Posted inଜାତୀୟ

କମ୍‌ ଖର୍ଚ୍ଚରେ ମିଳିବ ଡାକ୍ତରୀ ଶିକ୍ଷା

ନୂଆଦିଲ୍ଲୀ,୧।୧୧(ପିଆଇବି): କମ୍‌ ଖର୍ଚ୍ଚରେ ଯେପରି ଡାକ୍ତରୀ ଶିକ୍ଷା ଉପଲବ୍ଧ ହୋଇପାରିବ ସେ ଦିଗରେ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନ୍ୟାଶନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି) ନୂତନ ନିୟମାବଳୀ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି। ‘ବାର୍ଷିକ ଏମ୍‌ବିବିଏସ୍‌ ନାମଲେଖା ନିୟମାବଳୀ (୨୦୨୦) ପାଇଁ ସର୍ବନିମ୍ନ ଆବଶ୍ୟକତା’ ନାମରେ ଏହି ବିଜ୍ଞପ୍ତି ଜାରି ହୋଇଛି। ସମସ୍ତ ନୂଆ ମେଡିକାଲ କଲେଜ ଏବଂ ହେବାକୁ ଥିବା ମେଡିକାଲ କଲେଜରେ ଏହି ନୂତନ ନିୟମାବଳୀ ଲାଗୁ ହେବ।
ନୂତନ ନିୟମାବଳୀରେ ମେଡିକାଲ କଲେଜ ଏବଂ ଏହାର ସ୍ବୀକୃତିପ୍ରାପ୍ତ ଶିକ୍ଷାପ୍ରଦାନକାରୀ ହସ୍ପିଟାଲ ସ୍ଥାପନ ପାଇଁ ଆବଶ୍ୟକ ଜମି ପରିମାଣକୁ ହଟାଇ ଦିଆଯାଇଛି। ଶିକ୍ଷାନୁଷ୍ଠାନ ସ୍ଥାପନ ପାଇଁ ସର୍ବନିମ୍ନ ଆବଶ୍ୟକୀୟ ଜମି ନିଆଯାଇପାରିବ। ଉପଲବ୍ଧ ଶିକ୍ଷଣ ସ୍ଥାନକୁ ସବୁ ବିଭାଗ ବ୍ୟବହାର କରିପାରିବେ। ଏହାକୁ ଇ-ଲର୍ନିଂ ଓ ଅନ୍ୟ ବିଭାଗ ସହ ଡିଜିଟାଲ ଲିଙ୍କ୍‌ ପାଇଁ ବ୍ୟବହାର କରାଯାଇପାରିବ। ସେହିପରି ପିଲାମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଅତ୍ୟାଧୁନିକ ଉପକରଣ ଥିବା ‘ସ୍କିଲ୍ସ ଲାବରେଟୋରି’ ରହିବ। ଲାଇବ୍ରେରି ସ୍ଥାନ ତଥା ବହି ଓ ପତ୍ରିକା ସଂଖ୍ୟା କମାଇ ଦିଆଯିବ। ଛାତ୍ରୀଛାତ୍ରଙ୍କ ଉପରେ ପାଠର ବୋଝ ବଢ଼ୁଥିବାରୁ ଷ୍ଟୁଡେଣ୍ଟ କାଉନସେଲିଂ ସେବାକୁ ବାଧ୍ୟତାମୂଳକ କରାଯିବ। ମେଡିକାଲ ଟ୍ରେନିଂ ପାଇଁ ଉପଯୁକ୍ତ ପରିଚାଳିତ ହସ୍ପିଟାଲ ଜରୁରୀ ହୋଇଥିବାବେଳେ ନୂଆ ନିୟମାବଳୀରେ ନୂଆ ମେଡିକାଲ କଲେଜ ସ୍ଥାପନ ନିମନ୍ତେ ଆବେଦନ ପାଇଁ ଭଲ ଚାଲୁଥିବା ୩୦୦ ଶଯ୍ୟା ବିଶିଷ୍ଟ ମଲ୍ଟି-ସ୍ପେଶିଆଲିଟି ହସ୍ପିଟାଲ ରହିଥିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri