ଘରେ କଳହ ଲାଗି ରହୁଛି କି.. ଏପରି ବାସ୍ତୁଦୋଷ କାରଣ ହୋଇପାରେ; ଜାଣନ୍ତୁ ଦୂର କରିବାର ଉପାୟ..

ଘରେ କଳହ ହେବାରେ ଅନେକ କାରଣ ରହିଛି। ବାସ୍ତୁଦୋଷ ଏବଂ ଗ୍ରହଦୋଷ ଏଥିପାଇଁ ମଧ୍ୟ ଦାୟୀ। ଘରର ରଙ୍ଗ, ଘରର ଉର୍ଜା(ଶକ୍ତିଂ), ଘରେ ରହୁଥିବା ଲୋକ ଯଦି ଠିକ୍‌ ଥାନ୍ତି ତେବେ ଘରେ ସୁଖଶାନ୍ତି ରହିଥାଏ। ହେଲେ ଯଦି ଏଥିରୁ କୌଣସିଟି ଠିକ୍‌ ନ ଥାଏ ତାହେଲେ ଘରେ ଅସନ୍ତୋଷ ଦେଖାଦେଇଥାଏ। ଏଣୁ ଘରେ ଥିବା କଳହକୁ ଦୂର କରିବା ପାଇଁ ଘରର ରଙ୍ଗକୁ ଠିକ୍‌ କରାଇ ନିଅନ୍ତୁ।

-ଏଥିପାଇଁ ଘରେ କେବଳ ହାଲକା ଏବଂ ସୁନ୍ଦର ରଙ୍ଗ ବ୍ୟବହାର କରନ୍ତୁ। ଯଦି ସମ୍ଭବ ତେବେ ଲିଭିଂ ଏରିଆରେ ହାଲ୍‌କା ହଳଦିଆ, ଗୋଲାପୀ କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ। ଶୋଇବା ଗୃହରେ ଗୋଲାପୀ, ବାଇଗଣୀ ଅଥବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ। ହେଲେ ଛାତକୁ ସବୁବେଳେ ଧଳା ରଖନ୍ତୁ।

– ଘରେ ଥିବା ସାମଗ୍ରୀ ଏବଂ ଲୋକଙ୍କଠାରୁ ଉର୍ଜା ବାହାରିଥାଏ। ଏଣୁ ଉପଯୋଗୀ ନ ଥିବା ଜିନିଷକୁ ଘରେ ରଖନ୍ତୁ ନାହିଁ। ବାସି ଖାଇବା, ଅବ୍ୟବହୃତ ଜୋତା ଏବଂ ଚପଲ ରହିଥାଏ, ସେଠାରେ ନକରାତ୍ମକ ଶକ୍ତି ଥାଏ। ଏହା ବାଦ-ବିବାଦର କାରଣ ପାଲଟେ।

– ଯେଉଁ ଘରେ ସର୍ବଦା ବଡ଼ ପାଟିରେ କଥା କୁହାଯାଏ, ଯୁକ୍ତିତର୍କ ହୋଇଥାଏ, ସେଠାରେ ବିକିରଣ ଖରାପ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟଦ୍ୱାର ସର୍ବଦା ଅନ୍ୟ କବାଟ ଅପେକ୍ଷା ବଡ଼ ହେବା ଉଚିତ। ଯଦି ଏପରି ହୋଇ ନ ଥାଏ ତେବେ ସେହି ଘରେ ସବୁବେଳେ ଟଙ୍କା ସମ୍ବନ୍ଧୀୟ ଅସୁବିଧା ହୋଇଥାଏ। ଏହାକୁ ନେଇ କଳହ ମଧ୍ୟ ହୋଇଥାଏ।

– ଗାଧୁଆଘରେ ଅଥବା ଓ୍ବାଶିଂ ମେଶିନରେ ଥିବା ଟ୍ୟାପ୍‌ରୁ ପାଣି ଟପ୍‌ ଟପ୍‌ ହୋଇ ବୋହିବା ଉଚିତ ନୁହେଁ। ଏହାକୁ ମଧ୍ୟ ବାସ୍ତୁଦୋଷ ଭାବେ ଗଣାଯାଏ। ଏହାଛଡ଼ା ଭଙ୍ଗା କାଚ ଏବଂ ଘରେ ଏଣେତେଣେ ପଡ଼ିଥିବା ବସ୍ତୁଗୁଡ଼ିକ ନକରାତ୍ମକ ଶକ୍ତି ବିସ୍ତାର କରିଥାଏ। ଏହାଦ୍ୱାରା ପରିବାର ସଦସ୍ୟ ମାନସିକ ଚାପର ସମ୍ମୁଖୀନ ହୁଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri