କୋଭିଡ୍‌ ପରିଚାଳନାରେ ଡାକ୍ତରୀ ଛାତ୍ରଙ୍କୁ ନିୟୋଜିତ କଲେ ସରକାର

ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍‌ ଲାଗୁନି। ତେବେ ଏହାର ମୁକାବିଲା ଓ ପରିଚାଳନାରେ ରାଜ୍ୟ ସରକାର ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ନିୟୋଜିତ କରିଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ୬ ଜଣ ଇଣ୍ଟର୍ନଙ୍କୁ ୧୦୪ କଲ ସେଣ୍ଟରରେ ନିୟୋଜିତ କରାଯାଇଛି। ସେମାନେ ଭୁବନେଶ୍ୱରସ୍ଥିତ ଇଡକୋ ଟାଓ୍ବାରରେ ଖୋଲା ଯାଇଥିବା ଏହି ୧୦୪ କଲ୍‌ ସେଣ୍ଟରରେ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ।

ଏମାନେ ହେଲେ ଡା.ଅରୁନ୍ଧତୀ ଆଚାର୍ଯ୍ୟ, ଦିବ୍ୟ ପ୍ରକାଶ ଆଚାର୍ଯ୍ୟ, ସୌରଭ ଆଚାର୍ଯ୍ୟ, ସୁମନ ସ୍ମିଥ ଅଧିକାରୀ, ପବନ ଅଗ୍ରଓ୍ବାଲ ଓ ଅନମୋଲ ଅଗ୍ରଓ୍ବାଲ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଚଳିତମାସ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ୧୪ ଦିନିଆ ଲକଡାଉନ୍‌ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ବୈତରଣୀ, ବନ୍ୟା ଆଶଙ୍କା: ଏସ୍‌ଆର୍‌ସି

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ବାତ୍ୟା ‘ୟାସ୍‌’ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିବାରୁ ବୈତରଣୀ ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ଆନନ୍ଦପୁର ଓ ଆଖୁଆପଦା ଠାରେ ଏହା ବିପଦ ସଙ୍କେତ...

ଅକ୍ଟୋବର ୨୫କୁ ସରକାରୀ ଛୁଟି ଘୋଷଣା

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ଦୀପାବଳିର ପରଦିନ ଆସନ୍ତା ୨୫ ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟପରାଗ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ଉକ୍ତ ଦିନକୁ ରାଜ୍ୟ ସରକାର ଛୁଟି ଘୋଷଣା...

ନକଲି ୱେବ୍‌ସାଇଟ୍‌ ଖୋଲି ଲୁଟିଥିଲେ ୧୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ବରଗଡ଼ ଅଫିସ୍‌,୨୬।୫: ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ବୁଧବାର ଏକ ସାଇବର କ୍ରାଇମର ପର୍ଦ୍ଦାଫାଶ କରିଛି। ଏକ କମ୍ପାନୀ ନାମରେ ୱେବସାଇଟ୍‌ ଖୋଲି ଜାଲ...

ଏଟିଏମ୍‌ ତାଡ଼ି ଲୁଟିନେଲେ ୨୦ ଲକ୍ଷ

ସମ୍ବଲପୁର,୧୨ା୮(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ଶାସନ ଛକଠାରେ ଥିବା ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଅତ୍ୟାଧୁନିକ ସରଞ୍ଜାମ ସାହାଯ୍ୟରେ ଏଟିଏମ୍‌...

ଅଙ୍ଗନଓ୍ବାଡିକର୍ମୀଙ୍କୁ ମାସ୍କ, ସାନିଟାଇଜର୍‌ ବଣ୍ଟନ

ଭଦ୍ରକ ଅଫିସ,୫।୫: ଭଦ୍ରକ ଜିଲାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଅଙ୍ଗନୱାଡିକର୍ମୀଙ୍କୁ ମାସ୍କ ଓ ସାନିଟାଇଜର୍‌ ବଣ୍ଟନ କରାଯାଇଛି। ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କ ଆଞ୍ଚଳିକ ଅନୁଦାନ...

ବଧୂହତ୍ୟା ଉଦ୍ୟମ ଅଭିଯୋଗ, ଶ୍ୱଶୁର ଅଟକ

କୁଆମରା,୨୮।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ସାଇଁକୂଳା ପଞ୍ଚାୟତରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ଶାଶୁଘର ଲୋକେ ପୋଡ଼ି ମାରିଦେବାକୁ...

ମାର୍ଚ୍ଚ ସୁଦ୍ଧା ପିଲାଙ୍କ ଉପସ୍ଥାନ ରିପୋର୍ଟ ଦିଅ

ଭୁବନେଶ୍ୱର,୪।୩(ବ୍ୟୁରୋ): ଦୀର୍ଘ ଦୁଇବର୍ଷ ପରେ ପ୍ରାଥମିକ ପିଲାରେ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହୋଇଛି। ଗତ ୨୮ରେ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଥିବାବେଳେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ କମ୍‌...

ବନ୍ଦ ପଡ଼ିଛି ରାଜ୍ୟର ୫ ଚିନିକଳ

ଯାଜପୁର ଅଫିସ,୨୬ା୪: ରାଜ୍ୟରେ ଖଣିଜ ସମ୍ପଦଭିତ୍ତିକ ଶିଳ୍ପାୟନକୁ ବିକାଶର ଏକମାତ୍ର ଆଧାର ଭାବେ ସରକାର ପ୍ରୋତ୍ସାହିତ କରୁଛନ୍ତି। ଏହାଦ୍ୱାରା କୃଷିର କିପରି ବିନାଶ ସାଧିତ ହେଉଛି...

Advertisement
Archives

Model This Week