Posted inଖେଳ

ମେଡିକାଲ ପଢ଼ିବାକୁ ଯାଇ ବନିଗଲେ କ୍ରିକେଟର୍‌; ଏବେ ବିଶ୍ୱରେକର୍ଡର ଅଧିକାରିଣୀ

ନୂଆଦିଲ୍ଲୀ, ୨୫।୮: ନିକଟରେ ଜର୍ମାନୀ ଜାତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ଅନୁରାଧା ଡୋଡାବଲ୍ଲାପୁର ଏକ ବିଶ୍ୱ ରେକର୍ଡର ଅଧିକାରିଣୀ ହୋଇଥିଲେ। ଅଷ୍ଟ୍ରେଲିଆ ମହିଳା ଦଳ ବିପକ୍ଷ ଟି୨୦ ମ୍ୟାଚ୍‌ରେ ଅନୁରାଧା ଲଗାତର ୪ ବଲରେ ୪ ଉଇକେଟ୍‌ ନେଇ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏହି ମ୍ୟାଚ୍‌ରେ ସେ ମୋଟ୍‌ ୩ ଓଭର ବୋଲିଂ କରି ୨ ମେଡେନ ସହ ୧ ରନ୍‌ ବ୍ୟୟରେ ୫ ଉଇକେଟ୍‌ ଅକ୍ତିଆର କରିଥିଲେ। ଟି୨୦ ମହିଳା କ୍ରିକେଟ୍‌ରେ ୧୯ଜଣ ବୋଲର ହ୍ୟାଟ୍ରିକ ସଫଳତା ପାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେହି ଲଗାତର ୪ ବଲରେ ୪ ଉଇକେଟ୍‌ ନେବାର ସୌଭାଗ୍ୟ ପାଇନାହାନ୍ତି।


ଭାରତୀୟ ବାସିନ୍ଦା ଅନୁରାଧା ପୂର୍ବରୁ କର୍ନାଟକ ୧୯ ବର୍ଷରୁ କମ୍‌ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିସାରିଛନ୍ତି। ମେଡିକାଲ ଅଧ୍ୟୟନ ଲାଗି ଯଦିଓ ୩୩ ବର୍ଷୀୟା ଅନୁରାଧା ଭାରତ ଛାଡ଼ି ଜର୍ମାନୀ ପଳାଇଥିଲେ, କିନ୍ତୁ କ୍ରିକେଟ୍‌କୁ ଛାଡ଼ିପାରି ନ ଥିଲେ। ଅନୁରାଧାଙ୍କୁ ଯେତେବେଳେ ୧୨ ବର୍ଷ ହୋଇଥିଲା ସେ କର୍ନାଟକ ମହିଳା କ୍ରିକେଟର୍‌ଙ୍କ ଟ୍ରେନିଂ ଗ୍ରୁପ୍‌ରେ ସାମିଲ ହୋଇଥିଲେ। ପୂର୍ବତନ ଭାରତୀୟ ମହିଳା କ୍ରିକେଟର୍‌ ଶାନ୍ତା ଗୋସ୍ବାମୀ ଓ ବ୍ୟାଟ୍ସଓମ୍ୟାନ କଳ୍ପନା ବେକଟଚରଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେଉଥିଲେ। ଏହାପରେ କର୍ନାଟକ ୧୬ ବର୍ଷରୁ କମ୍‌ ଓ ୧୯ ବର୍ଷରୁ କମ୍‌ ମହିଳା ଦଳ ପକ୍ଷରୁ ସେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ। ତେବେ ମେଡିକାଲ ଅଧ୍ୟୟନ ଲାଗି ତାଙ୍କୁ ଶେଷରେ ଭାରତ ଛାଡ଼ିବାକୁ ପଡ଼ିଥିଲା। ଜର୍ମାନୀ ଯାଇଥିଲେ ମଧ୍ୟ ଅନୁରାଧା କ୍ରିକେଟ୍‌ ଖେଳିବା ଛାଡ଼ି ନ ଥିଲେ। ସେଠାରେ ସ୍ଥାନୀୟ କ୍ଲବ ପକ୍ଷରୁ ଖେଳି ଶେଷରେ ସେ ଜାତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ହୋଇପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା…

ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା, ନାଗପୁର ଛାତ୍ରଙ୍କୁ ଆବୁଧାବି ପରୀକ୍ଷା କେନ୍ଦ୍ର

ନାଗପୁର,୨୦ା୬: ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ରବିବାର ହେବାକୁ ଥିବାବେଳେ ନାଗପୁରର ଜଣେ ଛାତ୍ରଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ପରିବାର ଲୋକେ…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

୩-୦ରେ ଭାରତର କ୍ଲିନ ସୁଇପ

ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ…

ଗାଁକୁ ପଶି ଆସିଲା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୦।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଜଙ୍ଗଲକ୍ଷୟ ହେବା ଯୋଗୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ। ଏହି ପରିପ୍ରେକ୍ଷୀରେ ଏକ ଭାଲୁ କୋକସରା ଫରେଷ୍ଟ ସେକ୍ସନ ଚିକିଲି…

ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବି ତେଜିଲା

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବି କରିଛି କଳାହାଣ୍ଡି ସରପଞ୍ଚ ସଂଘ। ଶନିବାର ରାଜ୍ୟ ସରପଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri