ମାକ୍ସ ମୁଲାର: ବିଚାରର ଦୁଇଦିଗ

ଛାୟାକାନ୍ତ ଷଡ଼ଙ୍ଗୀ

ଯେଉଁ କେତେଜଣ ଇଂରେଜ ଭାରତ ପାଇଁ କିଛି ଚିନ୍ତା କରୁଥିଲେ, ସେମାନଙ୍କ ମଧ୍ୟରେ ଥମାସ୍‌ ବେବିଙ୍ଗଟନ୍‌ ମାକ୍‌ଲେ ଅନ୍ୟତମ। ସେ ଜଣେ ଆଇନ ପରାମର୍ଶଦାତା ଭାବରେ ୧୮୩୪ ମସିହାରେ ଭାରତ ଆସିଲେ ଓ ଭାରତରେ ଇଂଲିଶ ଶିକ୍ଷା ପ୍ରବର୍ତ୍ତନ କଲେ। ତାଙ୍କର ଉଦ୍ଦେଶ୍ୟ ଥିଲା ଭାରତରେ ଇଂରେଜ ଶାସନକୁ ସୁଦୃଢ଼ କରିବା ଓ ଖ୍ରୀଷ୍ଟଧର୍ମ ପ୍ରଚାର କରିବା। ସେ ଖୋଜୁଥିଲେ ଜଣେ ଏଭଳି ବିଦ୍ୱାନ ଯିଏ ଭାରତୀୟ ଧର୍ମଶାସ୍ତ୍ରକୁ କଦର୍ଥ କରି ନିକୃଷ୍ଟ ପ୍ରତିପାଦନ କରିବ ଓ ଖ୍ରୀଷ୍ଟଧର୍ମ ପ୍ରଚାରର ମାର୍ଗ ସୁଗମ କରିପାରିବ। ମାକ୍ସ ମୁଲାର ଥିଲେ ମୂଳତଃ ଜର୍ମାନ୍‌। ସେ ସଂସ୍କୃତ ଅଧ୍ୟୟନ କରିଥିଲେ ଓ ୧୮୪୫ରେ ପ୍ୟାରିସ୍‌ରେ ଜଣେ ସାଧାରଣ କିରାଣି ଭାବରେ ଅନ୍ୟ ପାଇଁ ସଂସ୍କୃତ ପାଣ୍ଡୁଲିପିର ନକଲ କାର୍ଯ୍ୟ କରୁଥିଲେ। ୧୮୫୦ରେ ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଆଧୁନିକ ଭାଷାର ପ୍ରଫେସର ଭାବରେ ଯୋଗଦେଲେ। ୧୮୫୫ ଡିସେମ୍ବର ୨୮ରେ ମାକ୍‌ଲେ ତାଙ୍କୁ ସାକ୍ଷାତ୍‌ କଲେ। ମାକ୍‌ଲେଙ୍କ ପ୍ରଭାବରେ ସେ ଇଷ୍ଟ ଇଣ୍ଡିଆ କମ୍ପାନୀ ପାଇଁ ଋକ୍‌ବେଦ ଅନୁବାଦ କାର୍ଯ୍ୟ ପାଇଲେ। ପ୍ରତ୍ୟେକ ପୃଷ୍ଠା ପାଇଁ ସେ ପାଇଲେ ୪ ପାଉଣ୍ଡ ପାରିଶ୍ରମିକ। ୧୮୬୮ରେ ସେ ଅକ୍ସଫୋର୍ଡରେ ତୁଳନାତ୍ମକ ଭାଷାବିଜ୍ଞାନର ଚେୟାର ଅଳଙ୍କୃତ କଲେ ଓ ସେକ୍ରେଡ୍‌ ବୁକ୍‌ସ ଅଫ୍‌ ଦି ଇଷ୍ଟ ପ୍ରକାଶ କରିବାର ସୁଯୋଗ ପାଇଲେ। ସେ ୨୫ ବର୍ଷ ଅକ୍ଳାନ୍ତ ପରିଶ୍ରମ କରି ୧୮୭୪ରେ ଋକ୍‌ବେଦର ଅନୁବାଦ ଶେଷ କଲେ। ସେ ଭାରତୀୟ ସଂସ୍କୃତି ଓ ସଂସ୍କୃତ ଭାଷାକୁ ଠିକ୍‌ ଭାବରେ ବୁଝିପାରି