୨୭ରେ ବିବାହ କରିବେ ମୌନୀ ରୟ, ଜାଣନ୍ତୁ କ’ଣ କରନ୍ତି ଭାବି ସ୍ବାମୀ

ଅଭିନେତ୍ରୀ ମୌନୀ ରୟ ଖୁବ୍‌ଶୀଘ୍ର ପ୍ରେମିକ ସୁରଜ ନାମ୍ବିଆର୍‌ଙ୍କୁ ବିବାହ କରିବେ। ଅଭିନେତ୍ରୀ ୨୭ ଜାନୁୟାରୀ ୨୦୨୨ରେ ଗୋଆରେ ଏକ ସମୁଦ୍ରକୂଳରେ ବିବାହ କରିବେ। କରୋନାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଯୋଗ ଦେବେ।
ଗୋଆର କାଣ୍ଡୋଲିମରେ ସୁରଜଙ୍କ ସହ ମୌନୀ ବେଳାଭୂମି ବିବାହ କରିବେ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଜାନୁୟାରୀ ୨୭ରେ ୪ ବିବାହ ହେବାକୁ ଥିବାବେଳେ ସେମାନଙ୍କର ସଙ୍ଗୀତ ଏବଂ ହଳଦୀ ସମାରୋହ ୨୬ ଜାନୁୟାରୀରେ ହେବ। ଏଭଳି ପରିସ୍ଥିତିରେ ମୌନୀଙ୍କ ପ୍ରଶଂସକମାନେ ତାଙ୍କ ଭାବି ସ୍ବାମୀଙ୍କ ବିଷୟରେ ଜାଣିବାକୁ ବେଶ ଆଗ୍ରହୀ ଥିବେ। ତେବେ ଜାଣନ୍ତୁ ମୌନିଙ୍କ ଭାବି ସ୍ବାମୀ ସୁରଜଙ୍କ ବିଷୟରେ।

ସୁରଜଙ୍କ ଜନ୍ମ କର୍ଣ୍ଣାଟକର ବେଙ୍ଗାଲୁରରେ ହୋଇଛି। ତାଙ୍କ ପିତାମାତା ଜୈନ ସମ୍ପ୍ରଦାୟର। ସେ ଇଣ୍ଟରନ୍ୟାସନାଲ ରେସିଡେନ୍ସିଆଲ ସ୍କୁଲରୁ ତାଙ୍କର ପ୍ରାଥମିକ ଶିକ୍ଷା ହାସଲ କରିଥିଲେ। ୨୦୦୮ରେ ସେ ବେଙ୍ଗାଲୁରର ଆର.ଭି ଇଞ୍ଜିନିୟରିଂ କଲେଜରୁ ସିଭିଲ ଇଞ୍ଜିନିୟରିଂ ପଢ଼ା ଶେଷ କରିଥିଲେ। ତାଙ୍କର ନୀରଜ ନାମକ ଜଣେ ଭାଇ ଅଛନ୍ତି। ସିଏ ପୁଣେରେ ଅବସ୍ଥିତ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ସହ-ପ୍ରତିଷ୍ଠାତା ଅଟନ୍ତି। ସୁରଜ ଦୁବାଇରେ ଅବସ୍ଥିତ ଜଣେ ଭାରତୀୟ ବ୍ୟବସାୟୀ ଏବଂ ନିବେଶ ବ୍ୟାଙ୍କର। ସୁରଜଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ ଦେଖିଲେ ସେ ବୁଲିବା ସହ ପଢ଼ିବାକୁ ବେଶ ପସନ୍ଦ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓସ୍କାର ଦୌଡ଼ରେ ‘ନାଟୁ ନାଟୁ’

ଆସନ୍ତା ବର୍ଷ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି ଏସ୍‌ଏସ୍‌ ରାଜମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ। ଅରିଜିନାଲ ସଙ୍ଗ୍‌ କାଟାଗୋରିରେ ଏହାକୁ ମନୋନୀତ...

ଗୁପ୍ତଚର ଭୂମିକାରେ କଙ୍ଗନା

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗ୍‌ନା ରଣାଓ୍ବତ୍‌ ଅପକମିଂ ଆକ୍ସନ ଥ୍ରିଲର ‘ଧାକଡ଼’ରେ ଜଣେ ଗୁପ୍ତଚର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏ ସମ୍ପର୍କରେ କଙ୍ଗ୍‌ନା କହନ୍ତି, ‘ଏହା...

୧୨ ଦିନ ପାଣି ପିଇ କମାଇଲେ ଓଜନ, ଚର୍ଚ୍ଚାରେ ଏହି ମଡେଲ

କିଛି ବର୍ଷ ପୂର୍ବରୁ କରୀନା କପୁର ସାଇଜ ଜିରୋ କରି ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ କରୀନା କହିଥିଲେ ଓଜନ କମାଇବାକୁ କୌଣସି ସ୍ବାସ୍ଥ୍ୟ ଟିପ୍ସ ଦରକାର...

ଅକ୍ଷୟ କରି ନ ଥିଲେ ଏଭଳି ଭୁଲ୍‌, ଟ୍ବିଙ୍କଲଙ୍କ ସ୍ଥାନରେ ସ୍ତ୍ରୀ ହୋଇଥାନ୍ତେ ରବିନା

ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର ଓ ଅଭିନେତ୍ରୀ ରବିନା ଟଣ୍ଡନ ୯୦ ଦଶକର ଏକ ସୁପରହିଟ୍‌ ଯୋଡ଼ି। ୧୯୯୪ରେ ଉଭୟଙ୍କ ଫିଲ୍ମ ‘ମୋହରା’ ରିଲିଜ ହୋଇଥିଲା।...

ଏହି ଅଭିନେତାଙ୍କ କଥା ମାନି ବିକିନି ପିନ୍ଧିଥିଲେ ମମତାଜ୍‌

ବଲିଉଡର ଭେଟେରାନ ଅଭିନେତ୍ରୀ ମମତାଜ ଆଜିକାଲି ମୁମ୍ବାଇରେ ଅଛନ୍ତି। ସେ ଦୀର୍ଘ ସମୟ ପରେ ଅର୍ଥାତ୍‌ ପ୍ରାୟ ଏକ ବର୍ଷ ପରେ ଲଣ୍ଡନରୁ ଫେରିଛନ୍ତି ।...

ମା’ହେଲେ ଅଭିନେତ୍ରୀ

ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣା ଶୁଣା ଅଭିନେତ୍ରୀ କ୍ରତିକା ସେଙ୍ଗର ଗୁରୁବାର ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏ ନେଇ ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ...

ଶାଶୁ-ଶ୍ୱଶୁରଙ୍କଠାରୁ ଗାଳି ଖାଆନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିଜ ପ୍ରାଠସକଙ୍କ ସହ ସେ ଫଟୋ ଏବଂ ଭିଡିଓ ଶେୟାର କରିଚନ୍ତି। ନିକଟରେ ‘ସୁପର...

ଅଭିନେତ୍ରୀଙ୍କ ଡ୍ୟାନ୍ସ ଦେଖି ପ୍ରଶଂସକ କହିଲେ…

ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ ତାଙ୍କର ବୋଲ୍ଡନେସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। ଏବେ ଇନଷ୍ଟାଗ୍ରାମରେ ଏକ ବୋଲ୍ଡ ଭିଡିଓ ଶେୟାର କରି ପୁଣି ଚର୍ଚ୍ଚାକୁ...

Advertisement
Archives

Model This Week