୪ରୁ ମିଳିବ ମାଟ୍ରିକ ସାର୍ଟିଫିକେଟ

କଟକ ଅଫିସ, ୨।୧୦: ଆସନ୍ତା ୪ ତାରିଖଠାରୁ ଛାତ୍ରୀଛାତ୍ରଙ୍କୁ ମିଳିବ ମାଟ୍ରିକ ସାର୍ଟିଫିକେଟ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ରାଜ୍ୟରେ ୩୦ଟି କେନ୍ଦ୍ର ଚିହ୍ନଟ କରାଯାଇଛି। ସ୍କୁଲଗୁଡିକ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରି ଛାତ୍ରୀଛାତ୍ରଙ୍କ ସାର୍ଟିଫିକେଟ ନେଇପାରିବେ। ତେବେ ସାର୍ଟିଫିକେଟରେ ଯଦି କୌଣସି ତ୍ରୁଟି ଥାଏ ବୋର୍ଡ ପକ୍ଷରୁ ସଂଶୋଧନ କରାଯିବ। ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ବୋର୍ଡ କାର୍ଯ୍ୟାଳୟରେ ଆସନ୍ତା ୩୦ ତାରିଖ ସୁଦ୍ଧା ନିର୍ଦ୍ଧାରିତ ଫି’ ଦାଖଲ କରି ସଂଶୋଧନ କରିପାରିବେ। କଟକ ଜିଲାର ବୋର୍ଡ କାର୍ଯ୍ୟାଳୟ, ଜଗତ୍‌ସିଂହପୁରର ଏସ୍‌.କେ. ଏକାଡେମୀ, କେନ୍ଦ୍ରାପଡ଼ାର ରତ୍ନାକର ହାଇସ୍କୁଲ ଦୁହୁରିଆ, ଢେଙ୍କାନାଳର ବି.ବି ହାଇସ୍କୁଲ, ପୁରୀର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ଖୋର୍ଦ୍ଧାର ଭୁବନେଶ୍ୱର ଜୋନଲ କାର୍ଯ୍ୟାଳୟ, ନୟାଗଡ଼ର ବ୍ରଜେନ୍ଦ୍ର ହାଇସ୍କୁଲ, ବାଲେଶ୍ୱରର ବୋର୍ଡ ଜୋନାଲ ଅଫିସ, କେନ୍ଦୁଝରର ଏନ୍‌.ଏସ୍‌. ପୋଲିସ ହାଇସ୍କୁଲ, ମୟୂରଭଞ୍ଜର ଏମକେସି ହାଇସ୍କୁଲ, ଗଞ୍ଜାମରେ ବୋର୍ଡର ଜୋନ ଅଫିସ, ନୂଆପଡ଼ାର ଜାତୀୟ ଉଚ୍ଚ ବିଦ୍ୟାଳୟ, ବରଗଡ଼ର ଜଜ୍‌ ହାଇସ୍କୁଲ, ସମ୍ବଲପୁରରେ ବୋର୍ଡର ଜୋନ୍‌ କାର୍ଯ୍ୟାଳୟ ଦେବଗଡ଼ର ଆର.ବି.ଡି ହାଇସ୍କୁଲ, ସୁବର୍ଣ୍ଣପୁରର ସରକାରୀ ବାଳିକା ହାଇସ୍କୁଲ, ବଲାଙ୍ଗୀରର ପି.ଆର. ହାଇସ୍କୁଲ, ସୁନ୍ଦରଗଡ଼ର ବି.ଏସ୍‌. ହାଇସ୍କୁଲ, କୋରାପୁଟରେ ବୋର୍ଡର ଜୟପୁରସ୍ଥିତ ଜୋନାଲ ଅଫିସ, ଯାଜପୁର, ଭଦ୍ରକରେ ଜିଲା ସ୍କୁଲ ଓ ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ବୌଦ୍ଧ, ଅନୁଗୋଳ, କନ୍ଧମାଳରେ ଏବଂ ଝାରସୁଗୁଡାର ଡିଇଓଙ୍କ କାର୍ଯ୍ୟାଳୟରେ ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri