ଓକିଲ ଭୂମିକାରେ ନଜର ଆସିବେ କାଜଲ

ମୁମ୍ବାଇ: ଏବେ ଓଟିଟିକୁ ନେଇ ଦର୍ଶକଙ୍କ ଧାରଣା ବଦଳି ଯାଇଛି । ଆଉ ଏବେ ଓଟିଟି ମନୋରଞ୍ଜନର ମୁଖ୍ୟ ମାଧ୍ୟମ ପାଲଟି ଯାଇଛି । ଦର୍ଶକେ ଏବେ ଥିଏଟର ଯିବା ବଦଳରେ ଓଟିଟିକୁ ବେଶି ପସନ୍ଦ କରୁଥିବା ଦେଖାଯାଇଛି । ସେଥିପାଇଁ ବଲିଉଡ ସେଲିବ୍ରିଟିଙ୍କ କ୍ରେଜ୍ ଓଟିଟି ପ୍ରତି ବୃଦ୍ଧି ପାଉଥିବା ଦେଖାଯାଇଛି । ଏହି ପ୍ଲାଟଫର୍ମରେ ସୁସ୍ମିତା ସେନ ଓ ରବିନା ଟଣ୍ଡନ ତାଙ୍କ ଜଲୱା ଦେଖାଇ ସାରିଥିବା ବେଳେ ଏବେ କାଜଲ ଓଟିଟି ଡେବ୍ୟୁ କରିବାକୁ ଯାଉଥିବା ଜଣାପଡିଛି । କିଛି ସମୟ ପୂର୍ବରୁ ଏହାର ଘୋଷଣା ହୋଇଥିବା ବେଳେ ତାଙ୍କ ପ୍ରୋଜେକ୍ଟକୁ ନେଇ କିନ୍ତୁ କୌଣସି ଅପଡେଟ ମିଳିପାରି ନାହିଁ । ଏସବୁ ମଧ୍ୟରେ କାଜଲଙ୍କ ଲୁକ ସାମ୍ନାକୁ ଆସିଛି ।
କାଜଲ ୱେବସିରିଜ ‘ଦ ଗୁଡ ୱାଇଫ’ ସହ ଡିଜିଟାଲ ୱାର୍ଲଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ‘ଦ ଗୁଡ ୱାଇଫ’ର ଭାରତୀୟ ରୂପାନ୍ତରଣର ପ୍ରଥମ ଲୁକ ଶୁକ୍ରବାର ଜାରି କରାଯାଇଛି । ଏହି ୱେବ ସିରିଜରେ କାଜଲଙ୍କ ଲୁକ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଏହାର ସମ୍ପୂର୍ଣ୍ଣ ଟାଇଟଲ ରହିଛି ‘ଦ ଗୁଡ ୱାଇଫ-ପ୍ୟାର, କାନୁନ, ଧୋକା’ । ଏହି ୱେବ ସିରିଜରେ କାଜଲ ଜଣେ ଓକିଲ ଭୂମିକାରେ ନଜର ଆସିବେ । ‘ଦ ଫ୍ୟାମିଲି ମେନ’ ଫେମ ସୁପର୍ଣ୍ଣ ବର୍ମାଙ୍କ ଦ୍ୱାରା ଏହା ନିର୍ଦ୍ଦେଶିତ । ଏହା ଖୁବଶୀଘ୍ର ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହେବାକୁ ଯାଉଛି ।
ସୂଚନାଯୋଗ୍ୟ, କାଜଲ ତ୍ରିଭାଷୀୟ ଫିଲ୍ମ ‘ତିରଭଙ୍ଗା’ ସହ ୨୦୨୧ରେ ଡିଜିଟାଲ ଡେବ୍ୟୁ କରି ସାରିଛନ୍ତି । ଏହି ଫିଲ୍ମ ଡିଜିଟାଲରେ ରିଲିଜ କରାଯାଇଥିଲା ହେଲେ ଆଗାମୀ ୱେବ ସିରିଜ ସହ କାଜଲ ଓଟିଟିରେ ଡେବ୍ୟୁ କରିବେ । କାଜଲଙ୍କ ସ୍ୱାମୀ ଅଜୟ ଦେବଗନ ଓଟିଟିରେ ଡେବ୍ୟୁ କରି ସାରିଛନ୍ତି । ତାଙ୍କର ୱେବସିରିଜ ‘ରୁଦ୍ର-ଦ ଏଜ ଅଫ୍ ଡାର୍କନେସ’ ଡିଜନି ପ୍ଲସ ହଟଷ୍ଟାରରେ ରିଲିଜ ହୋଇ ସାରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ଫଟୋ ଶେୟାର କରି ଇମୋଶନାଲ ହେଲେ ଖୁସି-ଜାହ୍ନବୀ

ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କର ଗୁରୁବାର ଚତୁର୍ଥ ମୃତ୍ୟୁ ବାର୍ଷିକୀ। ଏହି ଅବସରରେ ଝିଅ ଖୁସି କପୁର ଶ୍ରୀଦେବୀଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ...

ସ୍ବାମୀଙ୍କୁ ନେଇ ମୁହଁ ଖୋଲିଲେ ଶିଳ୍ପା: କହିଦେଲେ ଏମିତି କଥା

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ତିଆରି ଅଭିଯୋଗରେ ଗିରଫ ହୋଇଛନ୍ତି। ପ୍ରଥମ ଥର ପାଇଁ ଶିଳ୍ପ୍ବା ଏହି ସମଗ୍ର...

ପୁଣି ବିବାହ ବନ୍ଧନରେ ବାନ୍ଧି ହେବେ ଗାୟିକା

ପୁଣି ବିବାହ ବନ୍ଧନରେ ବାନ୍ଧି ହେବେ ଗାୟିକା କନିକା କପୁର। ଆସନ୍ତା ମେ ମାସରେ କନିକା ଏନଆରଆଇ ବିଜନେସ ମ୍ୟାନ ଗୌତମଙ୍କୁ ବିବାହ କରିବାକୁ ଯାଉଛନ୍ତି।...

ମାଆ ହେଲେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ବଲିଉଡର ଦେଶୀ ଗର୍ଲ ପ୍ରୟଙ୍କା ଚୋପ୍ରା ମା’ ହୋଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ପିସି ନିଜେ ଏହି ଖବର ତାଙ୍କ ପ୍ରଶଂସକଙ୍କ ସହ...

‘ଭାରତ’ରେ ଅଭିନୟ କରିବା ପୂର୍ବରୁ ଡାଇରେକ୍ଟରଙ୍କ ନିକଟରେ ଏହି ସର୍ତ୍ତ ରଖିଥିଲେ କ୍ୟାଟ୍ରିନା

ଫିଲ୍ମ‘ଭାରତ’ରେ ସାଇନ୍‌ କରିବା ପୂର୍ବରୁ ପ୍ରଥମେ ଡାଇରେକ୍ଟର ଅବାସ ଅଲ୍ଲୀ ଖାନ୍‌ଙ୍କ ନିକଟରେ ଏକ ସର୍ତ୍ତ ରଖିଥିଲେ କ୍ୟାଟ୍ରିନା। ସର୍ତ୍ତଟି ହେଲା, ସେ ଅଲ୍ଲୀଙ୍କୁ କହିଥିଲେ,...

ଅକ୍ଷୟ କୁମାରଙ୍କ ବଦାନ୍ୟତା

ଅଭିନେତା ଅକ୍ଷୟ କୁମାରଙ୍କ ହେୟାର ଷ୍ଟାଇଲିଷ୍ଟ ମିଲନ ଯାଦବ ନିକଟରେ ପ୍ରାଣ ହରାଇଛନ୍ତି। ଅକ୍ଷୟଙ୍କ ସହ ସେ ୧୫ ବର୍ଷ କାମ କରିଥିଲେ। ମିଲନଙ୍କ ଆକସ୍ମିକ...

ଅପେକ୍ଷାର ଅନ୍ତ: ଫେବୃୟାରୀ ୧୮ରେ ରିଲିଜ୍‌ ହେବ ଗାଙ୍ଗୁବାଇ କାଠିଆଓ୍ବାଡି

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ଗାଙ୍ଗୁବାଇ କାଠିଆଓ୍ବାଡି ରିଲିଜ୍‌ ଡେଟ୍‌ ସାମ୍ନାକୁ ଆସିଲା। ଦର୍ଶକ ବହୁ ଦିନରୁ...

ବିବାହ ପାଇଁ ଏସ୍‌ଓପି ଜାରି କଲେ କାଟ୍ରିନା

ମୁମ୍ବାଇ: ବଲିଉଡର କାଟ୍ରିନା କୈଫ ଏବଂ ଭିକି କୌଶଲ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ୯ ତାରିଖରେ ଏମାନଙ୍କ ବିବାହ ହେବା ନେଇ ସେମାନେ...

Advertisement
Archives

Model This Week