ନ ଥିବାରୁ ଋକ୍‌ବେଦ ଭାଷ୍ୟକୁ କଦର୍ଥ କଲେ। ତଦ୍ଦ୍ବାରା ଭାରତୀୟ ଧର୍ମଶାସ୍ତ୍ରର ନୂ୍ୟନତା ପ୍ରତିପାଦିତ ହେଲା ଓ ଖ୍ରୀଷ୍ଟଧର୍ମର ଶ୍ରେଷ୍ଠତା ପ୍ରତିଷ୍ଠା କରିବା ସହଜ ହେଲା। ଅନେକ ସମାଲୋଚକ ଅଭିଯୋଗ କଲେ ଯେ ଏହା ମାକ୍ସ ମୁଲାରଙ୍କ ଅଜ୍ଞତା ନ ଥିଲା ବରଂ ଏହା ଥିଲା ପୂର୍ବ ନିର୍ଦ୍ଧାରିତ। ଏହି ପ୍ରସଙ୍ଗରେ ମାକ୍ସ ମୁଲାର ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଲେଖିଥିବା ଅନେକ ଚିଠିକୁ ଉଦ୍ଧାର କରାଯାଏ। ସେ ତାଙ୍କ ସ୍ତ୍ରୀଙ୍କୁ ୧୮୬୬ରେ ଲେଖିଥିଲେ ”ବେଦକୁ ଅନୁବାଦ କରିବାରେ ମୋର ଏହି ସଂସ୍କରଣ ଭବିଷ୍ୟତ ଭାରତର ଭାଗ୍ୟ ଓ ଲକ୍ଷ ଲକ୍ଷ ଭାରତୀୟଙ୍କ ଆତ୍ମିକ ବିକାଶ ଉପରେ ପ୍ରଭାବ ପକାଇବ। ବେଦ ସେମାନଙ୍କ ମୂଳ ଏବଂ ସେମାନଙ୍କୁ ଏହି ମୂଳ ସ୍ବରୂପକୁ ଦେଖାଇବା ଓ ବିଗତ ତିନି ସହସ୍ର ବର୍ଷର ସେମାନଙ୍କ ସମସ୍ତ ସାହିତ୍ୟକୁ ସମୂଳେ ମୂଳୋତ୍ପାଟନ କରିବା ପାଇଁ ଏହା ଏକମାତ୍ର ଉପାୟ ।“ (Life and Letters of Frederick Max Mullar))। ୧୮୬୮ ଡିସେମ୍ବର ୧୬ରେ ସେ ତତ୍କାଳୀନ ଭାରତ ସଚିବ ଡ୍ୟୁକ ଅଫ୍‌ ଅର୍ଗାଇଲଙ୍କୁ ଏକ ପତ୍ର ଲେଖିଥିଲେ, ”ଭାରତର ଧର୍ମ ନଷ୍ଟ କରିବାରେ ମୁଁ ପୂରାପୂରି ଭାବରେ ଚେଷ୍ଟା କରିଛି ଓ ଏହା ନଷ୍ଟପ୍ରାୟ। ଏଥର ଏହାର ସ୍ଥାନ ଖ୍ରୀଷ୍ଟଧର୍ମ ନେବା ଉଚିତ।“ ତାଙ୍କର ଏହି ପ୍ରକାର ମନ୍ତବ୍ୟ ଭାରତରେ ଇଂରେଜମାନଙ୍କୁ ଖ୍ରୀଷ୍ଟଧର୍ମ ପ୍ରଚାର ପାଇଁ ପ୍ରେରଣା ଦେଲା। ତାଙ୍କର ଜଣେ ବନ୍ଧୁ ରେଭରେଣ୍ଡ୍‌ ଏଡ୍‌ୱାର୍ଡ ବୌନବରୀ ପୁସେ ତାଙ୍କୁ କୃତଜ୍ଞତା ଜଣାଇ ଲେଖିଲେ, ”ଭାରତୀୟମାନଙ୍କୁ ଧର୍ମାନ୍ତରିତ କରିବାରେ ତମର ଏହି କାର୍ଯ୍ୟ ଏକ ନୂତନ ଯୁଗର ଆହ୍ବାନ କରିବ। ଅକ୍ସଫୋର୍ଡ ସର୍ବଦା ତୁମ ପାଖରେ କୃତଜ୍ଞ ରହିବ, କାରଣ ତୁମକୁ ଆଶ୍ରୟ ଦେଇ ଭାରତୀୟମାନଙ୍କୁ ଖ୍ରୀଷ୍ଟିଆନ କରିବାରେ ପ୍ରଥମ ଓ ଆବଶ୍ୟକ କାର୍ଯ୍ୟ ସୁଗମ ହେଲା। ଏହା ଫଳରେ ପୁରାତନ ମିଥ୍ୟାଧର୍ମ ସହ ସତ୍ୟଧର୍ମ (ଖ୍ରୀଷ୍ଟଧର୍ମ)ର ତୁଳନା କରି ଆମ୍ଭେମାନେ ପ୍ରସନ୍ନ ହେବାପାଇଁ ସମର୍ଥ ହେବୁ।“(ବେଦ ଓ ବାଇବେଲ, ପୃଷ୍ଠା ୧୫୬, ଉମେଶ ପତ୍ରୀ)। ମାକ୍ସ ମୁଲାରଙ୍କ ବେଦ ଅନୁବାଦ ପ୍ରସାରିତ ହେବା ପରେ ଭାରତର ସଂସ୍କୃତ ବିଦ୍ୱାନମାନେ ତାକୁ ତ୍ରୁଟିପୂର୍ଣ୍ଣ ଓ ହାସ୍ୟାସ୍ପଦ ବୋଲି ପ୍ରମାଣ କଲେ। ଭାରତର ବୈଦିକ ବିଦ୍ୱାନ ସ୍ବାମୀ ଦୟାନନ୍ଦ ସରସ୍ବତୀ ମଧ୍ୟ ତାଙ୍କ ବେଦଭାଷ୍ୟକୁ ଠିକ୍‌ ବୋଲି ଗ୍ରହଣ କଲେ ନାହିଁ।
ଅପର ପକ୍ଷରେ ମାକ୍ସ ମୁଲାରଙ୍କ ଏକ ଭିନ୍ନ ଚିତ୍ର ମିଳେ ମାଡ୍ରାସରୁ ପ୍ରକାଶ ପାଉଥିବା ବ୍ରହ୍ମବାଦିନ୍‌ ପତ୍ରିକାରେ ଜୁନ ୬, ୧୮୯୬ରେ ସ୍ବାମୀ ବିବେକାନନ୍ଦ ଲେଖିଥିବା ଏକ ଆଲେଖ୍ୟରୁ। ୧୮୯୬ ମେ୨୮ରେ ସ୍ବାମିଜୀ ମାକ୍ସ ମୁଲାରଙ୍କୁ ତାଙ୍କ ବାସଭବନରେ ସାକ୍ଷାତ୍‌ କରିଥିଲେ। ଏହା ପୂର୍ବରୁ ମାକ୍ସ ମୁଲାର ରାମକୃଷ୍ଣ ପରମହଂସଙ୍କ ସମ୍ପର୍କରେ ଏକ ପ୍ରବନ୍ଧ ଲେଖିସାରି ତାଙ୍କ ଜୀବନୀ ଲେଖିବା ପାଇଁ ପ୍ରସ୍ତୁତ ହେଉଥିଲେ। ରାମକୃଷ୍ଣଙ୍କୁ ଭଲପାଉଥିବା ବ୍ୟକ୍ତିଙ୍କ ନିକଟକୁ ଯିବା ସ୍ବାମିଜୀଙ୍କ ପାଇଁ ଥିଲା ଏକ ତୀର୍ଥଯାତ୍ରା। ତାଙ୍କ ବାସଭବନରେ ଉଭୟଙ୍କ ମଧ୍ୟରେ ଭାରତର ବେଦ, ଉପନିଷଦ ସମ୍ପର୍କରେ ଦୀର୍ଘ ଆଲୋଚନା ହେଲା। ମାକ୍ସ ମୁଲାର ରହୁଥିଲେ ଏକ ବଗିଚାଯୁକ୍ତ ଛୋଟ ଘରେ। ସେତେବେଳେ ତାଙ୍କର ବୟସ ୭୦। କେଶ ଥିଲା ଶୁଭ୍ର ଓ ମୁଖମଣ୍ଡଳ ଦିଶୁଥିଲା ଶାନ୍ତ। ତାଙ୍କରି ଭିତରେ ସତେ ଯେପରି ଲୁକ୍କାୟିତ ଥିଲା ଆଧ୍ୟାତ୍ମିକତାର ଗଭୀର ଖଣି। ଶାନ୍ତ ବାତାବରଣରେ ରହୁଥିବା ସେ ଓ ତାଙ୍କ ସ୍ତ୍ରୀଙ୍କୁ ଦେଖିଲେ ସ୍ବାମିଜୀଙ୍କ କଳ୍ପନାରେ ଉଦ୍ଭାସିତ ହେଉଥିଲା ଅତୀତ ଭାରତର ବ୍ରହ୍ମର୍ଷି, ରାଜର୍ଷି, ବଶିଷ୍ଠ, ଅରୁନ୍ଧତୀଙ୍କ ସମୟର ଗୌରବୋଜ୍ଜ୍ୱଳ ଦିନଗୁଡିକ। ସ୍ବାମିଜୀ ଲେଖିଥିଲେ ”ମୁଁ ତାଙ୍କୁ ଜଣେ ଭାଷାତତ୍ତ୍ୱବିତ୍‌ କିମ୍ବା ମେଧାବୀ ପଣ୍ଡିତ ଭାବେ ଦେଖି ନ ଥିଲି, ବରଂ ଦେଖିଥିଲି ଏକ ଆତ୍ମା ରୂପେ ଯିଏ ପ୍ରତିଦିନ ବ୍ରହ୍ମଙ୍କ ସହ ଏକ ଓ ଅଭିନ୍ନ ହେବାର ଉପଲବ୍ଧି କରୁଥିଲେ।“ ଭାରତ ପ୍ରତି ମାକ୍ସ ମୁଲାରଙ୍କ ଗଭୀର ପ୍ରେମ ଦେଖି ସ୍ବାମିଜୀ ଅଭିଭୂତ ହୋଇଥିଲେ ଓ ଲେଖିଥିଲେ, ”ଭାରତ ପ୍ରତି ତାଙ୍କର କି ଗଭୀର ପ୍ରେମ ! ମୋ ମାତୃଭୂମି ପ୍ରତି ପ୍ରେମ ତାଙ୍କ ପ୍ରେମର ଶହେରୁ ଏକ ଭାଗ ଥାନ୍ତା କି!“ ସାକ୍ଷାତ୍‌ ପରେ ମାକ୍ସ ମୁଲାର ବିବେକାନନ୍ଦଙ୍କୁ ରେଳଷ୍ଟେଶନ୍‌ ପର୍ଯ୍ୟନ୍ତ ବାଟେଇ ଦେବା ପାଇଁ ଆସିଲେ ଓ ଏହିସବୁ କାହିଁକି କରୁଛନ୍ତି ବୋଲି ସ୍ବାମିଜୀ ପଚାରିବାରୁ ସେ କହିଲେ, ”ଶ୍ରୀ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟଙ୍କ ସହ ସାକ୍ଷାତ୍‌ କରିବା ସୁଯୋଗ ପ୍ରତିଦିନ ମିଳେ ନାହିଁ।“ ସ୍ବାମିଜୀ ତାଙ୍କୁ ପଚାରିଲେ, ”ଆପଣ କେବେ ଭାରତ ଆସିବେ? ଆମେ ଆପଣଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ରହିବୁ।“ ଏହା ଶୁଣି ସେ କହିଲେ, ”ଭାରତକୁ ଗଲେ ମୁଁ ଆଉ ସେଠାରୁ ଫେରିବି ନାହିଁ। ସେଠାରେ ତୁମେ ମୋର ଶେଷକୃତ୍ୟ ସମାପନ କରିବ।“ ମାକ୍ସ ମୁଲାରଙ୍କ ମୁହଁରୁ ଏହି କଥା ପଦକ ଶୁଣିବା ପରେ ତାଙ୍କର ଭାରତପ୍ରେମ ଯେ ଅନାବିଳ ଓ ଅତ୍ୟନ୍ତ ଗଭୀର ଥିଲା ତାହା ସ୍ବୀକାର କରିବାକୁ ହେବ। ହୁଏତ ତାଙ୍କର ବେଦଭାଷ୍ୟ କିଛିମାତ୍ରାରେ ତ୍ରୁଟିପୂର୍ଣ୍ଣ ହୋଇଥାଇପାରେ, ହୁଏତ ଜୀବନର ପ୍ରାରମ୍ଭରେ ସେ ମାକ୍‌ଲେଙ୍କ ଦ୍ୱାରା ପ୍ରଭାବିତ ହୋଇ ଅର୍ଥଲୋଭରେ ଖ୍ରୀଷ୍ଟିଆନ୍‌ ଦୃଷ୍ଟିଭଙ୍ଗୀ ନେଇ ବେଦର ଭାଷ୍ୟ କରିଥାଇପାରନ୍ତି। ମାତ୍ର ପରବର୍ତ୍ତୀ ସମୟରେ ସେ ପଶ୍ଚାତ୍ତାପ କରିଥିଲେ ଓ ନିଜର ଦୃଷ୍ଟିଭଙ୍ଗୀକୁ ପରିବର୍ତ୍ତନ କରିଥିଲେ। ସେ ଜଣେ ନିରପେକ୍ଷ ବିଦ୍ୱାନ ଭାବରେ ଭାରତୀୟ ସଂସ୍କୃତି, ସାହିତ୍ୟ ଓ ଇତିହାସକୁ ଅଧ୍ୟୟନ କରି ଲେଖିଲେ ତାଙ୍କର ବିଖ୍ୟାତ ପୁସ୍ତକ ”ଇଣ୍ଡିଆ! ହ୍ବାଟ୍‌ କ୍ୟାନ୍‌ ଇଟ୍‌ ଟିଚ୍‌ ଅସ୍‌।“ ସେ ସ୍ବୀକାର କଲେ ଯେ ସମଗ୍ର ୟୁରୋପ ଭାରତରୁ ଶିକ୍ଷା ଲାଭ କରିବା ଉଚିତ। ସେ ଲେଖିଥିଲେ, ”ମୁଁ ଯଦି ସମଗ୍ର ପୃଥିବୀରେ ପ୍ରକୃତିଦତ୍ତ ଐଶ୍ୱର୍ଯ୍ୟ, ଶକ୍ତି ଓ ସୌନ୍ଦର୍ଯ୍ୟ ବିମଣ୍ଡିତ ଏକ ଦେଶକୁ ଖୋଜେ, ପୃଥିବୀରେ ଯେଉଁ ଦେଶ ସ୍ବର୍ଗତୁଲ୍ୟ- ମୁଁ ଇଙ୍ଗିତ କରିବି ଭାରତବର୍ଷକୁ“ ଏହି ସ୍ବୀକାରୋକ୍ତି ପରେ ମାକ୍ସ ମୁଲାରଙ୍କ ଭାରତପ୍ରେମକୁ ପ୍ରଶ୍ନ କରାଯାଇ ନ ପାରେ। ସେ ଭାରତ ବିଷୟରେ ଅଧ୍ୟୟନ କରୁକରୁ ଭାରତର ପ୍ରକୃତ ଆତ୍ମାକୁ ଯେତେବେଳେ ଚିହ୍ନିଛନ୍ତି, ସେ ଅଭିଭୂତ ହୋଇଛନ୍ତି ଓ ତାଙ୍କ ପୂର୍ବଧାରଣାରୁ ମୁକ୍ତ ହୋଇ ଭାରତର ସ୍ତାବକ ପାଲଟିଯାଇଛନ୍ତି। ଏହା ହେଉଛି ଭାରତୀୟ ସଂସ୍କୃତିର ଅନ୍ତର୍ନିହିତ ଶକ୍ତି।
ପ୍ରାକ୍ତନ କଲେଜ ଅଧ୍ୟକ୍ଷ
ଟିଟିଲାଗଡ଼
ମୋ: ୭୦୦୮୩୬୯୯୨୦


Enter your email to get our daily news in your inbox.

All Right Reserved By Dharitri.Com

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?