Posted inଜାତୀୟ

ମୁଁ ପଳାତକ ନୁହେଁ, ପାସପୋର୍ଟ ସସ୍‌ପେଣ୍ଡ ହୋଇଥିବା ଯୋଗୁ ଭାରତ ଫେରିପାରୁନାହିଁ: ମେହୁଲ ଚୋକସୀ

ନୂଆଦିଲ୍ଲୀ,୨୪।୫: ଦେଶ ଛାଡ଼ିଥିବା ହୀରା ବ୍ୟବସାୟୀ ମେହୁଲ ଚୋକସୀଙ୍କ ଏକ ବଡ଼ ବୟାନ ଶୁକ୍ରବାର ସାମ୍ନାକୁ ଆସିଛି। ତାଙ୍କୁ ‘ପଳାତକ’ କୁହାଯାଇପାରିବ ନାହିଁ, କାରଣ ସେ ଭାରତ ଆସିବାକୁ ଇଚ୍ଛୁକ। ଅନେକ କାରଣରୁ ସେ ଭାରତକୁ ଫେରିପାରୁନାହାନ୍ତି। ସେଥିରୁ ପ୍ରମୁଖ କାରଣ ହେଉଛି ତାଙ୍କ ପାର୍ସପୋର୍ଟକୁ ସସ୍‌ପେଣ୍ଡ ରଖାଯାଇଛି। ଚୋକସୀ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟରେ ତାଙ୍କ ଓକିଲଙ୍କ ମାଧ୍ୟମରେ ଏହି କଥା କହିଛନ୍ତି।

ମେହୁଲ ମନି ଲଣ୍ଡରିଂ ମାମଲାର ଶୁଣାଣି କରୁଥିବା ଏକ ସ୍ବତନ୍ତ୍ର ଅଦାଲତକୁ କହିଛନ୍ତି ଯେ, ସେ ଅପରାଧିକ ମୋକଦ୍ଦମାକୁ ଏଡ଼ାଇବା ଲାଗି ଭାରତ ଛାଡ଼ି ନାହାନ୍ତି। ନା ସେ ଦେଶକୁ ଫେରିବାକୁ ମନା କରୁଛନ୍ତି। ତାଙ୍କ ପାସପୋର୍ଟ ଭାରତୀୟ ଅଧିକାରୀମାନେ ସସ୍‌ପେଣ୍ଡ କରିଛନ୍ତି। ଏଥିଲାଗି ସେ ଭାରତକୁ ଫେରିପାରୁନାହାନ୍ତି। ତେଣୁ ତାଙ୍କୁ ‘ପଳାତକ ଅର୍ଥନୈତିକ ଅପରାଧୀ’ ଘୋଷଣା କରାଯାଇପାରିବ ନାହିଁ।

ତାଙ୍କ ପାସପୋର୍ଟ ନିଲମ୍ବନ ସହ ଜଡିତ ଡକ୍ୟୁମେଣ୍ଟ ମାଗି ମେହୁଲ ଚୋକସି କୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ଏଥିସହିତ ତାଙ୍କ ବିରୋଧରେ ଚାଲିଥିବା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅନୁସନ୍ଧାନ ସହ ଜଡିତ କାଗଜପତ୍ରକୁ ଡକାଇବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତରେ ଚାଲିଗଲା ୧୯ ହଜ୍‌ ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ,୧୬ା୬: ହଜ୍‌ ଯାତ୍ରାରେ ସାଉଦି ଆରବ ଆସିଥିବା ଅନୂ୍ୟନ ୧୯ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି। ସେମାନେ ଜୋର୍ଡାନ ଏବଂ ଇରାନରୁ ଆସିଥିଲେ। ଜୋର୍ଡାନ ବହିର୍ବ୍ୟାପାର ମନ୍ତ୍ରଣାଳୟର...

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଲେ ରିଜିଜୁ

ନୂଆଦିଲ୍ଲୀ,୧୬ା୬:ନୂଆ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବାର ସପ୍ତାହେ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ରବିବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ...

