ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ମାଙ୍କଡ଼କୁ ଦେଖିବାକୁ ମିଳୁଛି। ମାଙ୍କଡ଼ଟିକୁ ଶୋଷ ହେଉଥିବା ବେଳେ ସେ ଟ୍ୟାପ ମୋଡ଼ି ପାଣି ପିଉଛି। ପାଣି ନଷ୍ଟ ହୋଇଯିବ ଭାବି ତାହାକୁ ବନ୍ଦ କରୁଛି। ଅନେକ ସମୟରେ ମଣିଷ ଏସବୁ କରିବାକୁ ଭୁଲି ଯାଉଥିବା ବେଳେ ମାଙ୍କଡ଼ ଏସବୁ କରିବାକୁ ଭୁଲି ନାହିଁ । ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Every drop matters…
This monkey is more responsible than many humans pic.twitter.com/Tk61nAdk4m— Susanta Nanda IFS (@susantananda3) December 24, 2021