Posted inଜାତୀୟ

ଘରେ ନଜର ବନ୍ଦୀ ମେହେବୁବା ମୁଫତି

ଜମ୍ମୁ,୨୭ ।୧୧: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍କର ସମସ୍ୟା ପୁଣି ଥରେ ବଢି ଯାଇଛି । ଶୁକ୍ରବାର ସକାଳେ ତାଙ୍କ ଝିଅ ଫୋନ୍ କରି ଜଣାଇଛନ୍ତି କି ତାଙ୍କୁ ଓ ତାଙ୍କ ମାଆ ମେହେବୁବାଙ୍କୁ ଘରେ ନଜରବନ୍ଦୀ କରି ରଖାଯାଇଛି । ଦୁଇଜଣ କେହି ବାହାରକୁ ବାହାରିବାକୁ ଅନୁମତି ପ୍ରଦାନ କରାଯାଇ ନାହିଁ । ସୂଚନାଯୋଗ୍ୟ, ମେହେବୁବା ଶୁକ୍ରବାର ପୁଲୱାମା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । ଏହାସହ ମେହେବୁବା ମଧ୍ୟ ଟୁଇଟ୍ କରି ଜଣାଇଛନ୍ତି କି ମୋତେ ପୁଣିଥରେ ବେଆଇନ ଭାବେ ଜନରବନ୍ଦୀ କରାଯାଇଛି । ଗତ ଦୁଇ ଦିନ ହେବ ଜମ୍ମୁ-କଶ୍ମୀର ପ୍ରଶାସନ ତାଙ୍କୁ ପୁଲୱାମା ସ୍ଥିତ ଦଳୀୟ ନେତା ୱହିଦ ଉର ରହମାନଙ୍କ ପରିବାର ସହ ସାକ୍ଷାତ୍ କରିବାକୁ ଅନୁମତି ପ୍ରଦାନ କରୁ ନ ଥିଲେ । ତାଙ୍କୁ ଆଧାରହୀନ ଭାବେ ଅଭିଯୁକ୍ତ ଭଳି ଗିରଫ କରାଯାଇଛି । ଏମିତିକି ମୋ ସହ ମୋ ଝିଅକୁ ମଧ୍ୟ ନଜରବନ୍ଦୀ କରାଯାଇଛି । ଭାଜପା ନେତା ମନ୍ତ୍ରୀ ତଥା ତାଙ୍କ ସହଯୋଗୀଙ୍କୁ କଶ୍ମୀରର ପ୍ରତି କୋଣରେ ବୁଲିବାର ଅନୁମତି ଥିବା ବେଳେ ସୁରକ୍ଷା କେବଳ ମୋ ପାଖରେ ଏକ ସମସ୍ୟା ହୋଇ ରହି ଯାଇଛି ବୋଲି ମେହେବୁବା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଡିଗ୍ରୀ ଥାଇ ଚାକିରି ମିଳିଲାନି: ଏବେ କଲେଜ ସମ୍ମୁଖରେ ଚା’ ବିକି ଚର୍ଚ୍ଚାରେ…

ଦେଶରେ ବେକାରୀ ପରିସ୍ଥିତି ବିଷୟରେ ସମସ୍ତେ ଅବଗତ। ବିଶେଷକରି ଯୁବଗୋଷ୍ଠୀଙ୍କୁ ଏ ନେଇ କହିବାର ଆବଶ୍ୟକତା ନାହିଁ। ସୋସିଆଲ ମିଡିଆ ହେଉ ଅବା ଅନ୍ୟ କୌଣସି...

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଲଢ଼ିବ ଏଏପି

ନୂଆଦିଲ୍ଲୀ,୧୫।୧୨: ଆଗକୁ ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ...

ସୋନିଆ, ମୁଲାୟମଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୭।୪: ଆଜି ବଜେଟ ଅଧିବେଶନ ଶେଷ ହେବା ସହିତ ସଂସଦର ପ୍ରକ୍ରିୟା ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ବଜେଟ ଅଧିବେଶନ ଶେଷ ହେବା ପରେ...

ଡିପ୍ରେସନର ରୂପ ନେଲା ‘ନସର୍ଗ’

ନୂଆଦିଲ୍ଲୀ,୧।୬: କ୍ରମଶଃ ଉଗ୍ରରୂପ ଧାରଣ କରୁଛି ବାତ୍ୟା ‘ନସର୍ଗ’। ସୋମବାର ଏହା ଡିପ୍ରେସନର ରୂପ ନେଇଥିବା ବେଳେ ଆଗାମୀ ୧୨ ଘଣ୍ଟା ପରେ ଏହା ଡିପ୍‌...

ନିୟମ ମାନିଲେ ମୋଦି: ମାସ୍କ ପିନ୍ଧି କଲେ ଭିଡିଓ କନଫରେନ୍ସିଂ

ନୂଆଦିଲ୍ଲୀ,୧୧।୪: କରୋନା ଭାଇରସକୁ ଦୂରେଇବାକୁ ହେଲେ କେତେ ଗୁଡିଏ ନିୟମ ପାଳନ କରିବାକୁ କୁହାଯାଉଛି। ଯେମିତିକି ବାରମ୍ବାର ସାବୁନରେ ହାତ ଧୋଇବା, ବାହାରକୁ ଯିବା ସମୟରେ...

ଆଇନଜୀବୀରୁ ବହିର୍ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ, ୭ା୮: ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ମଙ୍ଗଳବାର ରାତି ୧୧ଟାରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୁଧବାର ନୂଆଦିଲ୍ଲୀସ୍ଥିତ...

ଗୋବରରେ ପ୍ରସ୍ତୁତ ଆଟାଚ୍‌ ଭିତରେ ବଜେଟ୍‌

ରାୟପୁର,୯।୩: ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ଗାଈକୁ ଗୁରୁତ୍ୱ ଦେବା ସହ ସେ...

ଦିଲ୍ଲୀ ବିଧାନସଭା ନିର୍ବାଚନ: ଏଏପିର ‘କେଜରିଓ୍ବାଲ ଗ୍ୟାରେଣ୍ଟି କାର୍ଡ’

ନୂଆଦଲ୍ଲୀ,୧୯।୧: ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏବେ ଏହାକୁ ନେଇ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ସବୁଦଳ ପ୍ରସ୍ତୁତ ହେଉଛନ୍ତି। ଏଠାରେ ଶାସକ...

Advertisement
Archives

Model This Week