Posted inଖେଳ

ବିଶ୍ୱକପ୍‌ ପ୍ରସ୍ତୁତି: ପାକିସ୍ତାନ ଟିମ୍‌ର ମେଣ୍ଟର ଭାବେ ନିଯୁକ୍ତ ହେଲେ ମାଥ୍ୟୁ ହେଡେନ୍‌

ନୂଆଦିଲ୍ଲୀ,୯।୯: ଏସିଆ କପ୍‌ରେ ନିଜ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଥିବା ପାକିସ୍ତାନ ଟିମ୍‌ର ଲକ୍ଷ୍ୟ ଏବେ ଟି୨୦ ବିଶ୍ୱକପ୍‌ ଉପରେ। ଏହାକୁ ନେଇ ଶୁକ୍ରବାର ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟନ୍‌ ମାଥ୍ୟୁ ହେଡେନ୍‌ଙ୍କୁ ଦଳର ମେଣ୍ଟର ଭାବେ ନିଯୁକ୍ତ କରାଯାଇଛି। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏହି ସୂଚନା ଦେଇଛି।
ଅକ୍ଟୋବରଠାରୁ ଟି୨୦ ବିଶ୍ୱକପ୍‌ ଆରମ୍ଭ ହେଉଛି। ଏହା ପୂର୍ବରୁ ହେଡେନଙ୍କୁ ଦ୍ୱିତୀୟ ଥର ଲାଗି ଦଳର ମେଣ୍ଟର କରାଯାଇଛି। ସେ ଗତ ବର୍ଷ ୟୁଏଇରେ ଅନୁଷ୍ଠିତ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ଦଳର ବ୍ୟାଟିଂ ପରାମର୍ଶଦାତା ଥିଲେ। ଏଥିରେ ଦଳ ସେମିଫାଇନାଲରେ ପହଞ୍ଚିଥିଲା।

ତେବେ ନିଜର ନିଯୁକ୍ତିକୁ ନେଇ ହେଡେନ କହିଛନ୍ତି, ମୁଁ ପୁନର୍ବାର ପାକିସ୍ତାନ ଟିମ୍‌ ସହ ଯୋଡ଼ି ହୋଇ ଖୁସି ଅଛି। ସେମାନଙ୍କ ସହ କାର୍ଯ୍ୟ କରିବାର ଉତ୍କଣ୍ଠା ଅଧିକ ରହିଛି। ଏସିଆ କପ୍‌ରେ ଦଳ ଭଲ ପ୍ରଦର୍ଶନ କରୁଛି। ଏହାକୁ ଦେଖି ଦଳ ଅଷ୍ଟ୍ରେଲିଆରେ ଭଲ ପ୍ରଦର୍ଶନ କରିବା ସ୍ପଷ୍ଟ ହୋଇଛି। ସେଠାର ସ୍ଥିତି ମଧ୍ୟ ଦଳ ପାଇଁ ଉପଯୁକ୍ତ ହେବ।

କହିରଖୁଛୁ, ହେଡେନ୍‌ ଅକ୍ଟୋବର ୧୫ରୁ ବ୍ରିସବେନ୍‌ରେ ପାକିସ୍ତାନ ଟିମ୍‌ ସହ ଯୋଡ଼ି ହେବେ। ପରେ ଦଳ ଇଂଲଣ୍ଡ ଏବଂ ଆଫଗାନିିସ୍ତାନ ସହ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଅକ୍ଟୋବର ୨୩ରୁ ମେଲବୋର୍ନରେ ଭାରତ ବିପକ୍ଷ ମୁକାବିଲାରୁ ଦଳ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିଏସ୍‌କେକୁ ଅନଫଲୋ କଲେ ରାଇନା

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଏଥର ଆଇପିଏଲରୁ ଓହରି ଯାଇଛନ୍ତି। ଏହା ସତ୍ତ୍ୱେ ସେମାନେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସର ଦୁଇଟି...

ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ: ଭିଏତ୍‌ନାମଠାରୁ ହାରିଲା ଭାରତ

ନୂଆଦିଲ୍ଲୀ, ୪।୧୧(ପି.ଟି.)- ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ୦-୩ ଗୋଲ ବ୍ୟବଧାନରେ ଭିଏତ୍‌ନାମଠାରୁ ପରାସ୍ତ ହୋଇଛି। ରବିବାର...