ଉପବାଚସ୍ପତି ପଦ ନ ମିଳିଲେ ଏମିତି ପଦକ୍ଷେପ ନେବ ବିରୋଧୀ ମେଣ୍ଟ

ନୂଆଦିଲ୍ଲୀ,୧୬ା୬:ଅଷ୍ଟାଦଶ ଲୋକ ସଭାର ବାଚସ୍ପତି ପଦ ଲାଗି ଆସନ୍ତା ୨୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ବିରୋଧୀ ଇଣ୍ଡିଆ ବ୍ଲକ୍‌ ଉପବାଚସ୍ପତି ପଦ ଉପରେ...

ସରକାରୀ ଚାକିରିରେ କିନ୍ନରଙ୍କୁ ଦିଆଯାଉ ୧ ପ୍ରତିଶତ ସଂରକ୍ଷଣ: ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା,୧୬।୬: ରାଜ୍ୟର ସମସ୍ତ ସରକାରୀ ଚାକିରିରେ ଟ୍ରାନ୍ସଜେଣ୍ଡର ବା କିନ୍ନରଙ୍କ ପାଇଁ ଏକ ପ୍ରତିଶତ ସଂରକ୍ଷଣ ନିଶ୍ଚିତ କରିବାକୁ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ...

ମାଆଙ୍କୁ ଭେଟିବାକୁ ଏମ୍ସ ପହଞ୍ଚିଲେ ଯୋଗୀ ଆଦିତ୍ୟନାଥ

ଋଷିକେଶ,୧୬।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଏମ୍ସ ଋଷିକେଶରେ ପହଞ୍ଚିଛନ୍ତି। ଏମ୍ସରେ, ସେ ତାଙ୍କ ମାତା ସାବିତ୍ରୀ ଦେବୀଙ୍କୁ ଭେଟି ଷଷ୍ଠ ମହଲାରେ ଥିବା...

୪୦୦ ପାର୍‌ ହୋଇଥିଲେ ଭାରତ ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ ହୋଇଥାନ୍ତା: ଭାଜପା ନେତାଙ୍କ ବିସ୍ଫୋରକ ମନ୍ତବ୍ୟ

ପୁଣେ,୧୬।୬: ମହାରାଷ୍ଟ୍ରର ଥାନେ ନିକଟସ୍ଥ ଭିଓ୍ବାଣ୍ଡିରେ ଭାଜପା ନେତା ଟି ରାଜ ସିଂ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ଏକ ହିନ୍ଦୁ ଧର୍ମ ସଭାର ମୁଖ୍ୟ...

ଭାଜପା କାର୍ଯ୍ୟାଳୟ ନିକଟରୁ ମିଳିଲା ବୋମା! ଖେଳିଲା ଆତଙ୍କ

କୋଲକାତା,୧୬।୬: ପଶ୍ଚିମବଙ୍ଗର କୋଲକାତାଠାରେ ଥିବା ଭାଜପାର କେନ୍ଦ୍ରୀୟ କାର୍ଯ୍ୟାଳୟ ନିକଟରେ ଏକ ବୋମା ଭଳି ଜିନିଷ ଦେଖିବାକୁ ମିଳିଛି। ଏହି ସୂଚନା ପରେ ଘଟଣାସ୍ଥଳରେ ଆତଙ୍କ...

ଆଇଏମଡି ଦେଲା ଖୁସି ଖବର

ନୂଆଦିଲ୍ଲୀ,୧୬।୬: ମୌସୁମୀ ଦେଶରେ ପହଞ୍ଚିଛି ଏବଂ ଦେଶର ଅନେକ ସ୍ଥାନରେ ମୌସୁମୀ ପୂର୍ବରୁ ମଧ୍ୟ ଏହର କାର୍ଯ୍ୟକଳାପ ଆରମ୍ଭ ହୋଇଛି। ତଥାପି ଉତ୍ତରପ୍ରଦେଶ ଏବଂ ରାଜଧାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri