Posted inଜାତୀୟ

ରାହୁଲଙ୍କ ସୁରକ୍ଷାକୁ ନେଇ ବିବାଦ, ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇପାରନ୍ତି ମେହେବୁବା, ପ୍ରିୟଙ୍କା

ଜମ୍ମୁ-କଶ୍ମୀର,୨୮ ।୧: ଏବେ ଜମ୍ମୁ-କଶ୍ମୀରରେ ଚାଲିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । ଶନିବାର ଏହି ଯାତ୍ରାରେ ପ୍ରିୟଙ୍କା ଗାନ୍ଧୀ ଯୋଗ ଦେଇ ପାରନ୍ତି ବୋଲି ଜଣାପଡିଛି । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ବିକାର ରସୁଲୱାନି କହିଛନ୍ତି, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶନିବାର ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇପାରନ୍ତି । ଏହି ଯାତ୍ରାରେ ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍କ ସହ ବହୁ ସଂଖ୍ୟାରେ ମହିଳା ବି ସାମିଲ ହୋଇପାରନ୍ତି । ଅୱନ୍ତିପୋରା ଚରସୁରୁ ପ୍ରିୟଙ୍କା ଏହି ଯାତ୍ରାରେ ସାମିଲ ହେବେ ।
ବିରଲା ଇଣ୍ଟରନ୍ୟାଶନାଲ ସ୍କୁଲ, ପମ୍ପୋର ନିକଟରେ ଜଳପାନ କରିବା ପରେ ରାତିର ରହଣି ଶ୍ରୀନଗର ବାହାରେ ପନ୍ଥା ଚୌକରେ ଟ୍ରକ ୟାର୍ଡରେ ହେବ । ରବିବାର ଯାତ୍ରା ପନ୍ଥା ଚୌକରୁ ଆରମ୍ଭ ହୋଇ ବୁଲୱର୍ଡ ରୋଡରେ ଥିବା ନେହେରୁ ପାର୍କରେ ପହଞ୍ଚିବ । ଯାତ୍ରା ଏବେ କଶ୍ମୀରର ଅନନ୍ତନାଗ ଜିଲାରେ ରହିଛି ।
ସୂଚନାଯୋଗ୍ୟ, ଶୁକ୍ରବାର ବନିହାଲରୁ କଶ୍ମୀର ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରାରେ ସୁରକ୍ଷାକୁ ନେଇ ବିବାଦ ଉପୁଜିଛି । ରାହୁଲ ଗାନ୍ଧୀ ଓ ଅନ୍ୟ କଂଗ୍ରେସ ନେତା ସୁରକ୍ଷାରେ ତ୍ରୁଟି ଦର୍ଶାଇ କଶ୍ମୀରର ପ୍ରବେଶ ଦ୍ୱାର କାଜିଗୁଂଡରେ ଯାତ୍ରାକୁ ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ଅଟକାଇ ଦେଇଥିଲେ । ପରେ ରାହୁଲ ଗାଡିରେ ଅନନ୍ତନାଗରୁ ଖନ୍ନାବଲ ଡାକ ବଙ୍ଗଳା ପର୍ଯ୍ୟନ୍ତ ଯାଇଥିଲେ । ସେ ଯିବା ପରେ ଯାତ୍ରାରେ ସାମିଲ ହୋଇଥିବା ଅନ୍ୟମାନେ ଚାଲିଚାଲି ଯାଇଥିଲେ । ରାହୁଲ ଅଭିଯୋଗ କରିଥିଲେ କି ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବାରେ ଜମ୍ମୁ-କଶ୍ମୀର ପ୍ରଶାସନ ବିଫଳ ହୋଇଛି । ଯାତ୍ରା ସମୟରେ ରାସ୍ତାର ଦୁଇ ପାଶ୍ୱର୍ରେ ରସି ଧରି ପୋଲିସ ଠିଆ ହୋଇ ନ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟଦିବାଲୋକରେ କଂଗ୍ରେସ ପ୍ରବକ୍ତାଙ୍କୁ ଗୁଳି କରି ହତ୍ୟା: ୧୦ ଗୁଳି ମାଡ଼

ଚଣ୍ଡିଗଡ଼,୨୭।୬: ହରିୟାଣାରେ ଜଣେ କଂଗ୍ରେସ ପ୍ରବକ୍ତାଙ୍କୁ ଗୁରୁବାର ସ୍ପଷ୍ଟଦିବାଲୋକରେ ଗୁଳି କରି ହତ୍ୟା କରାଯାଇଛି। ସ୍ଥାନୀୟ ଫରଦାବାଦ୍‌ର ସେକ୍ଟର-୯ଠାରେ କଂଗ୍ରେସ ପ୍ରଦେଶ ପ୍ରବକ୍ତା ବିକାଶ ଚୌଧୁରୀ...

ଅର୍ଥମନ୍ତ୍ରୀ ନେଲେ କରୋନା ଟିକା

ଓ୍ବାୟନାଡ଼,୪।୩: କରୋନା ଟିକାର ସାର୍ବଜନୀକ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଟିକା ନେଇଛନ୍ତି। ସେ ଦିଲ୍ଲୀର ବସନ୍ତକୁଞ୍ଜ ସ୍ଥିତ ଫୋର୍ଟିସ୍‌ ହସ୍ପିଟାଲରେ...

ଟିକା ନେବା ପରେ ୪୦ ହଜାର ସଂକ୍ରମିତ

ନୂଆଦିଲ୍ଲୀ,୧୧।୮: କେରଳରେ କୋଭିଡ୍‌ ଟିକାର ୨ଟି ଡୋଜ୍‌ ନେଇଥିବା ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପୁଣିଥରେ କରୋନାରେ ସଂକ୍ରମିତ ହୋଇଛନ୍ତି। ସମସ୍ତ ମାମଲାର ନମୁନା ଜିନୋମ୍‌...

ନିର୍ଭୟା କାଣ୍ଡ: ଡିସେମ୍ବର ୧୬ରେ ଦୋଷୀଙ୍କୁ ହୋଇପାରେ ଫାଶୀ

ନୂଆଦିଲ୍ଲୀ,୯।୧୨: ନିର୍ଭୟା କାଣ୍ଡକୁ ଇତିମଧ୍ୟରେ ୭ ବର୍ଷ ବିତି ଯାଇଛି। ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କୁ ଡିସେମ୍ବର ୧୬ରେ...

କୃଷକଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କହିପାରିବୁ ନାହିଁ

ନୂଆଦିଲ୍ଲୀ,୧୩ା୧(ଆଇଏଏନ୍‌ଏସ୍‌): କୃଷକମାନଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଜଣେ ଆଇନଜୀବୀଙ୍କ ଯୁକ୍ତିକୁ ମଙ୍ଗଳବାର ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବାଦୀୟ କୃଷି ଆଇନ ସମ୍ପର୍କରେ...

ଖୋଲିଲା ସେଲୁନ: ପିପିଇ କିଟ୍‌ ପିନ୍ଧି କାଟିଲେ କେଶ

ମୁମ୍ବାଇ,୨୮।୬: କରୋନା ସଂକ୍ରମଣକୁ ଦେଖି ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ପରେ ପ୍ରଥମଥର ଲାଗି ମହାରାଷ୍ଟ୍ରରେ ରବିବାର ସେଲୁନ ଖୋଲିଛି। ଏହାକୁ ନେଇ ସେଲୁନ ମାଲିକ...

ହାଥରସ ଗଣବଳାତ୍କାର ମାମଲା: ପୀଡିତାଙ୍କ ଗ୍ରାମରେ ପହଞ୍ଚିଲା ସିବିଆଇ

ଲକ୍ଷ୍ନୌ,୧୩।୧୨-ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ମାମଲାର ତଦନ୍ତ ସିବିଆଇ କରୁଛି। ସିବିଆଇର ଏକ ଟିମ୍‌ ମଙ୍ଗଳବାର ପୀଡିତାଙ୍କ ଗ୍ରାମରେ ପହଞ୍ଚି ବିଭିନ୍ନ ଅଞ୍ଚଳକୁ ଯାଇ ଯାଞ୍ଚ...

୨୦୨୦ରେ ଏହି ରାଜ୍ୟରେ ବାଘ ନେଲାଣି ୩୧ ଜୀବନ

ମୁମ୍ବାଇ, ୩।୧୦: ଚଳିତ ବର୍ଷ ମହାରାଷ୍ଟ୍ରରେ ବାଘ ୩୧ ଜଣ ଲୋକଙ୍କ ଜୀବନ ନେଇସାରିଛି। ଯାହା ଗତ ଦଶନ୍ଧି ମଧ୍ୟରେ ଗୋଟିଏ ବର୍ଷରେ ସର୍ବାଧିକ। ୨୦୧୦...

Advertisement
Archives

Model This Week