Posted inଫୁରସତ

୯୦ ବର୍ଷ ବୟସରେ ଆରମ୍ଭ କଲେ ବ୍ୟବସାୟ, ମାତ୍ର ୫ ବର୍ଷରେ ଲକ୍ଷ ଲକ୍ଷ ଟଙ୍କାର ମାଲିକାଣୀ

ଯଦି ମନରେ ସାହସ ଏବଂ ଉତ୍ସାହ ଥାଏ,ତେବେ ଯେକୌଣସି ବୟସରେ ସଫଳତା ହାସଲ କରିହୁଏ। ନିକଟରେ ଜଣେ ଭିକାରି ୬୦ ବର୍ଷ ବୟସରେ ମଡେଲ ହୋଇ ଏହାର ଯଥାର୍ଥତା ପ୍ରତିପାଦନ କରିଥିଲେ। ଠିକ ସେହିପରି ଏବେ ଜଣେ ୯୫ ବର୍ଷୀୟା ବୃଦ୍ଧା ଚର୍ଚ୍ଚାକୁ ଆସିଛନ୍ତି। ୯୦ ବର୍ଷ ବୟସରେ ବୃଦ୍ଧା ଜଣଙ୍କ ନିଜ ବ୍ୟବସାୟ ଆରମ୍ଭ କରି ମାତ୍ର ୫ ବର୍ଷ ମଧ୍ୟରେ ଏପରି କିଛି କରିଛନ୍ତି ଯାହା ବଡ଼ ବଡ଼ ବ୍ୟବସାୟୀମାନେ ମଧ୍ୟ କରିପାରି ନାହଁାନ୍ତି।
୯୫ ବର୍ଷିୟା ହରଭଜନ କୌର ଚଣ୍ଡିଗଡ଼ରେ ରୁହନ୍ତି। ସେ ମଇଦା ବର୍ଫି ବ୍ୟବସାୟ କରନ୍ତି। ଏଥିରୁ ସେ ଲକ୍ଷ ଲକ୍ଷ ଟଙ୍କା ବ୍ୟବସାୟ କରୁଛନ୍ତି। ପ୍ରଥମେ ୯୦ ବର୍ଷ ବୟସରେ ହରଭଜନ ନାନୀ ନିଜ ସ୍ବପ୍ନକୁ ପୂରଣ କରିବାକୁ ଚିନ୍ତା କରିଥିଲେ। ଏହାପରେ ଘରେ କିଛି ବର୍ଫି ତିଆରି କରି ବିକିବାକୁ ଲାଗିଲେ। ଧୀରେ ଧୀରେ ତାଙ୍କ ବର୍ଫି ଲୋକଙ୍କୁ ପସନ୍ଦ ଆସିଲା। ନାନୀ ଏବଂ ତାଙ୍କ ପରିବାର ଲୋକ ମିଶି ଏହି ବ୍ୟବସାୟ ବଢିବାକୁ ନିଷ୍ପତ୍ତି ନେଲେ।

କିଛି ଦିନ ପରେ, ବଜାରରେ ବି ନାନୀଙ୍କ ବର୍ଫିର ଚାହିଦା ବଢିଲା। ହରଭଜନ ବ୍ରାଣ୍ଡର ମଇଦା ବର୍ଫିର ଚାହିଦା ସବୁଆରେ ବ୍ୟାପିଲା। ପରେ ନାନୀ ଆଚାର, ବାଦାମ ଆଇସକ୍ରିମ, ମସୁର ଡାଲି, ଟମାଟୋ ଚଟନି ଇତ୍ୟାଦି ତିଆରି କରିବା ଆରମ୍ଭ କଲେ। ଉତ୍ପାଦର ପ୍ୟାକେଜିଂ ଏବଂ ମାର୍କେଟିଂ ପରିବାର ସଦସ୍ୟଙ୍କ ଦ୍ୱାରା କରାଯାଇଥାଏ ଏବଂ ବର୍ତ୍ତମାନ ଏହା କେବଳ ଚଣ୍ଡିଗଡ଼ ଏବଂ ପଞ୍ଜାବର ଅନେକ ସହରରେ ନୁହେଁ, ବରଂ ଆମାଜନରୁ ମଧ୍ୟ ଅନ୍ଲାଇନ୍‌ ଅର୍ଡର ହୋଇପାରିବ। ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ମଧ୍ୟ ହରଭଜନ କୌରଙ୍କୁ ପ୍ରଶଂସା କରିଥିଲେ।
ସୂଚନାନୁସାରେ, ହରଭଜନଙ୍କ ସ୍ବାମୀ ୨୦୦୮ ମସିହାରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ। ସେବେଠାରୁ ସେ ତାଙ୍କ ଝିଅ ଘରେ ରହିବାକୁ ଲାଗିଲେ। ଘରେ ସମସ୍ତେ କାମ କରୁଥିଲେ, ଯେଉଁଥିପାଇଁ ସେ ଏକୁଟିଆ ଅନୁଭବ କରୁଥିଲେ। ତା’ପରେ ସେ ୯୦ ବର୍ଷ ବୟସରେ କାମ କରିବାକୁ ସ୍ଥିର କଲେ ଏବଂ ବର୍ତ୍ତମାନ ସେ ଲକ୍ଷ ଲକ୍ଷ ଟଙ୍କାର ମାଲିକାଣୀ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri