ମେଡିକାଲ ଅଫିସର ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର, ୧୨।୫(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ଅନୁଷ୍ଠିତ ମେଡିକାଲ ଅଫିସର ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ମୋଟ ୧,୪୯୧ଜଣ ପରୀକ୍ଷା ଦେଇଥିବାବେଳେ ୭୮୬ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛି ଓପିଏସ୍‌ସି। ମେରିଟ୍‌ ଲିଷ୍ଟରେ ଥିବା ଏହି ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରମାଣପତ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯାଞ୍ଚ କରିବା ପରେ ଖୁବ୍‌ଶୀଘ୍ର ସରକାର ନିଯୁକ୍ତି ପ୍ରଦାନ କରିବେ। ନିଯୁକ୍ତି ସଂକ୍ରାନ୍ତ ଚୂଡ଼ାନ୍ତ ଫଳ ଓପିଏସ୍‌ସିର ୱେବ୍‌ସାଇଟ୍‌ http://opsc.gov.inରେ ଉପଲବ୍ଧ ହେବ।
ଡାକ୍ତରୀ ପଦବୀ ପାଇଁ ନିଯୁକ୍ତି ପରୀକ୍ଷା କରିବାକୁ ଫେବୃୟାରୀ ୨ରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଓପିଏସ୍‌ସିକୁ ପ୍ରସ୍ତାବ ଦିଆଯାଇଥିଲା। କୋଭିଡ୍‌ ମୁକାବିଲା ପାଇଁ ଏହି ପଦବୀଗୁଡ଼ିକ ଯଥାଶୀଘ୍ର ପୂରଣ କରିବା ଏକାନ୍ତ ଅପରିହାର୍ଯ୍ୟ ଥିବାରୁ ଯଥାସମ୍ଭବ ଖୁବ୍‌ କମ୍‌ ସମୟରେ ନିଯୁକ୍ତି ପରୀକ୍ଷା ସାରି ଫଳାଫଳ ପ୍ରକାଶ କରିବା ଓପିଏସ୍‌ସି ପାଇଁ ବଡ଼ ଆହ୍ବାନ ଥିଲା। ତେଣୁ ଆବେଦନ ତାରିଖ ପାଇଁ ଏକ ମାସ ସମୟ ଦେବା ପରେ ଏପ୍ରିଲ ୨୮ରେ କମ୍ପ୍ୟୁଟର ମାଧ୍ୟମରେ ନିଯୁକ୍ତି ପରୀକ୍ଷା ହୋଇଥିଲା। ରାଜ୍ୟର ୧୫ କେନ୍ଦ୍ରରେ ୧,୪୯୧ଜଣ ପରୀକ୍ଷା ଦେଇଥିଲେ। ଓଡ଼ିଶା ଡାକ୍ତରୀ ସେବା ନିଯୁକ୍ତି ନିୟମ ଅନୁଯାୟୀ ଲିଖିତ ପରୀକ୍ଷାର ମୋଟ ନମ୍ବରର ୭୦ ପ୍ରତିଶତ ଓ କ୍ୟାରିୟର ପାଇଁ ୩୦ ପ୍ରତିଶତ ଆଧାରରେ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଥିଲା। ପ୍ରାର୍ଥୀମାନେ ଆବେଦନ ସମୟରେ ଦାଖଲ କରିଥିବା ଦଶମ, ଦ୍ୱାଦଶ ଓ ଏମ୍‌ଏମ୍‌ବିଏସ୍‌ ଡିଗ୍ରୀ ପରୀକ୍ଷାର ମାର୍କ ତାଲିକା ଭିତ୍ତିରେ ସେମାନଙ୍କ କ୍ୟାରିୟରଭିତ୍ତିକ ମାର୍କ ଦେଖାଯାଇଥିଲା। ତେବେ ପରୀକ୍ଷାର ମାତ୍ର ୧୫ଦିନ ମଧ୍ୟରେ ପରୀକ୍ଷାଫଳ ପ୍ରକାଶ କରି ଓପିଏସ୍‌ସି ଏହାର ପରୀକ୍ଷା ପଦ୍ଧତିରେ ଅଣାଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପର ଏକ ନମୁନା ପ୍ରଦର୍ଶନ କରିବା ସହିତ କୋଭିଡ୍‌ ସମୟରେ ଆବଶ୍ୟକ ଥିବା ଡାକ୍ତର ପଦବୀ ଖୁବ୍‌ଶୀଘ୍ର ପୂରଣ କରିବାରେ ସକ୍ଷମ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢାଇଲାଣି ‘ଟମାଟୋ ଫ୍ଲୁ’: ୨୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଚିନ୍ତା ବଢାଇଲାଣି ‘ଟମାଟୋ ଫ୍ଲୁ’। ୩୬ ଜଣ ସନ୍ଦିଗ୍ଧଙ୍କ ନମୁନା ଆର୍‌ଏମ୍‌ଆରସିକୁ ପଠାଯାଇଥିବା ବେଳେ ୨୬ ପଜିଟିଭ୍‌ ବାହାରିଛନ୍ତି। ଏ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ...

ରାଜ୍ୟରେ ସୁସ୍ଥ ହେଲେ ୩୩୮ କରୋନା ଆକ୍ରାନ୍ତ

ରାଜ୍ୟରେ ରବିବାର ୩୩୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଖୋର୍ଦ୍ଧାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୪୯ ଜଣ। ସେହିଭଳି ସୁନ୍ଦରଗଡ଼ରୁ ୩୬, ଭଦ୍ରକରୁ,...

ଓଏଏସ୍‌ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୩ା୬(ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍‌ ଅଫିସରସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ...

ଭସାଣି ପାଇଁ କମ୍ପୁଛି ବୀରମହାରାଜପୁର

ଅମରପାଲି, ୯।୧୦(ଡି.ଏନ.ଏ.): ସୁବର୍ଣ୍ଣପୁର ବ୍ଲକ ବୀରମହାରାଜପୁର ଅଞ୍ଚଳରେ ହେଉଥିବା ଦଶହରା ପୂଜା ଉଦ୍‌ଯାପିତ ହୋଇଛି। ସଦର ବୀରମହାରାଜପୁରରେ ତିନୋଟି ସ୍ଥାନରେ ପୂଜା ହୋଇଥିଲା। ସ୍ଥାନୀୟ ତ୍ରିବେଣୀ...

ନିର୍ବାଚନ, ବିକାଶମୂଳକ କାର୍ଯ୍ୟଠାରୁ ଦୂରେଇ ରହିବାକୁ ଚେତାବନୀ

ମାଲକାନଗିରି,୫ା୨(ଡି.ଏନ.ଏ.):ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀରେ ଗୁରୁବାର ନିର୍ବାଚନକୁ ନେଇ ମାଓବାଦୀଙ୍କ ଧମକପୂର୍ଣ୍ଟ ପୋଷ୍ଟର ଲାଗିବା ପରେ ଶୁକ୍ରବାର ସ୍ବାଭିମାନ ଅଞ୍ଚଳର ସମାନ ସ୍ଥାନରେ ମାଓବାଦୀଙ୍କୁ...

ଉତ୍କଳ ବିଶ୍ୱବିଦ୍ୟାଳୟ ବିଏଡ୍‌ ପରୀକ୍ଷା ଅନ୍‌ଲାଇନ୍‌ରେ ହେବ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଏଡ୍‌ ପରୀକ୍ଷା ଅନ୍‌ଲାଇନ୍‌ରେ ହେବ। ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବ ନିର୍ଦ୍ଧାରିତ ଦିନରେ ହିଁ ପରୀକ୍ଷା ହେବ ବୋଲି ବିଶ୍ୱବିଦ୍ୟାଳୟ...

ଚାଷୀଙ୍କ କାର୍ଯ୍ୟରେ ଲାଗୁନି ବାଉଁଶ ଯୋର

ନାଉଗାଁ ,୯ା୫(ସ୍ବ.ପ୍ର.): ନାଉଗାଁ  ବ୍ଲକର ବାଉଁଶ ଯୋର ଚାଷୀଙ୍କ କାମରେ ଲାଗୁନି। ଏନେଇ ସେମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ଯୋର...

ଦୀଘା ମୁହାଣରୁ ଧରାହେଲା ବିରଳ ପ୍ରଜାତିର ସଙ୍କର ଚିଲ ମାଛ

ଭୋଗରାଇ, ୧୯।୧୧(ଡି.ଏନ.ଏ.): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ମୁହାଣ ଗଭୀର ସମୁଦ୍ରରୁ ଶୁକ୍ରବାର ପୁଣି ଏକ ବିରଳ ପ୍ରଜାତିର ସଙ୍କର ଚିଲ ମାଛ ମତ୍ସ୍ୟଜୀବୀଙ୍କ ଜାଲରେ...

Advertisement
Archives

Model This Week