ଖାଶୋଗୀ ହତ୍ୟାରେ ଏମ୍‌ବିଏସ୍‌ଙ୍କ ବିମାନ

ଓ୍ବାଶିଂଟନ, ୨୭।୨: ଓ୍ବାଶିଂଟନ ପୋଷ୍ଟର ସ୍ତମ୍ଭକାର ଜମାଲ ଖାଶୋଗୀ ହତ୍ୟାକାଣ୍ଡ ସହ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ (ଏମ୍‌ବିଏସ୍‌) ସମ୍ପୃକ୍ତ ଥିବା ନେଇ ନୂଆ ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସାଉଦି ରାଜା ସଲମାନଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ୨୦୧୮ ଅକ୍ଟୋବରରେ ଇସ୍ତାନବୁଲସ୍ଥିତ ସାଉଦି ବାଣିଜି୍ୟକ ଦୂତାବାସରେ ଖାଶୋଗୀଙ୍କୁ ହତ୍ୟା କରାଯାଇଥିଲା। ନିକଟରେ କୋର୍ଟରେ ଦାଖଲ ହୋଇଥିବା ଦସ୍ତାବିଜ୍‌ ଅନୁଯାୟୀ ସାଉଦି ଆରବର ହତ୍ୟାକାରୀ ସ୍କ୍ବାଡ୍‌ ବ୍ୟବହାର କରିଥିବା ଦୁଇଟି ଘରୋଇ ବିମାନ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ଙ୍କ ଅଧୀନରେ ଥିଲା। ଏକ ଘରୋଇ କମ୍ପାନୀର ଉକ୍ତ ବିମାନକୁ କ୍ରାଉନ୍‌ ପ୍ରିନ୍ସ ଜବତ କରିଥିଲେ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି। ‘ଅତ୍ୟନ୍ତ ଗୋପନୀୟ’ ଲେଖାଥିବା ଉକ୍ତ ଦସ୍ତାବିଜ୍‌ରେ ସାଉଦିର ଜଣେ ମନ୍ତ୍ରୀ ସ୍ବାକ୍ଷର କରିଛନ୍ତି। ଏହି ମନ୍ତ୍ରୀ କ୍ରାଉନ୍‌ ପ୍ରିନ୍ସଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିଥାନ୍ତି। କୋର୍ଟରେ ଦାଖଲ ଦସ୍ତାବିଜ୍‌ ଅନୁଯାୟୀ ୨୦୧୭ ଶେଷ ଭାଗରେ ସ୍କାଏ ପ୍ରାଇମ୍‌ ଆଭିଏଶନର ମାଲିକାନା ସାଉଦି ସରକାରଙ୍କ ୪୦୦ ବିଲିୟନ ଡଲାର ନିବେଶ ପାଣ୍ଠିକୁ ସ୍ଥାନାନ୍ତର କରାଯାଇଥିଲା। ଉକ୍ତ କମ୍ପାନୀର ବିମାନକୁ ଖାଶୋଗୀଙ୍କ ହତ୍ୟାରେ ବ୍ୟବହାର କରାଯାଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି। ଉକ୍ତ ସରକାରୀ ନିବେଶ ପାଣ୍ଠିର ଅଧ୍ୟକ୍ଷ ହେଉଛନ୍ତି କ୍ରାଉନ୍‌ ପ୍ରିନ୍ସ। ବିମାନ ସହ କ୍ରାଉନ୍‌ ପ୍ରିନ୍ସଙ୍କ ସମ୍ପର୍କ ଥିବା ସାଉଦି ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ପକ୍ଷରୁ କାନାଡାରେ ସାଉଦି ଆରବର ପୂର୍ବତନ ମୁଖ୍ୟ ଗୋଇନ୍ଦା ଅଧିକାରୀ ସାଦ୍‌ ଅଲଜାବ୍ରିଙ୍କ ବିରୋଧରେ ଦାଏର ହୋଇଥିବା ଏମ୍ବେଜେଲ୍‌ମେଣ୍ଟ ସୁଟ୍‌ରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ୨୩,୦୦ ଆର୍ମେନିଆ ସୈନ୍ୟ ମୃତାହତ ହୋଇଛନ୍ତି: ଆଜରବୈଜାନ ପ୍ରତିରକ୍ଷା ମନ୍ତ୍ରଣାଳୟ

ବାକୁ, ୩୦।୯: ଗତ ୪ ଦିନରେ ସେପ୍ଟେମ୍ବର ୨୭ଠାରୁ ୩୦ ମଧ୍ୟରେ ୨୩,୦୦ ଆର୍ମେନିଆ ସୈନ୍ୟ ମୃତାହତ ହୋଇଛନ୍ତି। ଏନେଇ ଆଜରବୈଜାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ...

କରୋନାକୁ ହରାଇ ଘରକୁ ଫେରିଲେ ଅଭିନେତା ଟମ୍‌ ହଙ୍କସ୍‌-ସ୍ତ୍ରୀ ରୀଟା

ଓ୍ବାଶିଂଟନ୍‌,୨୮।୩: କରୋନା ସହିତ ଲଢ଼ି ବିଜୟୀ ହୋଇ ହଲିଉଡ୍‌ ଅଭିନେତା ଟମ୍‌ ହଙ୍କସ୍‌ ଏବଂ ସ୍ତ୍ରୀ ରୀଟା ଓ୍ବିଲସନ୍‌ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କଠାରେ କରୋନା...

ସକାଳୁ ଚା’ ନ ପିଇଲେ କାମ କରୁନି ଘୋଡ଼ା: ସୋସିଆଲ୍‌ ମିଡ଼ିଆରେ ଭାଇରାଲ !

ଲଣ୍ଡନ,୧।୧୨: କେତେକ ଲୋକ ସକାଳୁ ଚା’ ନ ପିଇଲେ କୌଣସି କାମ କରି ନ ଥାନ୍ତି। ଏଭଳି ଅଭ୍ୟାସ ଲଣ୍ଡନର ମର୍ସିସାଇଡ୍‌ ପୋଲିସ ବିଭାଗରେ ଥିବା...

ଭାରତ-ନେପାଳ ମଧ୍ୟରେ ୬ ଏମ୍‌ଓୟୁ

କାଠମାଣ୍ଡୁ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେପାଳ ଗସ୍ତ ଅବସରରେ ସୋମବାର ଦୁଇ ଦେଶ ମଧ୍ୟରେ ୬ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ...

ଚାଇନା ଆକାଶରେ ସଂଦିଗ୍ଧ ଉଡ଼ନ୍ତା ବସ୍ତୁ

ବେଜିଂ,୧୩।୨: ଚାଇନାର ଗୁପ୍ତଚର ବେଲୁନ ବିଷୟରେ ସାରା ବିଶ୍ୱରେ ଏକ ବିତର୍କ ଚାଲିଛ। ଏବେ ଆକାଶରେ ମଧ୍ୟ ଏକ ଉଡ଼ନ୍ତା ବସ୍ତୁ ଦେଖାଯାଇଛି। ଚାଇନା ପକ୍ଷରୁ...

ଚଳନ୍ତା ଟ୍ରେନ୍‌ରେ ଫଟୋ ଶୁଟ୍‌ କରି ଚର୍ଚ୍ଚାକୁ ଆସିଲେ ମହିଳା

ଆଲବାନି,୨୨।୮: ନ୍ୟୁୟର୍କରେ ଜଣେ ମହିଳା ଚଳନ୍ତା ଟ୍ରେନ୍‌ରେ ଫଟୋ ଶୁଟ୍‌ କରି ଆସିଛନ୍ତି ଚର୍ଚ୍ଚାକୁ। ଜେସିକା ଜର୍ଜ ନାମକ ଏହି ମହିଳା ଟ୍ରେନ୍‌ରେ ଯାତ୍ରା କରୁଥିବା...

ଆମେରିକାର ୯/୧୧ ଆତଙ୍କବାଦୀ ଆକ୍ରମଣକୁ ପ୍ରଥମଥର ପାଇଁ ନିନ୍ଦା କଲା ତାଲିବାନ!

କାବୁଲ,୧୨ ।୯: ଆମେରିକାଠାରୁ ୧୧ହଜାର ୧୩୧ କିଲୋମିଟର ଦୂର ତାଳିବାନରେ ଆମେରିକା ଉପରେ କରାଯାଇଥିବା ୯/୧୧ ଆତଙ୍କବାଦୀ ଆକ୍ରମଣର ଏନ୍ତୁଡିଶାଳ ଥିବା ବେଳେ ଏବେ ଦୀର୍ଘ...

ଆଲୋକ ଶର୍ମାଙ୍କୁ ନାଇଟ୍‌ହୁଡ୍‌ ଉପାଧି ଦେବେ କିଙ୍ଗ୍‌ ଚାଲର୍‌ସ

ଲଣ୍ଡନ,୧।୧: ବ୍ରିଟେନ ରାଜା ଚାଲର୍‌ସ ତୃତୀୟଙ୍କ ପ୍ରଥମ ନୂଆବର୍ଷ ସମ୍ମାନ ତାଲିକା ଶନିବାର ପ୍ରକାଶ ପାଇଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ କପ୍‌୨୬ରେ ନେତୃତ୍ୱ ଲାଗି...

Advertisement
Archives

Model This Week