Posted inଜାତୀୟ

ମାଟ୍ରିକ୍‌ ପରୀକ୍ଷା ବାତିଲ: ରାସ୍ତାରେ ଭଙ୍ଗାରୁଜା କଲେ ଶିକ୍ଷାର୍ଥୀ

ପାଟନା,୨୦।୨: ବିହାର ବିଦ୍ୟାଳୟ ପରୀକ୍ଷା ସମିତି ପକ୍ଷରୁ ସାମାଜିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହେବା ପରେ ଏହାକୁ ବାତିଲ କରାଯାଇଛି। ଏହି ପରୀକ୍ଷା ୨୦୨୧ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବ ବୋଲି ବିହାର ବୋର୍ଡ ପକ୍ଷରୁ କୁହାଯାଇଛି। ଜମୁଇ ଜିଲାର ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଝାଝା ଶାଖାରେ ରଖାଯାଇଥିବା ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଶୁକ୍ରବାର ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ହ୍ବାଟସ୍‌ ଆପ୍‌ରେ ଭାଇରାଲ ହୋଇଥିଲା। ପ୍ରଶ୍ନପତ୍ର ଲିକ୍‌ ହେବା ମାମଲାର ଯାଞ୍ଚ୍‌ ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବୋର୍ଡ ପକ୍ଷରୁ ପରୀକ୍ଷାକୁ ବାତିଲ କରାଯାଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଶିକ୍ଷାର୍ଥୀମାନେ ରାଜଧାନୀ ପାଟନାର ରାଜରାସ୍ତାରେ ଭଙ୍ଗାରୁଜା କରିଥିଲେ। ସେମାନେ କେତେକ ଗାଡ଼ିର କାଚ ଭାଙ୍ଗି ଦେଇଥିଲେ। ଘଟଣାସ୍ଥଳରେ ପୋଲିସ କେବଳ ଦର୍ଶକ ସାଜିଥିଲା। ଏଏନ୍‌ କଲେଜ ପାଖରେ ଶିକ୍ଷାର୍ଥୀମାନେ ପ୍ରଦର୍ଶନ କରିବା ଯୋଗୁ ଟ୍ରାଫିକ୍‌ ଜାମ୍‌ ହୋଇଯାଇଥିଲା। ପରେ ପୋଲିସ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ: ଉତ୍ତର ପ୍ରଦେଶରେ ବସ୍‌ ଜାଳିଦେଲେ ଲୋକେ

ନୂଆଦିଲ୍ଲୀ,୧୯।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାକୁ ନେଇ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ରାଜନେତା, ବୁଦ୍ଧିଜୀବୀ ସମସ୍ତେ...

ଜିଦ୍‌ରେ ଅଟଳ: ବିଧାୟକ ଦଳ ବୈଠକରେ ଯୋଗ ଦେଲେ ନାହିଁ ପାଇଲଟ

ନୂଆଦିଲ୍ଲୀ,୧୪।୭: ରାଜସ୍ଥାନରେ କଂଗ୍ରେସ ଦଳ ମଧ୍ୟରେ ଆରମ୍ଭ ହୋଇଥିବା ଶାସନ ଗାଦିର ରାଜନୀତି ଏପର୍ଯ୍ୟନ୍ତ ଥମିବାର ନାଁ ନେଉନି। ଦଳପ୍ରତି ବିରୋଧ ମନୋଭାବ ପରେ ଦଳରୁ...

ସ୍ମାର୍ଟ କାର୍ଡ ନ ଥିଲେ ମସ୍‌ଜିଦରେ ପ୍ରବେଶ ମନା

କୋଜିକୋଡେ,୧୪।୬: କରୋନା ମହାମାରୀ ସହ ଲଢିବାକୁ ହେଲେ ଆମକୁ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ। ଏହାକୁ ଦୃଷ୍ଟିରେ ରଖି କେରଳ କୋଜିକୋଡେର କୁଟିଚିରାରେ ଏକ...

୨୦୨୧ରେ ଡ୍ୟୁଟିରେ ୧୫୩ ଯବାନ କରିଛନ୍ତି ଆତ୍ମହତ୍ୟା, ୩ ବର୍ଷରେ ୯୫୦ ଶହୀଦ୍‌…

ନୂଆଦିଲ୍ଲୀ, ୧୬।୪ : ଦେଶରେ ଡ୍ୟୁଟିରେ ଯବାନଙ୍କ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ ପାଲଟିଛି। ଏହା ବ୍ୟତୀତ ଆତଙ୍କବାଦ ତଥା...

ଏଲଓସି ନିକଟରେ ପାକ୍‌ ସେନା

ଶ୍ରୀନଗର,୫।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ଭାରତ ବିରୋଧରେ ପ୍ରତ୍ୟକ୍ଷ ଭାବେ କିଛି କରି ପାରୁ ନ ଥିବା ବେଳେ...

ଠକାମିର ଶିକାର ହେଲେ ଲାଲୁଙ୍କ ପୁଅ

ପାଟନା,୧୫।୯: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ତେଜ ପ୍ରତାପ ଯାଦବ ଠକାମିର ଶିକାର ହୋଇଛନ୍ତି। ଏହି ଠକେଇ ଅନ୍ୟ କେହି...

୨୧୯ ଏୟାର ଲିଫ୍ଟ ଭାରତୀୟଙ୍କୁ ସ୍ବାଗତ…

ମୁମ୍ବାଇ, ୨୬।୨ : ରୋମାନିଆର ବୁକାରେଷ୍ଟରୁ ଏୟାରଲିଫ୍ଟ କରାଯାଇଥିବା ୨୧୯ ଭାରତୀୟ ଶନିବାର ସୁରକ୍ଷିତ ଭାରତ ପହଞ୍ଚିଛନ୍ତି। ମୁମ୍ବାଇର ବିମାନବନ୍ଦରରେ ପହଞ୍ଚିବା ପରେ ଏହି ଭାରତୀୟଙ୍କୁ...

ମାଡିଆସୁଛି ଅତି ଭୟଙ୍କର ବାତ୍ୟା ‘ତଉକତେ’

ନୂଆଦିଲ୍ଲୀ,୧୪।୫: ଦକ୍ଷିଣପୂର୍ବ ଆରବ ସାଗର ଓ ଲକ୍ଷଦ୍ୱୀପରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଡିପ୍‌ ଡିପ୍ରେସନରେ ପରିଣତ ହୋଇଛି । ଶନିବାର ଏହା ବାତ୍ୟା(ସାଇକ୍ଲୋନ)ରେ ପରିଣତ...

Advertisement
Archives

Model This Week