୪ରୁ ମିଳିବ ମାଟ୍ରିକ ସାର୍ଟିଫିକେଟ

କଟକ ଅଫିସ, ୨।୧୦: ଆସନ୍ତା ୪ ତାରିଖଠାରୁ ଛାତ୍ରୀଛାତ୍ରଙ୍କୁ ମିଳିବ ମାଟ୍ରିକ ସାର୍ଟିଫିକେଟ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ରାଜ୍ୟରେ ୩୦ଟି କେନ୍ଦ୍ର ଚିହ୍ନଟ କରାଯାଇଛି। ସ୍କୁଲଗୁଡିକ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରି ଛାତ୍ରୀଛାତ୍ରଙ୍କ ସାର୍ଟିଫିକେଟ ନେଇପାରିବେ। ତେବେ ସାର୍ଟିଫିକେଟରେ ଯଦି କୌଣସି ତ୍ରୁଟି ଥାଏ ବୋର୍ଡ ପକ୍ଷରୁ ସଂଶୋଧନ କରାଯିବ। ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ବୋର୍ଡ କାର୍ଯ୍ୟାଳୟରେ ଆସନ୍ତା ୩୦ ତାରିଖ ସୁଦ୍ଧା ନିର୍ଦ୍ଧାରିତ ଫି’ ଦାଖଲ କରି ସଂଶୋଧନ କରିପାରିବେ। କଟକ ଜିଲାର ବୋର୍ଡ କାର୍ଯ୍ୟାଳୟ, ଜଗତ୍‌ସିଂହପୁରର ଏସ୍‌.କେ. ଏକାଡେମୀ, କେନ୍ଦ୍ରାପଡ଼ାର ରତ୍ନାକର ହାଇସ୍କୁଲ ଦୁହୁରିଆ, ଢେଙ୍କାନାଳର ବି.ବି ହାଇସ୍କୁଲ, ପୁରୀର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ଖୋର୍ଦ୍ଧାର ଭୁବନେଶ୍ୱର ଜୋନଲ କାର୍ଯ୍ୟାଳୟ, ନୟାଗଡ଼ର ବ୍ରଜେନ୍ଦ୍ର ହାଇସ୍କୁଲ, ବାଲେଶ୍ୱରର ବୋର୍ଡ ଜୋନାଲ ଅଫିସ, କେନ୍ଦୁଝରର ଏନ୍‌.ଏସ୍‌. ପୋଲିସ ହାଇସ୍କୁଲ, ମୟୂରଭଞ୍ଜର ଏମକେସି ହାଇସ୍କୁଲ, ଗଞ୍ଜାମରେ ବୋର୍ଡର ଜୋନ ଅଫିସ, ନୂଆପଡ଼ାର ଜାତୀୟ ଉଚ୍ଚ ବିଦ୍ୟାଳୟ, ବରଗଡ଼ର ଜଜ୍‌ ହାଇସ୍କୁଲ, ସମ୍ବଲପୁରରେ ବୋର୍ଡର ଜୋନ୍‌ କାର୍ଯ୍ୟାଳୟ ଦେବଗଡ଼ର ଆର.ବି.ଡି ହାଇସ୍କୁଲ, ସୁବର୍ଣ୍ଣପୁରର ସରକାରୀ ବାଳିକା ହାଇସ୍କୁଲ, ବଲାଙ୍ଗୀରର ପି.ଆର. ହାଇସ୍କୁଲ, ସୁନ୍ଦରଗଡ଼ର ବି.ଏସ୍‌. ହାଇସ୍କୁଲ, କୋରାପୁଟରେ ବୋର୍ଡର ଜୟପୁରସ୍ଥିତ ଜୋନାଲ ଅଫିସ, ଯାଜପୁର, ଭଦ୍ରକରେ ଜିଲା ସ୍କୁଲ ଓ ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ବୌଦ୍ଧ, ଅନୁଗୋଳ, କନ୍ଧମାଳରେ ଏବଂ ଝାରସୁଗୁଡାର ଡିଇଓଙ୍କ କାର୍ଯ୍ୟାଳୟରେ ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri