ବସୁଛି ବୈଠକ, ଫଳପ୍ରଦ ହେଉନାହିଁ: ଅଟଳ ବସଷ୍ଟାଣ୍ଡ….

ଲୋଇସିଂହା,୪।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ଲୋଇସିଂହା ଅଟଳ ବସଷ୍ଟାଣ୍ଡର ଶୃଙ୍ଖଳିତ ପରିଚାଳନା ପାଇଁ ଏକ ସମୀକ୍ଷା ବୈଠକ ବିଡିଓ ଅକ୍ଷୟପାଣି ଉଦ୍ଦୁଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ସ୍ଥାନୀୟ ସରପଞ୍ଚ ନବକିଶୋର ନାଏକ, ତହସିଲଦାର, ବଲାଙ୍ଗୀର ଆଞ୍ଚଳିକ ପରିବହନ ଅଧିକାରୀ, ଥାନା ଅଧିକାରୀ, ମିଶନ ଶକ୍ତି ବିପିସି, ବିଏଲଏଫ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ବୈଠକରେ ଯୋଗ ଦେଇଥିଲେ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉକ୍ତ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇଛି। କିନ୍ତୁ ବ୍ଲକରେ ଚାଲିଥିବା ମାତ୍ର ୩ରୁ ୪ଟି ମୁଖ୍ୟମନ୍ତ୍ରୀ ବସ୍‌ ଛାଡି ଦେଲେ ଆଉ କୌଣସି ସରକାରୀ କିମ୍ବା ବେସରକାରୀ ବସ୍‌ ଉକ୍ତ ବସଷ୍ଟାଣ୍ଡକୁ ପ୍ରବେଶ କରୁନାହିଁି ା ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥରେ ସିଧାସଳଖ ସରକାରୀ ଓ ବେସରକାରୀ ବସଗୁଡିକ ଗନ୍ତବ୍ୟ ଅଭିମୁଖେ ଚାଲି ଯାଉଛି। ଉକ୍ତ ବସଷ୍ଟାଣ୍ଡକୁ ବସ୍‌ଗୁଡିକ ପଶୁ ନ ଥିବାରୁ ସରକାର ରାଜସ୍ବ ହରାଉଛନ୍ତି। ଅପରପକ୍ଷେ ବସଷ୍ଟାଣ୍ଡ କ୍ୟାମ୍ପସରେ ଦୋକାନ ଗୃହଗୁଡିକ ନିର୍ମାଣ ହୋଇ ବ୍ଲକ ପ୍ରଶାସନ ପକ୍ଷରୁ ତାହା ଭଡ଼ା ସୂତ୍ରରେ ଦିଆଯାଇଛି। ହେଲେ ଯାତ୍ରୀ ଅଭାବରୁ ଦୋକାନ ଭଡା ନେଇଥିବା ବ୍ୟକ୍ତି ବ୍ୟବସାୟିକ ପ୍ରତିଷ୍ଠାନ ଖୋଲି ନ ପାରି ମାସକୁ ମାସ ଭଡା ଟଙ୍କା ଗଣି କ୍ଷତି ସହୁଛନ୍ତି ା ଅପରପକ୍ଷରେ ଅଟଳ ବସଷ୍ଟାଣ୍ଡ ସ୍ଥାନୀୟ କଲେଜ ଛାତ୍ରୀଛାତ୍ରଙ୍କ ପାଇଁ ଏକରକମ ଖୋଲା ପାର୍କ ସାଜିଛି। ଏସବୁ ଅବ୍ୟବସ୍ଥା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ନିକଟରେ ଥାନା ପରିସରରେ ଅନୁଷ୍ଠିତ ଆମ ପୋଲିସ ସମିତି ବୈଠକରେ ମଧ୍ୟ ଏନେଇ ଆଲୋଚନା କରାଯାଇଥିଲା। ସୋମବାର ଅନୁଷ୍ଠିତ ଏହି ବୈଠକରେ ରାଜପଥ ପାର୍ଶ୍ୱରୁ ୧ ଶହ ମିଟର ଦୂରରେ ସଂକୀର୍ଣ୍ଣ ରାସ୍ତାରେ ଉକ୍ତ ବସଷ୍ଟାଣ୍ଡ ଥିବାରୁ ରାଜପଥରେ ଚଳାଚଳ କରୁଥିବା ବସଗୁଡିକ ବସଷ୍ଟାଣ୍ଡକୁ ନେବାକୁ ବସ କର୍ମଚାରୀ ନାରାଜ ହେଉଛନ୍ତି ବୋଲି ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ବିଶେଷ ମତବ୍ୟକ୍ତ କରିଥିଲେ। ଏହାକୁ ନେଇ ବୈଠକରେ ଚିନ୍ତା ପ୍ରକଟ କରାଯାଇଥିଲା ା ବସଷ୍ଟାଣ୍ଡ ରାସ୍ତାରେ ଥିବା ଟ୍ରାନ୍ସଫର୍ମରକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବିଦ୍ୟୁତ୍‌ ବିଭାଗକୁ ଜଣାଇବା ସହିତ ବସଷ୍ଟାଣ୍ଡ ରାସ୍ତା ପ୍ରଶସ୍ତି କରଣ ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମତପ୍ରକାଶ ପାଇଥିଲା। ଏହାଛଡା ଲୋଇସିଂହାରୁ ଝାରମୁଣ୍ଡା ଆଦର୍ଶ ବିଦ୍ୟାଳୟର ଦୂରତା ୧୫ କିମି ହୋଇଥିବାରୁ ଅନେକ ଗରିବ ପରିବାରର ଛାତ୍ରୀଛାତ୍ରମାନେ ମୋଟା ଅଙ୍କର ଫି ଦେଇ ଘରୋଇ ଗାଡିରେ ସ୍କୁଲ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ଛାତ୍ରୀଛାତ୍ରମାନେ ସୁବିଧାରେ ଆଦର୍ଶ ସ୍କୁଲକୁ ପାଠ ପଢିଯିବା ଏବଂ ଛୁଟି ସମୟରେ ଫେରିବା ପାଇଁ ମୁଖ୍ୟମନ୍ତ୍ରୀ ବସ୍‌ ଚଳାଚଳ ପାଇଁ ଉକ୍ତ ବୈଠକରେ ପ୍ରସ୍ତାବ ଆଗତ କରାଯାଇଛି। ବିଗତ ୨ ବର୍ଷ ହେବ ଉକ୍ତ ବସଷ୍ଟାଣ୍ଡ ଶୃଙ୍ଖଳିତ ଭାବେ କାର୍ଯ୍ୟକ୍ଷମ ପାଇଁ ବାରମ୍ବାର ବୈଠକ ବସୁଥିଲେ ସୁଦ୍ଧା ଫଳପ୍ରଦ ହୋଇପାରୁନାହିଁ। ଏହାକୁ ନେଇ ବୈଠକରେ ଲୋଇସିଂହା ଅଞ୍ଚଳର ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିଗଣ ଅସନ୍ତୋଷ ବ୍ୟକ୍ତ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?