ଡୁଙ୍ଗ୍‌ଡୁଙ୍ଗା ବଜାଇ ଜାତୀୟ ସଙ୍ଗୀତ ଗାଇ ଚର୍ଚ୍ଚାରେ ଆନନ୍ଦ

ନବରଙ୍ଗପୁର,୨୮।୧(ବି.ପ୍ର.): ଅବିଭକ୍ତ କୋରାପୁଟ ଜିଲାର ଆଦିବାସୀଙ୍କ ସର୍ବପୁରାତନ ପାରମ୍ପରିକ ବାଦ୍ୟଯନ୍ତ୍ର ଡୁଙ୍ଗ୍‌ଡୁଙ୍ଗା ବଜାଇ ଜାତୀୟ ସଙ୍ଗୀତ ଗାନକରି ଏବେ ଚର୍ଚ୍ଚାରେ ନବରଙ୍ଗପୁର ସହରର ଆନନ୍ଦ କୁମାର ଦାଶ। ଆନନ୍ଦଙ୍କ ଏକ ଭିଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ସେ ଆଦିବାସୀ ବେଶ ପୋଷାକ ପିନ୍ଧି ଡୁଙ୍ଗ୍‌ଡୁଙ୍ଗା ସହିତ ଝୁମୁକା ବଜାଇ ଜାତୀୟ ସଙ୍ଗୀତ ଗାନ କରୁଛନ୍ତି। ଆନନ୍ଦଙ୍କୁ ଲୋକେ ପ୍ରଶଂସା କରିବା ସହ ଶୁଭକାମନା ଜଣାଉଛନ୍ତି। କୋରାପୁଟ ଜିଲାର ପାରମ୍ପରିକ ବାଦ୍ୟଯନ୍ତ୍ରର ପ୍ରଚାର ପ୍ରସାର ପାଇଁ ଏହା ପ୍ରୟାସ ବୋଲି ସେ କହିଛନ୍ତି।
ନବରଙ୍ଗପୁର ସହରର ୧୭ ନମ୍ବର ୱାର୍ଡରେ ଆନନ୍ଦ କୁମାର ଦାଶଙ୍କ ଘର। ବାପା ଭାବଗ୍ରାହୀ ଓ ସ୍ବର୍ଗତା ମା ପଦ୍ମାବତୀଙ୍କ ସାନପୁଅ ଆନନ୍ଦଙ୍କର ପିଲାଟିବେଳୁ ଆଦିବାସୀ ପାରମ୍ପରିକ ବାଦ୍ୟଯନ୍ତ୍ର ପ୍ରତି ଶ୍ରଦ୍ଧା ରହିଛି। ନବରଙ୍ଗପୁର କଲେଜରୁ ପାଠପଢ଼ା ସାରି ସେ ବର୍ତ୍ତମାନ ଏକ ତେଲ କମ୍ପାନୀରେ ମାର୍କେଟିଂ ଏକ୍‌ଜିକ୍ୟୁଟିଭଭାବେ କାର୍ଯ୍ୟ କରୁଛନ୍ତି। ପେସା ଅଲଗା ଥିଲେ ମଧ୍ୟ ନିଶା ତାଙ୍କର ଆଦିବାସୀ ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇବା। ସେ ଘୁଡ଼କି, ଗୋଚିବାଜା, ଟାମକ, ଢାମ୍ପ, ଟୁଡୁବୁଡ଼ି, ଖଞ୍ଜଣି, ବଂଶୀ, ତବଲା, ଢୋଲକ, ଝୁମୁକା ମଧ୍ୟ ବଜାଇ ଜାଣନ୍ତି। ଲୁପ୍ତ ହୋଇଯାଉଥିବା ବାଦ୍ୟଯନ୍ତ୍ରଗୁଡିକୁ ପୁଣିଥରେ ଜନମାନସରେ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଓଡ଼ିଶାର ବିଭିନ୍ନ ଜିଲାରେ ହେଉଥିବା ବହୁ କାର୍ଯ୍ୟକ୍ରମରେ ସେ ଭାଗ ନେଉଛନ୍ତି। ୨୦ ରୁ ୨୨ ଜଣ ସ୍ଥାନୀୟ କଳାକାରଙ୍କୁ ଲୋକସଂସ୍କୃତି ଓ ଲୋକବାଦ୍ୟ ଶିକ୍ଷା ଦେଇ ରୋଜଗାର ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମିରେ ଚାଷ କରୁଥିବା ବେଳେ କାମୁଡ଼ିଲା ସାପ, ପରେ….

ପାରଳାଖେମୁଣ୍ଡି, ୧୮।୮ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନା ଅଧୀନ ଅଗରଖଣ୍ଡି ପଞ୍ଚାୟତର ଭିନ୍ନଳା ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ…

ଲାଇଭ୍‌ ମ୍ୟାଚ୍‌ରେ ପଡିକ୍କଲଙ୍କୁ କୋଳାଗ୍ରତ କରି ଚୁମ୍ବନ ଦେଲେ ରାହୁଲ: ପଡ଼ିଆରେ ଏମିତି କ’ଣ ଘଟିଲା, ଦେଖନ୍ତୁ VIDEO

ଗାଲେ,୧୮।୮: ଗାଲେରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଦେବଦତ୍ତ ପଡିକ୍କଲ ତାଙ୍କ ସାଥୀ କେଏଲ ରାହୁଲଙ୍କୁ ଆଉଟ ହେବାରୁ ରକ୍ଷା…

ପ୍ରାଇଭେଟ ପାର୍ଟ ବିକ୍ରି କଲେ ମିଳିବ ୧.୨୦ କୋଟି! Reel ଦେଖି ନାବାଳକଙ୍କ ସହ ଭୟଙ୍କର କାଣ୍ଡ, କାଟିଦେଲେ…

ଭୋପାଳ,୧୮।୮: ଭୋପାଳରେ ଛୋଟା ତାଳାବ କୂଳରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୋଲିସ ମୃତ ଯୁବକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଧୋବି…

ଦିଗପହଣ୍ଡି ଘୋଡାହାଡ଼ ଡ଼୍ୟାମ ଇକୋ ଟୁରିଜିମ ପ୍ରକଳ୍ପ ନେଇ ଗଞ୍ଜାମ ଜିଲାପାଳଙ୍କ ବଡ଼ ଘୋଷଣା, ବିକାଶ….

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଘୋଡାହାଡ଼ ଡ଼୍ୟାମ ପାର୍ଶ୍ଵରେ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ପାର୍କ ଏବଂ ବନ ବିଭାଗ ପକ୍ଷରୁ ନିର୍ମାଣ…

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri