Posted inଖେଳ

କ୍ରିକେଟରେ ମଙ୍କଡ ଆଉଟ୍‌ ଅନୁଚିତ ନୁହେଁ

ଲଣ୍ଡନ,୯।୩: କ୍ରିକେଟରେ ମଙ୍କଡ୍‌ ଆଉଟ୍‌ ଆଉ ଅନୁଚିତ ନୁହେଁ। ଅର୍ଥାତ ବୋଲର ବଲ ପକାଇବା ପୂର୍ବରୁ ଯଦି ନନ୍‌ ଷ୍ଟ୍ରାଇକର ଏଣ୍ଡ୍‌ରେ ଥିବା ବ୍ୟାଟର କ୍ରିଜ ଛାଡ଼ି ଆଗକୁ ଯାଆନ୍ତି, ତେବେ ବୋଲର ତାଙ୍କୁ ମଙ୍କଡ୍‌ ଆଉଟ୍‌ କରିପାରିବେ। ଏ ନେଇ ଏକ ନିୟମ ଆଣିଛି କ୍ରିକେଟରେ ନିୟମର ତଦାରଖ କରୁଥିବା ମାରିଲେବୋନ କ୍ରିକେଟ କ୍ଲବ (ଏମ୍‌ସିସି)। ଏଥିସହିତ ବଲକୁ ଚମକାଇବା ପାଇଁ ଛେପର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି। ଏହି ଦୁଇ ନିୟମ ଚଳିତ ବର୍ଷ ଅକ୍ଟୋବରରୁ କାର୍ଯ୍ୟକାରୀ ହେବ ବୋଲି ଏମ୍‌ସିସି ପକ୍ଷରୁ କୁହାଯାଇଛି।

ମଙ୍କଡ୍‌ ଆଉଟ୍‌କୁ ଅନେକ କ୍ରିକେଟର ଅନୁଚିତ ଏବଂ ଖେଳୁଆଡ଼ ମନୋଭାବ ବିରୋଧରେ ଗଣୁଥିବା ବେଳେ କିଛି ଖେଳାଳି ଏହାକୁ ଉଚିତ ବୋଲି ଦର୍ଶାଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ଭାରତୀୟ ଦଳର ଅଗ୍ରଣୀ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ।

“ଆଇନ ୪୧.୧୬ ଅନୁଯାୟୀ, ନନ୍‌ ଷ୍ଟ୍ରାଇକରଙ୍କୁ ରନ୍‌ ଆଉଟ୍‌କୁ ୪୧ ନିୟମ (ଅନୁଚିତ ଖେଳ)ରୁ ୩୮ ନିୟମ (ରନ୍‌ଆଉଟ୍‌)କୁ ସ୍ଥାନାନ୍ତରିତ କରାଯାଇଛି। ନିୟମର ଶବ୍ଦରେ କୌଣସି ପରିବର୍ତ୍ତନ କରାଯିବ ନାହିଁ” ବୋଲି ଏମ୍‌ସିସି ପକ୍ଷରୁ ମଙ୍ଗଳବାର କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରକାଶ ପାଇଲା ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ, ଟପ୍‌ ୧୦ରେ ବୁମ୍‌ରା

ଦୁବାଇ, ୨୭ା୮ (ପି.ଟି.)- ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ ପ୍ରକାଶ ପାଇଛି। ବ୍ୟାଟ୍ସମ୍ୟାନ ତାଲିକାରେ ଭାରତ ଅଧିନାୟକ ବିରାଟ କୋହଲି ଷ୍ଟିଭ୍‌...

ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଫସିଲେ ମେସି

ବାର୍ସିଲୋନା,୩ା୧୨- କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କ ଅକାଳ ବିୟୋଗ ପରେ ବିଶ୍ୱର ବିଭିନ୍ନ କ୍ରୀଡ଼ାବିତ୍‌ମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ହେଲେ ଏହି ମହାନ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା...

ଷ୍ଟାଡିୟମ ଅନୁପ୍ରବେଶକାରୀ ଜାର୍ଭୋଙ୍କୁ ଆଜୀବନ ବାସନ୍ଦାଦେଶ

ହେଡିଂଲେ,୨୮।୮: ଲଡର୍‌ସ ଟେଷ୍ଟ ଭଳି ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ ଖେଳରେ ବାଧକ ସାଜିଥିଲେ ‘ଜାର୍ଭୋ ୬୯’ ଭାବେ ଜଣାଶୁଣା ୟୁଟ୍ୟୁବର ଡାନିଏଲ ଜାର୍ଭିସ। ତାଙ୍କୁ...

ମ୍ୟାଚ୍‌ ଫିକ୍ସିଂ ମାମଲା: ବୁକି ସଞ୍ଜୀବ ଚାଓ୍ବଲାଙ୍କୁ ଜାମିନ ମିଳିଲା

ନୂଆଦିଲ୍ଲୀ,୨।୫ (ପି.ଟି.): ଦକ୍ଷିଣ ଆଫ୍ରିକା ପୂର୍ବତନ ଅଧିନାୟକ ହାନ୍ସି କ୍ରୋନିଏ ସାମିଲ ଥିବା ବହୁ ଚର୍ଚ୍ଚିତ ମ୍ୟାଚ୍‌ ଫିକ୍ସିଂ ମାମଲାରେ ବୁକି ସଞ୍ଜୀବ ଚାଓ୍ବଲାଙ୍କୁ ଜାମିନ...

ସ୍ବତନ୍ତ୍ର ରେକର୍ଡ ବୁକ୍‌ରେ ରୋହିତ

ବିଶାଖାପାଟଣା,୫।୧୦: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟର ପ୍ରଥମ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତୀୟ ଦଳର ଓପନର ରୋହିତ ଶର୍ମା ଶତକ ଲଗାଇଛନ୍ତି।...

ମ୍ୟାଚ୍‌ର କିଛି ସମୟ ପୂର୍ବରୁ ଜେଜେ ମା’ ପ୍ରାଣ ହରାଇଥିଲେ, ତଥାପି ପଡିଆକୁ ଓହ୍ଲାଇ ବିସ୍ଫୋରକ ପାଳି ଖେଳିଲେ ଏହି କ୍ରିକେଟର୍‌

ପୋର୍ଟ ଅଫ ସ୍ପେନ, ୧୬।୮: ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ୬ ଉଇକେଟରେ ପରାସ୍ତ କରି ଦିନିକିଆ ସିରିଜକୁ ୨-୦ରେ ପୋଛି ନେଇଛି ଭାରତ। ଏହି ମ୍ୟାଚ୍‌ରେ...

ବ୍ରାଏନ୍‌ ଲାରାଙ୍କୁ ବଡ଼ ଦାୟିତ୍ୱ: ଆଇପିଏଲ୍‌ର ଏହି ଟିମ୍‌ର ହେଲେ ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ,୩।୯: ଓ୍ବେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍‌ ବ୍ରାଏନ୍‌ ଲାରାଙ୍କୁ ନୂଆ ଦାୟିତ୍ୱ। ଆଗାମୀ ଆଇପିଏଲ୍‌ ସିଜନ ଲାଗି ସନରାଇଜର୍ସ ହାଇଦ୍ରାବାଦର ମୁଖ୍ୟ ପ୍ରଶିକ୍ଷକ ଭାବେ ତାଙ୍କୁ ନିଯୁକ୍ତ...

ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ: ସେମିରେ ସିନ୍ଧୁ

ଟୋକିଓ,୩୧।୭: ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ସୁପରଷ୍ଟାର ତଥା ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ...

Advertisement
Archives

Model This Week