Posted inଜାତୀୟ

ଏମ୍‌କେ ଷ୍ଟାଲିନ, ମମତା ବାନାର୍ଜୀ, ସିଦ୍ଧରମୈୟାଙ୍କୁ ଚିଠି ଲେଖିଲେ ମେହେବୁବା ମୁଫତି

ନୂଆଦିଲ୍ଲୀ,୧୨।୪: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଚିଠି ଲେଖି ବଢିଚାଲିଥିବା ବହୁସଂଖ୍ୟକବାଦି ରାଜନୈତିକ ପରିବେଶ ମଧ୍ୟରେ ଭାରତୀୟ ସମ୍ବିଧାନର ମୌଳିକ ମୂଲ୍ୟବୋଧ ପାଇଁ ଠିଆ ହେବାକୁ ଅନୁରୋଧ କରିଛନ୍ତି।
ମେହେବୁବା ତାଙ୍କ ବିବୃତ୍ତିରେ ଗତ ଦଶନ୍ଧିରେ ଦେଶରେ ବହୁସଂଖ୍ୟକବାଦର ବଢ଼ୁଥିବା ଲହର ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ ଏହି ଧାରା ଭାରତର ବହୁଳତା, ବିବିଧତା ଏବଂ ଧର୍ମନିରପେକ୍ଷତାର ମୌଳିକ ନୀତି ପ୍ରତି ଏକ ଗମ୍ଭୀର ବିପଦ। ସେ କହିଥିଲେ, ‘ଯଦିଓ ଅଧିକାଂଶ ନାଗରିକ ଏହି ବିଭାଜନକାରୀ ଏଜେଣ୍ଡାକୁ ପ୍ରତ୍ୟାଖ୍ୟାନ କରିଚାଲିଛନ୍ତି, ଯେଉଁମାନେ ଘୃଣା ଏବଂ ବହିଷ୍କାର ପ୍ରଚାର କରନ୍ତି ସେମାନେ ଏବେ କ୍ଷମତାର ପଦରେ ଅଛନ୍ତି।’
ପିଡିପି ମୁଖ୍ୟ କହିଛନ୍ତି, ‘ସେମାନେ ଯୋଜନାବଦ୍ଧ ଭାବରେ ଆମର ସମ୍ବିଧାନ, ଗଣତାନ୍ତ୍ରିକ ପ୍ରତିଷ୍ଠାନ ଏବଂ ଆମ ଦେଶର ଧର୍ମନିରପେକ୍ଷ ଗଠନକୁ ଟାର୍ଗେଟ କରୁଛନ୍ତି।’ ସଂଖ୍ୟାଲଘୁ, ବିଶେଷକରି ମୁସଲମାନମାନେ ଏହି କାର୍ଯ୍ୟର ପ୍ରଭାବ ବହନ କରୁଛନ୍ତି – ଏହାର ସଦ୍ୟତମ ଉଦାହରଣ ହେଉଛି ନୂତନ ୱକଫ ଆଇନର ମନମୁଖୀ ପ୍ରୟୋଗ ଯାହା ଆମର ଧାର୍ମିକ ସ୍ବାଧୀନତାକୁ କ୍ଷୁର୍ଣ୍ଣ କରୁଛି।
ମୁଫତି ଆହୁରି କହିଛନ୍ତି ଯେ ଏହି ଘଟଣାଗୁଡ଼ିକ ପୃଥକ ନୁହେଁ ବରଂ ଧାରା ୩୭୦ ରଦ୍ଦ ଏବଂ ଜମ୍ମୁ ଓ କଶ୍ମୀରର ବିଭାଜନ ସମେତ ଅଧିକାରର ପଦ୍ଧତିଗତ କ୍ଷୟର ଏକ ବ୍ୟାପକ ଢାଞ୍ଚାର ଅଂଶ। ତିନି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ, ସେ ଏପରି ଅନ୍ୟାୟ ବିରୁଦ୍ଧରେ ସେମାନଙ୍କର ନିରନ୍ତର ଏବଂ ସାହସିକ ପ୍ରତିବାଦକୁ ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ସବିତାଙ୍କୁ ବିଶ୍ରାମ, ଦଳକୁ ଫେରିଲେ ବନସାରି

ନୂଆଦିଲ୍ଲୀ, ୧୦ା୧୧: ଭୋପାଳଠାରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ମହିଳା ହକି ଟୁର୍ନାମେଣ୍ଟ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଭେଟେରାନ ଗୋଲ୍‌କିପର ସବିତା ପୁନିଆଙ୍କୁ…

ଜନ୍ମ ହେବାର ଗୋଟିଏ ଦିନରେ ପୁଅକୁ ହରାଇଥିଲେ ସୋନିଆ ଗାନ୍ଧୀ; ବହିରେ ବଡ଼ ଖୁଲାସା, ରାହୁଲ ନୁହନ୍ତି…

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁ ପ୍ରତୀକ୍ଷିତ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ ୧୦ ନଭେମ୍ବର ମଙ୍ଗଳବାର ପ୍ରକାଶିତ ହୋଇଛି। ପୁସ୍ତକରେ ଗାନ୍ଧୀ ପରିବାରଙ୍କ…

ୟୁଏଇ ଜାତୀୟ ଦଳରେ ଖେଳିପାରନ୍ତି ଭାରତର ଏହି ପୂର୍ବତନ ଉଇକେଟକିପର, ଜାଣନ୍ତୁ…

ଆବୁ ଧାବି, ୧୦।୧୧: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟର କେଏସ୍‌ ଭରତ ୟୁଏଇ ଜାତୀୟ ଦଳ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା…

ଶୁକ୍ରଙ୍କ ସିଧା ଚଳନ: ୧୪ ନଭେମ୍ୱରରୁ ବଦଳିବ ୪ ରାଶିର ଭାଗ୍ୟ; ବଢିବ ଧନ, ଚାକିରିରେ ଭଲ ଅଫର୍‌…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଭୌତିକ ସୁଖ, ବୈଭବ, ପ୍ରେମ, ଦାମ୍ପତ୍ୟ ଜୀବନ ଏବଂ ଆର୍ଥିକ ସମୃଦ୍ଧିର ପ୍ରତିନିଧି ଗ୍ରହ ଭାବେ ବିବେଚନା କରାଯାଏ। ଏଣୁ ଶୁକ୍ରଙ୍କ ଚଳନରେ…

ବନ୍ୟା ପ୍ରଭାବିତଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ଓ ଭାରତ ସ୍କାଉଟ ଆଣ୍ଡ…

ସାକ୍ଷୀଙ୍କୁ ଜେଲରୁ ଧମକ ମାମଲା ତୃତୀୟଥର ଥାନାରେ ହାଜର ହେଲେ ବିକ୍ରମ

ବ୍ରହ୍ମପୁର,୧୦ା୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଧମକ ଘଟଣାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା…

ଦିବ୍ୟାଙ୍ଗ ଶିଶୁଙ୍କୁ ସହାୟତାର ହାତ, ୨୬୦ଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ୧୧୨ ଚିହ୍ନଟ

ଦାରିଙ୍ଗବାଡ଼ି, ୧୦।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

୨-୦ରେ ସିରିଜରେ ଆଗରେ ଅଛି ଟିମ ଇଣ୍ଡିଆ…, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ କେବେ ଖେଳାଯିବ? ଦୂର ହେଲା ସିରିଜ ହାରିଯିବାର ଭୟ

ନୂଆଦିଲ୍ଲୀ,୧୦।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ତୃତୀୟ ମ୍ୟାଚ ହାମିଲଟନରେ ଖେଳାଯିବାର ଥିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?