ୍ତ ତେଲେଙ୍ଗାନା ରାଜ୍ୟର କାମାରେଡ୍ଡି ଷ୍ଟାଡିଅମଠାରେ ୬୭ତମ ଜାତୀୟ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଓଡ଼ିଶା ଦଳରେ ସବ୍ୟସାଚ୍ଚୀ ଜଣେ ଭଲ ରିଡର ଭାବରେ ସ୍ଥାନ ପାଇଛନ୍ତି। ସେ ଜାତୀୟ ପ୍ରତିଯୋଗିତାରେ ଉନ୍ନତ ଖେଳ ପ୍ରଦର୍ଶନ କରିବାକୁ ଆଶାବାଦୀ ଅଛନ୍ତି। ତାଙ୍କ ସଫଳତା ମା’ ଭାରତୀ ମହାନ୍ତି ଓ ବାପା ରସୁଲପୁର ବ୍ଲକ ଭାରପ୍ରାପ୍ତ ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୁଧୀର ମହାନ୍ତିଙ୍କ ଆଶୀର୍ବାଦ, କ୍ରୀଡ଼ା ଶିକ୍ଷକ ସୁରେଶ ପରିଡ଼ା ଓ ଜିଲା କବାଡି ଆସୋସିଏଶନର ପ୍ରଶିକ୍ଷକଙ୍କ ସହଯୋଗ ଯୋଗୁ ସମ୍ଭବ ହୋଇପାରିଛି ବୋଲି ସେ ପ୍ରକାଶ କରିଛନ୍ତି।
ରସୁଲପୁର ବ୍ଲକ ଅନ୍ତର୍ଗତ ଗନ୍ଧଣ ପଞ୍ଚାୟତ ଦ୍ୱୀପାଞ୍ଚଳ ହାଇସ୍କୁଲର ମେଧାବୀ ଛାତ୍ର ସବ୍ୟସାଚ୍ଚୀ ଦଶମ ଶ୍ରେଣୀରେ ଅଧ୍ୟୟନରତ ଅଛନ୍ତି। ସେ ଭଲ ପାଠପଢିବା ସହ କବାଡ଼ି ଖେଳିବାକୁ ଭଲ ପାଆନ୍ତି। କିଛିବର୍ଷ ହେଲା ବିଦ୍ୟାଳୟସ୍ତରର ବିଭିନ୍ନ ଜିଲା ଓ ରାଜ୍ୟସ୍ତରର କବାଡ଼ି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ଅର୍ଜନ କରିଆସୁଛନ୍ତି। ତାଙ୍କର ଖେଳରେ ଦକ୍ଷତା ଯୋଗୁ ଜିଲାର ଜୁନିୟର କବାଡ଼ି ଦଳରେ ସାମିଲ ହୋଇ ଅନେକ ଓପନ ଟୁର୍ନାମେଣ୍ଟ୍‌ ଖେଳିବାର ଅଭିଜ୍ଞତା ହାସଲ କରିଛନ୍ତି। ପ୍ରୋ-କବାଡ଼ି ଖେଳ ତାଙ୍କୁ ବିଶେଷ ପ୍ରଭାବିତ କରିଛି। ସେ ଭବିଷ୍ୟରେ ସେହିଭଳି ଉଚ୍ଚମାନର ପ୍ରତିଯୋଗିତାରେ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଦେଶର ଯେକୌଣସି କବାଡ଼ି ପ୍ରଶିକ୍ଷଣ ଶିବିରରେ ତାଲିମ ନେବାକୁ ଇଚ୍ଛା ରଖିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ପ୍ରଶିକ୍ଷଣ ଶିବିରରେ ଭର୍ତ୍ତି କରାଇବାର ସୁଯୋଗ ସୃଷ୍ଟି କରାଯାଇ ପାରିଲେ ସେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ସମ୍ଭବ ହୋଇପାରିବ ବୋଲି ମତ ରଖିଛନ୍ତି।
ରାଜ୍ୟସ୍ତରର ପ୍ରତିଯୋଗିତା ୨୦୨୩ ଅକ୍ଟୋବର ୧୬ରୁ ୧୮ ପର୍ଯ୍ୟନ୍ତ ଗଞ୍ଜାମ ଜିଲାର ବ୍ରହ୍ମପୁର ସରକାରୀ କୁଇନ୍‌ ଅଫ ଦି ମିଶନ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାରେ ସବ୍ୟସାଚ୍ଚୀ ଯାଜପୁର ଜିଲା ସ୍କୁଲ କବାଡି ଦଳରେ ଭଲ ପ୍ରଦର୍ଶନକରି ଚୟନ କର୍ତ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ। ବିଭିନ୍ନ ଜିଲାରୁ ରାଜ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଦଳ ମଧ୍ୟରୁ ୩୦ରୁ ଊର୍ଦ୍ଧ୍ୱ ଖେଳାଳିଙ୍କୁ ଚୟନ କରାଯାଇଥିଲା। ପରେ ପୁରୀ ଜିଲା ସ୍କୁଲ ଖେଳ ପଡିଆରେ ଜାତୀୟ ପ୍ରତିଯୋଗିତା ପାଇଁ ଶ୍ରେଷ୍ଠ ୧୨ ଖେଳାଳିଙ୍କୁ ଚୟନ କରାଯାଇ କୋଚିଂ ପ୍ରଦାନ କରାଯାଇଥିଲା। କୋଚ ଶିଶିର ମାଝି ଓ ମ୍ୟାନେଜର ତାରାପଦ ସେଠୀଙ୍କ ନେତୃତ୍ୱରେ ଓଡ଼ିଶା ଦଳ ଜାତୀୟ ପ୍ରତିଯୋଗିତାରେ ଯୋଗଦେବାକୁ ତେଲେଙ୍ଗାନା ଅଭିମୁଖେ ଯାତ୍ରା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସୀୟ କ୍ରୀଡ଼ା: ଜାପାନକୁ ହରାଇ ସେମିରେ ପହଞ୍ଚିଲା ଭାରତ

କୋରୋଗି,୧୮।୯: ଜାପାନର ନିଶିନ ସ୍ଥିତ କୋରୋଗି ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଶେଫାଲି ଏବଂ ରିଚାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଜାପାନକୁ…

ବହୁ ଚର୍ଚ୍ଚିତ ନିଠାରି ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ହରିଦ୍ୱାର,୧୮।୯: ବହୁଚର୍ଚ୍ଚିତ ନିଠାରି ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲି ହରିଦ୍ୱାରରେ ସନ୍ଦେହଜନକ ପରିସ୍ଥିତିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କୋଲି ଗତ କିଛି…

ଭାରତକୁ ନାଲି ଆଖି ଦେଖାଇଲାଣି ବାଂଲାଦେଶ, ବର୍ତ୍ତମାନ ରଖିଲାଣି ବଡ଼ ସର୍ତ୍ତ

ଢାକା,୧୮।୯: ବାଂଲାଦେଶରେ ତାରିକ ରହମାନଙ୍କ ନେତୃତ୍ୱାଧୀନ ପ୍ରଶାସନ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବିକୁ ନେଇ ଧମକପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିଛି। ଭାରତ ପ୍ରତି ଏକ ଆକ୍ରମଣାତ୍ମକ ମନୋଭାବ…

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

ଆସୁଛି UPIର ‘ବାପା’, ‘ଡିଜିଟାଲ ରୁପି’ (Digital Rupee), ଏହା କ’ଣ? ବ୍ୟାଙ୍କ କିମ୍ବା ଇଣ୍ଟରନେଟ ସଂଯୋଗ ବିନା କିପରି ଟଙ୍କା ସ୍ଥାନାନ୍ତର ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୯: ମୂଳ କଥା ହେଉଛି UPI ଠାରୁ ମଧ୍ୟ ଏକ ବଡ଼ ଜିନିଷ ଆସିବାକୁ ଯାଉଛି। UPI ଶୁଳ୍କ (charges) କୁ ନେଇ ଚାଲିଥିବା ହଟଚମଟ ମଧ୍ୟରେ,…

କୃଷକଙ୍କ ପାଇଁ ଖୁସି ଖବର: ମାସକୁ ପାଇବେ ୩,୦୦୦ ଟଙ୍କା ପେନସନ! PM Kisan ରେ…

ନୂଆଦିଲ୍ଲୀ,୧୮।୯: ବାର୍ଦ୍ଧକ୍ୟରେ ନିୟମିତ ଆୟକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ, ବିଶେଷକରି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ପାଇଁ ଏହି ଚିନ୍ତା ଆହୁରି ବଢ଼ିଯାଏ। ଏହାକୁ…

ଗୋଟିଏ ରୁମ୍‌ରେ ଯୁବତୀଙ୍କ ସହ ରାତି କାଟିଲେ ଫାଣ୍ଡି ଅଧିକାରୀ, ଗ୍ରାମବାସୀ ଦେଖିବା ପରେ ବାହାରୁ ତାଲା ପକାଇ…

ଉମରକୋଟ,୧୮।୯(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍‌ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ…

ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ, ପ୍ରଥମେ ଶିବସେନା-ଏନସିପି ପରେ ଏବେ TMC…

ନୂଆଦିଲ୍ଲୀ,୧୮।୯: ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ଅନ୍ତରୀଣ ଭାବେ ଫ୍ରିଜ୍‌ କରିବା ପରେ ଭାରତୀୟ ନିର୍ବାଚନ କମିଶନ (ECI)କୁ ନେଇ ରାଜନୈତିକ ବିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?