ମୁଁ ଓ ମୋର

ମାନବ ସମାଜରେ ବ୍ୟକ୍ତିବାଚକ ସର୍ବନାମ ‘ମୋ’ ଶବ୍ଦରେ ସବୁକିଛିର ମୂଲ୍ୟ ନିହିତ ରହିଛି। ଆମେ କହିଥାଉ ଏ ଜାଗା ମୋର। ଏ ଦେହ ମୋର। ବାସ୍ତବରେ କୌଣସି ଜମି କୌଣସି ପ୍ରାଣୀ କିମ୍ବା ଉଦ୍ଭିଦର ନୁହେଁ। ସମସ୍ତେ ଅଞ୍ଚଳ ପାଇଁ ଲଢ଼େଇ କରନ୍ତି ଏବଂ ନିଜର ବୋଲି କହିଥାଆନ୍ତି। ଏହା ବ୍ୟତୀତ କୌଣସି ଶରୀର କାହାର ନିଜର ନୁହେଁ। ପ୍ରକୃତରେ କୌଣସି ପ୍ରାଣୀର ତା’ ଶରୀର ଉପରେ ଅଧିକାର ନାହିଁ। ଏହା ହେଉଛି ଭୋକିଲାଙ୍କର ଖାଦ୍ୟ। ଏହା ଦିନେ ନା ଦିନେ କାହାର ଆହାର ପାଲଟିବ। କହିବାକୁ ଗଲେ ମଣିଷ ନିଜେ ନିୟମ ସୃଷ୍ଟି କରିଛି, ଯେଉଁଥିରେ ଆମେ ଜାଗା, ଗଛ, ପଶୁ ଉପରେ ଆମ ମାଲିକାନା ସାବ୍ୟସ୍ତ କରିପାରୁଛୁ। ଅନ୍ୟ ଲୋକ ଓ ବିଚାର ଉପରେ ମଧ୍ୟ ଆମ ମାଲିକାନା ଦାବି କରିପାରୁଛୁ। ଏହି ମଣିଷକୃତ ନିୟମଗୁଡ଼ିକ ଜଣେ ମହିଳାଙ୍କୁ ସ୍ତ୍ରୀ ମାନ୍ୟତା ଦେଇଥାଏ। ଏସବୁ ମଧ୍ୟ ନିଃସନ୍ତାନମାନଙ୍କୁ ପୋଷ୍ୟପୁତ୍ର ଗ୍ରହଣ କରି ନିଜ ସମ୍ପତ୍ତି ହସ୍ତାନ୍ତର କରିବାକୁ ଅନୁମତି ଦିଏ। ପଣ୍ଡୁ ଏଭଳି କରିଥିବା ମହାଭାରତରେ ବର୍ଣ୍ଣନା ରହିଛି। ଏହି ଆଇନ ବଳରେ ବିଭିନ୍ନ ସମୁଦାୟ ପବିତ୍ର ସହରଗୁଡ଼ିକ ସେମାନଙ୍କର ବୋଲି ଦାବି କରିବା ଆରମ୍ଭ କଲେଣି। ଦେଖିବାକୁ ଗଲେ ବରଫ ଯୁଗ କିମ୍ବା କୃଷି ବିପ୍ଳବ ପୂର୍ବରୁ କୌଣସି ଜେରୁଜେଲମ କିମ୍ବା କାଶୀ ନ ଥିଲା। ତାରବାଡ଼ ଦେଇ ସୁରକ୍ଷିତ କରିବା ପରେ ଏହି ସ୍ଥାନଗୁଡ଼ିକ ସାମ୍ନାକୁ ଆସିଲା।
ଗୁରୁ ସବୁବେଳେ ନିର୍ଲିପ୍ତ କଥା କହିଥା’ନ୍ତି। ସମ୍ପତ୍ତିଠାରୁ ଦୂରେଇ ରହିବାକୁ କହନ୍ତି। ଗୁରୁ (ମହିଳା ହୁଅନ୍ତୁ କି ପୁରୁଷ)ଙ୍କୁ କିମ୍ବା ତାଙ୍କ ଆଶ୍ରମ, ଚର୍ଚ୍ଚ କିମ୍ବା ମନ୍ଦିରକୁ ଧନସମ୍ପତ୍ତି ସବୁ ଦେଇଦେଇ ସେଥିରୁ ଲୋଭ ଛାଡ଼ିବା ପାଇଁ ତୁମକୁ ଉତ୍ସାହିତ କରିଥା’ନ୍ତି। ଅନ୍ୟର ଧନସମ୍ପତ୍ତି ହାସଲ କରିବା ପାଇଁ ଏହା ହେଉଛି ସେମାନଙ୍କର ଏକ ଚତୁର କୌଶଳ। ଗୁରୁମାନେ ରଙ୍ଗିନ୍‌ ପୋଷାକ ପିନ୍ଧି ତ୍ୟାଗୀ ବା ନିର୍ଲିପ୍ତ ଭାବନାର ଛଳନା କରନ୍ତି। ସେମାନେ ଏହା ସପକ୍ଷରେ ଯୁକ୍ତି କରନ୍ତି। କାରଣ ସେମାନେ ସେମାନଙ୍କ ବିଚାର ଉପରେ ଦୃଢ଼ ବିଶ୍ୱାସ ରଖିଥାନ୍ତି। ଆମେରିକାରେ ‘ମୋ’ ସିଦ୍ଧାନ୍ତ ପ୍ରକୃତରେ ସତ ବୋଲି ବାମପନ୍ଥୀମାନେ ଯୁକ୍ତି କରୁଛନ୍ତି। ଦାର୍ଶନିକମାନେ ବୈଜ୍ଞାନିକଙ୍କ ସହ ସମାନ ସ୍ଥିତି ପାଇଁ ଲଢ଼େଇ କରୁଛନ୍ତି। ଜୀବବିଜ୍ଞାନ ଉପରେ ମନୋବିଜ୍ଞାନ ବିଜୟ ପ୍ରାପ୍ତ କରିଛି ବୋଲି ଯୁକ୍ତି କରୁଛନ୍ତି। ଲକ୍ଷ୍ୟ ହେଉଛି ବ୍ୟବସ୍ଥାକୁ ଭାଙ୍ଗି ଅରାଜକତା ସୃଷ୍ଟି କରିବା। ଏହି ସମୟରେ ଦକ୍ଷିଣପନ୍ଥୀମାନେ ସେମାନଙ୍କ ଧର୍ମୀୟ ମୂଲ୍ୟବୋଧକୁ ସତ୍ୟ ବୋଲି ଦର୍ଶାଉଛନ୍ତି। ସେମାନେ ଧର୍ମନିରପେକ୍ଷ ବ୍ୟବସ୍ଥାଗୁଡ଼ିକର ମୂଲ୍ୟବୋଧକୁ ଚ୍ୟାଲେଞ୍ଜ କରୁଛନ୍ତି। ଦେଖିବାକୁ ଗଲେ ଲୋକମାନେ ନିଜ ଭିତରେ ଏବଂ ବିଚାରଗୁଡ଼ିକୁ ନେଇ ଲଢ଼େଇ କରୁଛନ୍ତି। ପ୍ୟାଣ୍ଟେଣ୍ଟକୁ ନେଇ ଶିଳ୍ପଗୁଡ଼ିକ ନିଜ ମଧ୍ୟରେ ଏବଂ କୁକୁରମାନେ ହାଡ଼ଖଣ୍ଡେ ପାଇଁ ନିଜ ମଧ୍ୟରେ ଲଢ଼େଇ କରୁଛନ୍ତି।
ମହାଭାରତରେ କୃଷ୍ଣ ପାଣ୍ଡବଙ୍କୁ ଏକ ପ୍ରଶ୍ନ କରିଥିଲେ। ତାଙ୍କୁ କିମ୍ବା ତାଙ୍କ ସେନା ମଧ୍ୟରୁ କାହାକୁ ଚାହାନ୍ତି ବୋଲି ସେମାନଙ୍କୁ କୃଷ୍ଣ ପଚାରିଥିଲେ। ଏଠାରେ ‘ସେ’ ଓ ‘ତାଙ୍କ’ର କଥା ଉଠିଛି। ସେ ହେଉଛନ୍ତି ନାରାୟଣ। ତାଙ୍କ ସେନା ହେଉଛି ନାରାୟଣୀ। କୌରବମାନେ ନାରାୟଣୀ (ତାଙ୍କର)ଙ୍କୁ ପସନ୍ଦ କରିଛନ୍ତି। ଅପରପକ୍ଷେ ପାଣ୍ଡବମାନେ ନାରାୟଣ (ସେ ଅର୍ଥାତ୍‌ କୃଷ୍ଣ)ଙ୍କୁ ବାଛିଛନ୍ତି। ନାରାୟଣୀ ନାରାୟଣ ନୁହେଁ ବୋଲି ଆମେ ସବୁବେଳେ ବିଚାର କରୁ। ନାରାୟଣ ହେଉଛନ୍ତି ଧନୀର ଧନ ଏବଂ କ୍ଷମତାଶାଳୀର ଶକ୍ତି ଏବଂ ଜ୍ଞାନୀର ଜ୍ଞାନ। ଆମେ ଏକ ଦେଣନେଣ ବିଶ୍ୱରେ ବାସକରୁ। ଏଠାରେ ମୋ ପାଖରେ କିମ୍ବା ତୁମ ପାଖରେ ଯାହା ଅଛି ତାହାର ବିନିମୟ କରିଥାଉ। ଏଠାରେ ମୁଁ କିଏ ଏବଂ ତୁମେ କିଏ, ତାହା ମଧ୍ୟରେ ପ୍ରକୃତରେ କୌଣସି ସମ୍ପର୍କ ନାହିଁ। ଏହି ତୁମେ ଓ ମୁଁ ହେଉଛି ଅଦୃଶ୍ୟ ବା ନିର୍ଗୁଣ। ଏହା ହେଉଛି ଆମ ଭୟ, କାମନା ଏବଂ ଭାବନାର ସମାହାର। ସଗୁଣ ବା ଦୃଶ୍ୟମାନ ଦୁନିଆ ଯଥା ସମ୍ପତ୍ତି, ଶରୀର ଏବଂ ତୁମର ଯୁକ୍ତି ଉପରେ ଧ୍ୟାନ ଦେବା ସହଜ।
ଆଜକୁ ୨୫୦୦ ବର୍ଷ ପୂର୍ବେ ଗୌତମ ବୁଦ୍ଧ ନିର୍ବାଣ କଥା ଏବଂ ୧୭୦୦ ବର୍ଷ ପୂର୍ବେ ନାଗାର୍ଜୁନ ସଗୁଣ ବିଷୟରେ କହିଥିଲେ। ଯଦି ‘ମୋ’ର ଅସ୍ତିତ୍ୱ ନ ରହେ, ତେବେ ଆଉ କ’ଣ ରହିବ ବୋଲି କହି ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ବାସ୍ତବରେ ‘ମୁଁ’ ଅଛି କି? ଜୈନ ଦାର୍ଶନିକମାନେ କହିଥିଲେ, ଏହି ‘ମୁଁ’ ହେଉଛି ଶୁଦ୍ଧ ଜ୍ଞାନ (କୈବଲ୍ୟ)। ଏହା ହେଉଛି ଏକ ଅନୁଭବ। ମୁଁ ଆମ ଶରୀରକୁ ସୂଚିତ କରେ, ଯାହା ଅନ୍ୟମାନଙ୍କ ଖାଦ୍ୟ ଉପଯୋଗୀ। ସେଥିପାଇଁ ଆମରଣ ଉପବାସ କରିବା ସହଜ ନୁହେଁ। ଯେତେବେଳେ କେହି ତୁମ ଶରୀରକୁ ନିର୍ଯାତନା ଦେବ କିମ୍ବା ଶରୀର ଉପରେ ମଳମୂତ୍ର ଗଦା କରିବ, ସେତେବେେଳେ ତୁମେ ଶାନ୍ତ ହୋଇ ରହିବା ମଧ୍ୟ ସହଜ ନୁହେଁ। ଯେଉଁମାନେ ସ୍ବଇଚ୍ଛାରେ ସେମାନଙ୍କ ‘ମୁଁ ’ ଭାବନା ବା ଶରୀର ତ୍ୟାଗ କରିବାକୁ ସକ୍ଷମ ହୋଇଥିଲେ, ସେମାନେ ସ୍ବତନ୍ତ୍ର କ୍ଷମତାର ଅଧିକାରୀ ଥିଲେ। ଏହା ଥିଲା ସନ୍ନ୍ୟାସୀଙ୍କ ସମାଧି ଅବସ୍ଥା। ଏହା ଥିଲା ବାସ୍ତବରେ ନିର୍ଲିପ୍ତ ଓ କାମନାମୁକ୍ତ ଅବସ୍ଥା।
କୃଷ୍ଣ ଗୀତାରେ ନିର୍ଲିପ୍ତ ବିଷୟରେ କହିଛନ୍ତି। ଅର୍ଜୁନ ଜଣେ ରାଜକୁମାର ଭାବେ ଜୀବନ ଜିଇ ନ ଥିଲେ ବି ମହାଭାରତ ଯୁଦ୍ଧରେ ତାଙ୍କ ବିଶେଷାଧିକାର ପ୍ରାପ୍ତ ଜୀବନର ଚରମ ମୂଲ୍ୟ ଦେବାକୁ ଥିବାବେଳେ ସେ କିଭଳି ଦୁନିଆକୁ ଛାଡ଼ିଯିବାକୁ ଭାବୁଛନ୍ତି ତାହା କୃଷ୍ଣ ତାଙ୍କୁ ସୂଚିତ କରିଛନ୍ତି। ଏହା ହେଉଛି ଧନିକର ଅସ୍ତିତ୍ୱର ସଙ୍କଟ ଭଳି କଥା, ଯେତେବେଳେ ତାଙ୍କୁ ଟିକସ ଦେବାକୁ କୁହାଯାଏ। କିନ୍ତୁ ଯେତେବେଳେ ସବ୍‌ସିଡି କିମ୍ବା ଲାଇସେନ୍ସ ନେବା କଥା କୁହାଯାଏ, ସେତେବେଳେ ସେମାନଙ୍କ କୌଣସି ସମସ୍ୟା ନ ଥାଏ। ପ୍ରଥମରୁ ଅର୍ଜୁନ ବନବାସରେ ଥିବାବେଳେ ସେ ଶିକାର ଉପରେ ସ୍ବତନ୍ତ୍ର ଅଧିକାର ଦାବି କରିଥିଲେ, କାରଣ ଜଣେ ରାଜକୁମାର ଭାବେ ତାଙ୍କ ସାମାଜିକ ସ୍ଥିତି ଥିଲା ଉଚ୍ଚରେ। ହେଲେ ଶିବ ଜଣେ ଆଦିବାସୀ ଶିକାରୀ ରୂପରେ ଆସି ଅର୍ଜୁନଙ୍କୁ ସ୍ମରଣ କରାଇ ଦେଇଥିଲେ ଯେ, ସ୍ଥିତି ସମାଜରେ ହିଁ ରହିଛି, ବାହାର ଜଙ୍ଗଲରେ ନାହିଁ। ସାମାଜିକ ସ୍ଥିତି ବଂଶାନୁକ୍ରମିକ ବ୍ୟବସ୍ଥାରେ ବଳପୂର୍ବକ ଭାବେ ସ୍ଥାପିତ ହୋଇଛି, ଜନ୍ମରୁ ଏହା ସାମାଜିକ ପଦାନୁକ୍ରମରେ ସୃଷ୍ଟି ହୋଇନାହିଁ। କୌଣସି ସମାଜରେ ତୁମେ ପ୍ରଭୁତ୍ୱର ଉଚ୍ଚ ପଦବୀ ପାଇପାରିବ, କାରଣ ତୁମେ ଜଣେ କ୍ଷମତାଶାଳୀ ବ୍ୟକ୍ତିର ପୁଅ। ତୁମେ ହେଉଛ ତୁମର, କାରଣ ତୁମେ ହେଉଛ ଅନ୍ୟ କହାର ସମ୍ପତ୍ତି। ‘ମୋ’ ପିଲା ‘ମୋ’ ସମ୍ପତ୍ତି ପାଏ- ଏଭଳି ଭାଗ୍ୟକୁ ଆମେ କର୍ମ ଏବଂ ଭଗବାନ୍‌ଙ୍କ ଭଲ ପାଇବା ସମ୍ପର୍କିତ କାହାଣୀଗୁଡ଼ିକ ଦ୍ୱାରା ବୁଝାଇପାରିବା, ଯେଉଁ କାହାଣୀ ‘ମୋ’ ବିଚାର ଉପରେ ଆଧାରିତ ନୁହେଁ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?