କ୍ରିକେଟ୍‌ରେ କେମିତି ମିଳିବ ପରିଚୟ,ସଚିନ କଲେ ଖୁଲାସା

ମୁମ୍ବାଇ,୨୪।୨: କ୍ରିକେଟର୍‌ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ବିଶ୍ୱାସ କରନ୍ତି ଯେ, ଜଣେ ଖେଳାଳି ତାଙ୍କ ପୃଷ୍ଠଭୂମି ଦ୍ୱାରା ନୁହେଁ ବରଂ ପଡ଼ିଆରେ ପ୍ରଦର୍ଶନ ଦ୍ୱାରା...

୧୪୪ ବର୍ଷ ଟେଷ୍ଟ ଇତିହାସରେ କେବଳ ଏହି କ୍ରିକେଟର ପ୍ରଥମ ବଲ୍‌ରେ ମାରିଛନ୍ତି ଛକା, ଏବେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌…

ନୂଆଦିଲ୍ଲୀ,୩।୧୧: କ୍ରିକେଟର ତିନି ଫର୍ମାଟ ମଧ୍ୟରୁ ଟେଷ୍ଟ କ୍ରିକେଟ ସବୁଠାରୁ ଲମ୍ବା। ଏଥିରେ ଖେଳାଳିଙ୍କ ଧୌର୍ଯ୍ୟର ପରୀକ୍ଷା ହୋଇଥାଏ। ଦୀଘେ ପାଞ୍ଚ ଦିନ ଧରି ଚାଲୁଥିବା...

ଚେସ୍‌ ଏକାଡେମୀ ପ୍ରତିଷ୍ଠା କରିବେ ଆନନ୍ଦ

ଚେନ୍ନାଇ, ୧୧ା୧୨ (ପି.ଟି.)- ଭାରତର କିମ୍ବଦନ୍ତୀ ଚେସ୍‌ ଖେଳାଳି ବିଶ୍ୱନାଥନ ଆନନ୍ଦ ଏକ ଏକାଡେମୀ ପ୍ରତିଷ୍ଠା କରିବେ। ଏଥିଲାଗି ସେ ଓ୍ବେଷ୍ଟବ୍ରିଜ୍‌ କ୍ୟାପିଟାଲ୍ସ ସହ ହାତ...

ଏହି ଭାରତୀୟ ଖେଳାଳିଙ୍କୁ ପ୍ରଶଂସାରେ ପୋତି ପକାଇଲେ କୋଚ୍‌ ଶାସ୍ତ୍ରୀ

ଅହମ୍ମଦାବାଦ,୭।୩ : ଭାରତୀୟ ଦଳର ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦରଙ୍କ ନିକଟରେ ଯେଉଁଭଳି ଦକ୍ଷତା ରହିଛି, ସେଭଳି ଦକ୍ଷତା ମୁଁ ଖେଳିଲା ବେଳେ ନ ଥିଲା। ସୁନ୍ଦରଙ୍କୁ...

ପ୍ରେସିଡେଣ୍ଟ୍ସ କପ୍‌ ବକ୍ସିଂ: ସ୍ବର୍ଣ୍ଣ ଜିତିବାରେ ଶିବ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ, ୨୧ା୭-ଚାରିଥର ଏସିଆନ ପଦକ ବିଜେତା ଶିବ ଥାପ୍ପା ପ୍ରଥମ ଭାରତୀୟ ବକ୍ସର ଭାବେ କାଜାଖସ୍ତାନର ଅଷ୍ଟାନାଠାରେ ଚାଲିଥିବା ପ୍ରେସିଡେଣ୍ଟ୍ସ କପ୍‌ ବକ୍ସିଂ ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ...

ମାତ୍ର ୩୨ ବର୍ଷରେ କ୍ରିକେଟ୍‌କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

କଲମ୍ବୋ,୩।୫: ଶ୍ରୀଲଙ୍କା ଅଲରାଉଣ୍ଡର ଥିସାରା ପେରେରା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ୨୦୦୯ରେ ଭାରତ ବିପକ୍ଷ ଏକଦିବସୀୟ ମ୍ୟାଚ୍‌ରେ ପେରେରା ଶ୍ରୀଲଙ୍କା ପାଇଁ ଆନ୍ତର୍ଜାତୀୟ ସ୍ତରରେ...

Advertisement
Archives

Model This Week