ମେଡିକାଲ ଅକ୍ସିଜେନ୍‌

ହସ୍‌ପିଟାଲରେ ବ୍ୟବହୃତ ଅକ୍ସିଜେନ୍‌ ସିଲିଣ୍ଡର : ସାଧାରଣତଃ କୌଣସି ହସ୍‌ପିଟାଲରେ ବ୍ୟବହୃତ ଅକ୍ସିଜେନ୍‌ ସିଲିଣ୍ଡରର କ୍ଷମତା ୭ ଘନ ମିଟର (୭ କ୍ୟୁବିକ ମିଟର) ହୋଇଥାଏ, ଯାହାର ଉଚ୍ଚତା ପ୍ରାୟ ୪.୫ ଫୁଟ। ଏହାର ଆୟତନ ମାତ୍ର ୪୭ ଲିଟର ହୋଇଥିଲାବେଳେ ଉଚ୍ଚ ଚାପରେ ଏଥିରେ ୭୦୦୦ ଲିଟର ପର୍ଯ୍ୟନ୍ତ ଅକ୍ସିଜେନ୍‌ ଗ୍ୟାସ୍‌ ଭର୍ତ୍ତି କରାଯାଇପାରେ। ଏଭଳି ଏକ ୭ ଘନ ମିଟର କ୍ଷମତା ସମ୍ପନ୍ନ ଅକ୍ସିଜେନ୍‌ ସିଲିଣ୍ଡରରେ ଜଣେ ରୋଗୀଙ୍କୁ କ୍ରମାଗତ ୨୦ ଘଣ୍ଟା ପର୍ଯ୍ୟନ୍ତ ଅକ୍ସିଜେନ୍‌ ଯୋଗାଣ କରାଯାଇପାରେ।
ସର୍ବଭାରତୀୟ ଔଦ୍ୟୋଗିକ ଗ୍ୟାସ ଉତ୍ପାଦକ ସଂଘଙ୍କ ସୂଚନା ଅନୁସାରେ ଏକ ୭ ଘନ ମିଟର କ୍ଷମତାସମ୍ପନ୍ନ ଅକ୍ସିଜେନ୍‌ ସିଲିଣ୍ଡରକୁ ସମ୍ପୂର୍ଣ୍ଣ ଭରିବା ପାଇଁ ଅତି ବେଶୀରେ କୌଣସି ହସ୍ପିଟାଲ ପାଇଁ ୩୫୦ ଟଙ୍କା ଖର୍ଚ୍ଚ ହୋଇଥାଏ।
ଦେଶରେ ମେଡିକାଲ ଅକ୍ସିଜେନ୍‌ର ଅଭାବ କାହିଁକି : କରୋନା ମହାମାରୀ ପୂର୍ବରୁ ଦେଶରେ ଦୈନିକ ୧୦୦୦ ରୁ ୧୨୦୦ ମେଟ୍ରିକ ଟନ୍‌ ମେଡିକାଲ ଅକ୍ସିଜେନ୍‌ ଖର୍ଚ୍ଚ ହେଉଥିଲା ବେଳେ ଏହା ଏପ୍ରିଲ ୧୫ ତାରିଖ ବେଳକୁ ବୃଦ୍ଧିପାଇ ୪୭୯୫ ମେଟ୍ରିକ ଟନ୍‌ ମୂଲ୍ୟରେ ପହଞ୍ଚତ୍ଥିଲା। ସର୍ବଭାରତୀୟ ଔଦ୍ୟୋଗିକ ଗ୍ୟାସ ଉତ୍ପାଦକ ସଂଘଙ୍କ ସୂଚନା ଅନୁସାରେ, ଏପ୍ରିଲ୍‌ ୧୨ ତାରିଖ ବେଳକୁ ଦେଶରେ ଦୈନିକ ୩୮୪୨ ମେଟ୍ରିକ ଟନ୍‌ ମେଡିକାଲ ଅକ୍ସିଜେନ୍‌ ଯୋଗାଣ ହେଉଥିଲା; ମାତ୍ର ଏବେ ମହାମାରୀର ଦ୍ବିତୀୟ ଲହର ପରିସ୍ଥିତିରେ ମେଡିକାଲ ଅକ୍ସିଜେନର ଚାହିଦା ଦ୍ରୁତ ବୃଦ୍ଧି ପାଇଥିବାରୁ ଏହାର ଯୋଗାଣ ଏକ ସମସ୍ୟା ସୃଷ୍ଟି କରିଛି। ସମଗ୍ର ଦେଶରେ ତରଳ ଅକ୍ସିଜେନ୍‌ ବିତରଣକାରୀ ସଂସ୍ଥାଙ୍କ ନିକଟରେ ପହଞ୍ଚାଇବା ପାଇଁ ମାତ୍ର ୧୨୦୦ ରୁ ୧୫୦୦ ସଂଖ୍ୟକ କ୍ରାୟୋଜେନିକ ଟ୍ୟାଙ୍କର ରହିଛି, ଯାହା ଦୈନିକ ୩ ଲକ୍ଷରୁ ଊଦ୍ଧର୍‌ବ ରୋଗୀଙ୍କ ଚାହିଦା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ। ସେହିପରି, ବିତରଣକାରୀଙ୍କ ସ୍ତରରେ ମଧ୍ୟ ତରଳ ଅକ୍ସିଜେନ୍‌ ଗ୍ୟାସୀୟ ରୂପରେ ପରିଣତ କରି ସିଲିଣ୍ଡରରେ ଭର୍ତ୍ତି କରି ଯୋଗାଣ କରିବା ନିମନ୍ତେ ଯଥେଷ୍ଟ ସଂଖ୍ୟକ ସିଲିଣ୍ଡର ଉପଲବ୍ଧ ନାହିଁ।

(ଶେଷ ଭାଗ)

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର, ଆଞ୍ଚଳିକ
ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri