Posted inଖେଳ

ଅପହରଣ ପରେ ଛାଡ଼ ପାଇଲେ ମ୍ୟାକ୍‌ଗିଲ

ସିଡ୍‌ନୀ,୬।୫(ପି.ଟି.): ଅଷ୍ଟ୍ରେଲିଆ ପୂର୍ବତନ ଲେଗ୍‌ ସ୍ପିନର ଷ୍ଟୁଆର୍ଟ ମ୍ୟାକ୍‌ଗିଲ ସିଡ୍‌ନୀସ୍ଥିତ ତାଙ୍କ ଘରୁ ଅପହରଣ ହୋଇଥିଲେ ଓ ପରେ ତାଙ୍କୁ ଛାଡି ଦିଆଯାଇଥିଲା ବୋଲି ନ୍ୟୁ ସାଉଥ୍‌ଓ୍ବେଲ୍ସ ପୋଲିସ ସୂଚନା ଦେଇଛି। ଗତ ମାସରେ ଏହି ଘଟଣା ଘଟିଥିଲା। ତାଙ୍କୁ କେତେଘଣ୍ଟା ଅଟକ ରଖିବା ପରେ ଛାଡି ଦିଆଯାଇଥିଲା ବୋଲି ପୋଲିସ କହିଛି। ଏହି ମାମଲାରେ ୪ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।
ଏପ୍ରିଲ ୧୪ରେ ମ୍ୟାକ୍‌ଗିଲଙ୍କୁ କାରରେ ଅପହରଣ କରାଯାଇ ଏକ ନିଛାଟଆ ସ୍ଥାନକୁ ନିଆଯାଇଥିଲା। ସେଠାରେ ତାଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ କରାଯାଇଥିଲା। ଗୋଟିଏ ଘଣ୍ଟା ଅଟକ ରହିଥିଲେ ମଧ୍ୟ ମ୍ୟାକ୍‌ଗିଲ ଭୟଭୀତ ଥିଲେ ବୋଲି ନ୍ୟୁ ସାଉଥ ଓ୍ବେଲ୍ସ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଆନ୍ଥୋନୀ ହୋଲଟନ କହିଛନ୍ତି। ତେବେ ଏପ୍ରିଲ ୨୦ ତାରିଖରେ ଏ ସମ୍ପର୍କରେ ଆମକୁ ସୂଚନା ଦିଆଯାଇଥିଲା ବୋଲି ପୋଲିସ କହିଛି। ଅର୍ଥ ପାଇଁ ଏହି ଅପହରଣ ରଚା ଯାଇଥିଲା। ତେବେ ଅପହରଣକାରୀଙ୍କୁ କୌଣସି ଅର୍ଥ ପ୍ରଦାନ କରାଯାଇ ନାହିଁ ବୋଲି ପୋଲିସ ସ୍ପଷ୍ଟ କରିଛି।
ମ୍ୟାକ୍‌ଗିଲ ୧୯୮୮ ଓ ୨୦୦୮ ମଧ୍ୟରେ ୪୪ଟି ଟେଷ୍ଟ ଖେଳି ୨୦୮ଟି ଉଇକେଟ ହାସଲ କରିଥିଲେ। ୫୦ ବର୍ଷୀୟ ମ୍ୟାକ୍‌ଗିଲ୍‌ ୨୦୦୮ରେ କ୍ରିକେଟରୁ ଅବସର ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

ଜବରଦସ୍ତ ଶତକ ପରେ ଲୁଚିଛପି ଟ୍ରେନ୍‌ରେ କୁଆଡ଼େ ପଳାଇଲେ ରୋହିତ ଶର୍ମା: ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଲଣ୍ଡନ,୨୦।୭: ଯଦିଓ ରୋହିତ ଶର୍ମାଙ୍କ ଶତକ ତୃତୀୟ ଦିନିକିଆରେ ଟିମ ଇଣ୍ଡିଆ ପାଇଁ ବିଜୟ ସୁନିଶ୍ଚିତ କରିପାରି ନ ଥିଲା, କିନ୍ତୁ ଖେଳାଳି ତାଙ୍କର ଚମତ୍କାର ବ୍ୟାଟିଂ…

ରୋହିତ-ଗମ୍ଭୀରଙ୍କ ମଧ୍ୟରେ ପ୍ରବଳ ଝଗଡ଼ା! ଭାଇରାଲ ହେଲା VIDEO

ଲଣ୍ଡନ,୨୦।୭: ଲର୍ଡସ ଦିନିକିଆରେ ଏକ ଚମତ୍କାର ଶତକ ହାସଲ କରି ରୋହିତ ଶର୍ମା ତାଙ୍କ ସମାଲୋଚକମାନଙ୍କୁ ଚୁପ କରାଇ ଦେଇଛନ୍ତି। ଏହି ମ୍ୟାଚ ପରେ ରୋହିତ ଅବସର…

ମେସିଙ୍କ ସ୍ବତନ୍ତ୍ର ବିଶ୍ୱକପ୍‌ ରେକର୍ଡ

ନ୍ୟୁୟର୍କ, ୨୦।୭: ଆର୍ଜେଣ୍ଟିନାର ଲିଓନେଲ ମେସି ସ୍ପେନ ବିପକ୍ଷ ଫାଇନାଲରେ ଦୁଇଟି ସ୍ବତନ୍ତ୍ର ବିଶ୍ୱକପ୍‌ ରେଡର୍କର ଅଧିକାରୀ ହୋଇଛନ୍ତି। ବିଶ୍ୱକପ୍‌ ବେଳେ ୩୯ ବର୍ଷରେ ପଦାର୍ପଣ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri