Posted inଖେଳ

ଗର୍ଲଫ୍ରେଣ୍ଡଙ୍କୁ ବିହାହ କରିଥିଲେ ଏହି ପ୍ରସିଦ୍ଧ ମହିଳା କ୍ରିକେଟର୍‌: ଏବେ ହେବେ ମା’

ବ୍ରିସ୍‌ବେନ୍‌,୧୨।୮: ଅଷ୍ଟ୍ରେଲିଆର ମହିଳା କ୍ରିକେଟ ଦଳର ଦ୍ରୁତ ବୋଲର ମେଗାନ ଶୁଟ୍‌ ଗର୍ଭବତୀ ଅଛନ୍ତି। ନିକଟରେ ସେ ତାଙ୍କ ମହିଳା ସାଥୀ ଜେସ ହୋଲିଓକେ ସହ ମ୍ୟାରନିଟି ଫଟୋଶୁଟ୍‌ ମଧ୍ୟ କରିଛନ୍ତି। ମେଗାନ ଏହାର ଇନଷ୍ଟାଗ୍ରାମରେ ଏହାର କିଛି ଭଲ ଫଟୋ ଷେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଲେସବିୟାନ ଦମ୍ପତି ଚଳିତ ବର୍ଷ ନଭେମ୍ବରରେ ମାତାପିତା ହେବେ।

Australian fast bowler Megan Schutt celebrates first anniversary with wife Jess Holyoake | Sports Gallery News,The Indian Express

ବ୍ରିସବେନରେ ଥିବା ଜାତୀୟ କ୍ରିକେଟ ଏକାଡେମୀରେ ମେଗାନ ଏବଂ ଜେସ ପରସ୍ପରକୁ ଭେଟିଥିଲେ। ଏହି ଲେସବିୟାନ ଦମ୍ପତି ୨୦୧୯ରେ ବିବାହ କରିଥିଲେ। ତା’ପରେ ସେ ଫଟୋ ଶେୟାର କରି ଲେଖିଥିଲେ ଯେ ଏହା ତାଙ୍କ ଜୀବନର ସବୁଠାରୁ ସୁନ୍ଦର ଦିନ। ଉଭୟ ଅଷ୍ଟ୍ରେଲିଆର ମହିଳା କ୍ରିକେଟ ଦଳ ସହ ଜଡିତ। ମେଗାନ ଜଣେ ଦ୍ରୁତ ବୋଲର ହୋଇଥିବାବେଳେ ଜେସ କ୍ରିକେଟ ଅଷ୍ଟ୍ରେଲିଆର ପରିଚାଳକ ଭାବରେ କାର୍ଯ୍ୟ କରନ୍ତି। ମେଗାନ ଏବଂ ଜେସ ବିବାହ ପରେ ଶୀଘ୍ର ସନ୍ତାନ ଜନ୍ମ କରିବାକୁ ଚିନ୍ତା କରିଥିଲେ। କିନ୍ତୁ ସମଲିଙ୍ଗୀ ହୋଇଥିବାରୁ ତାଙ୍କର ସୀମିତ ବିକଳ୍ପ ଥିଲା। ସେଥିପାଇଁ ଉଭୟେ ପାରସ୍ପରିକ ଆଇଭିଏଫ୍‌ ମାଧ୍ୟମରେ ମାତାପିତା ହେବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଅନେକ ପ୍ରଶଂସକ ଜଣେ ଲେସବିୟାନ ଦମ୍ପତିଙ୍କ ଗର୍ଭଧାରଣ ଉପରେ ପ୍ରଶ୍ନ କରିଥିଲେ। ମେଗାନ ମହିଳା କ୍ରିକେଟ ର ଶ୍ରେଷ୍ଠ ଦ୍ରୁତ ବୋଲରଙ୍କ ମଧ୍ୟରୁ ଅନ୍ୟତମ। ମେଗାନ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ୪ଟି ଟେଷ୍ଟ, ୬୫ଟି ଦିନିକଆ ଏବଂ ୭୩ ଟି -୨୦ ଖେଳିଛନ୍ତି। ଏଥିରେ ସେ ମୋଟ ୨୦୪ ଉଇକେଟ ନେଇଛନ୍ତି। ସେ ବିଗ ବାସ ଲିଗରେ ଆଡିଲେଡ ଷ୍ଟ୍ରାଇକର୍ସ ଦଳ ପାଇଁ ଖେଳନ୍ତି ।

 ऑस्ट्रेलिया की महिला क्रिकेट टीम की तेज गेंदबाज मेगन शूट (Megan Schutt pregnancy photoshoot) और उनकी फीमेल पार्टनर जेस होलिएक (Jess Holyoake) के घर जल्द ही एक नन्हा मेहमान आने वाला है. यह लेस्बियन कपल इस साल नवंबर में पेरेंट्स बन जाएगा. हाल ही में मेगन और उनकी दोस्त जेस ट्रैकिंग के लिए गईं थीं. जहां दोनों ने प्रेग्नेंसी फोटोशूट किया. मेगन ने इसकी कुछ शानदार तस्वीरें अपने इंस्टाग्राम अकाउंट से शेयर की हैं, जो सोशल मीडिया पर वायरल हो रही हैं. फैंस के साथ खिलाड़ी भी इन दोनों पर अपना प्यार लुटा रहे हैं. (Megan Schutt Instagram)


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?